କଳା, ସଂସ୍କୃତିର ସହର କଟକ

କଟକ ଅଫିସ,୧୩ା୨:କଟକ ଉପର ବାଲିଯାତ୍ରା ପଡ଼ିଆରେ ୨୨ତମ ବାରବାଟୀ ଫେଷ୍ଟିଭାଲ ରବିବାର ଉଦ୍‌ଘାଟିତ ହୋଇଯାଇଛି। ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଏହାକୁ ଉଦ୍‌ଘାଟନ କରି କଟକର ଇତିହାସରେ ଏହି ଉତ୍ସବର ଆୟୋଜନ ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଅତିଥି ଭାବେ କଟକ ମହାନଗର ନିଗମ (ସିଏମ୍‌ସି) ମେୟର ସୁବାସ ସିଂ ଯୋଗଦେଇ କହିଥିଲେ, କଟକ କଳା, ସଂସ୍କୃତିର ସହର। ଏଭଳି କାର୍ଯ୍ୟକ୍ରମ ଦ୍ୱାରା ଏଠାକାର ପରମ୍ପରା, କଳା, ସଂସ୍କୃତି ଆହୁରି ସମୃଦ୍ଧ ହୋଇଛି ବୋଲି ସେ କହିଥିଲେ। ସେହିପରି ସମ୍ମାନିତ ଅତିଥି ଭାବରେ ସାରଳା ସାହିତ୍ୟ ସଂସଦର ସଭାପତି ଇଂ. ପ୍ରଭାକର ସ୍ବାଇଁ ଯୋଗଦେଇ ଉକ୍ତ ଫେଷ୍ଟିଭାଲର ଯଥାର୍ଥତା ସମ୍ପର୍କରେ କହିଥିଲେ। ସାମ୍ବାଦିକ ଅରୁଣ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଭ୍ୟର୍ଥନା କମିଟି ସଦସ୍ୟ ପ୍ରିୟରଞ୍ଜନ ଦାସ ସ୍ବାଗତ ଭାଷଣ, ବ୍ରଜ କିଶୋର ନନ୍ଦ ଅତିଥି ପରିଚୟ ଓ ଗୁରୁ ଆଶିଷ କୁମାର ଦାସ ବିବରଣୀ ପାଠ କରିଥିଲେ। ଶିଳ୍ପୀ ରବିନାରାୟଣ ରଥ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଲେଖକ ତଥା ଚିତ୍ରଶିଳ୍ପୀ ପ୍ରଫୁଲ୍ଲ ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ପାଇଁ ବାରବାଟୀ ସମ୍ମାନ ପ୍ରଦାନ କରାଯାଇଥିଲା। ୭ ଦିନ ବ୍ୟାପୀ ହେବାକୁ ଥିବା ଚିତ୍ରକଳା ଉତ୍ସବକୁ ପ୍ରଫୁଲ୍ଲ ଉଦ୍‌ଘାଟନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ବିଭବ ଥିଲା ନୃତ୍ୟବ୍ୟାଲେ ବର୍ଷାର ଅଭିସାର। ଏହାକୁ ପ୍ରସ୍ତୁତ କରିଥିଲେ ଓଡ଼ିଶୀ ନୃତ୍ୟମଣ୍ଡଳର ଶିଳ୍ପୀମାନେ। ଗୁରୁ ଆଶିଷ କୁମାର ଦାସଙ୍କ ସଂଯୋଜନା, ଗୁରୁ ସସ୍ମିତା ପଣ୍ଡାଙ୍କ ନିର୍ଦ୍ଦେଶନା ଏବଂ ଗୁରୁ ନିମକାନ୍ତ ରାଉତରାୟଙ୍କ ସ୍ବର ସଂଯୋଜନାରେ ବର୍ଷାର ସୁନ୍ଦରତାକୁ ଶିଳ୍ପୀମାନେ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥିଲେ। ପରେ ସଙ୍ଗୀତ କଥକ ଏକାଡେମୀ ପକ୍ଷରୁ ଦଳଗତ କଥକ ନୃତ୍ୟ ପରିବେଷିତ ହୋଇଥିଲା। ଏହାପରେ ତରାନ୍ନା, ଠୁମୁରୀ, ଅଭିନୟ ଏବଂ ଶେଷରେ ରିଦମ ପରିବେଷଣ କରିଥିଲେ କଥକ ନୃତ୍ୟଶିଳ୍ପୀ ସଙ୍ଗୀତା ସାହୁ। ଗୁରୁ ନାରାୟଣ ପାଣ୍ଡେଙ୍କ ନିର୍ଦ୍ଦେଶନାରେ ପୁରୀ ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏଥିରେ ଓଡ଼ିଆ ଘରର ପର୍ବପର୍ବାଣି ଉପସ୍ଥାପନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

ଝିଅ ପାଇଁ ଘରଡିହ ବିକିଲେ ପୂର୍ବତନ ବିଧାୟକ

ଆଳି,୧୯ା୪(ବନମାଳୀ ସେନାପତି):କେନ୍ଦ୍ରାପଡ଼ା ଲୋକ ସଭା ଆସନ ମଧ୍ୟରେ ଆଳି ବିଧାନସଭା ଆସନଟି ପ୍ରତ୍ୟେକ ନିର୍ବାଚନ ସମୟରେ ଚର୍ଚ୍ଚା ମଧ୍ୟରେ ରହିଥାଏ। ଚଳିତ ନିର୍ବାଚନରେ ମଧ୍ୟ ଏକ...

ବିଜେଡି, କଂଗ୍ରେସର ଛିଣ୍ଡୁନି ଟିକେଟ ଅଙ୍କ

ଯାଜପୁର,୧୯ା୪(ହର୍ଷବର୍ଦ୍ଧନ ବେହେରା):ଯାଜପୁର ଜିଲାର ଅନ୍ୟତମ ବିଧାନସଭା ନିର୍ବାଚନମଣ୍ଡଳୀ ବଡ଼ଚଣା। ବୁଧବାର ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସୀତାକାନ୍ତ ମହାପାତ୍ରଙ୍କ ପୁଅ ରାଜନାରାୟଣ ବିଜେଡିରେ ଯୋଗଦେଇ...

ଆତ୍ମସମର୍ପଣ ପରେ ତାରାପ୍ରସାଦ ବାହିନୀପତିଙ୍କୁ ମିଳିଲା ଜାମିନ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ):କୋରାପୁଟ ଜିଲା ବୋରିଗୁମ୍ମାା ଥାନା ଅଞ୍ଚଳରେ ୨୦୧୬ରେ ଦେଶୀ ମଦଭାଟି ପୋଡ଼ି ଓ ଟଙ୍କା ଲୁଟ୍‌ ଘଟଣାରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ...

ସାମାନ୍ୟ ବଚସାରୁ ୧୬ଥର ଛୁରି ଭୁସି ହତ୍ୟା

କେନ୍ଦ୍ରାପଡ଼ା,୧୯ା୪(ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଟାଉନ ଥାନା ଅନ୍ତର୍ଗତ ଟାଉନ ବଳରାମପୁର ହନୁମାନ ମନ୍ଦିର ନିକଟରେ ଗୁରୁବାର ଅପରାହ୍ନରେ ସାମାନ୍ୟ ବଚସାରୁ ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ...

ସାଙ୍ଗଙ୍କୁ ପଥରରେ ଛେଚି ମାରିଦେଲେ

କେନ୍ଦୁଝର,୧୯ା୪(ଦୀପକ ମିଶ୍ର/ ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ଜିଲା ଟାଉନ ଥାନା କାଶିପୁର ମୁଣ୍ଡା ସାହିରେ ସାମାନ୍ୟ ବଚସାକୁ ନେଇ ଏକ ହତ୍ୟାକାଣ୍ଡ ଘଟିଯାଇଛି। ନିଶାସକ୍ତ ଅବସ୍ଥାରେ...

ନିର୍ମାଣ କାମ ବେଳେ ଧସିଲା ମାଟି ଅତଡ଼ା

କଟକ,୧୮ା୪(କାର୍ତ୍ତିକ ସାହୁ): ମାଲଗୋଦାମ ଅଞ୍ଚଳରେ ଏକ ନିର୍ମାଣ କାମ ଚାଲୁଥିବା ବେଳେ ମାଟି ଅତଡ଼ା ଧସି ଜଣେ ଶ୍ରମିକ ସେଥିରେ ପୋତି ହୋଇଯାଇଥିଲେ। ଖବର ପାଇ...

ଅଷ୍ଟପ୍ରହର ନାମଯଜ୍ଞରେ ଗୁଳିମାଡ଼

ଘଣ୍ଟାପଡ଼ା/ଖୁଣ୍ଟିଗୋରା,୧୮।୪ (ପ୍ରଭାତ କୁମାର ସାହୁ/ମକରନ୍ଦ ସାହୁ)-ବୌଦ୍ଧ ଜିଲା କଣ୍ଟାମାଳ ଥାନା ଲମ୍ବସୱରୀ ଗ୍ରାମପଞ୍ଚାୟତର ପିପଲପାଲି ଗ୍ରାମରେ ରାମନବମୀ ପାଇଁ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିବାବେଳେ ବୁଧବାର ରାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri