Odisha Elections 2024

କରୋନା ସଂକ୍ରମିତଙ୍କ ଚିକିତ୍ସା ଫଳରେ ଏଠି ଅବହେଳିତ ହେଉଛନ୍ତି କ୍ୟାନସର ରୋଗୀ !

ଲଣ୍ଡନ,୯।୪: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ହୋଇଥିବା ବେଳେ କେତେ ଗୁଡିଏ ଦେଶରେ ଏହି ମହାମାରୀର ସଂକ୍ରମଣ ଫଳରେ ଦିନକୁ ଶହ ଶହ ଲୋକଙ୍କ ଜୀବନ ଯାଉଛି। ଏହି ଦେଶମାନଙ୍କ ମଧ୍ୟରୁ ବ୍ରିଟେନ ଅନ୍ୟତମ। ଏଠାରେ ପ୍ରତିଦିନ ହଜାର ହଜାର ଲୋକ କରୋନାରେ ସଂକ୍ରମିତ ହେଉଥିବା ବେଳେ ଶହ ଶହ ଲୋକଙ୍କ ମୃତ୍ୟୁ ମଧ୍ୟ ହେଉଛି। ଏବେ ଏଠାରେ କରୋନା ମୃତ୍ୟୁ ସଂଖ୍ୟା ୭ ହଜାର ଅତିକ୍ରମ କରି ସାରିଲାଣି। କୁହାଯାଉଛି ଏଠାରେ କରୋନାର ଭୟାବହତାକୁ ଦେଖି ଅନ୍ୟ ରୋଗୀଙ୍କ ଚିକିତ୍ସାରେ ଅବହେଳା କରାଯାଉଛି। ଖବର ଅନୁଯାୟୀ ସେଠାରେ ଥିବା ମେରୀ କ୍ୟୁରି ହସ୍ପିଟାଲରେ ଥିବା ଶହ ଶହ କ୍ୟାନସର ରୋଗୀଙ୍କ ଚିକିତ୍ସାକୁ ଅଧାରେ ଅଟକାଇ ଦିଆଯାଇଥିବା କୁହାଯାଉଛି। ଦ ଇଣ୍ଡିପେଣ୍ଡେଣ୍ଟରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଉକ୍ତ ହସ୍ପିଟାଲରେ ଶହ ଶହ କ୍ୟାନସର ରୋଗୀ ଥିବା ବେଳେ ଘରେ ମଧ୍ୟ କେତେଜଣଙ୍କ ଚିକିତ୍ସା ଲାଗି ସେହି ହସ୍ପିଟାଲର ନର୍ସ ସେମାନଙ୍କ ଦେଖାରଖା ପାଇଁ ଯାଉଥିଲେ। ହେଲେ ଏବେ ଏମାନଙ୍କୁ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଲଗାଯାଇଥିବାରୁ ସେମାନେ କ୍ୟାନସର ରୋଗୀଙ୍କ ଚିକିତ୍ସା କରିପାରୁ ନ ଥିବା କୁହାଯାଉଛି। ଅନ୍ୟପଟେ ଏଭଳି ରୋଗୀଙ୍କୁ ଏବେ ଘରୋଇ ହସ୍ପିଟାଲ ଯିବାକୁ ମଧ୍ୟ ପରାମର୍ଶ ଦିଆଯାଉଛି। ଏହା ଜଣାପଡିବା ପରେ ବ୍ରିଟେନ ସ୍ବାସ୍ଥ୍ୟମନ୍ତ୍ରୀ ଏ ଦିଗରେ ଆଲୋଚନା କରିବେ ବୋଲି ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଫାହ ବର୍ବରରାଫାହ ବର୍ବରତା ବନ୍ଦ କର: ଆଇସିଜେତା ବନ୍ଦ କର: ଆଇସିଜେ

ହେଗ୍‌,୨୫ା୫: ଗାଜା ସିଟିର ରାଫାହରେ ବୋମା ବର୍ଷଣ ଓ ରକେଟ ମାଡ଼ ତୁରନ୍ତ ବନ୍ଦ କରିବା ପାଇଁ ନେଦରଲାଣ୍ଡ୍ସର ହେଗ୍‌ସ୍ଥିତ ଇଣ୍ଟରନ୍ୟାଶନାଲ କୋର୍ଟ ଅଫ୍‌ ଜଷ୍ଟିସ୍‌ ଶୁକ୍ରବାର...

କିର୍ଗିଜସ୍ଥାନରେ ହିଂସାର ବାତାବରଣ, ଦେଶ ଛାଡିବାକୁ ବାଧ୍ୟ ହେଉଛନ୍ତି ବିଦେଶୀ ଛାତ୍ର

ବିଶକେକ,୨୪।୫: କିର୍ଗିଜସ୍ଥାନର ରାଜଧାନୀ ବିଶକେକରେ ସ୍ଥାନୀୟ ତଥା ବିଦେଶୀ ଛାତ୍ରଙ୍କ ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ବିଦେଶୀ ଛାତ୍ରମାନଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି।...

ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ: ସତର୍କ କଲେ ଏଲନ ମସ୍କ

କାଲିଫର୍ନିଆ,୨୪।୫: ଦୁନିଆର ସବୁଠୁ ବଡ ମାଇକ୍ରୋବ୍ଲଗିଂ ସାଇଟ ଏକ୍ସର ମାଲିକ ଏଲନ ମସ୍କ ସତର୍କ ସୂଚନା ଦେଇଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆ ପିଲାମାନଙ୍କ ପାଇଁ...

କାନାଡାରେ ଖଲିସ୍ତାନ ସମର୍ଥକଙ୍କ ଟାର୍ଗେଟରେ ଭାରତୀୟ, ହିନ୍ଦୁଙ୍କ ପାଇଁ ବିପଦ ହୋଇଚାଲିଛି ଟ୍ରୁଡୋଙ୍କ ଦେଶ

ଓଟାଓ୍ବା,୨୪।୫: ଖାଲିସ୍ତାନର ସମର୍ଥକମାନେ ଭାରତୀୟଙ୍କ ପାଇଁ ବିପଦ ପାଲଟିଛନ୍ତି ଏବଂ ଭାରତୀୟ ମୂଳବାସିନ୍ଦାଙ୍କ ପାଇଁ କାନାଡା ସବୁଠାରୁ ବିପଜ୍ଜନକ ଦେଶ ଭାବରେ ଉଭା ହେଉଛି। ଏକ...

ପପୁଆ ନ୍ୟୁଗିନିରେ ଭୂସ୍ଖଳନ, ୧୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ

ସିଡନୀ,୨୪।୫: ପାପୁଆ ନ୍ୟୁ ଗିନିର ଏକ ସୂଦୂର ଗ୍ରାମରେ ଭୂସ୍ଖଳନ ହେତୁ ଅତି କମରେ ୧୦୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅଷ୍ଟ୍ରେଲୀୟ ଗଣମାଧ୍ୟମ...

ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଞ୍ଚ ଭୁଶୁଡ଼ିଲା: ୯ ମୃତ

ମେକ୍ସିକୋ ସିଟି, ୨୪।୫:ମେକ୍ସିକୋର ନୁଏଭୋ ଲିୟୋନ୍‌ ରାଜ୍ୟରେ ଗୁରୁବାର ସିଟିଜେନ ମୁଭ୍‌ମେଣ୍ଟ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଅଲ୍‌ଭାରେଜ ମେନେଜ୍‌ଙ୍କ ଏକ ନିର୍ବାଚନୀ ସଭା ସମୟରେ ଅଘଟଣ...

ଧମକ ଦେଲା ଚାଇନା, ଯିଏ ତାଇଓ୍ବାନକୁ ସମର୍ଥନ କରିବ ତାହାର ମୁଣ୍ଡ କାଟି ଦିଆଯିବ

ବେଜିଂ,୨୩।୫: ଚାଇନା ଗୁରୁବାର କହିଛି ଯେ ତାଇୱାନର ସ୍ବତନ୍ତ୍ରତାକୁ ସମର୍ଥନ କରୁଥିବା ବ୍ୟକ୍ତିଙ୍କ ମୁଣ୍ଡ କାଟି ଦିଆଯିବ। ଚାଇନା କହିଛି ତାଇୱାନର ସ୍ବ-ଶାସିତ ଦ୍ୱୀପ ଚାରିପାଖରେ...

ଭାରତୀୟ ଜ୍ୟୋତିଷ କଲେ ପୁର୍ବାନୁମାନ, ଏହିଦିନ ହେବ ତୃତୀୟ ବିଶ୍ୱଯୁଦ୍ଧ!

ନୂଆଦିଲ୍ଲୀ,୨୩।୫: ତୃତୀୟ ବିଶ୍ୱଯୁଦ୍ଧର ଚର୍ଚ୍ଚା ଅନେକ ଦଶନ୍ଧି ଧରି କଳ୍ପନା ଏବଂ ବିତର୍କର ବିଷୟ ହୋଇଆସୁଛି। ପ୍ରଥମ ଦୁଇଟି ବିଶ୍ୱଯୁଦ୍ଧର ଘାତକ ପ୍ରଭାବ ବିଶ୍ୱର ସ୍ମୃତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri