କରୋନା ସଂକ୍ରମଣ ଆଶଙ୍କା: ଉତ୍ତେଜନା ପରେ ବନ୍ଦ ହେଲା ଟ୍ରାନ୍ସପୋର୍ଟ ଅଫିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗାଠାରେ ଚାଲିଥିବା ଟ୍ରାନ୍ସପୋର୍ଟ ଅଫିସକୁ ସ୍ଥାନୀୟ ସରପଞ୍ଚ ଓ ସଦର ପୋଲିସ ଉଦ୍ୟମରେ ଶନିବାର ବନ୍ଦ କରାଯାଇଛି। ଫଳରେ ଖଣିଜ ପଥର ପରିବହନ ପାଇଁ ଏଠାରେ ହେଉଥିବା ଭିଡ଼ କମିବ ବୋଲି ସ୍ଥାନୀୟ ଲୋକମାନେ ଆଶା ବାନ୍ଧିଛନ୍ତି।

ପ୍ରକାଶ ଯେ, ଯୋଡ଼ା, ବଡ଼ବିଲ ଓ କୋଇଡା ସେକ୍ଟରରୁ ଖଣିଜ ପଥର ପାରାଦୀପକୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରକ୍‌ରେ ପରିବହନ ହୋଇଥାଏ। କରୋନା କଟକଣା ସତ୍ତ୍ୱେ ସରକାର ଲୁହାପଥର, ପଥର ପରିବହନ ଉପରେ କଟକଣା ଲାଗୁ କରି ନ ଥିଲେ। ତେବେ ଖଣି ଠାରୁ ପ୍ରାୟ ୬୦ ରୁ ୧୦୦ କିମି ଦୂର ପଳାଶପଙ୍ଗାଠାରେ ଟ୍ରାନ୍ସପୋର୍ଟରମାନେ ଅଫିସ ଖୋଲି ଟ୍ରକଚାଳକଙ୍କୁ ପରିବହନ ପାଇଁ ଅର୍ଡର ଦେଉଥିଲେ। ଫଳରେ କଟକଣା ସତ୍ତ୍ୱେ ଟ୍ରକ ଡ୍ରାଇଭରଙ୍କ ପ୍ରବଳ ଭିଡ଼ ଜମୁଥିଲା। ଏପରିକି ସେଠାରେ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ଆଦି ପାଲନ ହେଉନଥିବାରୁ କରନା ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ଲୋକମାନେ ଭୟଭୀତ ହୋଉ ପଡୁଥିଲେ। ବିଭିନ୍ନ ଅଞ୍ଚଳର ଡ୍ରାଇଭର ଆସି ବିନା ସୁରକ୍ଷା ବ୍ୟବସ୍ଥାରେ ଭିଡ଼ ଜମାଉଥିଲେ। ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପଳାଶପଙ୍ଗା ଫାଣ୍ଡି ପୋଲିସ ଶୁଣୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏନେଇ ଶନିବାର ସ୍ଥାନୀୟ ଲୋକ ଟ୍ରାନ୍ସପୋର୍ଟ ଅଫିସ ଘେରାଉ କରିବାରୁ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ପରେ ସ୍ଥାନୀୟ ସରପଞ୍ଚ ସଞ୍ଜୟ ନାୟକ ହସ୍ତକ୍ଷେପ କରି ରାସ୍ତାରେ ଜମୁଥିବା ଟ୍ରକ ଓ ଡ୍ରାଇଭର ୟମାନଙ୍କ ଭିଡ଼ ଏସ୍‌ପି ଓ ସଦର ଥାନା ଦାୟିତ୍ୱରେ ଥିବା ଡିଏସ୍‌ପିଙ୍କ ହସ୍ତକ୍ଷେପ ପରେ ସଦର ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ ଶନିବାର ଯାଇ ଆଲୋଚନା କରି ଅଫିସ ବନ୍ଦ କରିବାକୁ କହିଥିଲେ। ଏହାକୁ ସ୍ଥାନୀୟ ଲୋକ ସ୍ବାଗତ କରିଥିଲେ ହେଁ ଆଗାମୀ ଦିନରେ ଏଭଳି ସମସ୍ୟା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

ପୃଥକ ଦୁର୍ଘଟଣା: ଅଟୋ-ବାଇକ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ, ଜଳିଗଲା କାର୍‌

ବ୍ରହ୍ମଗିରି,୨୮।୧୨: ଜାତୀୟ ରାଜପଥ ବ୍ରହ୍ମଗିରି ପଣଷପଦା ନିକଟରେ ରବିବାର ଏକ ଅଘଟଣ ଘଟିଛି। ଚିଲିକାରୁ ଫେରୁଥିବା ଏକ କାର୍‌ ରାଜପଥରେ ଜଳି ଯାଇଛି। CNG ଗ୍ୟାସ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ବାଲେଶ୍ୱରରେ କାଠ ମାଫିଆଙ୍କ ଆତଙ୍କ: ବନ ବିଭାଗ ଗାଡ଼ି ଭଙ୍ଗାରୁଜା ସହ ଜବତ ଗାଡ଼ି ଛଡ଼ାଇ ନେଲେ

ବାଲେଶ୍ୱର,୨୮ା୧୨: ନୀଳଗିରି ବନଖଣ୍ଡରେ କାଠ ମାଫିଆଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଛି। ବନବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରି ନେଇଗଲେ ଜବତ ହୋଇଥିବା କାଠ ବୋଝେଇ...

ଦୁର୍ଗମ ଗାଁକୁ ଯାଇ ଉନ୍ନୟନ କାର୍ଯ୍ୟ ତଦାରଖ କଲେ ଏମ୍‌ପି

ଲାଞ୍ଜିଗଡ଼, ୨୮ା୧୨(ରମେଶ ଚନ୍ଦ୍ର ନାୟକ): ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ରବିବାର କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତର ଦୁର୍ଗମ ତୁର୍କା ଗାଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri