କଳିଙ୍ଗ ଷ୍ଟୁଡିଓ କଟ୍‌ ଇଟ୍‌…

ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଆଶାଭରସା କଳିଙ୍ଗ ଷ୍ଟୁଡିଓ ନିର୍ମାଣ ଆରମ୍ଭରୁ ଏଯାବତ୍‌ କେବଳ ଝଡ଼ଝଞ୍ଜା ମଧ୍ୟରେ ସଂଗ୍ରାମ କରିଚାଲିଛି। ୧୯୭୬ରେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି) ପ୍ରତିଷ୍ଠା ହୋଇଥିଲା। ଏହାପରେ ଆମ ରାଜ୍ୟରେ ଏକ ଫିଲ୍ମ ଷ୍ଟୁଡିଓ ସ୍ଥାପନ କରିବାକୁ ଉଦ୍ୟମ ଆରମ୍ଭ ହୋଇଥିଲା। ସେ ସମୟରେ ଏହାର ମୁଖ୍ୟ ପୁରୋଧା ସାଜିଥିଲେ ବିଶିଷ୍ଟ ପ୍ରଯୋଜକ ଧୀର ବିଶ୍ୱାଳ, ଲୋକପ୍ରିୟ ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ କର ଏବଂ ଅଭିନେତା ତଥା ନିର୍ଦ୍ଦେଶକ ଗୋପାଳ ଘୋଷ। ଏପରି ଉଦ୍ୟମକୁ ପ୍ରଶଂସା କରିବା ସହ ସେତେବେଳେ ଦକ୍ଷିଣ ଚଳଚ୍ଚିତ୍ର ଜଗତର ଅନ୍ୟତମ ନାମୀ ପ୍ରଯୋଜକ ଏଲ. ଭି. ପ୍ରସାଦ ସହଯୋଗର ହାତ ବଢ଼ାଇ ଥିଲେ। ଓଏଫ୍‌ଡିସି ସହାୟତାରେ ଖଣ୍ଡଗିରି ଉପକଣ୍ଠର ଏକ ଶାନ୍ତ ପରିବେଶରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଶେଷରେ ଓଡ଼ିଶାବାସୀଙ୍କର ଏହି ସ୍ବପ୍ନ ସାକାର ହେଲା। ୧୯୮୨ରେ କଳିଙ୍ଗ ଷ୍ଟୁଡିଓ ଲୋକାର୍ପିତ ହୋଇଥିଲା। କେବଳ ଫିଲ୍ମ ଶୁଟିଂ ନୁହେଁ, ଏଡିଟିଂ ଏବଂ ଡବିଂ କାମ ମଧ୍ୟ ସେଠାରେ କରାଯାଉଥିଲା। ବିଶେଷଭାବେ ଅତ୍ୟାଧୁନିକ ଯନ୍ତ୍ରପାତି, ଉନ୍ନତ ବୈଷୟିକ ସୁବିଧାସୁଯୋଗ କେବଳ ଓଡ଼ିଶାର ନୁହେଁ ବାହାର ରାଜ୍ୟର ପ୍ରଯୋଜକଙ୍କୁ ଆକର୍ଷିତ କରିଥିଲା। ସମୟକ୍ରମେ ସେଠାରେ ଓଡ଼ିଆ ଚଳଚ୍ଚିତ୍ର ବ୍ୟତୀତ ପ୍ରାନ୍ତୀୟ ଭାଷାରେ ଅନେକ ସିନେମା ଶୁଟିଂ ଏଠାରେ ହୋଇଥିଲା। ଏହାର ଶାନ୍ତ ପରିବେଶ ଥିଲା ଅନ୍ୟତମ ଆକର୍ଷଣ। ସେତେବେଳେ ଅନେକ ଅଭିନେତା, ପ୍ରଯୋଜକ, ନିର୍ଦ୍ଦେଶକ କଳିଙ୍ଗ ଷ୍ଟୁଡିଓର ଭୂରି ଭୂରି ପ୍ରଶଂସା କରୁଥିବାର ଦେଖିବାକୁ ମିଳିଥିଲା। କିନ୍ତୁ ୧୯୯୯ ମହାବାତ୍ୟା ଏହି ଷ୍ଟୁଡିଓର ଯାହା କ୍ଷତି କରିଥିଲା ତାହା ଅବର୍ଣ୍ଣନୀୟ। ସତେବେଳେ ପାଖାପାଖି ୭୭ ଲକ୍ଷ ଟଙ୍କାର ଅତ୍ୟାଧୁନିକ ଯନ୍ତ୍ରପାତି ନଷ୍ଟ ହେବା ସହ ଷ୍ଟୁଡିଓଟି ଧ୍ୱଂସସ୍ତୂପରେ ପରିଣତ ହୋଇଯାଇଥିଲା। କିନ୍ତୁ ଟେକ୍ନିସିଆନ୍‌ଙ୍କ ଦିନରାତି ପରିଶ୍ରମ ଯୋଗୁ ମାତ୍ର ଦିନ କେଇଟା ଭିତରେ ଏହି ଷ୍ଟୁଡିଓ ଆଂଶିକ ଭାବେ କାର୍ଯ୍ୟକ୍ଷମ ହୋଇଥିଲା। ସମୟ ଗଡିଚାଲିଲା। ଉପଯୁକ୍ତ ଯତ୍ନ ଅଭାବରୁ ଏହି ଷ୍ଟୁଡିଓ ବର୍ତ୍ତମାନ ଏପରି ସ୍ତରକୁ ଚାଲିଯାଇଛି, ଯାହାର ସମ୍ପୂର୍ଣ୍ଣ ପୁନରୁଦ୍ଧାର ଜରୁରୀ ହୋଇପଡିଛି। ଏ ନେଇ ଅନେକ ସ୍ବର ଉଠାଉଥିଲେ ମଧ୍ୟ ତାହା ଆହୁରି ଦୃଢ଼ ହେବା ଦରକାର। ପ୍ରଯୋଜକମାନଙ୍କର ଶୁଭ ଦୃଷ୍ଟି ପଡ଼ିଲେ ଷ୍ଟୁଡିଓ ତାହାର ପୂର୍ବରୂପ ଫେରି ପାଇବାକୁ ବେଶି ସମୟ ଲାଗିବ ନାହିଁ। ହେଲେ ସେଭଳି ଆନ୍ତରିକତା ଦେଖିବାକୁ ମିଳୁନାହିଁ। ସମସ୍ତେ କାନ୍ଦୁଛନ୍ତି, ହେଲେ କେବଳ ଅନୁତାପର ଲୁହ ଝରାଇଲେ କିଛି ଲାଭ ନାହିଁ। ଷ୍ଟୁଡିଓର ଠିକ୍‌ ପରିଚାଳନା ପ୍ରତି ଗୁରୁତ୍ୱ ଦେବାର ଉପଯୁକ୍ତ ସମୟ ଆସିଛି। ଏଥିପାଇଁ ଏହାର କର୍ମଚାରୀ, ଓଡ଼ିଆ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଅଧିକ ଉତ୍ସାହିତ ହେଲେ ଏହି କାମ ଆହୁରି ଶୀଘ୍ର ତ୍ୱରାନ୍ବିତ ହୋଇପାରିବ।
ପ୍ରତିଟି ଷ୍ଟୁଡିଓ ଏକ ଲାଭଜନକ ସଂସ୍ଥା କିନ୍ତୁ ପରିଚାଳନାଗତ ଦୋଷତ୍ରୁଟି ଏହାକୁ ସ୍ଥାଣୁ କରି ଦେଇଥାଏ। କଳିଙ୍ଗ ଷ୍ଟୁଡିଓ ୧୯୯୯ ମହାବାତ୍ୟା ପରେ ଷ୍ଟୁଡିଓ ନିର୍ମାଣ ଲାଗି ଆସିଥିବା ଅର୍ଥ ଠିକ୍‌ ବିନିଯୋଗ ନ କରି କେବଳ ଆଖିଦୃଶିଆ ରଙ୍ଗ, କବାଟ ସ୍କ୍ରିନ୍‌ ଟାଣିଦେଇ ନବକଳେବର ହେଲା ବୋଲି ବାହୁସ୍ଫୋଟ ତାହା ପୁଣି ଆଜିର ଦିନରେ ବୁଝାପଡୁନି।
କଳାକାର ସଂଳାପ କହିବା ପରି ନିଗମ ଅଧ୍ୟକ୍ଷମାନେ ବିଭିନ୍ନ ବିପର୍ଯ୍ୟୟ ସମୟରେ ମନ୍ତବ୍ୟ ଦେଇ ଖବରକାଗଜର ପୃଷ୍ଠା ମଣ୍ଡନ କରି ବାଃ ବାଃ ନେବା ଆଉ କେତେଦିନ। ‘ଫନୀ’ ୨୦ବର୍ଷ ପରେ ନୂଆ ରୂପର କଳିଙ୍ଗ ଷ୍ଟୁଡିଓର ପରିକଳ୍ପନାକୁ ପୁଣି ଧ୍ୱସ୍ତବିଧ୍ୱସ୍ତ କରି ପକାଇଛି। ଓଡ଼ିଶାରେ ଚଳଚ୍ଚିତ୍ର ପ୍ରଯୋଜକମାନେ ଏକତ୍ର ହେବା, ସିନେମା ନୀତି ଘୋଷଣା ଅଧାବାଟରେ ଅଟକିବା ଆଦି କଥା କେବଳ ସଂଳାପ! ଆଉ ଓଡ଼ିଶାରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ ହେଲେ ପ୍ରେକ୍ଷାଳୟ ନାହିଁ! ଶିଳ୍ପ ପାଇଁ ଆନୁଷଙ୍ଗିକ ଦକ୍ଷତା ବୃଦ୍ଧି ନ କରି କେବଳ କାଗଜ କଲମରେ ଫାଇଲ୍‌ ଚାଷ ଆଉ କେତେ ଦିନ କରି ପ୍ରଯୋଜକମାନଙ୍କୁ ଭଣ୍ଡେଇ ‘ଜୋକର’ ବନାଇବ, ତାହା ହିଁ ପ୍ରଶ୍ନବାଚୀ।
ମହାବାତ୍ୟା ପରେ ଫନୀ ୨୦ବର୍ଷ ମଧ୍ୟରେ ସବୁକିଛି ସର୍ବସ୍ବାନ୍ତ କରିଦେଲା। ପ୍ରଯୋଜକମାନେ ଧୈର୍ଯ୍ୟ ଧରି ଆଉ କେତେ ବର୍ଷ ପ୍ରତୀକ୍ଷା କଲେ ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପର ଅଭିବୃଦ୍ଧି ଘଟିବ! ଚଳଚ୍ଚିତ୍ର ଶିଳ୍ପ ବିଭାଗ ହାତକୁ ନେବା ପରଠାରୁ ଅଣଦେଖା କରିଆସିଛି ବୋଲି ଅଭିଯୋଗ ହେଉଛି। ଓଡ଼ିଆ ଚଳଚ୍ଚିତ୍ର ପ୍ରଯୋଜକମାନେ ବର୍ଷ ବର୍ଷ ଧରି ଉପେକ୍ଷିତ ପରେ ଆଉ ଏ ଦିଗରେ ଗୁରୁତ୍ୱ ନ ଦେଇ ଅନ୍ୟାନ୍ୟ କାର୍ଯ୍ୟରେ ଅର୍ଥ ବିନିଯୋଗ କରିବା ଶ୍ରେୟସ୍କର ମଣିଲେଣି। ଓଡ଼ିଶାରେ ଏକମାତ୍ର ସରକାରୀ ଷ୍ଟୁଡିଓର ଅବସ୍ଥା ସମ୍ପର୍କରେ ପ୍ରତି ସମୟରେ ନାନା ଅଭିଯୋଗ ହେଲେ ମଧ୍ୟ ତାହାକୁ ଚପାଇ ଦେଇ ନୀରବତା ମଧ୍ୟରେ ଆଉ ଚଳଚ୍ଚିତ୍ର ଶିଳ୍ପର ସ୍ବପ୍ନ ଦେଖିବା ଆଶା ମଉଳି ଗଲାଣି। କଳିଙ୍ଗ ଷ୍ଟୁଡିଓ ନିଗମ କଟ୍‌ ଇଟ୍‌ କହି ନୂଆ ରୂପ ନଗରୀ ସମ୍ପର୍କ ସ୍ବପ୍ନ ଦେଖିବା ଅପେକ୍ଷା ଆର୍ଥିକ ମାନ୍ଦାବସ୍ଥାରେ ନୂତନ ଦିଗପ୍ରତି ଧ୍ୟାନ ଦେଇ ଅର୍ଥ ବିନିଯୋଗ ଉତ୍ତମ ନିଷ୍ପତ୍ତି ହେବ। ଓଡ଼ିଆ ସିନେମାରୁ ଦର୍ଶକ ଦୂରେଇ ଯିବା ପରେ ପ୍ରେକ୍ଷାଳୟ ଓ ଷ୍ଟୁଡିଓର ବ୍ୟାପକ ଅବ୍ୟବସ୍ଥା ଯେବେ ବି ସୁଧାରିଲେ ଓଡ଼ିଆ ଚଳଚ୍ଚିତ୍ର ତାହା ସତ୍ତା ଫେରି ପାଇବ ତ!
-ଦିଲୀପ ହାଲି


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri