କର୍ତଙ୍ଗକୁ ଲୋକକଳା ଗ୍ରାମ ମାନ୍ୟତା

ବିନିକା, ୨ା୧୦(ଡି.ଏନ.ଏ.): ସୁବଣ୍ଣର୍ର୍ପୁର ଜିଲା ବିନିକା ବ୍ଲକ ମହାଦେବପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କର୍ତଙ୍ଗ ଗ୍ରାମକୁ ଲୋକକଳା ଗ୍ରାମ୍ୟ ମାନ୍ୟତା ମିଳିଛି ା ରାଜ୍ୟ ସରକାରଙ୍କ ମଞ୍ଜୁରୀ ପରେ ବୁଧବାର ରାଜ୍ୟ ସରକାରଙ୍କ ଭାଷା ସାହିତ୍ୟ ଓ ସଂସ୍କୃତ ବିଭାଗ ତରଫରୁ ଏନେଇ ସ୍ଥାନୀୟ ଗ୍ରାମର କଳାକାର ମାନଙ୍କୁ ନେଇ ଏକ ସମାରୋହ କର୍ତ୍ତଙ୍ଗରେ ଅନୁଷ୍ଠିତ ହୋଇଥିଲା ା ଜିଲାପାଳ ମୋନୀଷା ବାନାର୍ଜୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ମୁଖ୍ୟ ଅତିଥିଭାବେ ଜିଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଯୋଗଦେଇଥିଲେ। ସମ୍ମାନୀତ ଅତିଥିଭାବେ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା, ବିନିକା ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ, ତହସିଲଦାର ଅଲେଖ ଘୁଟା, ବିଡିଓ ବିଶ୍ୱରଞ୍ଜନ ମଲ୍ଲିକ, ଜିଲା ପରିଷଦ ସଭ୍ୟା ରୋହିଣୀ ଡାଙ୍ଗ, ସୁଶାନ୍ତ ପଣ୍ଡା, ମହାଦେବପାଲି ସରପଞ୍ଚ ଦଶମୁ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ା ଜିଲାପାଳ ପ୍ରାଚୀନ ଲୋକକଳା ଉପରେ ଅଭିଭାଷଣ ରଖି କର୍ତଙ୍ଗକୁ ଲୋକକଳା ଗ୍ରାମ ଘୋଷଣା କରିବା ସହିତ ମାନ୍ୟତା ପାଇଥିବା ପ୍ରାମାଣିକ ପତ୍ର ପ୍ରଦାନ କରିଥିଲେ ା ପରେ କର୍ତଙ୍ଗ ଗ୍ରାମର କଳାକାରଙ୍କ ଦ୍ୱାରା କରମା, ସଂକୀର୍ତ୍ତନ, କୃଷ୍ନଲୀଳା, ଭାଗବତ ଟୁଙ୍ଗୀ, ଦଣ୍ଡ ଏବଂ ବାଡିଖେଳ ପ୍ରଭୃତି ପ୍ରାଚୀନ ଲୋକକଳା ପ୍ରଦର୍ଶିତ ହୋଇଥିଲା ା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ କଣ୍ଠଶିଳ୍ପୀ ଶାଶ୍ୱତ ତ୍ରିପାଠୀ ା


Enter your email to get our daily news in your inbox.

All Right Reserved By Dharitri.Com

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ହାଟଡିହୀରେ ଅଭାବନୀୟ ଚିତ୍ର: ଖଟିଆରେ ଭାଲିଆ ନାଳ ପାର ହେଲେ ରୋଗୀ, ରାସ୍ତା-ପୋଲ ନଥିବାରୁ ଦୁର୍ଦ୍ଦଶାରେ…

ହାଟଡିହୀ, ୪।୮ (ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଅନ୍ତର୍ଗତ ମଲ୍ଲିପଶି ଗ୍ରାମକୁ ପକ୍କା ରାସ୍ତା ଏବଂ ନାଳ ଉପରେ ପୋଲ…

ହାଟଡିହୀରେ ମିଳୁନି ସାର: ସମବାୟ ସମିତି ଓ ବିକ୍ରୟ କେନ୍ଦ୍ର ପରିଦର୍ଶନ କଲେ ବିଧାୟକ

ହାଟଡିହୀ/ଛେନାପଦୀ, ୪।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ବର୍ତ୍ତମାନ ପ୍ରବଳ ସାର ସଙ୍କଟ ଦେଖାଦେଇଛି। ସମବାୟ ସମିତିରେ ଆବଶ୍ୟକୀୟ ସାର ନ ଥିବାବେଳେ ଖୋଲା…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…

ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…

ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠାରେ ଲୋକଙ୍କୁ ମିଳିଲା ବିଶୁଦ୍ଧ ପାଣି

ବେଲଗୁଣ୍ଠା, ୪।୮ (କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ବିଗତ କିଛି…

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଆବେଦନ: ଦାରିଙ୍ଗବାଡ଼ି କୃଷି କାର୍ଯ୍ୟାଳୟରେ କୃଷକଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡ଼ି,୪।୮(ଅରୁଣ ସାହୁ): କୃଷି କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ କୃଷକମାନଙ୍କୁ ବିଭିନ୍ନ ଯୋଜନାର ସୁଫଳ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ଅଞ୍ଚଳରେ ଲଗାଣ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri