Posted inଜାତୀୟ

କଶ୍ମୀର ଫାଇଲ୍ସ ‘ପ୍ରଚାରଧର୍ମୀ, ଅଶ୍ଳୀଳ’

ପଣଜୀ/ନୂଆଦିଲ୍ଲୀ,୩୦ା୧୧: ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ)ର ଅନ୍ତର୍ଜାତୀୟ ପ୍ରତିଯୋଗିତା ବର୍ଗରେ ସାମିଲ ହୋଇଥିବା ୧୫ ଚଳଚ୍ଚିତ୍ର ମଧ୍ୟରୁ ବିବାଦୀୟ ‘ଦି କଶ୍ମୀର ଫାଇଲ୍ସ’କୁ ଏକ ପ୍ରଚାରଧର୍ମୀ, ଅଶ୍ଳୀଳ ସିନେମା ବୋଲି ବିବେଚିତ କରାଯାଇଛି। ୫ ଜଣିଆ ଜୁରି ଏହି ଚଳଚ୍ଚିତ୍ରକୁ ଦେଖିବା ପରେ ବିବ୍ରତ ହୋଇପଡ଼ିଥିଲେ। ସେମାନଙ୍କ ଭାବନାକୁ ବ୍ୟକ୍ତ କରିଛନ୍ତି ମୁଖ୍ୟ ଜୁରି ତଥା ଇସ୍ରାଏଲୀ ପ୍ରଯୋଜକ ନଦାଭ ଲାପିଡ୍‌। ଲାପିଡ୍‌ଙ୍କ ମତରେ ଏହି ଫିଲ୍ମ ଏଭଳି ଏକ ପ୍ରତିଷ୍ଠିତ ଫିଲ୍ମ ମହୋତ୍ସବର କଳାମତ୍କ ବର୍ଗରେ ସାମିଲ ହେବା ପାଇଁ ଉପଯୁକ୍ତ ନୁହେଁ। ଲାପିଡ୍‌ଙ୍କ ଏହି ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହୋଇଛି।
ସର୍ବୋତ୍ତମ ସିନେମାଗୁଡ଼ିକୁ ଏକ ପ୍ଲାଟ୍‌ଫର୍ମ ଯୋଗାଇ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଡାଇରେକ୍ଟୋରେଟ୍‌ ଅଫ୍‌ ଫିଲ୍ମ ଫେଷ୍ଟିଭାଲ୍ସ ଇନ୍‌ ଏସିଆ ପକ୍ଷରୁ ପ୍ରତିବର୍ଷ ଭାରତର ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଆଇ) ଆୟୋଜିତ ହୋଇଥାଏ। ନଭେମ୍ବର ୨୦ରେ ଗୋଆ ରାଜଧାନୀ ପଣଜୀରେ ୫୩ତମ ଚଳଚ୍ଚିତ୍ର ମହୋତ୍ସବକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଉଦ୍‌ଘାଟନ କରିଥିଲେ। ଏହା ଗତ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ଆଇଏଫ୍‌ଏଫ୍‌ଆଇ ଅନ୍ତର୍ଜାତୀୟ ପ୍ରତିଯୋଗିତାର ବିଚାରକ ମଣ୍ଡଳୀରେ ଇସ୍ରାଏଲୀ ପ୍ରଯୋଜକ ନଦାଭ ଲାପିଡ୍‌ ଜୁରି ଅଧ୍ୟକ୍ଷ ଥିବାବେଳେ ସଦସ୍ୟ ଭାବେ ଆମେରିକୀୟ ପ୍ରଯୋଜକ ଜିଙ୍କୋ ଗୋଟୋହ, ସ୍ପାନିଶ୍‌ ଡକ୍ୟୁମେଣ୍ଟାରି ଫିଲ୍ମ ମେକର ଜାଭିଅର ଅଙ୍ଗୁଲୋ ବର୍ଟୁରେନ, ଫରାସୀ ଏଡିଟର ପାସ୍କାଲେ ଚଭାନ୍ସ ଏବଂ ଭାରତୀୟ ନିର୍ଦ୍ଦେଶକ ସୁଦୀପ୍ତୋ ସେନ ରହିଥିଲେ। ଉତ୍ସବ ଉଦ୍‌ଯାପନ ଅବସରରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଓ ଅନ୍ୟ ଅତିଥିମାନଙ୍କ ଉପସ୍ଥିତିରେ ଲାପିଡ୍‌ କହିଥିଲେ, ସାଧାରଣତଃ ମୁଁ କୌଣସି ଲେଖା ପଢ଼ି କହି ନ ଥାଏ। କିନ୍ତୁ ଆଜି ସମ୍ପୂର୍ଣ୍ଣ ସଂକ୍ଷିପ୍ତ ଓ ସ୍ପଷ୍ଟ ଭାବେ ନିଜ ବକ୍ତବ୍ୟ ରଖିବାକୁ ଚାହେଁ। ଫେଷ୍ଟିଭାଲର ନିର୍ଦ୍ଦେଶକ ଓ ପ୍ରୋଗ୍ରାମିଂ ମୁଖ୍ୟଙ୍କୁ ଏହାର ସିନେମାଟିକ୍‌ (ଚଳଚ୍ଚିତ୍ର ସମ୍ବନ୍ଧୀୟ) ସମୃଦ୍ଧି ଓ ବିବିଧତା ପାଇଁ ଧନ୍ୟବାଦ ଜଣାଉଛି। ଇଣ୍ଟରନ୍ୟାଶନାଲ କମ୍ପିଟିଶନରେ ୧୫ ଫିଲ୍ମ ରହିଥିଲା। ସେଥିରୁ ୧୪ଟି ଫିଲ୍ମର ସିନେମାଟିକ୍‌ ଗୁଣବତ୍ତା ରହିଛି। ଏହି ଫିଲ୍ମଗୁଡ଼ିକ ଏକ ମହତ୍ତ୍ୱପୂର୍ଣ୍ଣ ବିତର୍କ ସୃଷ୍ଟି କରିଛନ୍ତି, ଯାହାକି କଳା ଓ ଜୀବନ ପାଇଁ ଅପରିହାର୍ଯ୍ୟ। କିନ୍ତୁ କଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ଆମେ ସମସ୍ତେ ବିଚଳିତ ଓ ବିସ୍ମିତ। ଆମେ ଏହାକୁ ଏକ ପ୍ରୋପାଗଣ୍ଡା (ପ୍ରଚାର ଅଭିଯାନ) ଅଶ୍ଳୀଳ ଚଳଚ୍ଚିତ୍ର ମନେକରୁଛୁ, ଯାହାକି ଏହି ମର୍ଯ୍ୟାଦାଜନକ ଫିଲ୍ମ ଫେଷ୍ଟିଭାଲର ଏକ କଳାମତ୍କ ପ୍ରତିଯୋଗିତା ବର୍ଗ ପାଇଁ ଅନୁପଯୁକ୍ତ। ଏହି ଭାବନାକୁ ମଞ୍ଚରେ ଉପସ୍ଥିତ ଥିବା ଅତିଥିମାନଙ୍କ ସହ ଶେୟାର କରିବାରେ ମୁଁ କୌଣସି ଦ୍ୱିଧା ଅନୁଭବ କରୁନାହିଁ ବୋଲି ଲାପିଡ୍‌ କହିଥିଲେ।
ବିବେକ ଅଗ୍ନିହୋତ୍ରୀଙ୍କ ଦ୍ୱାରା ନିର୍ଦ୍ଦେଶିତ ତଥା ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ ଓ ପଲ୍ଲବୀ ଜୋଷୀଙ୍କ ଅଭିନୀତ କଶ୍ମୀର ଫାଇଲ୍ସକୁ ଗତ ସପ୍ତାହରେ ‘ପାନୋରାମା’ ବର୍ଗରେ ପ୍ରଦର୍ଶନ କରାଯାଇଥିଲା। ୧୯୯୦ ଦଶକରେ କଶ୍ମୀରୀ ପଣ୍ଡିତମାନଙ୍କ ଗଣପଳାୟନ ଓ ସେମାନଙ୍କୁ ଟାର୍ଗେଟ କିଲିଂ କରାଯିବା ପୃଷ୍ଠଭୂମି ଉପରେ ଫିଲ୍ମ ଗତିଶୀଳ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କ ସମେତ ଭାଜପା ନେତାମାନେ କଶ୍ମୀର ଫାଇଲ୍ସକୁ ଉଚ୍ଚ ପ୍ରଶଂସା କରିଥିଲେ। ଏପରି କି କେତେକ ଭାଜପା ଶାସିତ ରାଜ୍ୟରେ ଫିଲ୍ମକୁ ଟିକସମୁକ୍ତ କରାଯାଇଥିଲା। ଏହା ଚଳିତବର୍ଷ ମୁକ୍ତିଲାଭ କରିଥିବା ହିନ୍ଦୀ ଫିଲ୍ମଗୁଡ଼ିକ ମଧ୍ୟରେ ସର୍ବାଧିକ ଆୟକାରୀ ସିନେମା ଥିଲା। ଗତ ମେ’ରେ ସିଙ୍ଗାପୁର କଶ୍ମୀର ଫାଇଲ୍ସକୁ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତା ସୃଷ୍ଟିକାରୀ ଦର୍ଶାଇ ଏହା ଉପରେ ନିଷେଧାଦେଶ ଜାରି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପ୍ରସିଦ୍ଧ କ୍ରିକେଟର୍‌ଙ୍କ ପରଲୋକ: କ୍ରିକେଟ୍‌ ଜଗତରେ ଖେଳିଗଲା ଶୋକର ଛାୟା

ଲଣ୍ଡନ,୨୯।୧୨: ଇଂଲଣ୍ଡ କ୍ରିକେଟକୁ ଏକ ବଡ଼ ଝଟକା ଲାଗିଛି। ପୂର୍ବତନ ଇଂଲଣ୍ଡ କ୍ରିକେଟର ଏବଂ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB)ର ପୂର୍ବତନ ସିଇଓ...

ରାତି ଅନିଦ୍ରା ହୋଇ ୪ ଚୋରଙ୍କୁ ଧରିଲେ ଗ୍ରାମବାସୀ, ଆଉ ତା’ ପରେ…

ଜଗନ୍ନାଥପ୍ରସାଦ,୨୯ା୧୨: ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଅଳସୁ ଗ୍ରାମରେ ୪ ଜଣଙ୍କୁ ଚୋର ଭାବି ଗାଁ ଲୋକେ ଧରି ପୋଲିସ ଜିମା ଦେଇଛନ୍ତି। ୪...

ବଡ଼ ଟ୍ରେନ ଦୁର୍ଘଟଣା: ୧୩ ମୃତ୍ୟୁ, ଟ୍ରେନ୍‌ରେ ଥିଲେ ୨୪୧ ଯାତ୍ରୀ

ମେକ୍ସିକୋ,୨୯।୧୨: ମେକ୍ସିକୋରେ ଏକ ବଡ଼ ଟ୍ରେନ ଦୁର୍ଘଟଣା ଘଟିଛି। ଦେଶର ଓଆକ୍ସାକା ରାଜ୍ୟରେ ଏକ ଅନ୍ତଃସାଗରୀୟ ଟ୍ରେନ ଲାଇନଚ୍ୟୁତ ହେବା ଫଳରେ ଅତି କମରେ ୧୩...

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri