କାନପୁର କେନାଲର ମାଟି ଉଠାଣ: ତହସିଲରେ ଅଭିଯୋଗ

ଝୁମ୍ପୁରା, ୨୪।୬(ଡି.ଏନ.ଏ.)-କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର କେନାଲ ନିର୍ମାଣରେ ମାଟି ଉଠାଣକୁ ନେଇ ବିବାଦ ଦେଖାଦେବା ପରେ ତହସିଲରେ ଅଭିଯୋଗ ହେବା ସହିତ ପଳାଶପଙ୍ଗା ବିଟହାଉସରେ ଏତଲା ହୋଇଛି। ସୂଚନା ଯୋଗ୍ୟ ସଦର ବ୍ଲକ ଅନ୍ତର୍ଗତ କଣ୍ଡରାପଶି ପଞ୍ଚାୟତରେ କାନପୁର ବୃହତ୍ତ ଜଳ ସେଚନ ପ୍ରକଳ୍ପର କେନାଲ ନିର୍ମାଣ ଚାଲିଛି। କେନାଲ ଖୋଳା କାମ ଚାଲିଥିବା ବେଳେ, ସ୍ଥାନେ ସ୍ଥାନେ କଲର୍ଭଟ ଓ କେନାଲ ପୋଲ ନିର୍ମାଣରେ ଫିଲିଙ୍ଗ ପାଇଁ ପ୍ରଚୁର ପରିମାଣ ମାଟିର ଆବଶ୍ୟକତା ପଡୁଛି। କେନାଲ କାମର ଟେଣ୍ଡର ନେଇଥିବା ଠିକାଦାର ସରକାରୀ ଜମିରୁ ମାଟି ଉଠାଉ ଥିଲେ ହେଁ, ମେଶିନ ଲଗାଇ ବଡ ବଡ ଗାଢ କରୁଥିବାରୁ ସରକାରୀ ଜମି ପାଖକୁ ଲାଗି ରହିଥିବା ଚାଷୀଙ୍କର ପଟ୍ଟାଭୂକ୍ତ ଜମି କ୍ଷତିଗ୍ରସ୍ତ ହେଉଛି । ବଡ ବଡ ଗାଢ ହେବା ଦ୍ୱାରା ଚାଷୀଙ୍କ ଜମି ହୁଡା ଧସି ପଡୁଛି। ନିୟମ ଅନୁଯାୟୀ ମାଟି ଉଠାଣରେ ପରିବେଶ ସହିତ ଚାଷୀଙ୍କର କିଛି କ୍ଷତି ହେବନାହିଁ ବୋଲି ରାଜସ୍ବ କାର୍ଯ୍ୟାଳୟର ଏଗ୍ରିମେଣ୍ଟରେ ଲେଖା ଯାଇଥାଏ। ଏ ନେଇ କଣ୍ଡରାପଶି ଗ୍ରାମର ଚାଷୀ ଟଙ୍କଧର ନାଏକଙ୍କ ପରିବାର ସଦର ତହସିଲରେ ଅଭିଯୋଗ କରିବା ସହିତ ପଳାଶପଙ୍ଗା ପୋଲିସ ବିଟ ହାଉସରେ ଅଭିଯୋଗ କରିଛନ୍ତି। ଏହା ଭିତରେ ୧୫ଦିନ ବିତିଯାଇଥିଲେ ହେଁ ପଦକ୍ଷେପ ନିଆଯାଉ ନାହିଁ। ଏନେଇ କେନ୍ଦୁଝର ସଦର ତହସିଲଦାର ପ୍ରକାଶ ଚନ୍ଦ୍ର ବେହେରାଙ୍କ ସହିତ ଯୋଗାଯୋଗ ହୋଇ ପାରି ନାହିଁ। ପୋଲିସ ବିଟହାଉସ ଅଧିକାରୀ ଶ୍ରୀକାନ୍ତ ପରିଡା କହିଛନ୍ତି ଯେ, ସମ୍ପୃକ୍ତ ଠିକାଦାରଙ୍କୁ ଏବଂ ଚାଷୀଙ୍କୁ ଡକାଇ ସମାଧାନ କରାଯିବ। ସେହିପରି କାନପୁର ପ୍ରକଳ୍ପର ସହକାରୀ ଯନ୍ତ୍ରୀ କନ୍ଦର୍ପ ବେହେରାଙ୍କୁ ପଚାରିବାରୁ କଣ ହୋଇଛି ବୁଝୁଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ମୁହୂର୍ତ୍ତରେ ଶେଷ ହୋଇଯିବ ଆମେରିକା-ଇରାନ ଯୁଦ୍ଧ ’: ଯୁଦ୍ଧର ମୁକାବିଲା ପାଇଁ ଜେଫ୍ରିସ ପ୍ରକାଶ କଲେ ମେଗା ଯୋଜନା!

ତେହରାନ,୨୨।୫: ମଧ୍ୟପ୍ରାଚ୍ୟରେ ଆମେରିକା-ଇରାନ ବିବାଦ, ହର୍ମୁଜ ପ୍ରଣାଳୀ ଚାରିପାଖରେ ଥିବା ଅସ୍ଥିରତା ସହିତ, ସମଗ୍ର ବିଶ୍ୱକୁ ପ୍ରଭାବିତ କରିଛି। ଅଶୋଧିତ ତୈଳ ମୂଲ୍ୟ ଦ୍ରୁତ ଗତିରେ ବୃଦ୍ଧି…

ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ଶୁଭେନ୍ଦୁ ସରକାର

କୋଲକାତା,୨୨।୫: ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱାଧୀନ ସରକାର ପଶ୍ଚିମବଙ୍ଗର ମହିଳାମାନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଉପହାର ଦେଇଛନ୍ତି: ମାଗଣା ବସ ଯାତ୍ରା। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଭାଜପା…

ଟ୍ବିଶା ମାମଲାରେ ହାଇକୋର୍ଟଙ୍କ ପ୍ରମୁଖ ରାୟ: ପୁଣିଥରେ ପୋଷ୍ଟମର୍ଟମ କରିବେ AIIMS ଦିଲ୍ଲୀ ଟିମ୍‌

ଜବଲପୁର,୨୨।୫: ଭୋପାଳରେ ହୋଇଥିବା ବହୁଚର୍ଚ୍ଚିତ ଟ୍ବିଶା ମୃତ୍ୟୁ ମାମଲା ସମ୍ପର୍କରେ ହାଇକୋର୍ଟଙ୍କ ଶୁଣାଣି ସମୟରେ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଶୁଣାଣି ସମୟରେ, ସମର୍ଥ ସିଂହଙ୍କ ପ୍ରତିନିଧିତ୍ୱ କରୁଥିବା…

Asian Gamesରୁ ବାଦ ପଡ଼ିଲେ ଭିନେଶ ଫୋଗଟ: WFIକୁ ହାଇକୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ,୨୨।୫: ଶୁକ୍ରବାର (୨୨ ମଇ) ଦିଲ୍ଲୀ ହାଇକୋର୍ଟ ରେସଲର ଭିନେଶ ଫୋଗଟଙ୍କୁ ବଡ଼ ଆଶ୍ୱସ୍ତି ପ୍ରଦାନ କରି କେନ୍ଦ୍ର ସରକାରଙ୍କୁ ତାଙ୍କ ମାମଲା ଯାଞ୍ଚ ଏବଂ ମୂଲ୍ୟାଙ୍କନ…

୭୫ ଲକ୍ଷ ଟଙ୍କା ଠକେଇ ମାମଲା: ଲ୍ୟାମ୍ପ ଏମଡି ଗିରଫ

ଗୁଣପୁର,୨୨/୫(ସୁଜାତା ପାଢ଼ୀ):ସମବାୟ ଅନୁଷ୍ଠାନରେ ଆର୍ଥିକ ଅନିୟମିତତା ବିରୋଧରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ସୱରୂପ ଓଡ଼ିଶା ଭିଜିଲାନ୍ସ ଶୁକ୍ରବାର ରାୟଗଡ଼ା ଜିଲାର କେ.ସିଂହପୁର ବୃହତ୍‌ ଅଞ୍ଚଳ ବହୁମୁଖୀ ସମବାୟ…

ଚୁଆକୁ ପାଣି ପିଇବାକୁ ଆସିଲା କୁଟ୍ରା, ଘେରିଗଲେ କୁକୁର: ଆଉ ତା’ପରେ ଘଟିଲା..

ରାଇକିଆ,୨୨।୫-(ପ୍ରଦୀପ ବେହେରା): ଜଙ୍ଗଲରୁ ପାଣି ସନ୍ଧାନରେ ଗାଁ ନିକଟକୁ ଚାଲିଆସିଥିବା ଏକ କୁଟ୍ରାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଛି ରାଇକିଆ ବନବିଭାଗ। ପାଟଳୀ ସାହି ନିକଟ ଏକ…

ପ୍ରଧାନମନ୍ତ୍ରୀଙ୍କୁ ଝାଲମୁଢି ଖୁଆଇଥିବା ବ୍ୟକ୍ତିଙ୍କୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ, ଜାଣନ୍ତୁ କିଏ ଦେଇଛନ୍ତି ଏମିତି ଧମକ

ନୂଆଦିଲ୍ଲୀ,୨୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ଝାରଗ୍ରାମ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଦୋକାନରେ ଝାଲମୁଢି ଖାଇବା ପାଇଁ ଅଟକିଥିଲେ, ଏକ ଭିଡିଓରେ କଏଦ…

କେତେ ପଢିଛନ୍ତି ଶାହରୁଖ ଖାନଙ୍କ ଝିଅ: ବାପାଙ୍କ ସହ କରିବେ ଧମାଲ୍‌

ଯେତେବେଳେ ଷ୍ଟାର କିଡ୍ସଙ୍କ ପ୍ରସଙ୍ଗ ଉଠାଯାଏ, ପ୍ରଥମେ ଶାହରୁଖ ଖାନଙ୍କ ଝିଅ ସୁହାନାଙ୍କ ନାଁ ଆଗରେ ଆସେ। ସୁହାନା ତାଙ୍କର ଚମତ୍କାର ଲୁକ ପାଇଁ ପ୍ରାୟତଃ ସୋସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri