କଳିଙ୍ଗା ଦୁର୍ଘଟଣା: ଦୋଷ ଲୁଚାଇବାକୁ ଉଦ୍ୟମ, ବିପଦରେ ପକାଇବ ତରବରିଆ ଘରବାହୁଡ଼ା ନିଶା

ଭୁବନେଶ୍ୱର,୪।୫(ବ୍ୟୁରୋ): କରୋନା(କୋଭିଡ୍‌-୧୯) ଲକ୍‌ଡାଉନ ଯୋଗୁ ଦୀର୍ଘ ଦେଢ଼ମାସ କାଳ ଅନ୍ୟ ରାଜ୍ୟରେ ଫସି ରହିଥିବା ଲୋକମାନେ ଏବେ ଘରମୁହାଁ ହୋଇଛନ୍ତି। ସେମାନଙ୍କର ଗୋଟିଏ ଚିନ୍ତା କେମିତି ଘରେ ପହଞ୍ଚତ୍ବେ। ତେବେ ଏହି ଘରବାହୁଡ଼ା ନିଶା ସମସ୍ତଙ୍କ ପାଇଁ ବିପଦ ହୋଇ ଛିଡ଼ା ହୋଇଛି। ସଡ଼କ ପଥ ବିଷୟରେ ଜ୍ଞାନ ନ ଥିବା ବସ୍‌କୁ ଧରି ଆସୁଥିବା ଲୋକମାନେ ଘରେ ପହଞ୍ଚତ୍ବା ପୂର୍ବରୁ ନିଜ ଜୀବନକୁ ବାଜି ଲଗାଇ ଦେଉଛନ୍ତି। ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଅବଧି ସରିବା ପରେ କେନ୍ଦ୍ର ସରକାର କଟକଣାକୁ କିଛି ମାତ୍ରାରେ କୋହଳ କରିଛନ୍ତି। ଅନ୍ୟ ରାଜ୍ୟରେ ରହିଥିବା ଲୋକଙ୍କୁ ନିଜ ରାଜ୍ୟକୁ ଫେରିବା ନିମନ୍ତେ କେନ୍ଦ୍ର ସରକାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଅର(ଏସ୍‌ଓପି) ଜାରି କରିଛନ୍ତି। ଲୋକମାନେ ସୁରକ୍ଷିତ ଭାବେ ଫେରିବେ ଏବଂ କୋଭିଡ୍‌-୧୯ ସଂକ୍ରମଣ ଯେପରି ନ ବ୍ୟାପିବ, ସେନେଇ ସମସ୍ତ ପ୍ରତିକାର ମୂଳକ ପଦକ୍ଷେପ ନେବାକୁ ରାଜ୍ୟଗୁଡିକୁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ବାହାର ରାଜ୍ୟ ଫେରନ୍ତାଙ୍କ ପାଇଁ ଏସ୍‌ଓପି ଜାରି କରିଛନ୍ତି। ତେବେ ଏସବୁ ଅନ୍ୟ ରାଜ୍ୟ ଫେରନ୍ତାଙ୍କ ପାଇଁ ସତେ ଯେମିତି ମୂଲ୍ୟହୀନ ହୋଇଯାଇଛି। କାମଧନ୍ଦା ଓ ଖାଇବା ପିଇବା ନ ପାଇ ଲୋକମାନେ ନିଜ ଆତ୍ମୀୟ ସ୍ବଜନଙ୍କ ନିକଟକୁ ଫେରିବାକୁ ବ୍ୟାକୁଳ ହେଉଛନ୍ତି। ଏପରିକି ଧାର ଉଧାର କରି ବସ୍‌ ଓ ଡଙ୍ଗା ଭଡ଼ା କରି ଅତି ବିପଜ୍ଜନକ ଅବସ୍ଥାରେ ଫେରୁଛନ୍ତି। ସେହିପରି ଗୁଜରାଟର ସୁରଟରୁ ଶ୍ରମିକମାନେ ନିଜ ଖର୍ଚ୍ଚରେ ବସ୍‌ ଭଡ଼ା କରି ଦୀର୍ଘ ବାଟ ଆସୁଛନ୍ତି। ଗୁଜରାଟରୁ ୭୦ଜଣଙ୍କୁ ନେଇ ଆସୁଥିବା ଏକ ବସ୍‌ ଶନିବାର ରାତିରେ ଗଞ୍ଜାମ ଜିଲାର କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେଲା। ନିଜଘରେ ପହଞ୍ଚତ୍ବା ପୂର୍ବରୁ ୨ଜଣଙ୍କ ଜୀବନ ଚାଲିଗଲା। ରବିବାର ପୂର୍ବାହ୍ନରେ କଳିଙ୍ଗାଘାଟିରେ ସୁରଟ ଫେରନ୍ତା ଆଉ ଏକ ବସ୍‌ ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨ଜଣ ଆହତ ହୋଇଛନ୍ତି। ଏପରିକି ଆଉଏକ ବସ୍‌ ସୁରଟରୁ ଗଞ୍ଜାମ ଆସୁଥିବାବେଳେ ନାଗପୁର-ଅମରାବତୀ ରାଜପଥରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା ଜଣାପଡ଼ିଛି। ଉକ୍ତ ବସ୍‌ରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ପ୍ରବାସୀ ଓଡ଼ିଆ ଏବଂ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଛନ୍ତି।
୨୪ଘଣ୍ଟା ମଧ୍ୟରେ ୩ଟି ଦୁର୍ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଘଟଣା ଘଟିବା ପୂର୍ବରୁ ବସ୍‌ଗୁଡ଼ିକ ସୁରକ୍ଷିତ ଭାବେ କିପରି ପହଞ୍ଚତ୍ବ ସେନେଇ ସରକାର ଆଦୌ ଧ୍ୟାନ ଦେଉ ନ ଥିବା ଅଭିଯୋଗ ହେଉଛି। ରାସ୍ତା ବିଷୟରେ ଅଜ୍ଞ ଥିବା ବାହାର ରାଜ୍ୟର ଡ୍ରାଇଭରଙ୍କୁ ମଧ୍ୟ ପରିବହନ ବିଭାଗ ପକ୍ଷରୁ କାୈଣସି ପ୍ରକାର ସହାୟତା କରାଯାଉ ନାହିଁ। ସେମାନେ କିପରି ସୁରକ୍ଷିତ ଭାବେ ପହଞ୍ଚତ୍ବେ ସେନେଇ ମଧ୍ୟ କାୈଣସି ବନ୍ଦୋବସ୍ତ କରାଗଲା ନାହିଁ, ଯାହା ଫଳରେ ଗୁଜରାଟଫେରନ୍ତାଙ୍କୁ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଛି। ଘଟଣା ଘଟିବା ପରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ବସ୍‌ ଡ୍ରାଇଭରଙ୍କୁ ପାଲଟା ଦୋଷ ଦେଇଛନ୍ତି। ରବିବାର ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ, ଗୁଜରାଟରୁ ଲୋକମାନଙ୍କୁ ଆଣିଆସୁଥିବା ବସ୍‌ ଡ୍ରାଇଭରଙ୍କ ଏଠାକାର ରାସ୍ତା ସମ୍ପର୍କରେ କୌଣସି ଧାରଣା ନାହିଁ। ବିଶେଷକରି ଦୀର୍ଘ ପଥ ଆସିବା ଏବଂ ଘାଟି ଉପରେ ଗାଡି ଚଳାଇବା ଅଭିଜ୍ଞତା ନ ଥିବାରୁ ଏଭଳି ଦୁର୍ଘଟଣା ଘଟୁଛି। ଏଣିକି ଆଉ ଗଞ୍ଜାମ-କନ୍ଧମାଳ ଜିଲାର କଳିଙ୍ଗା ଘାଟି ଦେଇ ବସ୍‌ ଯିବାକୁ ଅନୁମତି ଦିଆଯିବ ନାହିଁ। ନୟାଗଡ- ଦଶପଲ୍ଲା – ଭଞ୍ଜନଗର ଦେଇ ଘାଟି ନ ଥିବା ରାସ୍ତା ଦେଇ ବସ୍‌ ଯିବାକୁ ଅନୁମତି ଦିଆଯିବ। ରାଜ୍ୟ ସରକାର ସୁରକ୍ଷା ପାଇଁ ବାହାର ରାଜ୍ୟରୁ ଲୋକଙ୍କୁ ଟ୍ରେନ୍‌ରେ ଆଣିବାକୁ ଉଦ୍ୟମ କରୁଛନ୍ତି ବୋଲି ପରିବହନ ମନ୍ତ୍ରୀ ବେହେରା କହିଛନ୍ତି। ସେହିଭଳି କିଛି ଦିନ ପୂର୍ବରୁ ଚେନ୍ନାଇରୁ ଡଙ୍ଗାରେ ଫେରିଥିବା ଘଟଣାର ତଦନ୍ତ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ତେବେ ସଡ଼କ ଦୁର୍ଘଟଣା ହେଉ କିମ୍ବା ନଦୀରେ ଡଙ୍ଗାବୁଡ଼ି, ସବୁ କେବଳ ତଦନ୍ତରେ ସୀମିତ ହୋଇ ରହିଯାଉଥିବାରୁ ବିଭାଗର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri