କାର୍ଯ୍ୟାଦେଶ, ପଟ୍ଟା ବଣ୍ଟନ : ‘ଲାଞ୍ଚକୁ ପ୍ରଶ୍ରୟ ଦିଆଯିବନାହିଁ ’

କାମାକ୍ଷାନଗର,୮।୮(ଡି.ଏନ.ଏ.)  ମୁଣ୍ଡ ଉପରେ ଛାତ ପରିବାରକୁ ସୁରକ୍ଷିତ ରଖେ। ଏହାକୁ ହୃଦୟଙ୍ଗମ କରିଛନ୍ତି ଏବେକାର ସରକାର। ଜନସାଧାରଣଙ୍କ ସୁଖସୁବିଧା ଲାଗି ଆବାସ ଯୋଜନା କାର୍ଯ୍ୟକାରୀ କରାଯାଇଛି। ପକ୍କାଘର ନିର୍ମାଣ କରିବାକୁ ଅର୍ଥରାଶି ଯୋଗାଇ ଦିଆଯାଉଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ଘର କାମ ସାରିଲେ ପ୍ରୋତ୍ସାହନ ରାଶି ମଧ୍ୟ ଦିଆଯାଉଛି। କାହା ଦୟାରେ ଏହି ଅର୍ଥ ଦିଆଯାଉନାହିଁ। ଯୋଜନାରେ ଯୋଗ୍ୟ ହିତାଧିକାରୀ ଯେପରି ଲାଭବାନ ହେବେ ସେ ନେଇ ଅଧିକାରୀମାନେ ନିଶ୍ଚିତ ହେବା ଆବଶ୍ୟକ। କୌଣସି ପରିସ୍ଥିତିରେ ଲାଞ୍ଚ କାରବାରକୁ ପ୍ରଶ୍ରୟ ଦିଆଯିବନାହିଁ। ସେ ହିତାଧିକାରୀ ହୁଅନ୍ତୁ କି ଅଧିକାରୀ, ଲାଞ୍ଚ କାରବାରରେ ସମ୍ପୃକ୍ତ ରହିଲେ କାହାରିକୁ ଛଡ଼ାଯିବନାହିଁ। ସମସ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ। କାମାକ୍ଷାନଗର ବ୍ଲକ କାର୍ଯ୍ୟାଳୟ ପରିସରରେ ବୁଧବାର ଆୟୋଜିତ ଆବାସ ଯୋଜନା କାର୍ଯ୍ୟାଦେଶ ଏବଂ ଘରଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏପରି ବକ୍ତବ୍ୟ ରଖିଥିଲେ।
ଏହି ଅବସରରେ ବ୍ଲକ ପ୍ରଶାସନ ପକ୍ଷରୁ ୬୧୫ ଏବଂ ଏନ୍‌ଏସି ପକ୍ଷରୁ ୧୩୫ଜଣ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ବିଜୁ ପକ୍କାଘର ଯୋଜନାରେ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିଲା। ସେହିପରି ତହସିଲ ପ୍ରଶାସନ ପକ୍ଷରୁ ଗ୍ରାମାଞ୍ଚଳର ୧୨୦ ଏବଂ ସହରାଞ୍ଚଳର ୨୦ଜଣଙ୍କୁ ବସୁନ୍ଧରା ଯୋଜନାରେ ଘରଡ଼ିହ ପଟ୍ଟା ଦିଆଯାଇଛି। ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା ଅନ୍ୟତମ ଅତିଥି ଭାବେ ଯୋଗଦେଇ ୩ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ପରାମର୍ଶ ଦେଇଛନ୍ତି।
ବିଡିଓ ସୁଧାଂଶୁ ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଏନ୍‌ଏସି ନିର୍ବାହୀ ଅଧିକାରୀ ଇଂ. ବିରଜା ପ୍ରସାଦ ରଥ, ଜିଲା ପରିଷଦ ସଭ୍ୟ ପ୍ରେମାନନ୍ଦ ସାହୁ, ହୃଦାନନ୍ଦ ପରିଡ଼ା, ଏନ୍‌ଏସିର ପୂର୍ବତନ ନଗରପାଳ ଧର୍ମାନନ୍ଦ ପରିଡ଼ା, ସରପଞ୍ଚ ଲଳିତ ସାହୁ, ଶିଶିରକାନ୍ତ ବେହେରା, ବିବେକାନନ୍ଦ ମହାକୁଡ଼, ଅର୍ଚ୍ଚନା ନାୟକ, ସମିତିସଭ୍ୟ ଦୀପକ ମହୁନ୍ତଙ୍କ ସମେତ ବ୍ଲକ ଅଧୀନ ୨୨ ପଞ୍ଚାୟତର ଶତାଧିକ ହିତାଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘରରୁ ଫେରୁଥିବା ବେଳେ ବଡ଼ ଅଘଟଣ: ପୋଖରୀକୁ ଖସି ପଡିଲା କାର୍‌: ୫ ମୃତ

ଢେଙ୍କାନାଳ,୨୩।୭( ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଛାଟିଆ ନିକଟରେ ଏକ ଇନୋଭା କାର୍‌ ଗୁରୁବାର ଭୋର୍‌ ୪ଟା ସମୟରେ ଭାରସାମ୍ୟ ହରାଇ ରାସ୍ତା କଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri