କାଳିଆ ଯୋଜନାରୁ ପ୍ରକୃତ ଚାଷୀ ବଞ୍ଚତ୍ତ ଅଭିଯୋଗ : ସମିତି କାର୍ଯ୍ୟାଳୟରେ ତାଲା ପକାଇଲେ ଚାଷୀ

ଦିଗପହଣ୍ଡି,୨ା୬(ଡି.ଏନ୍‌.ଏ.)-ରାଜ୍ୟ ସରକାରଙ୍କ କାଳିଆ ଯୋଜନାକୁ ନେଇ ଓଡ଼ିଶାର ଚାଷୀ ବହୁତ ଖୁସି ଓ ଉତ୍ସାହ ଥିବା ବେଳେ ସାନଖେମୁଣ୍ଡି ବ୍ଲକ ଏରେଣ୍ଡ ପଞ୍ଚାୟତ ଯୁଗୁଡି ବଳଭଦ୍ରପୁର ଚାଷୀ କାଳିଆ ଯୋଜନାରୁ ପ୍ରକୃତ ଚାଷୀ ବଞ୍ଚତ୍ତ ନେଇ ଅଭିଯୋଗ କରିଛନ୍ତି। କାଳିଆ ଯୋଜନାରେ ସରକାରଙ୍କ ପଞ୍ଜୀକୃତ ଚାଷୀମାନଙ୍କୁ ଟଙ୍କା ତିନୋଟି କିସ୍ତିରେ ମିଳିବାର ନିୟମ ରହିଥିଲେ ସୁଦ୍ଧା ପ୍ରଥମ କିସ୍ତିରେ ଗୋଟିଏ ପରିବାରର ସଂଖ୍ୟାଧିକ ଲୋକଙ୍କୁ ମିଳିବା ଓ ଅଣଚାଷୀ, ଧନୀ ଶ୍ରେଣୀର ଲୋକଙ୍କୁ ଟଙ୍କା ମିଳିଥିବାରୁ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀ। ଶନିବାର ଏଥିରୁ ବଞ୍ଚତ୍ତ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ସମବାୟ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ପରେ ଅଫିସ କାର୍ଯ୍ୟଳୟରେ ତାଲା ପକାଇଦେଇଥିଲେ। ଯଦ୍ୱାରା ଅଫିସ କାର୍ଯ୍ୟାଳୟ ପରିସର ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ସମବାୟ ସମିତି କର୍ମଚାରୀ ଅଧିକାରୀଙ୍କ ମନମୁଖୀ ଓ ଏକଚାଟିଆ ଶାସନ ଯୋଗୁ ପ୍ରକୃତ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହୋଇଥିବା କହିଛନ୍ତି ସମବାୟ ସମିତିର ସଭାପତି ଗୋବିନ୍ଦ ଚନ୍ଦ୍ର ସ୍ବାଇଁ। ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିବା ସହ ତୁରନ୍ତ ପ୍ରକୃତ ଚାଷୀଙ୍କୁ କାଳିଆ ଯୋଜନାରେ ସାମିଲ କରିବା ସହ ପ୍ରଥମ କିସ୍ତି ପାଉଣା ପ୍ରଦାନ କରିବାକୁ ଦାବି କରିଛନ୍ତି। ଯଦି ଏହା ପୂରଣ ନ ହୁଏ ଆଗାମୀ ଦିନରେ ଚାଷୀ ରାଜରାସ୍ତାକୁ ଓହ୍ଲାଇବା ସହ କୃଷି ବିଭାଗ କାର୍ଯ୍ୟାଳୟ ଘେରାଉ କରିବାକୁ ଚେତାବନୀ ଦେଇଛନ୍ତି। ସମବାୟ ସମିତି ସେକ୍ରେଟାରୀ ସୁବାସ ଚନ୍ଦ୍ର ରାଉତ କହିଛନ୍ତି ଯେ, ଆମେ ଏହି ଭୁଲ ସମ୍ପର୍କରେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ କହି ସମାଧାନ କରିବୁ। ପଞ୍ଜୀକୃତ ହୋଇଥିବା ଚାଷୀଙ୍କୁ ହିଁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମଞ୍ଚ ନାଟକକୁ ବଞ୍ଚେଇ ରଖିଛି ତୋଫାନ କଳା ସଂସଦ: ଏବର୍ଷ ପରିବେଷଣ ହେଲା…

ଭଞ୍ଜନଗର,୧୨। ୩(ବାବୁଲା ପ୍ରଧାନ)-ବର୍ତ୍ତମାନ ସମୟରେ ବ୍ୟବସାୟିକ ଉଦ୍ଦେଶ୍ୟରେ ଖୋଲା ମଞ୍ଚ ନାଟକର ଚାହିଦା ବୃଦ୍ଧି ପାଉଥିବା ବେଳେ ଗଞ୍ଜାମ ଜିଲା ଭଞ୍ଜନଗରଠାରେ ବିଗତ ୪୦ ବର୍ଷ ହେଲା…

WFP ଉପ-ନିର୍ଦ୍ଦେଶକଙ୍କ ଭଞ୍ଜନଗର ଗସ୍ତ: ଜଳବାୟୁ-ଅନୁକୂଳ ଚାଷକୁ ପ୍ରଶଂସା, ସକାରାତ୍ମକ ପ୍ରଭାବ ଉପରେ…

ଭଞ୍ଜନଗର,୧୨।୩(ବାବୁଲା ପ୍ରଧାନ)- ଜଳବାୟୁ ପରିବର୍ତ୍ତନ ଯୋଗୁ ରାଜ୍ୟରେ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ପଡୁଛି। ସେଥିମଧ୍ୟରେ ଗଞ୍ଜାମ ଜିଲାରେ ଏହାର  ଅଧିକ ପ୍ରଭାବ ବିଗତ କିଛି ବର୍ଷ ମଧ୍ୟରେ…

ଦିଗପହଣ୍ଡି ସହରର ବିକାଶ ପାଇଁ କାଉନସିଲରଙ୍କ ୮ ଦଫା ଦାବିପତ୍ର: ଜଳବନ୍ଦୀ- ପାନୀୟ ଜଳ ସମସ୍ୟା ଉପରେ…

ଦିଗପହଣ୍ଡି, ୧୨।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବହୁବିଧ ବିକାଶ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ପାଇଁ ୧୧ ନମ୍ବର ୱାର୍ଡ…

ବନ୍ୟପ୍ରାଣୀ ଶିକାର ସୂଚନା ଦେଲେ ମିଳିବ ୫ ହଜାର ଟଙ୍କା, ଟାଟା ପାଓ୍ବାର ପକ୍ଷରୁ ଘୋଷଣା…

ଭଞ୍ଜନଗର, ୧୨।୩ (ବାବୁଲା ପ୍ରଧାନ):ବନ୍ୟପ୍ରାଣୀ ସୁରକ୍ଷା ଏବଂ ହାତୀ-ମଣିଷ ଲଢ଼େଇକୁ ରୋକିବା ପାଇଁ ଜନସାଧାରଣଙ୍କ ସହଭାଗିତା ଅପରିହାର୍ଯ୍ୟ। ଏହି ଲକ୍ଷ୍ୟକୁ ନେଇ ଗୁରୁବାର ଭଞ୍ଜନଗରଠାରେ ଟାଟା ପାୱାର,…

ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚର ବନ୍ଧୁମିଳନ: ପୁରୁଣା ସ୍ମୃତି ଚାରଣ ସହ କଳାକାରଙ୍କୁ ସମ୍ମାନ

ଗଞ୍ଜାମ,୧୨।୩(ବିଦ୍ୟାଧର ସାହୁ): ଗଞ୍ଜାମ କଳାକାର ମଞ୍ଚ ତଥା ଗଞ୍ଜାମ କଳା ସାଂସ୍କୃତିକ ମଞ୍ଚ ପକ୍ଷରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଟାମ୍ପରା ହ୍ରଦ କୂଳରେ ଏକ ଭବ୍ୟ ବନ୍ଧୁମିଳନ କାର୍ଯ୍ୟକ୍ରମ…

କାର୍‌ ନେଲା ଜୀବନ

ପାତ୍ରପୁର,୧୨ା୩(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ସୁରଙ୍ଗୀଠାରେ ଏକ କାର୍‌ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିିଛି। ସେ ହେଲେ ସୁରଙ୍ଗୀ ଗ୍ରାମର ଅଭିମନ୍ୟୁ…

ବିବାହ ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ରଖିଥିଲେ ଅଧ୍ୟାପକ, ୪ଥର ଗର୍ଭନଷ୍ଟ ପରେ…

ବ୍ରହ୍ମପୁର,୧୨।୩ (ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଶାରିରୀକ ସମ୍ପର୍କ ରଖିବା ଓ ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିବା ଜଣେ ଅଧ୍ୟାପକଙ୍କୁ…

ଭଡ଼ା ଘରୁ ଦିଗପହଣ୍ଡି ଷ୍ଟେଟ୍‌ବ୍ୟାଙ୍କ କର୍ମଚାରୀଙ୍କ ମୃତଦେହ ଜବତ, ଏକମାତ୍ର ପୁଅଙ୍କୁ ହରାଇ…

ଦିଗପହଣ୍ଡି, ୧୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ (SBI)ର ଜଣେ ବରିଷ୍ଠ କିରାଣିଙ୍କ ମୃତଦେହ ବୁଧବାର ଅପରାହ୍ନରେ ତାଙ୍କ ଭଡ଼ାଘରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri