କଳା, ସଂସ୍କୃତିର ସହର କଟକ

କଟକ ଅଫିସ,୧୩ା୨:କଟକ ଉପର ବାଲିଯାତ୍ରା ପଡ଼ିଆରେ ୨୨ତମ ବାରବାଟୀ ଫେଷ୍ଟିଭାଲ ରବିବାର ଉଦ୍‌ଘାଟିତ ହୋଇଯାଇଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଏହାକୁ ଉଦ୍‌ଘାଟନ କରି କଟକର ଇତିହାସରେ ଏହି ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂ ଯୋଗଦେଇ କହିଥିଲେ, କଟକ କଳା, ସଂସ୍କୃତିର ସହର। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଏଠାକାର ପରମ୍ପରା, କଳା, ସଂସ୍କୃତି ଆହୁରି ସମୃଦ୍ଧ ହୋଇଛି ବୋଲି ସେ କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସାରଳା ସାହିତ୍ୟ ସଂସଦର ସଭାପତି ଇଂ. ପ୍ରଭାକର ସ୍ବାଇଁ ଯୋଗଦେଇ ଉକ୍ତ ଫେଷ୍ଟିଭାଲର ଯଥାର୍ଥତା ସମ୍ପର୍କରେ କହିଥିଲେ। ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟି ସଦସ୍ୟ ପ୍ରିୟରଞ୍ଜନ ଦାସ ସ୍ବାଗତ ଭାଷଣ, ବ୍ରଜ କିଶୋର ନନ୍ଦ ଅତିଥି ପରିଚୟ ଓ ଗୁରୁ ଆଶିଷ କୁମାର ଦାସ ବିବରଣୀ ପାଠ କରିଥିଲେ। ଶିଳ୍ପୀ ରବିନାରାୟଣ ରଥ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଲେଖକ ତଥା ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ବାରବାଟୀ ସମ୍ମାନ ପ୍ରଦାନ କରାଯାଇଥିଲା। ୭ ଦିନ ବ୍ୟାପୀ ହେବାକୁ ଥିବା ଚିତ୍ରକଳା ଉତ୍ସବକୁ ପ୍ରଫୁଲ୍ଲ ଉଦ୍‌ଘାଟନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ବିଭବ ଥିଲା ନୃତ୍ୟବ୍ୟାଲେ ବର୍ଷାର ଅଭିସାର। ଏହାକୁ ପ୍ରସ୍ତୁତ କରିଥିଲେ ଓଡ଼ିଶୀ ନୃତ୍ୟମଣ୍ଡଳର ଶିଳ୍ପୀମାନେ। ଗୁରୁ ଆଶିଷ କୁମାର ଦାସଙ୍କ ସଂଯୋଜନା, ଗୁରୁ ସସ୍ମିତା ପଣ୍ଡାଙ୍କ ନିର୍ଦ୍ଦେଶନା ଏବଂ ଗୁରୁ ନିମକାନ୍ତ ରାଉତରାୟଙ୍କ ସ୍ବର ସଂଯୋଜନାରେ ବର୍ଷାର ସୁନ୍ଦରତାକୁ ଶିଳ୍ପୀମାନେ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ପରେ ସଙ୍ଗୀତ କଥକ ଏକାଡେମୀ ପକ୍ଷରୁ ଦଳଗତ କଥକ ନୃତ୍ୟ ପରିବେଷିତ ହୋଇଥିଲା। ଏହାପରେ ତରାନ୍ନା, ଠୁମୁରୀ, ଅଭିନୟ ଏବଂ ଶେଷରେ ରିଦମ ପରିବେଷଣ କରିଥିଲେ କଥକ ନୃତ୍ୟଶିଳ୍ପୀ ସଙ୍ଗୀତା ସାହୁ। ଗୁରୁ ନାରାୟଣ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ପୁରୀ ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଓଡ଼ିଆ ଘରର ପର୍ବପର୍ବାଣି ଉପସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି

AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍‌ ଭାବରେ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି।…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ଘୁମୁସର ବନଖଣ୍ଡରୁ ରଥଯାତ୍ରା ପାଇଁ ପୁରୀ ଗଲା କାଠ: ରାସ୍ତାକଡ଼ରେ ଭକ୍ତିମୟ ପରିବେଶ

ଭଞ୍ଜନଗର,୧୭।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳରୁ ପୁରୀ ଅଭିମୁଖେ ୧୬ ଖଣ୍ଡ ଫାଶୀ କାଠ ଯାଇଛି। ଉକ୍ତ ସମସ୍ତ କାଠ ଲୋକେ…

ବ୍ରିଜ କାନ୍ଥକୁ ପିଟି ହୋଇ ଓଲଟି ପଡିଲା CRPF ବାଟାଲିଅନ ଗାଡ଼ି, ୨ ଗୁରୁତର

ଅତାବିରା, ୧୭।୪(ଯୁଧିଷ୍ଠିର ମହାପାତ୍ର ): ଦୁର୍ଘଟଣା ଗସ୍ତ ହେଲା CRPF ବାଟାଲିଅନ ଗାଡ଼ି । ସମ୍ବଲପୁର ବରଗଡ଼ ୫୩ନଂ ଜାତୀୟ ରାଜପଥ ଅତାବିରା ଦମଦମା ପୋଲ ଉପରେ…

ଡିଏଭି ବେଦାନ୍ତ ଅନ୍ତର୍ଜାତୀୟ ବିଦ୍ୟାଳୟର ସଫଳତା, ୯୮% ରଖି ପ୍ରିୟାଂଶୁ ମହାରଣା ପ୍ରଥମ

ଲାଞ୍ଜିଗଡ,୧୭।୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ଡିଏଭି ବେଦାନ୍ତ ଆନ୍ତର୍ଜାତୀୟ ବିଦ୍ୟାଳୟର ଛାତ୍ରୀଛାତ୍ର ସିବିଏସଇ ଦଶମ ପରୀକ୍ଷାରେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି। ବୁଧବାର ପରୀକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri