Posted inଖେଳ

କାନାଡା ମହିଳା ଫୁଟ୍‌ବଲରଙ୍କ କୀର୍ତ୍ତିମାନ

ଲସ୍‌ ଏଞ୍ଜେଲ୍ସ, ୩୧।୧ (ଏଏଫ୍‌ପି)- କାନାଡାର କ୍ରିଷ୍ଟିନେ ସିନ୍‌କ୍ଲେୟାର ଅନ୍ତର୍ଜାତୀୟ ଫୁଟ୍‌ବଲ (ଉଭୟ ମହିଳା ଓ ପୁରୁଷ)ରେ ସର୍ବାଧିକ ଗୋଲସ୍କୋର କରି ବିରଳ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏଠାରେ ଅନୁଷ୍ଠିତ ଅଲିମ୍ପିକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ କାନାଡା ୧୧-୦ ଗୋଲରେ ସେଣ୍ଟ କିଟ୍ସ ଓ ନେଭିସ୍‌ ଦଳକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ୨ଟି ଗୋଲ ଦେଇ କ୍ରିଷ୍ଟିନେ ରେକର୍ଡର ଅଧିକାରିଣୀ ହୋଇଛନ୍ତି। କାନାଡାର ୩୬ ବର୍ଷୀୟା ଏହି ଅଭିଜ୍ଞ ମହିଳା ଫୁଟ୍‌ବଲ ଖେଳାଳି କ୍ୟାରିୟରର ୧୮୫ତମ ଗୋଲସ୍କୋର କରି ଆମେରିକାର ଆବି ଓ୍ବାମ୍ବାଚଙ୍କୁ ପଛରେ ପକାଇଛନ୍ତି। ଅବସର ନେଇସାରିଥିବା ଆମେରିକୀୟ ମହିଳା ଫୁଟ୍‌ବଲ ଖେଳାଳି ଓ୍ବାମ୍ବାଚ୍‌ କ୍ୟାରିୟରରେ ୧୮୪ ଅନ୍ତର୍ଜାତୀୟ ଗୋଲ ଦେଇଥିଲେ। ମାତ୍ର ୧୬ ବର୍ଷ ବୟସରେ କାନାଡା ପକ୍ଷରୁ ଖେଳି କ୍ୟାରିୟର ଆରମ୍ଭ କରିଥିବା କ୍ରିଷ୍ଟିନେ ମହିଳା ଫୁଟ୍‌ବଲରେ ଜଣେ ନିୟମିତ ଗୋଲସ୍କୋରର। ଅଲିମ୍ପିକରେ ସେ ୧୧ଟି ଗୋଲ ଦେଇଛନ୍ତି। ସେହିଭଳି ୫ଟି ବିଶ୍ୱକପ୍‌ରେ ଗୋଲସ୍କୋର କରିଥିବା ବିଶ୍ୱର ୨ ମହିଳା ଫୁଟ୍‌ବଲ ଖେଳାଳିଙ୍କ ମଧ୍ୟରୁ କ୍ରିଷ୍ଟିନେ ଅନ୍ୟତମ। ତାଙ୍କ ନାମରେ ୨ଟି ଅଲିମ୍ପିକ ବ୍ରୋଞ୍ଜ ପଦକ ମଧ୍ୟ ରହିଛି। ଫୁଟ୍‌ବଲରେ ଉଲ୍ଲେଖନୀୟ ଅବଦାନ ଲାଗି ୨୦୧୨ରେ ତାଙ୍କୁ ‘ଅର୍ଡର ଅଫ୍‌ କାନାଡା’ ସମ୍ମାନରେ ସମ୍ମାନିତ କରାଯାଇଥିଲା।
ଅନ୍ତର୍ଜାତୀୟ ପୁରୁଷ ଫୁଟ୍‌ବଲରେ ଇରାନର ଅଲି ଡେଇଙ୍କ ନାମରେ ବିଶ୍ୱରେ ସର୍ବାଧିକ ଗୋଲସ୍କୋର ରେକର୍ଡ ରହିଛି। ସେ ୧୪୯ ମ୍ୟାଚ୍‌ରେ ୧୦୯ ଗୋଲସ୍କୋର କରି ତାଲିକାର ସର୍ବାଗ୍ରେ ରହିଛନ୍ତି। ଏହି ତାଲିକାରେ କ୍ରିଷ୍ଟିଆନୋ ରୋନାଲ୍ଡୋ (୯୯ ଗୋଲ) ଦ୍ୱିତୀୟ ଏବଂ ଭାରତର ସୁନୀଲ ଛେତ୍ରୀ (୭୨) ୧୦ମ ସ୍ଥାନରେ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ଦଳ ପାଇଁ ଖୁସିଖବର

ନୂଆଦିଲ୍ଲୀ,୭।୫: ଭାରତୀୟ କ୍ରିକେଟ ଦଳର କିଛି ଖେଳାଳି ଟି-୨୦ ବିଶ୍ୱକପ ଘୋଷଣା ପରେ ଫ୍ଲପ ହୋଇଥିବାର ନଜର ଆସିଥିଲେ। କିନ୍ତୁ ବର୍ତ୍ତମାନ ଦଳ ପାଇଁ ଏକ...

ପ୍ଲେ ଅଫ୍‌ ଯାଇପାରିବ କି ମୁମ୍ବାଇ ଇଣ୍ଡିଆନ୍ସ: ଜାଣନ୍ତୁ କ’ଣ କହୁଛି ସମୀକରଣ

ମୁମ୍ବାଇ,୭।୫: ମୁମ୍ବାଇ ଇଣ୍ଡିଆନ୍ସ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଆଇପିଏଲ ୨୦୨୪ର ଚତୁର୍ଥ ବିଜୟ ପଞ୍ଜିକରଣ କରିଛି। ସିଜିନର ୫୫ତମ ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକ ମୁମ୍ବାଇ...

ଟି-୨୦ ବିଶ୍ୱକପ୍‌ ପାଇଁ ଲଞ୍ଚ୍‌ ହେଲା ଟିମ୍‌ ଇଣ୍ଡିଆର ଜର୍ସି: ଏହି ଲୁକ୍‌ରେ ନଜର ଆସିବେ ଖେଳାଳି

ନୂଆଦିଲ୍ଲୀ,୭।୫: ଟି-୨୦ ବିଶ୍ୱକପକୁ ମାତ୍ର କିଛି ସପ୍ତାହ ବାକି ଅଛି ଏବଂ କିଛି ଘଣ୍ଟା ପୂର୍ବରୁ ଭାରତୀୟ ଦଳର ଜର୍ସି ଲଞ୍ଚ୍‌ ହୋଇଛି॥ ଭାରତୀୟ ଦଳର...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ କି ଟିମ୍‌ ଇଣ୍ଡିଆ? ବିସିସିଆଇ ନେଲା ଗୁରୁତ୍ୱପୂର୍ଣ୍ଣ ସୂଚନା

ନୂଆଦିଲ୍ଲୀ,୭।୫: ଆସନ୍ତା ବର୍ଷ ପାକିସ୍ତାନରେ ଚାମ୍ପିଅନ୍ସ ଟ୍ରଫି ଅନୁଷ୍ଠିତ ହେବ ଏବଂ ଏହି ଟୁର୍ନାମେଣ୍ଟ ପାଇଁ ଭାରତୀୟ ଦଳ ପାକିସ୍ତାନ ଯିବା ଉପରେ ସନ୍ଦେହ ରହିଛି।...

ଜୁନିୟର ମହିଳା ହକି ଦଳରେ ଓଡ଼ିଶାର ୪

ନୂଆଦିଲ୍ଲୀ,୭ା୫ (ପି.ଟି.): ମେ ୨୧ରୁ ୨୯ ପର୍ଯ୍ୟନ୍ତ ୟୁରୋପ ଟୁର୍‌ ପାଇଁ ହକି ଇଣ୍ଡିଆ ସୋମବାର ୨୨ଜଣିଆ ଭାରତୀୟ ମହିଳା ଦଳ ଘୋଷଣା କରିଛି। ଏଥିରେ...

ଧର୍ମଶାଳାରେ ଭାରତର ପ୍ରଥମ ହାଇବ୍ରିଡ ପିଚ୍‌

ଧର୍ମଶାଳା,୭।୫(ପି.ଟି.): ଭାରତର ସର୍ବପ୍ରଥମ ହାଇବ୍ରିଡ ପିଚ୍‌ ଧର୍ମଶାଳା କ୍ରିକେଟ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏଚ୍‌ପିସିଏ) ପକ୍ଷରୁ ସୋମବାର ଏହି କାର୍ଯ୍ୟକ୍ରମ...

କ୍ୱାର୍ଟର ଫାଇନାଲରେ ସହିଦ ସ୍ପୋର୍ଟିଂ

ଭୁବନେଶ୍ୱର, ୭।୫ (ତପନ ସ୍ବାଇଁ): ପାରାମାଉଣ୍ଟ ସ୍ପୋର୍ଟିଂ ଆନୁକୂଲ୍ୟରେ ଏହାର ପଡ଼ିଆରେ ଚାଲିଥିବା ୬ଷ୍ଠ ଅରବିନ୍ଦ ସ୍ମାରକୀ ୧୬ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟର...

ନୋରିସଙ୍କୁ ପ୍ରଥମ ଫର୍ମୁଲା ଓ୍ବାନ ସଫଳତା

ମାୟାମି ଗାର୍ଡେନ୍ସ, ୭ା୫: ବିଶ୍ୱ ଚାମ୍ପିୟନ ତଥା ରେଡ୍‌ବୁଲର ମାକ୍ସ ଭର୍ଷ୍ଟାପେନ୍‌ଙ୍କୁ ୭ ସେକେଣ୍ଡ ପଛରେ ପକାଇ ଲାଣ୍ଡୋ ନୋରିସ ଏଠାରେ ମାୟାମି ଗ୍ରଁା ପ୍ରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri