କର୍ତ୍ତବ୍ୟ ଆଗରେ ହାର ମାନିଛି କର୍କଟ ରୋଗ

ଦିଗପହଣ୍ଡି,୧୫ା୪(ଡି.ଏନ.ଏ.)- ସମଗ୍ର ବିଶ୍ୱ ଏବେ ରୋନା ମହାମାରୀ ସହ ଲଢୁଛି। ଏଭଳି ପରିସ୍ଥିତିରେ ଡାକ୍ତର, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ କର୍ତ୍ତବ୍ୟ ବଢିଯାଇଛି। ଏମାନେ ଏବେ ଏହି ଲଢେଇର ପ୍ରମୁଖ ଯୋଦ୍ଧା ପାଲଟିଛନ୍ତି। ଏଭଳି ଜଣେ ଯୋଦ୍ଧା ହେଉଛନ୍ତି ଦିଗପହଣ୍ଡି ଏକ୍‌ଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର ସ୍ବାଇଁ। କର୍କଟ (କ୍ୟାନ୍‌ସର) ରୋଗରେ ପୀଡିତ ଥାଇ ମଧ୍ୟ ସେ ତାଙ୍କ କର୍ତ୍ତବ୍ୟ କରିଚାଲିଛନ୍ତି। ୫୯ ବର୍ଷ ବୟସରେ ଅସୁସ୍ଥତା ସତ୍ତ୍ବେ ଗଁା ଗଁା ବୁଲି ସଚେତନତା ସହ ପ୍ରଶାସନିକ ଦାୟିତ୍ୱ ତୁଲାଇ ସେ ଏବେ କରୋନାର ପ୍ରକୃତ ଯୋଦ୍ଧା ଭାବେ ଠିଆ ହୋଇଛନ୍ତି।
ଏନେଇ ତାଙ୍କୁ ପଚାରିବାରୁ ତହସିଲଦାର ସ୍ବାଇଁ କହିଥିଲେ, ଅସୁସ୍ଥତା ଠାରୁ ନିଜର କର୍ତ୍ତବ୍ୟ ବଡ, କର୍କଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ ମଧ୍ୟ ନିଜକୁ ଜଣେ ରୋଗୀ ବୋଲି ମୁଁ କେବେ ଭାବି ନାହିଁ। ତେଣୁ ପ୍ରତିଦିନ ସକାଳୁ ବିଳମ୍ବିତ ରାତି ଯାଏ ଜିଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ତୁଲାଇ ଆସୁଛି।
୨୦୧୧ରୁ କର୍କଟ ରୋଗରେ ଆକ୍ରାନ୍ତ ଥିବା ତହସିଲଦାର ସ୍ବାଇଁ ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ନିୟମିତ ବ୍ୟବଧାନରେ କେମୋ ନେଉଛନ୍ତି। ଏପ୍ରିଲ ପ୍ରଥମ ସପ୍ତାହରେ କେମୋ ପାଇଁ ଯିବାକୁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ ଲକ୍‌ଡାଉନ ଯୋଗୁ ସେ ଯାଇପାରି ନ ଥିବା କହିଛନ୍ତି। ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତାଙ୍କ ଅସୁସ୍ଥତା ସମ୍ପର୍କରେ ଜାଣି ଅଧିକ ସମୟ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ମଧ୍ୟ ସେ କେବେ ମଧ୍ୟ ଅସୁସ୍ଥତା ଦର୍ଶାଇ କାର୍ଯ୍ୟ ଦିବସରେ ଛୁଟି ନେଇ ନ ଥିବା କହିଛନ୍ତି। କରୋନା କବଳରୁ ଦିଗପହଣ୍ଡିବାସୀ କିଭଳି ରକ୍ଷା ପାଇବେ ତାହା ତାଙ୍କର ପ୍ରଧାନ ଲକ୍ଷ୍ୟ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ରେଳ ଷ୍ଟେଶନରୁ ନାବାଳକ ଚାଲାଣ ବେଳେ ଧରିଲା ପ୍ରଶାସନ: ୪ ଉଦ୍ଧାର, ୨ ଦଲାଲ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ରେଳ ଷ୍ଟେଶନ ପରିସରରୁ ଏକ ବଡ଼ ଧରଣର ନାବାଳକ ଚାଲାଣ ଉଦ୍ୟମକୁ ପଣ୍ଡ କରିଛି ପ୍ରଶାସନ। ଜିଲା…

ଲଗାଣ ବର୍ଷାରେ ଧୋଇଗଲା ନିର୍ମାଣାଧୀନ ରିଂ ରୋଡ୍‌: କାମ ନସରୁଣୁ ରାସ୍ତାର ସ୍ଥାୟିତ୍ୱକୁ ନେଇ ଉଠିଲା ପ୍ରଶ୍ନବାଚୀ

ବରଗଡ଼, ୭।୭ (ପ୍ରେମାନନ୍ଦ ଖମାରୀ): ପ୍ରଥମ ବର୍ଷାରେ ହିଁ ଖୋଲିଯାଇଛି ବିକାଶର ଅସଲ ଚେହେରା। ବରଗଡ଼ ସହର ଉପକଣ୍ଠ ଜୀରା ନଦୀ ପାର୍ଶ୍ୱରେ ଚାଲିଥିବା ବହୁ ପ୍ରତୀକ୍ଷିତ…

ଋଷିମାଳ ମହାବିଦ୍ୟାଳୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ, ମା’ଙ୍କ ପାଇଁ ଗଛଟିଏ ସକାଶେ …

ଦାରିଙ୍ଗବାଡି, ୭।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ସ୍ଥିତ ଋଷିମାଳ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ…

ଘେଁସ୍ କଲେଜର ନାମ ବଦଳିଲା: ସ୍ୱାଧୀନତା ସଂଗ୍ରାମୀ ଶହୀଦ ମାଧୋ ସିଂହଙ୍କ ନାମରେ ହେଲା ନାମିତ

ବରଗଡ଼, ୭।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ୍ ସ୍ଥିତ ‘ଘେଁସ୍ କଲେଜ’ର ନାମ ସୋମବାରଠାରୁ ଆନୁଷ୍ଠାନିକ ଭାବେ ବଦଳିଛି। ଏହି ଅଞ୍ଚଳର ମହାନ…

ପ୍ରଧାନଶିକ୍ଷକ ମାଗିଲେ ଫେବର, DWOଙ୍କୁ ଗୁହାରି କଲେ ୩ ମହିଳା କର୍ମଚାରୀ

ଭବାନୀପାଟଣା, ୭।୭ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି  ସ୍କୁଲର ପ୍ରଧାନ ଶିକ୍ଷକଙ୍କ ନାମରେ ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ସ୍କୁଲର…

ବିରଳ ମୃତ୍ତିକା ସନ୍ଧାନରେ ବୃକ୍ଷହୀନ ହେଉଛି ତାମ୍ପରା-ବଙ୍ଗୋପସାଗର ମଧ୍ୟସ୍ଥ ଅରଣ୍ୟ, ଛତ୍ରପୁର ସହର ପ୍ରତି…

ଛତ୍ରପୁର,୭।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ବଙ୍ଗୋପସାଗର କୂଳ ଲଙ୍ଘିବା ଘଟଣାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦର ପ୍ରାଣବିନ୍ଦୁ କୁହାଯାଉଥିବା ପ୍ରସିଦ୍ଧ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ସିର୍କାବର୍ଗ ରାସ୍ତା ମରାମତି ହେଲାନି, ଲଗାଣ ବର୍ଷାରେ ବେହାଲ: ପ୍ରଶାସନ ପ୍ରତିଶ୍ରୁତି ଖିଲାପ କରିଥିବା…

ଦାରିଙ୍ଗବାଡି, ୭।୭ (ଅରୁଣ ସାହୁ): କନ୍ଧମାଳ ଜିଲା  ଦାରିଙ୍ଗବାଡି ବ୍ଲକର ସବୁଠାରୁ ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ସିର୍କାବର୍ଗକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାଟି ଏବେ ଲଗାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri