କାଣୀ ନଦୀରେ ବନ୍ୟା

ଯାଜପୁର ଅଫିସ,୨୩ା୮:ବୈତରଣୀ ନଦୀର ଆଖୁଆପଦାଠାରେ ବନ୍ୟା ଜଳ ସାମାନ୍ୟ ହ୍ରାସ ପାଇଥିଲେ ସୁଦ୍ଧା ଏହାର ତଳମୁଣ୍ଡରେ ଥିବା କାଣୀ ନଦୀରେ ବିପତ୍ାତ ଦେଖାଦେଇଛି। ସୋମବାର ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବିପଦସଙ୍କେତ ୧୭.୮୩ ମିଟର ସ୍ଥଳେ ୧୭.୮୧ ମିଟର ରହିଛି। କାଣୀ ନଦୀର ବ୍ରହ୍ମଚାରୀପାଟଣାରେ ଗତ ୧୫ ତାରିଖରେ ସୃଷ୍ଟି ହୋଇଥିବା ଘାଇ ମରାମତି ପରେ ବି ଭାଙ୍ଗି ଯିବାରୁ ଯାଜପୁର ଜିଲା ଦଶରଥପୁର ବ୍ଲକର ୧୩ରୁ ଉର୍ଦ୍ଧ୍ୱ ପଞ୍ଚାୟତର ବାସିନ୍ଦା ପାଣିଘେରରେ ରହିଛନ୍ତି। କସପା ପଞ୍ଚାୟତର ବ୍ରହ୍ମଚାରୀପାଟଣା, ପଛପଡ଼ା, ନୂଆଶାସନ, ପଲ୍ଲାସାହୀ, କମାଳପୁର ଆଦି ଗ୍ରାମରେ ବନ୍ୟାଜଳ ପଶି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏହି ପଞ୍ଚାୟତରେ ଥିବା କମାଳପୁର ନେହେରୁ ହାଇସ୍କୁଲ, ପଲ୍ଲାସାହି ପଞ୍ଚାନନ ହାଇସ୍କୁଲ, ବ୍ରହ୍ମଚାରୀପାଟଣା ନୋଡାଲ ସ୍କୁଲ, ପଞ୍ଚପଡ଼ା ପ୍ରାଥମିକ ବିଦ୍ୟାଳୟ, ନୂଆଶାସନ ବିଦ୍ୟାଳୟ ପ୍ରମୁଖରେ ବନ୍ୟାଜଳ ପ୍ରବେଶ କରିବା ଯୋଗୁ ଶିକ୍ଷାଦାନ ବନ୍ଦ ରହିଛି। ଏହାସହ ବନ୍ୟା ଦୁର୍ଗତମାନେ ଆଶ୍ରୟ ନ ପାଇ ରାସ୍ତା ଉପରେ ବସା ବାନ୍ଧିଛନ୍ତି। ସେହିପରି ଦୁଦୁରାଅଣ୍ଟା ପଞ୍ଚାୟତର ଦୁଦୁରାଅଣ୍ଟା ଓ ନରଣଗୋଚ୍ଛା ଗ୍ରାମର ୧୬ଟି ୱାର୍ଡରେ ବ୍ୟାପକ କ୍ଷତି ଘଟିଛି। ବ୍ଲକ ପ୍ରଶାସନ ତରଫରୁ କସପା ପଞ୍ଚାୟତର ୧୦ଟି ୱାର୍ଡର ୪୬୦୦ ଜନସାଧାରଣଙ୍କୁ ୨ ଦିନର ରନ୍ଧାଖାଦ୍ୟ ଓ ଦୁଦୁରାଅଣ୍ଟା ପଞ୍ଚାୟତର ୩ଟି ୱାର୍ଡର ୧୦୦୦ ଜନସାଧାରଣଙ୍କୁ ୧ ଦିନ ପାଇଁ ରନ୍ଧାଖାଦ୍ୟ ବ୍ୟବସ୍ଥା କରାଯାଇଛି। ମାତ୍ର ଆବଶ୍ୟକ ପରିମାଣର ଗୋଖାଦ୍ୟ ପ୍ରଦାନ କରାଯାଇ ନଥିବାରୁ ଗତ ୮ ଦିନଧରି ଗୃହପାଳିତ ପ୍ରାଣୀମାନେ ଅର୍ଦ୍ଧାହାରରେ ରହୁଛନ୍ତି ବୋଲି ଗୋଲଖ ସାମଲ, ପ୍ରଶାନ୍ତ ନାୟକ, ପ୍ରଦୀପ ନାୟକ ପ୍ରମୁଖ ବନ୍ୟା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।
କାଣୀ ନଦୀର ବନ୍ୟା ଦ୍ୱାରା ମଲ୍ଲିକାପୁର, ଶୁଶୁଆ, ନିଜାମପୁର, ଦତ୍ତପୁର, କୟାଁ, କମାରଡିହ, ଖାନନଗର, ଜାଫରପୁର ଓ ବିରିପଟା ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି। ପ୍ରଶାସନ ତରଫରୁ ୧୩ ପଞ୍ଚାୟତର ୧୩ ହଜାର ଜନସାଧାରଣ ପ୍ରଭାବିତ ହୋଇଥିବାର କୁହାଯାଉଥିବାବେଳେ ବାସ୍ତବରେ ଏହା ୨୦ ହଜାରରୁ ଊର୍ଦ୍ଧ୍ୱ ହେବ। ଆସନ୍ନ ବିପଦକୁ ଦୃଷ୍ଟିରେ ରଖି ପ୍ରସାସନ ତରଫରୁ ୨ ଏନଡିଆର୍‌ଏଫ୍‌ ଟିମ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?