କର୍ମଜୀବୀ ମହିଳା ଓ ପରିଚ୍ଛନ୍ନତା

ସୌନ୍ଦର୍ଯ୍ୟ ସହ ପରିଚ୍ଛନ୍ନତା ଓତପ୍ରୋତ ଭାବେ ଜଡ଼ିତ ା ପ୍ରତ୍ୟେକ ସୁନ୍ଦରୀ ନାରୀ ପରିଷ୍କାର ପରିଚ୍ଛନ୍ନ ନ ରହିପାରନ୍ତି, କିନ୍ତୁ ପ୍ରତ୍ୟେକ ପରିଚ୍ଛନ୍ନ ନାରୀ ସୁନ୍ଦରୀ ନିଶ୍ଚୟ ା ଅପରପକ୍ଷରେ ଯେଉଁମାନେ ସଫାସୁତୁରା ରହିଥାନ୍ତି ସେମାନେ ନିଜକୁ ଅନେକ ରୋଗରୁ ରକ୍ଷାକରିବା ସହ ନିଜ ପରିବାରକୁ ମଧ୍ୟ କେତେକ ବିପଜ୍ଜନକ ରୋଗରୁ ରକ୍ଷା କରିଥାନ୍ତି ା ତେବେ ନିଜକୁ ସଫାସୁତୁରା ରଖିବାର ଅଭ୍ୟାସ ଝିଅଙ୍କୁ ନିଜ ବାପା, ମା’ ଓ ପରିବାର ପିଲାଦିନରୁ ଶିଖାଇବା ଆବଶ୍ୟକ।
ଉତ୍ତମ ବ୍ୟକ୍ତିଗତ ପରିଷ୍କାର ପରିଚ୍ଛନ୍ନତା ହେଉଛି ଉତ୍ତମ ସ୍ବାସ୍ଥ୍ୟର ପ୍ରଥମ ସୋପାନ। ଏହା କେବଳ ନିଜକୁ ରକ୍ଷାକରେ ନାହଁି, ଅନ୍ୟମାନଙ୍କୁ ମଧ୍ୟ ସୁରକ୍ଷାର ବଳୟ ଭିତରେ ରଖିଥାଏ ା ଏହାଛଡ଼ା ନିଜର ପର୍ସନାଲ ହାଇଜିନ୍‌ ଉତ୍ତମ ହେଲେ ନିଜ ଦେହରୁ ଯେପରି ଅନ୍ୟ ଦେହକୁ ଜୀବାଣୁ ସଂକ୍ରମଣ ନ ହୁଏ, ସେଥିପାଇଁ ମଧ୍ୟ ସଚେତନତା ସୃଷ୍ଟି କରିଥାଏ ା ସାଧାରଣ ମହିଳାଙ୍କଠାରୁ କର୍ମଜୀବୀ ମହିଳାଙ୍କୁ ଆହୁରି ସତର୍କ ରହିବାକୁ ପଡ଼ିଥାଏ ା ଜୀବନଚର୍ଯ୍ୟାର ପ୍ରଥମ ସୋପାନରୁ ହଁି ସେମାନଙ୍କୁ ହାଇଜିନ୍‌ ମେଣ୍ଟେନ କରିବାକୁ ହୋଇଥାଏ ା ଖୁବ୍‌ ସାଧାରଣ କଥାଟିଏ ହେଲେ ମଧ୍ୟ, ସକାଳୁ ଉଠି ମୁହଁ ଧୋଇବା ଖୁବ୍‌ ଜରୁରୀ ା ସାମାନ୍ୟ ଉଷୁମ ପାଣିରେ ପ୍ରତିଦିନ ସକାଳୁ ମୁହଁ ଧୋଇଲେ ସବୁ ଲୋମ କୂପ ଖୋଲିଯାଏ ଏବଂ ପରେ ପରେ ନରମ ସାବୁନରେ ମୁହଁ ଧୋଇ ଥଣ୍ଡା ପାଣି ଛାଟିଲେ ଲୋମ କୂପ ବନ୍ଦ ହୋଇଯାଏ ା ଏହାକୁ ନରମ ତଉଲିଆରେ ପୋଛି ମଇଶ୍ଚରାଇଜର ଲଗାଇବା ଉଚିତ, ଏହାଦ୍ୱାରା ସାରା ଦିନ ଘରେ ଓ ଅଫିସ୍‌ରେ କାମକଲେ ମଧ୍ୟ ମୁହଁ ସଫା ଓ ସତେଜ ରହିଥାଏ ା
କର୍ମଜୀବୀ ମହିଳାମାନେ ଦୁଇଥର ଦାନ୍ତ ଘଷିବା ଓ ଫ୍ଲସ୍‌ କରିବା ଆବଶ୍ୟକ। ଏହାଦ୍ୱାରା ନିଜର ପର୍ସନାଲ ହାଇଜିନ୍‌ ସହ ମୁହଁର ଦୁର୍ଗନ୍ଧ ମଧ୍ୟ ଦୂରହୋଇଥାଏ ା ମାସକୁ ମାସ ଟୁଥ୍‌ ବ୍ରଶ୍‌ ବଦଳାଇବା ଆବଶ୍ୟକ ା ଏହାଛଡ଼ା ଦେହ ଖରାପ ହେବାପରେ ବ୍ରଶ୍‌ ବଦଳାଇବା ଦରକାର ା କର୍ମଜୀବୀ ମହିଳାମାନେ ନିଜ କେଶକୁ ସଫା ଓ ସଂକ୍ରମଣରୁ ମୁକ୍ତ ରଖିବା ଦରକାର ା ଉକୁଣି ଓ ରୂପି ଇତ୍ୟାଦି ନ ହେବା ଲାଗି କେଶକୁ ଟ୍ରିମ୍‌ କରି ଛୋଟ ରଖିଲେ ଷ୍ଟାଇଲିଶ୍‌ ଲାଗିବା ସାଙ୍ଗକୁ ସଫା ମଧ୍ୟ ରହିପାରିବେ ା
କର୍ମଜୀବୀ ମହିଳାମାନେ ନିଜ ନଖ କାଟିବା ସହ ହାତ ସଫା ରଖିବା ଆବଶ୍ୟକ ା ଏହା ନିଜକୁ ସଂକ୍ରମଣରୁ ରକ୍ଷାକରିବା ସହିତ ଅନ୍ୟକୁ ମଧ୍ୟ ସଂକ୍ରମଣରୁ ରକ୍ଷା କରିଥାଏ ା ନିଜ ପର୍ସରେ ସବୁବେଳେ ୱାସିଂ ଲିକ୍ୱିଡ୍‌ ଓ ଆଲ୍‌କୋହଲ୍‌ ସାନିଟାଇଜର ରଖିବା ଆବଶ୍ୟକ, କାରଣ ଅଫିସ୍‌ ଗୋଟିଏ ପବ୍ଲିକ୍‌ ସ୍ଥାନ ହୋଇଥିବାରୁ, ଡୋର୍‌ ହେଣ୍ଡଲ, ଫୋନ୍‌ର କଡର୍ର୍ ଓ ରିସିଭର ତଥା ବାଥ୍‌ରୁମ୍‌ ଆଦି ସ୍ଥାନରୁ ଜୀବାଣୁ ସଂକ୍ରମଣର ଭୟ ଥାଏ। ଏସବୁ ସ୍ଥାନ ବା ଜିନିଷ ସ୍ପର୍ଶ କରିବା ମାତ୍ରେ ହାତକୁ ଧୋଇ ପରିଷ୍କାର କରିବା ଭଲ ା ଅଫିସ୍‌ରେ ବ୍ୟବହୃତ ଡ୍ରୟାର, ଚେୟାର, ହେଣ୍ଡଲ ଆଦିକୁ ପ୍ରତିଦିନ ବିଶୋଧକ ଦ୍ରବ୍ୟ ଦ୍ୱାରା ପୋଛି ବ୍ୟବହାର କରିବା ଉଚିତ ା ଏହାଛଡ଼ା ଖାଇବା ଆଗରୁ ହାତ ଧୋଇବା ଜରୁରୀ ା ସାଧାରଣ ତଉଲିଆ ବ୍ୟବହାର ନ କରି ସଫା ଓ ନୂଆ ଟିସୁ ପେପର ବ୍ୟବହାର କରିବା ଭଲ ା ତେବେ ମହିଳାମାନଙ୍କର ମୂତ୍ରନଳୀ ବା ୟୁରେଥ୍ରା ଛୋଟ ହୋଇଥିବାରୁ ସେମାନଙ୍କର ପରିସ୍ରା ସଂକ୍ରମଣ ବେଶି ଶୀଘ୍ର ହୋଇଥାଏ, ତେଣୁ ପବ୍ଲିକ୍‌ ବାଥ୍‌ରୁମ୍‌ ବ୍ୟବହାର କରିବା ଆଗରୁ ସଫାକରି ବ୍ୟବହାର କରିବା ଉଚିତ ା ଏହାଛଡ଼ା ପ୍ରତ୍ୟେକ ମାସର ଋତୁସ୍ରାବ ସମୟରେ ନୂଆ ସାନିଟାରି ପ୍ୟାଡ୍‌ ବ୍ୟବହାର କରିବା ଜରୁରୀ। କାରଣ ଏହି ସମୟରେ ଟିକିଏ ଅସାବଧାନ ରହିଲେ ଭୟାନକ ଜୀବାଣୁ ଦ୍ୱାରା ସଂକ୍ରମିତ ହୋଇ ‘ଟକ୍ସିକ୍‌ ସକ୍‌ ସିଣ୍ଡ୍ରୋମ୍‌’ ହୋଇଥାଏ ା ଏହି ସମୟରେ ସଂକ୍ରମଣ ହେଲେ ଜରାୟୁ ମଧ୍ୟ ସଂକ୍ରମିତ ହୋଇଥାଏ ା ତେଣୁ ପ୍ରତ୍ୟେକ ପ୍ୟାଡ୍‌ ବ୍ୟବହାର କରିବା ପରେ ହାତ ପରିଷ୍କାର କରିବା ଦରକାର ା କର୍ମଜୀବୀ ମହିଳାମାନଙ୍କୁ ପ୍ରାୟ ଟ୍ରାଭେଲ କରିବାକୁ ପଡ଼ିଥାଏ ା ସେଥିପାଇଁ ସେମାନେ ହାଇଜିନିକାଲି ପ୍ୟୁରିଫାଏଡ୍‌ ବଟଲ ପାଣି ପିଇବେ ଏବଂ ବାହାର ଖାଦ୍ୟ ଖାଇବା ପୂର୍ବରୁ ସାବୁନରେ ହାତ ଧୋଇ ଆଲ୍‌କୋହଲ ବେସ୍‌ଡ ସାନିଟାଇଜର ବ୍ୟବହାର କରିବେ ା ଫଳକୁ ବିଶୁଦ୍ଧ ପାଣିରେ ଧୋଇ ଖାଇବେ ଏବଂ ସର୍ବସାଧାରଣ ପାଇଁ ବ୍ୟବହୃତ କପ୍‌ରେ ଚା’ ବା କଫି ନ ପିଇ, ନିଜେ ନେଇଥିବା କପ୍‌ରେ ପିଇବେ ା
କର୍ମଜୀବୀ ମହିଳାଙ୍କ ପାଇଁ ମେକ୍‌ଅପ୍‌ ହାଇଜିନ୍‌ ମେଣ୍ଟେନ କରିବା ଖୁବ୍‌ ଜରୁରୀ ା ଆଇବ୍ରୋ ପେନ୍‌ସିଲ ବ୍ୟବହାର କରିବା ପୂର୍ବରୁ ଓଦା ଟିସ୍ୟୁ ପେପରରେ ପେନ୍‌ସିଲକୁ ପୋଛିବା ଦରକାର ା ଏହାଦ୍ୱାରା ଜୀବାଣୁ ସଂକ୍ରମଣର ଭୟ କମିଯାଏ ା ପ୍ରତି ସପ୍ତାହରେ ମେକ୍‌ଅପ୍‌ ବ୍ରଶ୍‌ ଓ ପାଉଡର ପଫ୍‌ ବେବି ସାମ୍ପୁରେ ସଫାକରି ଓଦା ମେକ୍‌ଅପ୍‌ ଜିନିଷକୁ ସଫା ତଉଲିଆରେ ପୋଛି ରଖିବା ଉଚିତ ା ନିଜର ମେକ୍‌ଅପ୍‌ ନିଜ ହାତରେ କରନ୍ତୁ ନାହଁି ା ଏହାଦ୍ୱାରା ସଂକ୍ରମଣ ବ୍ୟାପିଥାଏ ା ନିଜ ହାତକୁ ପରିଷ୍କାରକରି ଧୋଇ କେବଳ ରିଂ ଫିଙ୍ଗର ବା ଅନାମିକା ଅଙ୍ଗୁଳିରେ ଧୀରେ ଧୀରେ ମେକ୍‌ଅପ୍‌ ଲଗାନ୍ତୁ ା ଏହା ଛଡ଼ା ମାସ୍କାରା ଓ କାଜଲ ଲଗାଇବା ବେଳେ ସାବଧାନ ନ ହେଲେ ଆଖିରେ ଜୀବାଣୁ ଓ ଅନ୍ୟାନ୍ୟ ସଂକ୍ରମଣ ହେବା ଭୟଥାଏ ା ତେଣୁ ଅନ୍ୟ କାହାର କାଜଲ ପେନ୍‌ସିଲ ବ୍ୟବହାର ନ କରିବା ଭଲ ା ନଖ କାଟିବା ବେଳେ, ମାନିକିଓର ଓ ପେଡିକିଓର କଲା ବେଳେ ଅନ୍ୟ କାହାର ଯନ୍ତ୍ରପାତି ବ୍ୟବହାର କରିବା ଉଚିତ ନୁହେଁ ା ଏମିତି କି ବିଉଟିପାର୍ଲରରେ ଫେସିଆଲ କରିବାବେଳେ ନିଜର ପର୍ସନାଲ ଟାୱେଲ ବ୍ୟବହାର କରିବା ଭଲ ା ଏହାଛଡ଼ା ପ୍ରତ୍ୟେକ ଦିନ ଉତ୍ତମ ସ୍ନାନ ସହ ସଫା ଲୁଗାପଟା ବ୍ୟବହାର କରିବା ଉଚିତ ା ଦେହ ସହ ଆଖି, ନାକ ଓ କାନର ଯନତ୍ ମଧ୍ୟ ଖୁବ୍‌ ଜରୁରୀ ା ପ୍ରତ୍ୟେକ କର୍ମଜୀବୀ ମହିଳା ନିଜ ପାଦର ଯନତ୍ ନେବା ଆବଶ୍ୟକ ା ସ୍ନାନ କଲାବେଳେ ପାଦକୁ ଭଲ କରି ଧୋଇ , ପରିଷ୍କାର କରି କ୍ରିମ୍‌ ବା ମଇଶ୍ଚରାଇଜର ଓ ପାଇଡର ପକାଇ ଜୋତା ବା ଚପଲ ପିନ୍ଧିବା ଉଚିତ, କାରଣ ପାଦ ଦ୍ୱାରା ହଁି ଅନେକ ସଂକ୍ରମଣ ହୋଇଥାଏ ା ହାତ, ପାଦରେ ଫଙ୍ଗାଲ ସଂକ୍ରମଣ ବା କାଛୁ କୁଣ୍ଡିଆ ଓ ଏକ୍‌ଜିମା ଆଦି ଚର୍ମରୋଗ ହେଲେ ଭଲ ହେବା ପାଇଁ ସମୟ ଲାଗିଥାଏ ା କର୍ମଜୀବୀ ମହିଳାଙ୍କୁ ବାହାରେ ଟ୍ରାଭେଲ କରିବାକୁ ତଥା ଅଫିସ୍‌ରେ ଅନବରତ କାମ କରିବାକୁ ପଡ଼ୁଥିତ୍ବାରୁ ଝାଳନାଳ ହେବାକୁ ପଡ଼ିଥାଏ ା ତେଣୁ ସଫା ଓ ପରିଷ୍କାର ସୂତା ପୋଷାକ ବ୍ୟବହାର କରିବା ଭଲ। କର୍ମଜୀବୀ ମହିଳାଙ୍କ ପାଇଁ ପର୍ସନାଲ ହାଇଜିନ୍‌ ରକ୍ଷା କରିବା ଖୁବ୍‌ ଜରୁରୀ। ଏହା ଏକ କଳା ା ଏହି ହାଇଜିନ୍‌ ଓ ସଚେତନତା ଯେ, କେବଳ ମହିଳାମାନଙ୍କୁ ସୁରକ୍ଷିତ ରଖିଥାଏ ତାହା ନୁହେଁ, ନିଜ ସନ୍ତାନ ସନ୍ତତି ଓ ପରିବାରବର୍ଗ ତଥା ସହକର୍ମଚାରୀମାନଙ୍କୁ ସୁରକ୍ଷା ଦେବା ସହ ରୋଗ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ ା ଏହା ମହିଳାମାନଙ୍କ ଆଉଟ୍‌ ଲୁକ୍‌ ବଢ଼ାଇବା ସହ ଏକ ପ୍ରେଜେଣ୍ଟେବଲ ପର୍ସନାଲିଟିର ପରିଚୟ ଦେଇଥାଏ ଏବଂ ନାରୀଟିକୁ ଆଭିଜାତ୍ୟର ଏକ ସୁରକ୍ଷିତ ପୋଷାକ ପିନ୍ଧାଇ ଦେଇଥାଏ ା

ଡା. ସରୋଜିନୀ ଷଡ଼ଙ୍ଗୀ
ଲିଙ୍କ୍‌ ରୋଡ୍‌ , କଟକ-୧୨
ମୋ-୯୪୩୭୦୫୫୦୦୭

 


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

ବିଧାୟକ ଅଖିଳ ନାଏକଙ୍କ ଠାରୁ ଆରମ୍ଭ ହେଲା ସ୍ବ ଜନଗଣନା: ପାଟଣାବାସୀଙ୍କୁ କଲେ ଏହି ଅପିଲ

ପାଟଣା,୨।୪(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ପ୍ରଶାସନ ପକ୍ଷରୁ ଗୁରୁବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ଠାରୁ ସ୍ବ ଜନଗଣନା ଶୁଭାରମ୍ଭ ହୋଇଛି। ପାଟଣା ତହସିଲ…

ଯୁଦ୍ଧ ମଧ୍ୟରେ ପାକିସ୍ତାନରେ ହାହାକାର, ଭାରତ ଶୁଣିଲେ ହୋଇଯିବ ଖୁସି

ନୂଆଦିଲ୍ଲୀ,୨।୪: ଭାରତ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ବାତିଲ କରିବା ଏବଂ ନଦୀ ଜଳରେ ପାକିସ୍ତାନର ଅଂଶକୁ ଅବରୋଧ କରିବା ନିଷ୍ପତ୍ତି ଦକ୍ଷିଣ ଏସିଆରେ ଜଳ ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri