କଳାକାରଙ୍କ ସରଳତା, ନିଷ୍ଠା ଶିକ୍ଷଣୀୟ

ବଲାଙ୍ଗୀର ଅଫିସ, ୫ା୧: ବଲାଙ୍ଗୀର କୋଶଳ କଳାମଣ୍ଡଳ ପଡିଆରେ ଅନୁଷ୍ଠିତ ବିଂଶତିତମ ଲୋକଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ କଳାକାରମାନେ ଦର୍ଶକଙ୍କ ମନ ମୋହିଛନ୍ତି। ଅତିରିକ୍ତ ଜିଲାପାଳ ପରୀକ୍ଷିତ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାନ୍ଧ୍ୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ସୁବାସ ଚୌହାନ ଯୋଗଦେଇ ବଲାଙ୍ଗୀରର କଳା, ସଂସ୍କୃତି ଅତି ଉଚ୍ଚକୋଟୀର ବୋଲି କହିଥିଲେ। କଳାକାରଙ୍କ କଳାସଂସ୍କୃତି ଭଳି ଅର୍ଥନୈତିକ ଦିଗରୁ ମଧ୍ୟ ବଲାଙ୍ଗୀରକୁ ସମୃଦ୍ଧ କରିବାକୁ ହେବ ବୋଲି ସେ କହିଥିଲେ। ସଭା ପ୍ରାରମ୍ଭରେ ସେ ଓରମାସ୍‌ ପକ୍ଷରୁ ଅନୁଷ୍ଠିତ ପଲ୍ଲୀଶ୍ରୀ ମେଳା ଓ ହସ୍ତତନ୍ତ ମେଳା ବୁଲି ଦେଖିଥିଲେ। ବିଶିଷ୍ଟ ସାରସ୍ବତ ସାଧକ ପ୍ରଫେସର ମଧୁସୂଦନ ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ କଳାକାରର ସରଳତା ଓ ନିଷ୍ଠାପରତାକୁ ଆମେ ଶିଖିପାରିଲେ ଲୋକଉତ୍ସବର ପରିକଳ୍ପନା ସଫଳ ହେବ ବୋଲି କହିଥିଲେ। ଅନ୍ୟତମ ଅତିଥି ଅବସରପ୍ରାପ୍ତ ଭାରତୀୟ ରାଜସ୍ବସେବା ଅଧିକାରୀ ତଥା ସ୍ତମ୍ଭକାର ଡ. ଶ୍ରୀକାନ୍ତ ଚଟାର୍ଜୀ ତାଙ୍କ ବକ୍ତବ୍ୟରେ କଳା ପ୍ରତି ନିଷ୍ଠା ଓ ତ୍ୟାଗ ହିଁ କଳାକାରକୁ ସଫଳତା ଆଣିଦିଏ ବୋଲି କହିଥିଲେ। ଚଳଚ୍ଚିତ୍ର ନିର୍ମାତା ତଥା ନିର୍ଦ୍ଦେଶକ ଜିତେନ୍ଦ୍ର ମିଶ୍ର ତାଙ୍କ ବକ୍ତବ୍ୟରେ ବଲାଙ୍ଗୀରର କଳା ସଂସ୍କୃତି ବିଶ୍ୱସ୍ତରରେ ପରିଚୟ ସୃଷ୍ଟି କରିପାରିଛି ବୋଲି କହିଥିଲେ ା ସଭାରେ ଦଣ୍ଡନୃତ୍ୟର ପ୍ରଖ୍ୟାତ୍‌ ଢ଼ୁଲିଆ ମଗ୍‌ସିର ନନ୍ଦଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଅତିଥି କଳାକାର ଭାବେ ଦୁଷ୍ମନ୍ତ ପଟେଲ ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଆନନ୍ଦଚନ୍ଦ୍ର ସାହୁ ପରିଚାଳନା କରିଥିଲେ ଓ ଶେଷରେ ପ୍ରଚାର ପ୍ରସାର କମିଟି ସହଅଧ୍ୟକ୍ଷ ଚିତ୍ତରଞ୍ଜନ ମିଶ୍ର ଧନ୍ୟବାଦ ଦେଇଥିଲେ। ସଭା ପ୍ରାରମ୍ଭରେ ଆକାଶବାଣୀ କଳାକାର ଦୀପ୍ତି ପ୍ରକାଶ ଦାସ, ଅପରୂପା ମହାନ୍ତି, କ୍ରିଷ୍ଣା ସାହୁ, ବର୍ଷା ବହିଦାର, ଗୀତିକାର ରତନ ପୂଜାରୀ ସଙ୍ଗୀତ ଗାନ କରିଥିଲେ। ପରେ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମରେ ପାର୍ବତୀଗିରି ବାଳନିକେତନ, ସୁରମନ୍ଦିର, ଇଜେଡ୍‌ସିସିରୁ କୋଲକତାର କଳାକାରମାନେ ଭାରତନାଟ୍ୟମ, ଟିଟିଲାଗଡର ଏକତାରା, ଆସାମର ଭୋରତାର ଡ୍ୟାନ୍ସ, ବଲାଙ୍ଗୀର ଦୁଲଦୁଲି କଳା ପରିଷଦ, ରୌଫ ଡ୍ୟାନ୍ସ, ଝୁମର, ଝାରଖଣ୍ଡ ଇଜେଡସିସିର ଶିକାରୀ ନୃତ୍ୟ, ଖୋର୍ଦ୍ଧା ପାଇକା ନୃତ୍ୟ ପ୍ରଦର୍ଶନ କରିଥିଲେ। ସେହିପରି ବ୍ଲକସ୍ତରୀୟ ଲୋକଉତ୍ସବରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଲୋକନୃତ୍ୟ କଳାକାରମାନେ ନୃତ୍ୟ ପରିବେଷଣ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri