ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ ଇନ୍ଧନ ଭାବେ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହଁାଉଛନ୍ତି। ଫଳରେ ରିଟେଲ ଆଉଟଲେଟ୍‌ଗୁଡ଼ିକରେ ହାଇ-ଅକ୍ଟେନ ଇନ୍ଧନର ଚାହିଦା ଯଥେଷ୍ଟ ବୃଦ୍ଧି ପାଇଥିବା ଏକ ବିଶେଷ ସର୍ଭେରୁ ଜଣାପଡ଼ିଛି। ଦିଲ୍ଲୀର ବିଭିନ୍ନ ପେଟ୍ରୋଲ ପମ୍ପରେ ସାଧାରଣ ପେଟ୍ରୋଲ ବଦଳରେ ଇଣ୍ଡିଆନ ଅଏଲର ଏକ୍ସପି୯୫ ଓ ଏକ୍ସପି୧୦୦, ଭାରତ ପେଟ୍ରୋଲିୟମର ସ୍ପିଡ୍‌ ୯୭ ଏବଂ ଅନ୍ୟାନ୍ୟ ହାଇ-ପରଫରମାନ୍ସ ପ୍ରିମିୟମ ଇନ୍ଧନ ପ୍ରତି ଲୋକଙ୍କ ଚାହିଦା ବଢୁଥିବା ଦେଖିବାକୁ ମିଳୁଛି। ଏଠାକାର କେତେକ ରିଟେଲ ଆଉଟଲେଟ୍‌ରେ ପ୍ରିମିୟମ ପେଟ୍ରୋଲର ଚାହିଦା ଦ୍ୱିଗୁଣିତ ହୋଇଥିବାବେଳେ ଅନ୍ୟ ଇଲାକାରେ ଏହି ଶ୍ରେଣୀର ପେଟ୍ରୋଲ ଚାହିଦା ୫ଗୁଣ ବୃଦ୍ଧିପାଇଛି। ଇ୨୦ ପେଟ୍ରୋଲକୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଅନେକ ଗ୍ରାହକ ଅଧିକ ଅକ୍ଟେନଯୁକ୍ତ ଇନ୍ଧନକୁ ପସନ୍ଦ କରୁଥିବାରୁ ଏହି ଚାହିଦା ବୃଦ୍ଧି ପାଇଛି। ବହୁ ଅଟୋମୋବାଇଲ ନିର୍ମାତା ଏବଂ ତୈଳ ବିପଣନକାରୀ କମ୍ପାନୀଗୁଡ଼ିକ ପକ୍ଷରୁ ଇ୨୦-ଅନୁକୂଳ ଗାଡ଼ିଗୁଡ଼ିକ ଏହି ମିଶ୍ରିତ ଇନ୍ଧନରେ ଚାଲିବା ପାଇଁ ଡିଜାଇନ କରାଯାଇଥିବା ବିଷୟ କୁହାଯାଉଥିଲେ ମଧ୍ୟ ଅନେକ ଗାଡ଼ି ଚାଳକ ପ୍ରିମିୟମ ପେଟ୍ରୋଲକୁ ବିକଳ୍ପ କରିଛନ୍ତି। ବିଶେଷକରି ଦାମୀ ଏବଂ ହାଇ-ପର୍‌ଫରମାନ୍ସ ଗାଡ଼ିଗୁଡ଼ିକ ପାଇଁ ସେମାନେ ପ୍ରିମିୟମ ପେଟ୍ରୋଲ ବ୍ୟବହାରକୁ ଗୁରୁତ୍ୱ ଦେଉଛନ୍ତି। ଉଲ୍ଲେଖଯୋଗ୍ୟ, ଇ୨୦ ପେଟ୍ରୋଲ ବ୍ୟବହାର ଦ୍ୱାରା ଇଞ୍ଜିନ ଶୀଘ୍ର ଖରାପ ହେବା ଏବଂ ମାଇଲେଜ୍‌ କମିବା ବିଷୟକୁ ନେଇ ଏବେ ସାଧାରଣରେ ବିତର୍କ ବଢ଼ିଥିଲାବେଳେ ସାଧାରଣ ପେଟ୍ରୋଲ ତୁଳନାରେ ଇ୨୦ ପେଟ୍ରୋଲ ମୂଲ୍ୟ କାହିଁକି ଅଧିକ ରହୁଛି ବୋଲି ପ୍ରଶ୍ନ ଉଠିଛି। ତେବେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଶୁକ୍ରବାର କୁହାଯାଇଛି,ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ପ୍ରାୟ ୭୦ ଡଲାର ଥିବା ବେଳେ ପାରମ୍ପରିକ ପେଟ୍ରୋଲ ତୁଳନାରେ ଇ୨୦ ପେଟ୍ରୋଲ ଉତ୍ପାଦନ ମୂଲ୍ୟ ସାମାନ୍ୟ ମହଙ୍ଗା ରହିଛି। ଇ୨୦ ପେଟ୍ରୋଲ କିଛି ଗାଡ଼ିରେ ଇନ୍ଧନ ଦକ୍ଷତା ୩-୫ ପ୍ରତିଶତ ପର୍ଯ୍ୟନ୍ତ କମାଇ ଦେଇପାରେ । କିନ୍ତୁ ଏହାର ପ୍ରଭାବ ତୁଳନାରେ ଖାଉଟିମାନଙ୍କୁ ଉଚ୍ଚ ଅକ୍ଟେନ ରେଟିଂ, ଉତ୍କୃଷ୍ଟ ଆଣ୍ଟି-ନକ୍‌ ବୈଶିଷ୍ଟ୍ୟ, ଦ୍ରୁତ ଦହନ, ଉତ୍ତମ ପିକ୍‌ଅପ୍‌, ସହଜ ଗତିଶୀଳତା(ଆକ୍ସିଲରେଶନ), ସ୍ବଚ୍ଛ ଇଞ୍ଜିନ କାର୍ଯ୍ୟକାରିତା ଏବଂ କମ୍‌ ଲାଇଫସାଇକେଲ କାର୍ବନ ନିର୍ଗମନଜନିତ ଲାଭ ମିଳିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନଣଦେଇଙ୍କୁ ଭଲ ପାଉଥିଲେ ସ୍ତ୍ରୀ, ସ୍ବାମୀ ଜାଣିଲା ପରେ ଯାହା ଘଟିଲା, ଜାଣିଲେ ଗୋଡ଼ ତଳୁ ଖସିଯିବ ମାଟି

ଗାଜିଆବାଦ,୧୩।୧୦: ଉତ୍ତରପ୍ରଦେଶର ଗାଜିଆବାଦ ଜିଲାରେ ସ୍ବାମୀଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚିଥିବା ଅଭିଯୋଗରେ ପୋଲିସ ମୃତକଙ୍କ ସ୍ତ୍ରୀ ଓ ତାଙ୍କ ପ୍ରେମିକଙ୍କୁ ଗିରଫ କରିଛି। ଖୋଡ଼ା…

ଶନି-ମଙ୍ଗଳଙ୍କ ନବପଞ୍ଚମ ରାଜଯୋଗ: ୩ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହୁ ହୁ ହୋଇ ବଢିବ ଧନ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ୨୦୨୬ ଅକ୍ଟୋବର ୧୬, ଶୁକ୍ରବାର ଦିନ ମଙ୍ଗଳ ଓ ଶନି ଗ୍ରହଙ୍କ ମଧ୍ୟରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେବ। ଅପରାହ୍ଣ ୧ଟା…

ବ୍ରହ୍ମପୁର MKCGରେ ବିରଳ ଶିଶୁ ଜନ୍ମ ! ଦୁଇଟି ମୁଣ୍ଡ, ଗୋଟିଏ ଶରୀର

ବ୍ରହ୍ମପୁର,୧୩।୧୦(ସୁବାସ ଚନ୍ଦ୍ର ପାଢ଼ୀ ): ଏମକେସିଜି ମେଡିକାଲ କଲେଜ ଶିଶୁ ବିଭାଗରେ ଜଣେ ମହିଳା ଏକ ବିରଳ ଶିଶୁଙ୍କୁ ଜନ୍ମ ଦେଇଛନ୍ତି । ଛୁଆଙ୍କ ଦୁଇଟି ମୁଣ୍ଡ…

ମଦନପୁର ୟୁ.କେ. କଲେଜ ସମ୍ମୁଖରେ ବିଜୁ ଛାତ୍ର ଜନତାର ଧାରଣା: ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି

ରାଜନଗର, ୧୩।୧୦ (ଭାସ୍କର ରାଉତରାୟ): ମଦନପୁର: ୟୁ.କେ. କଲେଜର ସଭାପତି ଶୁଭଙ୍କର ଦାସଙ୍କ ସୁରକ୍ଷା ଦାବି କରି ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମଙ୍ଗଳବାର ପୂର୍ବାହ୍ନ…

ICC ପ୍ଲେୟର ଅଫ ଦ ମନ୍ଥ ଆୱାର୍ଡ ଘୋଷଣା: ପୁରୁଷ-ମହିଳା ବର୍ଗରେ ବାଜି ମାରିଲେ ୨ ଭାରତୀୟ ଖେଳାଳି, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ, ୧୩।୧୦: ସେପ୍ଟେମ୍ବର ମାସରେ ଭାରତୀୟ କ୍ରିକେଟର୍ସଙ୍କ ଜଲୱା ଦେଖିବାକୁ ମିଳିଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ‘ପ୍ଲେୟର ଅଫ ଦ ମନ୍ଥ’ ପୁରସ୍କାର ଘୋଷଣା…

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

ବାୟା ବାବା କଲେଜ ଛାତ୍ର ସଂସଦ ନିର୍ବାଚନ: ଚାମେଲୀ ଧରିଲେ ମଙ୍ଗ, ଦେଲେ ଗୁରୁମନ୍ତ୍ର…

ମହାକାଳପଡ଼ା, ୧୩।୧୦ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାର ପ୍ରମୁଖ ଶିକ୍ଷାନୁଷ୍ଠାନ ଶ୍ରୀଶ୍ରୀ ବାୟା ବାବା କଲେଜର ଛାତ୍ର ସଂସଦ ନିର୍ବାଚନକୁ ଆଉ ୪୮ ଘଣ୍ଟା…

୨୦୨୭ ବିଶ୍ୱକପ ଖେଳିବେ ନା ନାହିଁ ରୋହିତ-ବିରାଟ? ଶେଷରେ ବଡ଼ ବୟାନ ଦେଲା BCCI, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ,୧୩।୧୦: ରୋହିତ ଶର୍ମା ଏବଂ ବିରାଟ କୋହଲି ଭାରତୀୟ ଦିନିକିଆ ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି। କିଛି ମାସ ପୂର୍ବରୁ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବେ କି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?