ବ୍ଲାକ୍‌ ହେଡ୍ସରୁ ମୁକ୍ତି

ମୁହଁର ଗଢ଼ଣ ଯେତେ ଭଲ ହୋଇଥାଉ ନା କାହିଁକି ଏହା ଉପରେ ସାମାନ୍ୟ ବ୍ଲାକ୍‌ ହେଡ୍ସ ସମ୍ପୂର୍ଣ୍ଣ ସୌନ୍ଦର୍ଯ୍ୟକୁ ବିଗାଡ଼ିଦେଇଥାଏ। ଯଦି ଆପଣ ବି ବ୍ଲାକ୍‌ ହେଡ୍ସ ସମସ୍ୟା ପାଇଁ ଚିନ୍ତିତ, ତେବେ ଆପଣାନ୍ତୁ ଏହି ଘରୋଇ ଟିପ୍ସ…

ଗୋଟିଏ ପାଚିଲା କଦଳୀ, ଦୁଇ ଚାମଚ ଗୁଣ୍ଡ ଓଟ୍ସ ଏବଂ ଏକ ଚାମଚ ମହୁକୁ ଏକାଠି ଏକ ପାତ୍ରରେ ନେଇ ଭଲ ଭାବେ ଚକଟି ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ ୫-୭ମିନିଟ ପର୍ଯ୍ୟନ୍ତ ସର୍କୁଲାର ମୋଶନରେ ଘଷନ୍ତୁ, ଏହା ସ୍କ୍ରବ୍‌ ଭଳି କାମ ଦେବ। ପରେ ନଖଉଷୁମ ପାଣିରେ ମୁହଁ ଧୋଇ ମଇଶ୍ଚରାଇଜର ଲଗାଇଦିଅନ୍ତୁ।
ପ୍ରଥମେ କୌଣସି ଭଲ କମ୍ପାନୀର ସ୍କ୍ରବ୍‌ ନେଇ ମୁହଁକୁ ସ୍କ୍ରବିଂ କରିଦିଅନ୍ତୁ। ଗୋଟିଏ ଛୋଟ ପାତ୍ରରେ ଅଣ୍ଡାର ଧଳା ଅଂଶ ଏବଂ ୧ ଚାମଚ ମହୁ ଭଲ ଭାବେ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ସ୍କ୍ରବିଂ ପରେ ଏହାକୁ ମୁହଁରେ ଲଗାନ୍ତୁ। ଶୁଖିବା ପରେ ନଖଉଷୁମ ପାଣିରେ ଧୋଇଦିଅନ୍ତୁ। ଏହା କେବଳ ବ୍ଲାକ୍‌ ହେଡ୍ସ୍‌ ଦୂରକରେନି ବରଂ ସ୍କିନ୍‌ ଗ୍ଲୋ ବଢ଼ାଇଥାଏ। ସପ୍ତାହରେ ଦୁଇଥର ଏପରି କରନ୍ତୁ, ଉପକୃତ ହେବେ।
ଡଲଚିନି ଗୁଣ୍ଡରେ ଅଳ୍ପ ଲେମ୍ବୁରସ ମିଶାଇ ପ୍ୟାକ୍‌ ପ୍ରସ୍ତତ କରନ୍ତୁ। ଏହାକୁ ବ୍ଲାକ୍‌ ହେଡ୍ସ୍‌ ଉପରେ ଲଗାଇ ୨୦ ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ସପ୍ତାହରେ ୨-୩ ଥର ଏପରି କରନ୍ତୁ, ବ୍ଲାକ୍‌ ହେଡ୍ସ୍‌ ସମସ୍ୟା ଖୁବ୍‌ ଶୀଘ୍ର ଦୂର୍‌ହୋଇଯିବ।
ଆଲୋଭେରା ବା ଘିକୁଆଁରୀ ରସକୁ ମୁହଁରେ ଲଗାଇ ୧୦ମିନିଟ୍‌ ରଖିବା ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ। ପ୍ରତିଦିନ ଏପରି କଲେ ସ୍କିନ୍‌ ପୂର୍ବାପେକ୍ଷା ବେଦାଗ, ସୁନ୍ଦର ହୋଇଯିବ।
ଟମାଟୋ  ଚୋପା କାଢ଼ି ଗ୍ରାଇଣ୍ଡ କରିଦିଅନ୍ତୁ। ରାତିରେ ଶୋଇବା ପୂର୍ବରୁ ଏହାକୁ ମୁହଁରେ ଲଗାନ୍ତୁ। ସକାଳୁ ଉଠି ପାଣିରେ ଧୋଇଦିଅନ୍ତୁ। ଯଦି ଆପଣଙ୍କ ସ୍କିନ୍‌ ସେନ୍ସିଟିଭ ତେବେ ଏଥିରେ ସମାନ ପରିମାଣର ପାଣି ମିଶାଇ ଲଗାଇଲେ ଉପକୃତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri