କରୋନା ସାଙ୍ଗକୁ ବର୍ଷା ମାଡ଼: ମଉଳିଗଲା ଚାଷୀଙ୍କ ଆଶା

ଖଇରା, ୮।୫(ଡି.ଏନ.ଏ.)-କରୋନା ସାଙ୍ଗକୁ ଏବେ ଦାଉ ସାଧୁଛି ବର୍ଷା। ଏଥିରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ। ବାଲେଶ୍ୱର ଜିଲା ଖଇରା ବ୍ଲକର ଗଗନଧୂଳି, ଡାଲଙ୍ଗ, ପଳସା ଓ ଅଚ୍ୟୁତପୁର ପଞ୍ଚାୟତରେ ଏହାର ପ୍ରଭାବ ପଡିଛି। ସରକାର କ୍ଷତିପୂରଣ ବ୍ୟବସ୍ଥା ନ କଲେ ସେମାନେ ଅଣ୍ଟାସଳଖି ଚାଳିବା ଅସମ୍ଭବ ହୋଇପଡିବ ବୋଲି ବିଭିନ୍ନ ପଞ୍ଚାୟତର ଚାଷୀ ପିତାମ୍ବର ମହାରଣା, ବୃନ୍ଦାବନ ବେହେରା, ଲକ୍ଷ୍ମୀ ଶରଣ, ମାମିନା ଶରଣ, ଭୁବନା ସାହୁ ଓ ମୂରଲୀଧର ବେହେରା ପ୍ରମୁଖ ପ୍ରକାଶ କରିଛନ୍ତି ା
ଉପରୋକ୍ତ ପଞ୍ଚାୟତରେ ଆନୁମାନିକ ୫୦ହେକ୍ଟର ଜମିରେ ମୁଗ ଚାଷ କରାଯାଇଥିଲା। ଏଥିପାଇଁ ଚାଷୀମାନେ ବିହନ ସାର କୀଟନାଶକ ବାବଦରେ ପାଣି ଭଳି ପଇସା ଖର୍ଚ୍ଚ କରିଥିଲେ ା ଭଲ ପାଗ ଯୋଗୁ ଏବର୍ଷ ଭଲ ଫସଲ ହେବ ବୋଲି ଚାଷୀମାନେ ଆଶା ବାନ୍ଧିଥିଲେ। ହେଲେ ସେସବୁ ମଉଳି ଯାଇଛି। ପ୍ରଥମେ କରୋନା ଲକଡାଉନ ଯୋଗୁ ଚାଷୀମାନେ ବିଲକୁ ଯାଇ ପାରି ନ ଥିଲେ କି ଅମଳ ପାଇଁ ସାହସ କରିପାରି ନ ଥିଲେ ା ସରକାର ଚାଷଜମିକୁ ଯାତାୟାତରେ କୋହଳ ଦେବା ପୂର୍ବରୁ ଅର୍ଦ୍ଧାଧିକ ଫସଲ ନଷ୍ଟ ହୋଇ ସାରିଥିଲା ା ସେତିକିରେ ବି ଚାଷୀମାନଙ୍କର ଦୁଃଖ ସରି ନ ଥିଲା। କ୍ରମାଗତ କାଳବୈଶାଖୀର ତାଣ୍ଡବ ଚାଷୀର ସବୁ ଆଶାକୁ ଧୂଳିସାତ କରିଦେଇଥିଲା। ପାଣିରେ ବୁଡିରହିବା ପରେ ପାଚିଲା ମୁଗରୁ ଗଜା ବାହାରିଲାଣି ା ସମବାୟ ସମିତି ଓ ବ୍ୟାଙ୍କରୁ ଋଣ ଆଣି ଚାଷରେ ଲଗାଇଥିବା ଚାଷୀମାନେ କଣ କରିବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ା ପ୍ରଧାନମନ୍ତ୍ରୀ ଫସଲ ବୀମାରେ ମଧ୍ୟ ତାଙ୍କ ନାମକୁ ଅନ୍ତର୍ଭୁକ୍ତ କରାଯାଇ ନ ଥିବାରୁ ସେମାନଙ୍କର ବୀମା କ୍ଷତିପୂରଣ ପାଇବା ଆଶା କ୍ଷୀଣ ା ଏ ସମ୍ପର୍କରେ ବ୍ଲକ କୃଷି ଅଧିକାରୀ ଗିରେନ୍ଦ୍ର ବେହେରାଙ୍କ ମତାମତ ନେବାରେ ୨୨ହେକ୍ଟର ଜମି ନଷ୍ଟ ହୋଇଥିବା ସମ୍ପର୍କରେ ରିପୋର୍ଟ ସରକାରଙ୍କୁ ଦିଆଯାଇଥିବା କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ମଣ୍ଡିରୁ ଉଠୁନି ଧାନ,ଚାଷୀଙ୍କ ରାସ୍ତାରୋକୋ: ଅଟକି ରହିଛି ଶହ ଶହ ଯାନବାହନ

ଭବାନୀପାଟଣା,୨।୬(ଉତ୍ତମ କୁମାର ଦାଶ):ଧାନ ବିକ୍ରି ପ୍ରକ୍ରିୟାରେ ଅନିୟମିତତାକୁ ନେଇ ମଙ୍ଗଳବାର ସକାଳୁ କଳାହାଣ୍ଡି ଜିଲା ମୋଟର -ଜୟପାଟଣା ମୁଖ୍ୟ ରାସ୍ତା ବଡକୁଟରୁ ଛକ ନିକଟରେ ସ୍ଥାନୀୟ ଚାଷୀ…

ଶିମିଳିପାଳରେ ମାଉସ୍‌ ଡିଅର: ଜୋର୍‌ ଧରିଲା ଚର୍ଚ୍ଚା

ବାରିପଦା,୨ା୬(ନୀଳାଦ୍ରି ବିହାରୀ ଦଣ୍ଡପାଟ):ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନ ଓଡ଼ିଶାର ଏକ ଅନନ୍ୟ ବନ୍ୟପ୍ରାଣୀ ଆବାସସ୍ଥଳୀ ଭାବେ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଏଠାରେ ବିଶ୍ୱର କ୍ଷୁଦ୍ର…

ଶୈବପୀଠକୁ ୨ କୋଟି ଟଙ୍କା ମଞ୍ଜୁର: ଅଞ୍ଚଳରେ ଖେଳିଗଲା ଖୁସିର ଲହରୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ବ୍ଲକ ଅନ୍ତର୍ଗତ ଗାଇସୀମାସ୍ଥିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରେ ଅନ୍ୟତମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ମନ୍ଦିର ବିକାଶ ପାଇଁ ରାଜ୍ୟ ସରକାର ୨କୋଟି ଟଙ୍କା…

ବିନା କଟ୍‌ନୀରେ ମଣ୍ଡିରୁ ଉଠୁନି ଧାନ: ସିଏସ୍‌ଓଙ୍କୁ ଫେରାଦ ହେଲେ ଚାଷୀ

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ବିତି ଯାଇଛି। ହେଲେ ଏପର୍ଯ୍ୟନ୍ତ ଜିଲାରେ ଧାନ ବିକ୍ରିବଟାରେ ଦେଖାଯାଇଥିବା ସମସ୍ୟା ଅସମାହିତ ରହିଛି। ଟୋକନ ସମସ୍ୟା…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ବିଜେଡି କର୍ମୀ-ପଟାଙ୍ଗି ବିଧାୟକଙ୍କ ମଧ୍ୟରେ ରାଜନୈତିକ ଛକାପଞ୍ଝା: ବିଜେଡି କଲା ଘୋଷଣା-ଆସନ୍ତା ବୁଧବାର…

ନନ୍ଦପୁର, ୧।୬ (ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକରେ ଗତ ଦୁଇଦିନ ହେଲା ସରପଞ୍ଚ ସମିତି ସଭ୍ୟ, ବିଜେଡି କର୍ମୀ ଓ ପଟାଙ୍ଗି ବିଧାୟକଙ୍କ…

କାଳବୈଶାଖୀର ତାଣ୍ଡବ: ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ, ଲକ୍ଷାଧିକ ଟଙ୍କାର ସରକାରୀ ସମ୍ପତ୍ତି କ୍ଷତି

ମୋହନା, ୧।୬( ମନ୍ମଥ ମିଶ୍ର ): କାଳବୈଶାଖୀର ପ୍ରଭାବରେ ଉଡିଲା ସ୍କୁଲ ଟିଣ ଛପର। ସ୍କୁଲ ଘର ଉପରେ ପଡ଼ିଲା ବିରାଟକାୟ ଗଛ । ଗଜପତି ଜିଲା…

ଏବିଇଓ ଭାବେ ଦାୟିତ୍ୱ ନେଲେ ଶ୍ରୀମନ୍ତ ଧରୁଆ, ବିଭିନ୍ନ ଶିକ୍ଷକ ସଂଘ ତରଫରୁ ସ୍ବାଗତ ସମ୍ବର୍ଦ୍ଧନା

କୋକସରା,୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଡଙ୍ଗରୀଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ଶ୍ରୀମନ୍ତ ଧରୁଆଙ୍କୁ ସୋମବାର କୋକସରା ଏବିଇଓ ଭାବେ କାର୍ଯ୍ୟଭାର ଦିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri