କରୋନା ସଂକ୍ରମଣ ଯୋଗୁ ୯୫ ଦେଶରେ ମିଳିମିଳା- ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ: ସଙ୍କଟରେ ୮କୋଟି ଶିଶୁ

ଓ୍ବାଶିଂଟନ,୨୬।୫: କରୋନା ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ଦେଖାଦେଇଛି। ଏପରିସ୍ଥଳେ ୯୫ଟି ଦେଶରେ ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ ହୋଇଛି। ଏନେଇ ଗଣମାଧ୍ୟମ ସଂସ୍ଥା ନ୍ୟୁୟର୍କ ଟାଇମ୍ସ୍‌ରେ ଉଲ୍ଲେଖ କରାଯାଇଛି। ଏସମ୍ପର୍କରେ ବିଶ୍ୱସ୍ବାସ୍ଥ୍ୟ ସଂଗଠନ, ୟୁନିସେଫ୍‌ ଏବଂ ପ୍ରତିଷେଧକ ଟୀକା ପ୍ରଦାନକାରୀ ସହଯୋଗୀ ଗାଭି ପକ୍ଷରୁ ରିପୋର୍ଟ ପ୍ରକାଶ ପାଇଥିବା ନ୍ୟୁୟର୍କ ଟାଇମ୍ସ୍‌ରେ ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ସମୟରେ ଶିଶୁଙ୍କୁ ଠିକ୍‌ ସମୟରେ ମିଳିମିଳା ଏବଂ ପୋଲିଓ ଟୀକା ଦିଆଯାଇଛି କି ନାହିଁ ସେ ନେଇ ଆର୍ଥିକ ଦୃଷ୍ଟିରୁ ଗରିବ ଏବଂ ମଧ୍ୟମ ବର୍ଗର୧୨୯ଟି ଦେଶରେ ଏକ ସର୍ଭେ ହୋଇଥିଲା। ଜଣାପଡ଼ିଥିଲା ପାକିସ୍ତାନ ଏବଂ କଙ୍ଗୋ ସମେତ ୩୮ଟି ଦେଶରେ ପୋଲିଓ ଟୀକାକରଣ ଅଭିଯାନ ବନ୍ଦ ରହିଛି। ସେହିପରି ୨୭ଟି ଦେଶରେ ମିଳିମିଳା ପ୍ରତିଷେଧକ ଟୀକା ଦେବା ସମ୍ଭବ ହୋଇ ପାରିନାହିଁ। ଆର୍ଥିକ ଦୃଷ୍ଟିରୁ ଗରିବ ଏବଂ ମଧ୍ୟମ ବର୍ଗ ଦେଶରେ ସହିତ ବିକଶିତ ରାଷ୍ଟ୍ରରେ ମଧ୍ୟ ଏଭଳି ସମସ୍ୟା ଦେଖାଦେଇଛି। ମିଶଗାନ୍‌ରେ ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ୫୦ ପ୍ରତିଶତରୁ କମ୍‌ ହୋଇଛି। ସେହିପରି ନ୍ୟୁୟର୍କରେ ଲକ୍‌ଡାଉନ୍‌ ଯୋଗୁ ଗତ ୬ ସପ୍ତାହ ଧରି କୌଣସି ଶିଶୁ ଟୀକାକରଣ ଅଭିଯାନ କରାଯାଇ ନାହିଁ। ଆଫ୍ରିକାକୁ ସିରିଞ୍ଜ୍‌ ଏବଂ ପ୍ରତିଷେଧକ ଟୀକା ନେଇ ଆସୁଥିବା ୮୦ଟି ବିମାନର ଉଡ଼ାଣକୁ ରଦ୍ଦ କରାଯାଇଛି। ମିଳିମିଳା ଓ ପୋଲିଓ ପ୍ରତିଷେଧକ ଟୀକା ପ୍ରଦାନ କାର୍ଯ୍ୟ ପ୍ରଭାବିତ ହେବାରୁ ୮ କୋଟି ଶିଶୁଙ୍କ ଉପରେ ସଙ୍କଟ ଦେଖାଦେଇଛି। ସେମାନଙ୍କର ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିବାର ଆଶଙ୍କା ରହିଥିବା ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫାଳିକିଆ ଆଇନ

ସଶସ୍ତ୍ର ଦୁର୍ବୃତ୍ତମାନେ ସେପ୍ଟେମ୍ବର ୧୩ରେ ମଣିପୁରର ତାମେଙ୍ଗଲଙ୍ଗ ଜିଲାରେ ଦୁଇଟି ପୃଥକ୍‌ ସ୍ଥାନରେ ଆକ୍ରମଣ କରିବାରୁ ଜଣେ ୬ ବର୍ଷର ଶିଶୁ ଆହତ ହେବା ସହ ୪…

ସରକାରୀ ଖର୍ଚ୍ଚର ହିସାବ ଦେଉନାହାନ୍ତି ବିଭାଗ, ବକେୟା ୨୫,୯୩୮ କୋଟିର ୟୁସି

ଭୁବନେଶ୍ୱର,୧୫।୯(ରବିନାରାୟଣ ଜେନା): ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ ବୈଠକରୁ ମିଳିଥିବା ତଥ୍ୟ ଅନୁଯାୟୀ, ବିଭିନ୍ନ ବିଭାଗ…

ଦ୍ରୁତଗତିରେ ତରଳୁଛି ହିମାଳୟର ବରଫ: ବିପଦରେ ଭାରତର….

ହଂକଂ,୧୫।୯: ବିଶ୍ୱର ସର୍ବୋଚ୍ଚ ପର୍ବତମାଳା ହିମାଳୟ ଏବେ ଏକ ବଡ଼ ପରିବେଶ ସଙ୍କଟ ଆଡ଼କୁ ଗତିକରୁଛି । ଚଳିତ ମାସରେ ପ୍ରକାଶିତ ଏକ ଗବେଷଣା ରିପୋର୍ଟ ଅନୁଯାୟୀ,…

ଲୋହିତ ସାଗରର ପ୍ରମୁଖ ଦ୍ୱୀପ ଦଖଲକଲେ ହାଉତି ବିଦ୍ରୋହୀ

କାଏରୋ, ୧୫।୯: ଇରାନ ସମର୍ଥିତ ହାଉତି ବିଦ୍ରୋହୀମାଦେ ଦକ୍ଷିଣ ଲୋହିତ ସାଗରରେ ଅଧିକ ରଣନୈତିକ ଦ୍ୱୀପଗୁଡ଼ିକୁ କବଜା କରିଛନ୍ତି ବୋଲି ସରକାରୀ ଏବଂ ହାଉତି ଅଧିକାରୀମାନେ ସୋମବାର…

ଓଡ଼ିଶାରେ କମୁଛି ବର୍ଷା; ଏହା ତାରିଖରୁ ଫେରିଯିବ ମୌସୁମୀ

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ରାଜ୍ୟରେ ଧୀରେ ଧୀରେ କମୁଛି ବର୍ଷା । ଉତ୍ତର-ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରି…

ଟେମ୍‌ସ ନଦୀ କୂଳରେ ପ୍ରଥମ ଗଙ୍ଗା ଆରତିରେ ଅନେକ ହଜାର ସାମିଲ

ଲଣ୍ଡନ,୧୫ା୯: ଲଣ୍ଡନର ଟେମ୍‌ସ ନଦୀ କୂଳରେ ରବିବାର ପ୍ରଥମ ଥର ପାଇଁ ଅନୁଷ୍ଠିତ ଗଙ୍ଗା ଆରତିରେ ଅନେକ ହଜାର ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଚିନ୍ମୟ ମିଶନ୍‌ର ୭୫ତମ ବାର୍ଷିକୀ…

ଆକାଶରେ ଦେଖାଗଲା ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ…

ଭୁବନେଶ୍ୱର,୧୫।୯(ବନ୍ଦନା ସେଠୀ): ଆକାଶରେ ସୋମବାର ଏକ ବିରଳ ମହାଜାଗତିକ ଘଟଣା ଦେଖିବାକୁ ମିଳିଛି। ପୃଥିବୀ ଏବଂ ଶୁକ୍ର ଗ୍ରହ ମଧ୍ୟରେ ଚନ୍ଦ୍ର ଆସିଯିବା ଫଳରେ କିଛି ସମୟ…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?