କଳାପଟା ସାହିତ୍ୟ ବାସପତରିର ବଛରକିଆ ଉଛବ୍‌: ଯୋଗ୍‌ଦେଲେ ଶତାଧିକ କବି କଳାକାର

 

ଭେଡ଼େନ, ୨୪।୧୨ (ଡି.ଏନ୍‌.ଏ.)-
ବରଗଡ଼ ଜିଲା ଭେଡ଼େନ ବ୍ଳକ ସହରାଟିକ୍ରାନେ ଥିବାର କଳାପଟା ସାହିତ୍ୟ ବାସପତରିର ତିନ ନମର ବଛରକିଆ ଉଛବ୍‌ ସୋମବାର ଦିନ ବେଲହୁବେଲି ହଇଥିଲା। ପହେଲା ସବୁ କବି କଳାକାର ଏକଜୋଟ ହଇ ସହରାଟିକ୍ରା କଳାପଟା ନ ପୂଜାପାଠ୍‌ କରିଥିଲେ। ତାର ଉତାରୁ ଗୁଟେ ଶୋଭାଯାତ୍‌ରାରେ ପାସର ବହଲପାଲି ଗଁାକେ ଯାଇଥିଲେ। ସେଠାନେ ସାହିତିକ୍‌ ଉପତ୍ନ୍ନ ଭୋଇକଁର ସଭାପତିତ୍ୱନେ ଗୁଟେ ସଭା ହେଇଥିଲା। ଇ ସଭାନ ମୁଖିଆ କୁନୁଅଁା ହିସାବେ ଭେଡ଼େନ ଅତିରିକ୍ତ ତହସିଲଦାର ନାରାୟଣ ଡନସନା ଯୋଗଦେଇଥିଲେ। ସେ ଭାଷା ସମକିରିର ମଂଗଲ ଚିନ୍‌ତା କରସି। ବାସ୍‌ପତରି ଚାଉଲର ଖିରି ଯେନ୍‌ତା ଚାର୍‌ହିକୁତି ମହକେଇ ଦେସି ସେନ୍‌ତା ଇ କଳାପଟା ବାସପତରି ସମକୁ ମହକେଇ ଦେଉ ବଲି ସେ କହିଥିଲେ। ଇ ସଭାନ କବି ଶରତ ଚନ୍ଦ୍ର ପାଢ଼ୀ, ପୂରବର ସରପଁଚ୍‌ ହେମସାଗର ପ୍ରଧାନ, ସଙ୍କର୍ଷଣ ପ୍ରଧାନ, ନିତ୍ୟାନନ୍ଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମାଝି, ଖବରଦାତା ନିର୍ମଳ ମେହେର, ମୁକୁନ୍ଦ ଷଡ଼ଙ୍ଗି ମାଏନ୍‌ତା କୁନୁଅଁା ଭାବେ ଯୋଗଦେଇଥିଲେ। ସଭାନେ କବି ବିନୋଦ ବୈକାରକୁଁ ବାସପତରି ସମ୍‌ମାନରେ ସନାମନା କରାଯାଇଥିଲା। କବି ସୁଶୀଲ ବୁଧିଆ ସୁଆଗତ ଭାଷନ ସଂଗେ କୁନୁଅଁାମାନକର ପରିଚଏ ଦେଇଥିଲେ। ସେନ୍‌ତା ଗୁଣନିଧି ଭୋଇ ସଭାର ଉଦେଶ୍‌ ବାବ୍‌ଦେ କହିଥିଲେ। ପଛେ ହଇଥିବାର କବିତା ପାଠ ଉଛବ୍‌ ନ ଅଧ୍ୟାପକ ସନ୍ତୋଷ ତ୍ରୀପାଠୀ ଅତିଥି ଆବାହନ, ଧୃବ ଚରଣ ପ୍ରଧାନ ଆର ପ୍ରଫୁଲ୍ଲ ଭୋଇ ସଂଯୋଜନା କରିଥିଲେ। ଇ ପାଠ୍‌ ଉଛବ ନ କବି ଭେଡ଼େନ ବିଡିଓ ମୁରଲୀଧର ନାୟକ ମୁଖିଆ କୁନୁଅଁା ଭାବେ ଯୋଗଦେଇଥିଲେ। ନଁାକରା କବି ଦେବେନ୍ଦ୍ର ସାହୁ, ହରିଲାଲ ସାହୁ, ସୋନାଲି ପାଢ଼ୀ, ମଞ୍ଜୁଲତା ସାହୁ, ରୋହିତ ନାଏକ, ତେଜରୁ ବାରିକ, ନରେନ୍ଦ୍ର ମହାନ୍ତି, ସନୟ ମେହେର, ସୁବାସ ମେହେର, ଅଧିକାରୀ ସା ଆର ବନିହା କବିମାନେ ନିଜର ନିଜର କବିତା ପାଠ୍‌ କରିଥିଲେ। ଶେଷେ କବି ଲକ୍ଷ୍ମଣ ମଲିକ ଧଏନ୍‌ବାଦ ଦେଇଥିଲେ। ଇ ଆୟୋଜନ ନ ସୁରେନ୍ଦ୍ର ପ୍ରଧାନ, ଲକ୍ଷ୍ମଣ ସାହୁ, ଦୁଷ୍ମନ୍ତ ପଧାନ ଆର ବହଲପାଲି ଗାଁର ସଭେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri