କଳିଙ୍ଗ ସେନା ଓ ବଜରଙ୍ଗ ଦଳର ବିରୋଧ ପରେ ହୋଟେଲ ମାଲିକ ଛାନିଆ: ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଡିସିପିଙ୍କୁ ଦାବିପତ୍ର

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆ ବର୍ଷକୁ ଆଖି ଆଗର ରଖି ରାଜଧାନୀରେ ଥିବା ହୋଟେଲ,ପପ୍‌ ଏବଂ କ୍ଲବ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁମ୍ବାଇରୁ ଆଇଟମ୍‌ ଡ୍ୟାନ୍ସର ଏବଂ ଗୀତିକାର ମାନଙ୍କୁ ଚଢା ଦାମରେ ହୋଟେଲ ମାଲିକମାନେ ଏଠାକୁ ଆଣୁଛନ୍ତି। ହେଲେ ଅଶ୍ଲୀଳ ନୃତ୍ୟକୁ କଳିଙ୍ଗସେନା ଏବଂ ବଜରଙ୍ଗ ଦଳର ବିରୋଧ କରିବାକୁ କହିବା ପରେ ଏବେ ହୋଟେଲ ମାଲିକ ଛାନିଆ ହୋଇପଡିଛନ୍ତି। ଏଭଳି ବିରୋଧ ପରେ ସେମାନଙ୍କ କାର୍ଯ୍ୟକ୍ରମ କାଳେ ପାଣିଚିଆ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ତେଣୁ ଏନେଇ ହୋଟେଲରେ ସୁରକ୍ଷା ଯୋଗାଇ ଦେବା ପାଇଁ ଡିସିପିଙ୍କୁ ଜଣାଇଛି। ଅନ୍ୟପଟରେ ମଧ୍ୟ ହୋଟେଲରେ ଅଶ୍ଲୀଳ ନୃତ୍ୟକୁ ବନ୍ଦ ପାଇଁ କଳିଙ୍ଗସେନା ପକ୍ଷରୁ ଏକ ପ୍ରତିନିଧି ଡିସିପି ଅନୁପ ସାହୁଙ୍କୁ ଭେଟି ଶନିବାର ଏକ ଦାବୀପତ୍ର ଦେଇଛନ୍ତି। ଏହାପ୍ରତି ଡିସିପି ନଜର ଦେବା ପୋଲିସ ପ୍ରତିଶ୍ରୁତି ଦେଇଥିବା କଳିଙ୍ଗସେନା ପକ୍ଷରୁ କୁହାଯାଇଛି। ଏହାସହ ବଜରଙ୍ଗ ଦ ମଧ୍ୟ ଲୋକଙ୍କୁ ସଚେତନ କରିବା ସହ ନିମ୍‌ପ୍ଲେଟ୍‌ ବିଭନ୍ନ ସ୍ଥାନରେ ବାଣ୍ଟୁଛି।

ଅନ୍ୟପଟରେ ଏଭଳି ବିରୋଧକୁ ଦେଖି ଡିସିପି ହୋଟେଲ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବାକୁ ଯୋଜନା କରିଛନ୍ତି। ଏପରିକି ଯେଉଁ କ୍ଲବ୍‌ ଏବଂ ହୋଟେଲ ମାଲିକ ସୁରକ୍ଷାଯୋଗାଇ ଦେବା ପାଇଁ ଜଣାଇବେ ଉକ୍ତ ହୋଟେଳ ଆଗରେ ସୁରକ୍ଷାବଢାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଡିସିପି କହିଛନ୍ତି ଯେ, ନୂଆବର୍ଷ ସେଲିବ୍ରସେନ ପାଇଁ ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବ। ସେମାନେ ରାଜଧାନୀର ପ୍ରମୁଖ ଛକ ଏବଂ ଗଳିରେ ଜଗିବେ। କିଛି ଅଘଟଣ କିମ୍ଭା ଗଣ୍ଡଗୋଳ ହେଲେ ସେମାନେ ତୁରନ୍ତ ପଦେକ୍ଷପ ନେବେ। ଏହାସହ ରାତି ସାରା ପିସିଆର ଗଳି କନ୍ଦିରେ ପଇଁତରା ମାରିବ। ଏହାସହ ମଦୁଆମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଜିରୋନାଇଟ୍‌ ସେଲିବ୍ରେସନ୍‌ ସମୟରେ ଯେଉଁମାନେ ମଦ ପିଇ ଉପତ୍ାତ କରିବେ ସେମାନଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ବ୍ଲକିଂ ଓ ଚେକିଂକୁ କଡାକଡି କରାଯିବ। ସେଠାରେ ମଦୁଆ ଗାଡି ଚାଳକଙ୍କୁ ଧରାଯିବ। ଯେଉଁମାନେ ମଦ ପିଇ ଗାଡି ଚଲାଉଥିବେ ସେମାନଙ୍କୁ ଗିରଫ କରାଯିବ। ପୋଲିସ ଅଧିକ ଗୁରୁତ୍ୱ ଦେଉଛି ମ୍ୟୁଜିକ୍‌ ଅନୁମତି ନେବା ଉପରେ। ଯେଉଁମାନେ ବିନା ଲାଇସେନ୍ସରେ ଏଭଳି କାର୍ଯ୍ୟକ୍ରମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ମ୍ୟୁଜିକ୍‌ ଲାଇସେନ୍ସ ଆଉଟଡୋର ସେଲିବ୍ରେସନ ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକ୍‌ ବାଜି ପାରିବ, ଏହାଠୁ ଅଧିକ ସମୟ ନୁହେଁ। ଏହାସହ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ସାଧା ପୋଷାକଧାରି ପୋଲିସ ନଜର ରଖିବେ। ସେମାନ ହୋଟେଲ ଏବଂ ଅନ୍ୟ ସେଲିବ୍ରେସନ୍‌ ସ୍ଥାନରେ ପଇଁନ୍ତରା ମାରିବେ। ସେଭଳି କିଛି ଅଘଟଣ ଘଟେ ସେଥିପାଇଁ ପୁରା ପୋଲିସ ବିଭାଗ ପ୍ରସ୍ତୁତ ରହିଛି ବୋଲି ଡିସିପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରଦେଶ ଟ୍ରାଜେଡ଼ି: ୫ ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯।୯: ମଧ୍ୟପ୍ରଦେଶକୁ ବୁଲିବାକୁ ତଥା ଦେବଦର୍ଶନ ପାଇଁ ଯାଇଥିବା ଓଡ଼ିଶାର ଗୋଟିଏ ପରିବାରର ୭ ଜଣ ସଦସ୍ୟଙ୍କର ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଅକାଳ ମୃତ୍ୟୁ ଘଟଣାରେ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଏମିତି କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର, ୧୯/୯: ରାଜ୍ୟର କେତେକ ଅଞ୍ଚଳରେ ସ୍କ୍ରବ୍‌ ଟାଇଫସ୍‌କୁ ନେଇ ଚିନ୍ତା ପ୍ରକାଶ ପାଉଥିବା ବେଳେ ଲୋକଙ୍କୁ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡା.…

ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆ ମୃତ, ଦୁଃଖ ପ୍ରକାଶ କରି ନବୀନ କହିଲେ…

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶ ବୁଲିବାକୁ ଯାଇ ୭ ଓଡ଼ିଆଙ୍କ ମୃତ୍ୟୁ ଘଟିଥିବା ନେଇ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ନବୀନ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ସହକର୍ମୀଙ୍କୁ ବଳାତ୍କାର ଅଭିଯୋଗ: ପରିବହନ ବିଭାଗର ଅତିରିକ୍ତ ସଚିବ ଗିରଫ

ଭୁବନେଶ୍ୱର,୧୯ା୯(ତ୍ରିନାଥ ମହାନ୍ତି): ମହିଳା ସହକର୍ମୀଙ୍କୁ ବଳାତ୍କାର କରିବା ଏବଂ ହତ୍ୟା ଧମକ ଦେବା ଅଭିଯୋଗରେ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗର ଅତିରିକ୍ତ ସଚିବ ଅରୁଣ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?