କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା ପାଇଁ ବହୁ ଗୁଜବ ସୃଷ୍ଟିକାରୀ ଭିଡ଼ିଓ ଏବଂ ଲେଖାମାନ ପ୍ରକାଶିତ କରୁଛନ୍ତି। ସମ୍ପ୍ରତି କିଛି ସୋସିଆଲ୍‌ ମିଡ଼ିଆରେ କ୍ଲୋରିନ୍‌ ଡାଇଅକ୍ସାଇଡ୍‌ ଟ୍ରପ୍‌ ନେବା ଦ୍ୱାରା କରୋନା ସଂକ୍ରମଣ ଦୂର ହେଉଥିବା ଭିଡ଼ିଓ ଏବଂ ଲେଖା ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ ମଧ୍ୟ କ୍ଲୋରିନ୍‌ ଡାଇଅକ୍ସାଇଡ୍‌ ବ୍ୟବହାର ଦ୍ୱାରା ମ୍ୟାଲେରିଆ, ଡାଇବେଟିସ୍‌, ଆଜ୍‌ମା, ଅଟିଜିମ୍‌ ଏବଂ କ୍ୟାନସର ଦୂର ହେଉଥିବା ନେଇ ଗୁଜବ ଉଠିଥିଲା। ବର୍ତ୍ତମାନ ସୁଦ୍ଧା କୌଣସି ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ କ୍ଲୋରିନ୍‌ ଡାଇଅକ୍ସାଇଡ୍‌କୁ ଔଷଧ ଭାବେ ମାନ୍ୟତା ଦିଆଯାଇ ନାହିଁ। ଏହା ସାଧାରଣତଃ ବ୍ଲିଚିଂ ଏଜେଣ୍ଟ୍‌ ଭାବେ ବ୍ୟବହାର କରାଯାଇଥାଏ। ବିଭିନ୍ନ ଶିଳ୍ପ ସଂସ୍ଥାରେ ଏହାର ବହୁଳ ଉପଯୋଗ ମଧ୍ୟ ହୋଇଥାଏ। ଆମେରିକା ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡମିନିଷ୍ଟ୍ରେଶନ୍‌ ପକ୍ଷରୁ କୁହାଯାଇଛି ଯେ, କରୋନା ସଂକ୍ରମଣକୁ ଦୂରେଇବାରେ କ୍ଲୋରିନ୍‌ ଡାଇଅକ୍ସାଇଡ୍‌ କେବେ ମଧ୍ୟ ସମର୍ଥ ନୁହେଁ। ତେଣୁ ଲୋକେ ଏହାର ବ୍ୟବହାର ନ କରିବା ଉଚିତ। ଏହା ଦ୍ୱାରା ଲିଭର ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସେହିପରି ନିଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ ଅସୁବିଧା ଦେଖାଦେଇଥାଏ। ଏହା ହାର୍ଟ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ ବୋଲି ମାଦ୍ରିଦ୍‌ର କମ୍ପ୍ଲୁଣ୍ଟେସ୍‌ ବିଶ୍ୱବିଦ୍ୟାଳୟର ରସାୟନ ବିଭାଗ ପ୍ରଫେସର ମିଗେଲ ଏଞ୍ଜେଲ୍‌ ସିଏରା ରୋଡ୍ରିଗଜ୍‌ ସୂଚନା ଦେଇଛନ୍ତି। କ୍ଲୋରିନ୍‌ ଡାଇଅକ୍ସାଇଡ୍‌ ଡ୍ରପ୍‌ ନେଲେ ଲୋହିତ ରକ୍ତ କୋଷିକା ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ସେହିପରି ବାନ୍ତି ହେବା ଅବା ଡାଏରିଆ ଆଦି ଲକ୍ଷଣ ମଧ୍ୟ ଦେଖାଦେଇଥାଏ। ୟୁଟ୍ୟୁବ୍‌ ଏବଂ ଫେସବୁକ୍‌ରେ ଏହାର ବ୍ୟବହାର ନେଇ ବହୁ ଭିଡ଼ିଓ ଅପଲୋଡ୍‌ କରାଯାଇଛି। କେତେକ ନିଜର ଅନୁଭୁତି ମଧ୍ୟ ବଖାଣୁଛନ୍ତି। ସୁରକ୍ଷା ଦୃଷ୍ଟିରୁ ସ୍ପେନ୍‌, ଫ୍ରାନ୍ସ୍‌, ଜର୍ମାନୀ, ବ୍ରିଟେନ୍‌, କାନାଡ଼ା, ଆମେରିକା, ଅଷ୍ଟ୍ରେଲିଆ ଆଦି ବହୁ ଦେଶରେ କ୍ଲୋରିନ୍‌ ଡାଇଅକ୍ସାଇଡ୍‌ର ବ୍ୟବହାର ଉପରେ ରୋକ ଲଗାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ନିର୍ବାଚନୀ ବୈତରଣୀ ପାର ହେବାକୁ ‘ନଗଦ ଟଙ୍କା’ ମୁଖ୍ୟ ଅସ୍ତ୍ର: ଶିକ୍ଷା, ସ୍ୱାସ୍ଥ୍ୟରେ କମୁଛି ଖର୍ଚ୍ଚ

ନୂଆଦିଲ୍ଲୀ,୧୭।୨: ଭାରତୀୟ ରାଜନୀତିରେ ଏବେ ‘ସିଧାସଳଖ ନଗଦ ହସ୍ତାନ୍ତର’ ସବୁଠାରୁ ବଡ଼ ନିର୍ବାଚନୀ ଅସ୍ତ୍ର ପାଲଟିଛି। ୧୬ଶ ଅର୍ଥ କମିଶନଙ୍କ ରିପୋର୍ଟ ଅନୁଯାୟୀ, ୨୦୧୮-୧୯ରେ ରାଜ୍ୟଗୁଡ଼ିକର ମୋଟ…

ବାଂଲାଦେଶର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ତାରିକ୍ ରହମାନ

ନୂଆଦିଲ୍ଲୀ,୧୭।୨: ଦୀର୍ଘ ଦୁଇ ବର୍ଷର ଅନିଶ୍ଚିତତା ପରେ ବାଂଲାଦେଶରେ ଏକ ନୂତନ ରାଜନୈତିକ ଯୁଗର ଆରମ୍ଭ ହୋଇଛି। ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP) ମୁଖ୍ୟ ତାରିକ ରହମାନ…

ICUରେ ସଲିମ ଖାନ, ପିତାଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଲେ ସଲମାନ

ମୁମ୍ବାଇ,୧୭।୨: ବରିଷ୍ଠ ସ୍କ୍ରିନ ରାଇଟର ଏବଂ ସୁପରଷ୍ଟାର ସଲମାନ ଖାନଙ୍କ ପିତା ସଲିମ ଖାନଙ୍କୁ ମୁମ୍ବାଇର ଲୀଳାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସଲିମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା ହଠାତ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

ବାଂଲାଦେଶର ପ୍ରଥମ Shadow କ୍ୟାବିନେଟ! ବିରୋଧୀଙ୍କ ‘ୱାଚଡଗ’ ଯୋଜନା ସ୍ବଚ୍ଛତା ଆଣିବ ନା ନୂଆ ବିବାଦ ସୃଷ୍ଟି କରିବ? ଜାଣନ୍ତୁ…

ଢାକା,୧୭।୨: ଗତ କିଛି ଦିନ ଧରି, ବାଂଲାଦେଶୀ ରାଜନୀତିରେ ଏକ ନୂତନ କାର୍ଯ୍ୟକାଳ ଆରମ୍ଭ ହୋଇଛି, Shadow କ୍ୟାବିନେଟ। ଫେବୃଆରୀ ୧୨, ୨୦୨୬ରେ ଅନୁଷ୍ଠିତ ୧୩ତମ ସଂସଦୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri