କଳିଙ୍ଗ ସେନା ଓ ବଜରଙ୍ଗ ଦଳର ବିରୋଧ ପରେ ହୋଟେଲ ମାଲିକ ଛାନିଆ: ଅଶ୍ଲୀଳ ନୃତ୍ୟ ବନ୍ଦ ପାଇଁ ଡିସିପିଙ୍କୁ ଦାବିପତ୍ର

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆ ବର୍ଷକୁ ଆଖି ଆଗର ରଖି ରାଜଧାନୀରେ ଥିବା ହୋଟେଲ,ପପ୍‌ ଏବଂ କ୍ଲବ୍‌ରେ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମୁମ୍ବାଇରୁ ଆଇଟମ୍‌ ଡ୍ୟାନ୍ସର ଏବଂ ଗୀତିକାର ମାନଙ୍କୁ ଚଢା ଦାମରେ ହୋଟେଲ ମାଲିକମାନେ ଏଠାକୁ ଆଣୁଛନ୍ତି। ହେଲେ ଅଶ୍ଲୀଳ ନୃତ୍ୟକୁ କଳିଙ୍ଗସେନା ଏବଂ ବଜରଙ୍ଗ ଦଳର ବିରୋଧ କରିବାକୁ କହିବା ପରେ ଏବେ ହୋଟେଲ ମାଲିକ ଛାନିଆ ହୋଇପଡିଛନ୍ତି। ଏଭଳି ବିରୋଧ ପରେ ସେମାନଙ୍କ କାର୍ଯ୍ୟକ୍ରମ କାଳେ ପାଣିଚିଆ ହୋଇଯିବ ବୋଲି ସେମାନେ ଆଶଙ୍କା କରୁଛନ୍ତି। ତେଣୁ ଏନେଇ ହୋଟେଲରେ ସୁରକ୍ଷା ଯୋଗାଇ ଦେବା ପାଇଁ ଡିସିପିଙ୍କୁ ଜଣାଇଛି। ଅନ୍ୟପଟରେ ମଧ୍ୟ ହୋଟେଲରେ ଅଶ୍ଲୀଳ ନୃତ୍ୟକୁ ବନ୍ଦ ପାଇଁ କଳିଙ୍ଗସେନା ପକ୍ଷରୁ ଏକ ପ୍ରତିନିଧି ଡିସିପି ଅନୁପ ସାହୁଙ୍କୁ ଭେଟି ଶନିବାର ଏକ ଦାବୀପତ୍ର ଦେଇଛନ୍ତି। ଏହାପ୍ରତି ଡିସିପି ନଜର ଦେବା ପୋଲିସ ପ୍ରତିଶ୍ରୁତି ଦେଇଥିବା କଳିଙ୍ଗସେନା ପକ୍ଷରୁ କୁହାଯାଇଛି। ଏହାସହ ବଜରଙ୍ଗ ଦ ମଧ୍ୟ ଲୋକଙ୍କୁ ସଚେତନ କରିବା ସହ ନିମ୍‌ପ୍ଲେଟ୍‌ ବିଭନ୍ନ ସ୍ଥାନରେ ବାଣ୍ଟୁଛି।

ଅନ୍ୟପଟରେ ଏଭଳି ବିରୋଧକୁ ଦେଖି ଡିସିପି ହୋଟେଲ ଆଗରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବାକୁ ଯୋଜନା କରିଛନ୍ତି। ଏପରିକି ଯେଉଁ କ୍ଲବ୍‌ ଏବଂ ହୋଟେଲ ମାଲିକ ସୁରକ୍ଷାଯୋଗାଇ ଦେବା ପାଇଁ ଜଣାଇବେ ଉକ୍ତ ହୋଟେଳ ଆଗରେ ସୁରକ୍ଷାବଢାଯିବ ବୋଲି ଡିସିପି ଅନୁପ ସାହୁ କହିଛନ୍ତି। ଏନେଇ ଗଣମାଧ୍ୟମକୁ ସୂଚନା ଦେଇ ଡିସିପି କହିଛନ୍ତି ଯେ, ନୂଆବର୍ଷ ସେଲିବ୍ରସେନ ପାଇଁ ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବ। ସେମାନେ ରାଜଧାନୀର ପ୍ରମୁଖ ଛକ ଏବଂ ଗଳିରେ ଜଗିବେ। କିଛି ଅଘଟଣ କିମ୍ଭା ଗଣ୍ଡଗୋଳ ହେଲେ ସେମାନେ ତୁରନ୍ତ ପଦେକ୍ଷପ ନେବେ। ଏହାସହ ରାତି ସାରା ପିସିଆର ଗଳି କନ୍ଦିରେ ପଇଁତରା ମାରିବ। ଏହାସହ ମଦୁଆମାନଙ୍କ ଉପରେ ଅଧିକ ଗୁରୁତ୍ୱ ଦିଆଯିବ। ଜିରୋନାଇଟ୍‌ ସେଲିବ୍ରେସନ୍‌ ସମୟରେ ଯେଉଁମାନେ ମଦ ପିଇ ଉପତ୍ାତ କରିବେ ସେମାନଙ୍କ ବିରୋଧରେ ଦୁଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ଗୁରୁତ୍ୱପୂର୍ଣ୍ଣ ଛକ ମାନଙ୍କରେ ବ୍ଲକିଂ ଓ ଚେକିଂକୁ କଡାକଡି କରାଯିବ। ସେଠାରେ ମଦୁଆ ଗାଡି ଚାଳକଙ୍କୁ ଧରାଯିବ। ଯେଉଁମାନେ ମଦ ପିଇ ଗାଡି ଚଲାଉଥିବେ ସେମାନଙ୍କୁ ଗିରଫ କରାଯିବ। ପୋଲିସ ଅଧିକ ଗୁରୁତ୍ୱ ଦେଉଛି ମ୍ୟୁଜିକ୍‌ ଅନୁମତି ନେବା ଉପରେ। ଯେଉଁମାନେ ବିନା ଲାଇସେନ୍ସରେ ଏଭଳି କାର୍ଯ୍ୟକ୍ରମ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାସହ ମ୍ୟୁଜିକ୍‌ ଲାଇସେନ୍ସ ଆଉଟଡୋର ସେଲିବ୍ରେସନ ପାଇଁ ରାତି ୧୨ଟା ପର୍ଯ୍ୟନ୍ତ ମ୍ୟୁଜିକ୍‌ ବାଜି ପାରିବ, ଏହାଠୁ ଅଧିକ ସମୟ ନୁହେଁ। ଏହାସହ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କ ଉପରେ ସାଧା ପୋଷାକଧାରି ପୋଲିସ ନଜର ରଖିବେ। ସେମାନ ହୋଟେଲ ଏବଂ ଅନ୍ୟ ସେଲିବ୍ରେସନ୍‌ ସ୍ଥାନରେ ପଇଁନ୍ତରା ମାରିବେ। ସେଭଳି କିଛି ଅଘଟଣ ଘଟେ ସେଥିପାଇଁ ପୁରା ପୋଲିସ ବିଭାଗ ପ୍ରସ୍ତୁତ ରହିଛି ବୋଲି ଡିସିପି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଶୁକ୍ରବାର ଭୁବନେଶ୍ବର ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ବିଧିବଦ୍ଧ ଭାବେ ସେ ପଦ୍ମ ଧରିଛନ୍ତି।...

ନିର୍ବାଚନୀ ପ୍ରଚାର ପାଇଁ ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର,୨୬।୪: ଓଡ଼ିଶା ଆସିବେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ଆସନ୍ତା ୨୮ ତାରିଖରେ ନଡ୍ଡା ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ। ନଡ୍ଡାଙ୍କ ଗସ୍ତକୁ ନେଇ...

ଦଳ ବିରୋଧୀ କାର୍ଯ୍ୟ କରିବା ପଡ଼ିଲା ମହଙ୍ଗା, ଯୁବ କଂଗ୍ରେସର ୨ ନେତା ପଦରୁ ନିଲମ୍ବିତ

ଭୁବନେଶ୍ୱର,୨୬।୪: ଦଳ ବିରୋଧୀ କାର୍ଯ୍ୟ ପାଇଁ ବଡ଼ କାର୍ଯ୍ୟାନୁଷ୍ଠାନ ନେଲା କଂଗ୍ରେସ। ଯୁବ କଂଗ୍ରେସର ୨ ନେତାଙ୍କୁ ପଦରୁ ନିଲମ୍ବନ କରାଯାଇଛି। ସା. ସମ୍ପାଦକ ପଦରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri