କରୋନା ୫୦ କୋଟି ଲୋକଙ୍କୁ ଗରିବ କରିପାରେ

ଲଣ୍ଡନ,୧୦।୪: କରୋନା ଭାଇରସ୍‌ ଏବେ ପୃଥିବୀର ୨୦୯ ରାଷ୍ଟ୍ରକୁ ବ୍ୟାପି ୮୩ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। ଏହା ବିଶ୍ୱ ଅର୍ଥନୀତି ଉପରେ ନକାରାତ୍ମକ ପ୍ରଭାବ ପକାଇଥିବାରୁ ଆଗାମୀ ଦିନରେ ପ୍ରାୟ ୫୦ କୋଟି ଲୋକ ଗରିବ ହୋଇଯାଇପାରନ୍ତି ବୋଲି ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରୁଥିବା ଅନ୍ତର୍ଜାତୀୟ ସଙ୍ଗଠନ ‘ଅକ୍ସଫାମ୍‌’ ପକ୍ଷରୁ କୁହାଯାଇଛି। ଏଥିସହିତ ଅର୍ଥନୀତିରେ ଦେଖାଦେଇଥିବା ସଙ୍କଟ ଅବସ୍ଥାକୁ ଟାଳିବା ପାଇଁ ବିଶ୍ୱ ନେତାଙ୍କ ସାମ୍ନାରେ ଏବେ ଆହ୍ବାନ ଆସିଛି। ତେଣୁ ବିକାଶଶୀଳ ଅର୍ଥ ବ୍ୟବସ୍ଥାଗୁଡ଼ିକ ଦେବାକୁ ଥିବା ୧ ଲକ୍ଷ କୋଟି ଡଲାର ଋଣ ଦେୟକୁ ବାତିଲ କରିବା ଲାଗି ଦାବି ହୋଇଛି ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏଭଳି ସଙ୍କଟ ସମୟରେ ଲୋକଙ୍କ ଘରୋଇ ଖର୍ଚ୍ଚ କମିଯାଉଥିବା ପରିପ୍ରେକ୍ଷୀରେ ବିଶ୍ୱ ଦାରିଦ୍ର୍ୟ ଉପରେ କି ପ୍ରଭାବ ପକାଇବ ସେ ସଂକ୍ରାନ୍ତରେ ଆସନ୍ତା ସପ୍ତାହରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଓ ବିଶ୍ୱବ୍ୟାଙ୍କର ବାର୍ଷିକ ବୈଠକ ବସିବାକୁ ଯାଉଛି। ତା’ ପୂର୍ବରୁ ଏଭଳି ରିପୋର୍ଟ ପଦାକୁ ଆସିବା ଦ୍ୱାରା ଗରିବଙ୍କ ଦୁଃଖ କିଭଳି ବଢ଼ିଯାଉଛି ତା’ ଉପରେ ଗୁରୁତ୍ୱାରୋପ କରାଯାଇଛି।
ଉକ୍ତ ରିପୋର୍ଟରେ କୁହାଯାଇଛି ଯେ, ୨୦୦୮ରେ ବିଶ୍ୱ ଆର୍ଥିକ ସଙ୍କଟକୁ ବର୍ତ୍ତମାନର କରୋନା ଭାଇରସ୍‌ଜନିତ ଅର୍ଥନୈତିକ ଦୁଃସ୍ଥିତି ବଳିଯିବାର ଆଶଙ୍କା ସୃଷ୍ଟି କଲାଣି। ଆକଳନରୁ ଜଣାପଡ଼ିଲାଣି ଯେ, ଏବେ ଯେଭଳି ପରିସ୍ଥିତି ଉପୁଜିଛି ତାହା ୧୯୯୦ ପରେ ପ୍ରଥମ ଥର ପାଇଁ ବିଶ୍ୱ ସ୍ତରରେ ଦାରିଦ୍ର୍ୟ ହାର ଅଧିକ ବୃଦ୍ଧି କରିବ। ଅକ୍ସଫାମ୍‌ ଆମେରିକାର ପଲିସି ଆଣ୍ଡ୍‌ ଆଡ୍‌ଭୋକେସିର ଭାଇସ୍‌-ପ୍ରେସିଡେଣ୍ଟ ପଲ୍‌ ଓ’ ବ୍ରେନ୍‌ଙ୍କ ମତରେ ବିଶ୍ୱରେ ୩୦୦ କୋଟି ଲୋକ ଗରିବ ଅଛନ୍ତି। ସେମାନେ ସ୍ବଚ୍ଛ ପାନୀୟ ଜଳ ଓ ସ୍ବାସ୍ଥ୍ୟ ସେବା ପାଇପାରୁ ନାହାନ୍ତି। ସେମାନଙ୍କ ମଧ୍ୟରୁ ଅନେକେ ଅପପୁଷ୍ଟି ଦେଇ ଗତି କରୁଛନ୍ତି।କାମଧନ୍ଦା ନ ମିଳିବାରୁ ସେମାନଙ୍କ ଅର୍ଥିକ ଅବସ୍ଥା ଶୋଚନୀୟ ହେବାରେ ଲାଗିଛି। କାରଣ ସେମାନେ ମୁଖ୍ୟତଃ ଅଣସଙ୍ଗଠିତ ଅର୍ଥନୀତି ସହ ଜଡ଼ିତ ହୋଇଥାଆନ୍ତି। ବିଶ୍ୱ ବ୍ୟାଙ୍କ ଗତ ସପ୍ତାହରେ ରିପୋର୍ଟ ପ୍ରକାଶ କରିଥିଲା ଯେ, ଯଦି କରୋନା ଜନିତ ପରିସ୍ଥିତି ଯୋଗୁ ଅର୍ଥନୀତି ଅଧିକ କ୍ଷତିଗ୍ରସ୍ତ ହୁଏ, ତେବେ ପୂର୍ବ ଏସିଆ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ତୁଳନାତ୍ମକ ଭାବେ କେବଳ କୋଟିଏ ୧୦ ଲକ୍ଷ ଲୋକ ଅଧିକ ଗରିବ ହୋଇଯିବେ।
ରିପୋର୍ଟରେ ଅଧିକାଂଶ ପାଶ୍ଚାତ୍ୟ ଦେଶରେ ଲକ୍‌ଡାଉନ୍‌ ଜନିତ ପ୍ରଭାବ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଅର୍ଡର ବାତିଲ ହୋଇଯିବାରୁ ବାଂଲାଦେଶର ୧୦ ଲକ୍ଷରୁ ଊର୍ଦ୍ଧ୍ୱ ପୋଷାକ କାରିଗରଙ୍କୁ ଚାକିରିରୁ ଛଟେଇ କରିଦିଆଯାଇଛି, ଯେଉଁମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ହେଉଛନ୍ତି ମହିଳା। ସେମାନଙ୍କୁ ବିନା ପାରିଶ୍ରମିକରେ ଘରକୁ ପଠାଇଦିଆଯାଇଛି। ଏହିଭଳି ବିଭିନ୍ନ ଦେଶରେ ଶ୍ରମିକ କାମଧନ୍ଦା ହରାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ଦାରିଦ୍ର୍ୟ ଭଳି ଉତ୍କଟ ସମସ୍ୟାକୁ ଦୂରକରିବା ଲାଗି ଅକ୍ସଫାମ୍‌ କାର୍ଯ୍ୟାନ୍ବୟନ ଯୋଜନା ମଦ୍ୟ ସ୍ଥିର କରିଛି। ଲୋକଙ୍କୁ ନଗଦ ଅର୍ଥ ଦେବା ଦରକାର। ସେହିପରି ବ୍ୟବସାୟୀଙ୍କୁ ସେମାନଙ୍କ କ୍ଷତି ଭରଣା କରିବା ଲାଗି ଆର୍ଥିକ ପ୍ୟାକେଜର ଅବାଶ୍ୟକତା ରହିଛି। ଏଥିସହିତ ଋଣ ବାତିଲ, ଆଇଏମ୍‌ଏଫ୍‌ ପକ୍ଷରୁ ପାଣ୍ଠି ଯୋଗାଣ ଓ ସହାୟତା ରାଶି ବୃଦ୍ଧି ଉପରେ ଅକ୍ସଫାମ୍‌ ଗୁରୁତ୍ୱ ଦେଇଛି।
ଆସନ୍ତା ସପ୍ତାହରେ ଜି-୨୦ ରାଷ୍ଟ୍ରଗୋଷ୍ଠୀର ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀ ବସିବାକୁ ଯାଉଛି। ୨୦୨୦ରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ପୈଠ କରିବାକୁ ଥିବା ୧ ଟ୍ରିଲିୟନ ଡଲାର ମୂଲ୍ୟର ଋଣକୁ ତୁରନ୍ତ ବାତିଲ କରିବା ଲାଗି ଅକ୍ସଫାମ୍‌ ସୁପାରିସ୍‌ କରିଛି। ଉଦାହରଣ ସ୍ବରୂପ, ଘାନାକୁ ଚଳିତ ବର୍ଷ ପାଇଁ ଋଣ ପରିଶୋଧ ବାତିଲ କରାଗଲେ, ଏହାର ସରକାର ଦେଶର ୧୬ ନିୟୁତ ଶିଶୁ, ଭିନ୍ନକ୍ଷମ ଏବଂ ବୃଦ୍ଧବୃଦ୍ଧାଙ୍କୁ ୬ ମାସ ପାଇଁ ମାସିକ ୨୦ ଡଲାର ଲେଖାଏ ସହାୟତା ଦେଇପାରିବେ। ଏଥିସହିତ ଦରିଆପାରି ସହାୟତା ରାଶି ୫୦୦ ନିୟୁତ ଡଲାର ବଢ଼ାଇବା ଏବଂ ଆଇଏମ୍‌ଏଫ୍‌ରେ ୧ ଟ୍ରଲିୟନ ଡଲାରର ସ୍ବତନ୍ତ୍ର ପାଣ୍ଠି ଗଠନ କରିବା ଲାଗି ଅକ୍ସଫାମ୍‌ ସୁପାରିସ୍‌ କରିଛି। ଫଳରେ ଆଗାମୀ ସଙ୍କଟ ସମୟରେ ବିକାଶଶୀଳ ରାଷ୍ଟ୍ରଗୁଡ଼ିକ ଏଠାରୁ ସହାୟତା ନେଇ ଦେଶରେ ନଗଦୀକରଣ ବଢ଼ାଇପାରିବେ ବୋଲି ଅକ୍ସଫାମ୍‌ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଜା ଯୁଦ୍ଧରେ ଲାଗିବ ବ୍ରେକ୍‌!

ଜେରୁଜେଲମ୍‌,୨୯ା୪: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ପୁଣିଥରେ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ବୋଲି ହ୍ବାଇଟ୍‌ ହାଉସ୍‌ କହିଛି।...

ବଢ଼ିବ ଝିଅମାନଙ୍କ ବିବାହ ବୟସ

ଇସଲାମାବାଦ,୨୯ା୪: ଝିଅମାନଙ୍କର ସର୍ବନିମ୍ନ ବିବାହ ବୟସ ବଢ଼ିବ। ଏନେଇ ପାକିସ୍ତାନର ଶିଶୁ ସୁରକ୍ଷା କଲ୍ୟାଣ ବ୍ୟୁରୋ ପ୍ରସ୍ତାବ ଦେଇଛି। ପାକିସ୍ତାନରେ ଝିଅମାନେ ଖୁବ୍‌ କମ୍‌ ବୟସରେ...

ନାଭାଲ୍‌ନି ଗ୍ରୁପ୍‌ ପାଇଁ କାମ କରୁଥିବା ୨ ଖବରଦାତା ଗଲେ ଜେଲ

ଲଣ୍ଡନ,୨୮ା୪:ରୁଷିଆର ଦିବଂଗତ ବିରୋଧୀ ଦଳ ନେତା ଆଲେକ୍ସି ନାଭାଲ୍‌ନିଙ୍କ ଦ୍ୱାରା ପ୍ରତିଷ୍ଠିତ ଗ୍ରୁପ୍‌ ପାଇଁ କାମ କରୁଥିବା ଅଭିଯୋଗରେ ୨ ଜଣ ଖବରଦାତାଙ୍କୁ ଭ୍ଲାଡିମିର ପୁଟିନ୍‌...

ବେଲୁଚିସ୍ତାନରେ ବର୍ଷା ବିତ୍ପାତ: ୨୨ ମୃତ

କରାଚି,୨୮ା୪:ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ପ୍ରବଳ ବର୍ଷା ସାଙ୍ଗକୁ କୁଆପଥର ବୃଷ୍ଟି ଯୋଗୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। କାଳବୈଶାଖୀଜନିତ ପ୍ରବଳ ବର୍ଷା ଯୋଗୁ ବିଭିନ୍ନ ଜଲାର...

ସମଲିଙ୍ଗି ସମ୍ପର୍କ ରଖିବା ହେବ ଅପରାଧ, ହୋଇପାରେ ୧୫ ବର୍ଷ ଜେଲ, ପ୍ରତିକ୍ରିୟା ରଖିଲା ଆମେରିକା

ଓ୍ବାଶିଂଟନ,୨୮।୪: ସମଲିଙ୍ଗୀ ସମ୍ପର୍କ ସମ୍ପର୍କରେ ଏକ ଆଇନ ଶନିବାର ଇରାକ ସଂସଦରେ ପାରିତ ହୋଇଛି। ଇରାକର ସଂସଦ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବୋଲି କହିଛି। ଏଥି...

ଭାରତ ଯାତ୍ରା ସ୍ଥଗିତ ରଖି କାହିଁକି ଚାଇନା ପହଞ୍ଚିଲେ ମସ୍କ

ସାଂଘାଇ,୨୮।୪: ଟେସଲା ସିଇଓ ଏଲୋନ ମସ୍କ ରବିବାର ଦିନ ହଠାତ୍‌ ଚାଇନା ଗସ୍ତ କରିଛନ୍ତି। ବୈଦ୍ୟୁତିକ ଯାନ ମାମଲାରେ ଚାଇନା ଦ୍ୱିତୀୟ ବୃହତ୍ତମ ବଜାର ।...

ଭାରତ ଆସୁଥିବା ଜାହାଜରେ କ୍ଷେପଣାସ୍ତ୍ର ମାଡ଼

ନୂଆଦିଲ୍ଲୀ,୨୭ା୪: ଲୋହିତ ସାଗର ଦେଇ ରୁଷିଆରୁ ତେଲ ଆଣି ଭାରତ ଆସୁଥିବା ଏକ ଜାହାଜ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ହୋଇଛି। ୟେମେନ୍‌ର ହୁଟି ଆତଙ୍କବାଦୀ ଏହି...

୨୦ ଫୁଟ ଉପରକୁ ଉଠି ଗଛରେ ପିଟିହେଲା କାର୍‌, ଆମେରିକାରେ ୩ ଭାରତୀୟ ମହିଳାଙ୍କ ଜୀବନ ଗଲା

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୪: ଆମେରିକାର ଦକ୍ଷିଣ କାରୋଲିନା ରାଜ୍ୟରେ ଏକ ସଡ଼କ ଦୁର୍ଘଟଣାରେ ୩ ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ତିନି ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri