କାନ୍‌ସରେ ସ୍ବପ୍ନା ପତିଙ୍କ ‘ଅନ୍ତର୍ଧ୍ୱନି’ : ରେଡ୍‌ କାର୍ପେଟରେ ପୁଣି ଝଲସିଲା ସମ୍ବଲପୁରୀ ଶାଢ଼ି

ଭୁବନେଶ୍ୱର,୩୦ା୫(ବ୍ୟୁରୋ)- ଚଳିତବର୍ଷର କାନ୍‌ସ ଫିଲ୍ମ ଫେଷ୍ଟିଭାଲ ସହ ଯୋଡ଼ି ହୋଇଯାଇଛି ଆଉ ଏକ ଓଡ଼ିଆ ଲିଙ୍କ୍‌। ଓଡ଼ିଶା ଜନ୍ମିତ ଅଭିନେତ୍ରୀ ତଥା ମଡେଲ ସ୍ବପ୍ନା ପତିଙ୍କ ଅଭିନୀତ ଏବଂ ରାଜେଶ କୁମାର ମହାନ୍ତିଙ୍କ ପ୍ରଯୋଜିତ ହିନ୍ଦୀ ଫିଲ୍ମ ‘ଅନ୍ତର୍ଧ୍ୱନି’ ସମ୍ମାନଜନକ କାନ୍‌ସ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇଛି। କେବଳ ଏତିକି ନୁହେଁ, ଫିଲ୍ମରେ ସ୍ବପ୍ନାଙ୍କ ଅଭିନୟ ସହ ଏହାର କନ୍‌ସେପ୍ଟକୁ କାନ୍‌ସରେ ଯୋଗଦେଇଥିବା ବହୁ ବରିଷ୍ଠ ବ୍ୟକ୍ତିତ୍ୱ ପ୍ରଶଂସା କରିଛନ୍ତି। ୯ଥର ଜାତୀୟ ପୁରସ୍କାର ବିଜେତା ନିର୍ଦ୍ଦେଶକ ପଦ୍ମଶ୍ରୀ ଅପୂର୍ବ କିଶୋର ବୀର୍‌ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ପ୍ରମୁଖ ଭୂମିକାରେ ସ୍ବପ୍ନାଙ୍କ ସମେତ ଗୌରବ ପାଶ୍ୱାଲା, ଚୈତନ୍ୟ ସୋଲାନକର, ତୁଷାର ଆଚାର୍ଯ୍ୟ, ଜିତେନ୍ଦ୍ର କୁମାର ଜେନା ପ୍ରମୁଖ ଅଭିନୟ କରିଛନ୍ତି। ଓଡ଼ିଶା ଜନ୍ମିତ ରାଜେଶ କୁମାର ମହାନ୍ତି ଫିଲ୍ମ ପ୍ରଯୋଜନା କରିଛନ୍ତି। ଏହି ସାଇକୋଲୋଜିକାଲ ଥ୍ରୀଲର୍‌ ଫିଚର ଫିଲ୍ମ ସମ୍ପୂର୍ଣ୍ଣଭାବେ ପ୍ରାକୃତିକ ଲାଇଟ୍‌ରେ ଶୁଟିଂ କରାଯାଇଛି। ଜଙ୍ଗଲ ଏବଂ ଏହାର ସୌନ୍ଦର୍ଯ୍ୟପୂର୍ଣ୍ଣ ପରିବେଶ ଫିଲ୍ମର ମୁଖ୍ୟ ଉପାଦାନ ହୋଇଥିବାବେଳେ ଏହା ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ମୁମ୍ବାଇରେ ଶୁଟିଂ ହୋଇଛି। ଅନ୍ୟପକ୍ଷରେ କାନ୍‌ସରେ ଫିଲ୍ମର ସ୍କ୍ରିନିଂରେ ଭାଗନେବାକୁ ଯାଇଥିବା ନିର୍ଦ୍ଦେଶକ ଏ.କେ. ବୀର୍‌ଙ୍କ ସହ ଅଭିନେତ୍ରୀ ସ୍ବପ୍ନା ପତି ଓ ପ୍ରଯୋଜକ ରାଜେଶ କୁମାର ମହାନ୍ତି କାନ୍‌ସ ରେଡ୍‌ କାର୍ପେଟ୍‌ରେ ଚାଲିଥିଲେ। ଏହି ଅବସରରେ ସ୍ବପ୍ନା ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ ସମ୍ବଲପୁରୀ ଶାଢି ପିନ୍ଧି ର଼୍ୟାମ୍ପ୍‌ରେ ଚାଲିବା ମୁଖ୍ୟ ଆକର୍ଷଣ ସାଜିଥିଲା। ପୂର୍ବରୁ ଓଡ଼ିଶା ଜନ୍ମିତ ଫିଲ୍ମ ପ୍ରଯୋଜକ ଜିତେନ୍ଦ୍ର ମିଶ୍ର ମଧ୍ୟ କାନ୍‌ସ ରେଡ୍‌ କାର୍ପେଟରେ ସମ୍ବଲପୁରୀ ଜ୍ୟାକେଟ୍‌ରେ ନଜର ଆସିଥିଲେ। ଚଳିତବର୍ଷ କାନ୍‌ସରେ ଓଡ଼ିଶା ସହ ଜଡ଼ିତ ଥିବା ଏକାଧିକ ଫିଲ୍ମ ପ୍ରଦର୍ଶିତ ହୋଇଥିବାବେଳେ ଏଠାରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତର ଝଲକ ନୂଆ ଗୌରବ ଆଣିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଛେଲବାହାଲ ଗ୍ରାମବାସୀଙ୍କ ଆନ୍ଦୋଳନ ଚେତାବନୀ: ବାଲିଘାଟ ଲିଜ୍‌ ଋଦ୍ଦ ଦାବି

ଲୋଇସିଂହା,୧୧।୪(ସୁଶାନ୍ତ ବାରିକ):ପାନୀୟ ଜଳ ଯୋଗାଣ ବ୍ୟାହତ ଯୋଗୁ ବଲାଙ୍ଗୀର ଜିଲା ଲୋଇସିଂହା ତହସିଲ ଅଧୀନ ଛେଲବାହାଲ ବାଲିଘାଟ ଲିଜ୍‌କୁ ରଦ୍ଦ କରିବାକୁ ଛେଲବାହାଲ ଗ୍ରାମବାସୀ ସ୍ଥାନୀୟ ବିଧାୟକ…

ପ୍ରେମିକ ସହ ମିଶି ସ୍ବାମୀଙ୍କୁ ହତ୍ୟାକଲେ ସ୍ତ୍ରୀ, ଏମିତି ରଚିଥିଲେ ଷଡ଼ଯନ୍ତ୍ର

ଭୋପାଳ,୧୧ା୪: ରୋମାଞ୍ଚକର କ୍ରାଇମ୍‌ ଥ୍ରିଲର ଭଳି ଲାଗୁଥିବା ଏକ ସତ୍ୟ ଘଟଣା ମଧ୍ୟପ୍ରଦେଶର ଧର୍‌ ଅଞ୍ଚଳରେ ସାମନାକୁ ଆସିଛି, ଯାହା ପଛରେ ପ୍ରତାରଣା, ଅପମାନ ଓ ସୁଚିନ୍ତିତ…

ଝିଅର ମୃତଦେହ ସହିତ ପ୍ରାୟ ପାଞ୍ଚ ମାସ ଧରି ରହୁଥିଲେ ବାପା: ହଠାତ୍‌ ଦିନେ ଘଟିଲା…

ଲକ୍ଷ୍ନୌ,୧୧।୪: ଉତ୍ତର ପ୍ରଦେଶର ମିରଟ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସଦର ପୋଲିସ ଷ୍ଟେଶନ ଅଞ୍ଚଳର ଜଣେ ବାପା ତାଙ୍କ…

୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି

ଭୁବନେଶ୍ୱର,୧୧।୪: ୨୦୨୭ ଜାନୁଆରୀ ୧୩ ଯାଏ ବଢ଼ିଲା ମହାନଦୀ ଟ୍ରିବ୍ୟୁନାଲ ଅବଧି। ଟ୍ରିବ୍ୟୁନାଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର। ଏନେଇ ଜଳ ସମ୍ପଦ ନଦୀ ବିକାଶ…

‘ଇରାନ କେବଳ ଆଲୋଚନା ପାଇଁ ବଞ୍ଚିଛି’, ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ ଟ୍ରମ୍ପଙ୍କ ଧମକ

ଓ୍ବାଶିଂଟନ୍‌,୧୧।୪: ପାକିସ୍ତାନରେ ଶାନ୍ତି ଆଲୋଚନା ପୂର୍ବରୁ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଇରାନକୁ ଧମକ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି , ଇରାନ କେବଳ ଆଲୋଚନା ପାଇଁ…

ବିସ୍ଫୋରକ ବ୍ୟାଟିଂ ପଛର ରାଜ୍‌ ଖୋଲିଲେ ବୈଭବ ସୂର୍ଯ୍ୟବଂଶୀ: କହୁ କହୁ କହିଦେଲେ…

ନୂଆଦିଲ୍ଲୀ,୧୧।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ୭୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ମାତ୍ର ୨୬ ବଲ ଖେଳି ସେ ୭ଟି ଛକା…

ବିମାନର ପ୍ରତ୍ୟେକ ସିଟ୍‌ରେ ଲାଗିଛି ପିଲାଙ୍କ ଫଟୋ ସହ ବ୍ୟାଗ-ଜୋତା, କାହିଁକି ଏମିତି କରି ପାକିସ୍ତାନରେ ପହଞ୍ଚିଲା ଇରାନ, ସବୁ ଦେଖିକି…

ନୂଆଦିଲ୍ଲୀ,୧୧।୪: ଇରାନ-ଆମେରିକା ଶାନ୍ତି ଆଲୋଚନା ପାଇଁ ଇସଲାମାବାଦ ପ୍ରସ୍ତୁତ। ଇରାନ ପ୍ରତିନିଧି ଦଳ ପାକିସ୍ତାନରେ ପହଞ୍ଚିଛନ୍ତି। ଆଜି ଶନିବାର ଦିନ ଇରାନ ଏବଂ ଆମେରିକା ଆଲୋଚନା ଟେବୁଲରେ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri