କରୋନା ସଂକ୍ରମଣ ଆଶଙ୍କା: ଉତ୍ତେଜନା ପରେ ବନ୍ଦ ହେଲା ଟ୍ରାନ୍ସପୋର୍ଟ ଅଫିସ

କେନ୍ଦୁଝର,୨୫।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ପଳାଶପଙ୍ଗାଠାରେ ଚାଲିଥିବା ଟ୍ରାନ୍ସପୋର୍ଟ ଅଫିସକୁ ସ୍ଥାନୀୟ ସରପଞ୍ଚ ଓ ସଦର ପୋଲିସ ଉଦ୍ୟମରେ ଶନିବାର ବନ୍ଦ କରାଯାଇଛି। ଫଳରେ ଖଣିଜ ପଥର ପରିବହନ ପାଇଁ ଏଠାରେ ହେଉଥିବା ଭିଡ଼ କମିବ ବୋଲି ସ୍ଥାନୀୟ ଲୋକମାନେ ଆଶା ବାନ୍ଧିଛନ୍ତି।

ପ୍ରକାଶ ଯେ, ଯୋଡ଼ା, ବଡ଼ବିଲ ଓ କୋଇଡା ସେକ୍ଟରରୁ ଖଣିଜ ପଥର ପାରାଦୀପକୁ ପ୍ରତ୍ୟେକ ଦିନ ଶହ ଶହ ଟ୍ରକ୍‌ରେ ପରିବହନ ହୋଇଥାଏ। କରୋନା କଟକଣା ସତ୍ତ୍ୱେ ସରକାର ଲୁହାପଥର, ପଥର ପରିବହନ ଉପରେ କଟକଣା ଲାଗୁ କରି ନ ଥିଲେ। ତେବେ ଖଣି ଠାରୁ ପ୍ରାୟ ୬୦ ରୁ ୧୦୦ କିମି ଦୂର ପଳାଶପଙ୍ଗାଠାରେ ଟ୍ରାନ୍ସପୋର୍ଟରମାନେ ଅଫିସ ଖୋଲି ଟ୍ରକଚାଳକଙ୍କୁ ପରିବହନ ପାଇଁ ଅର୍ଡର ଦେଉଥିଲେ। ଫଳରେ କଟକଣା ସତ୍ତ୍ୱେ ଟ୍ରକ ଡ୍ରାଇଭରଙ୍କ ପ୍ରବଳ ଭିଡ଼ ଜମୁଥିଲା। ଏପରିକି ସେଠାରେ ସାମାଜିକ ଦୂରତ୍ୱ, ମାସ୍କ ବ୍ୟବହାର ଆଦି ପାଲନ ହେଉନଥିବାରୁ କରନା ସଂକ୍ରମଣ ଆଶଙ୍କା କରି ସ୍ଥାନୀୟ ଲୋକମାନେ ଭୟଭୀତ ହୋଉ ପଡୁଥିଲେ। ବିଭିନ୍ନ ଅଞ୍ଚଳର ଡ୍ରାଇଭର ଆସି ବିନା ସୁରକ୍ଷା ବ୍ୟବସ୍ଥାରେ ଭିଡ଼ ଜମାଉଥିଲେ। ଅଭିଯୋଗ କଲେ ମଧ୍ୟ ସ୍ଥାନୀୟ ପଳାଶପଙ୍ଗା ଫାଣ୍ଡି ପୋଲିସ ଶୁଣୁ ନ ଥିବାରୁ ଅସନ୍ତୋଷ ବୃଦ୍ଧି ପାଇଥିଲା। ଏନେଇ ଶନିବାର ସ୍ଥାନୀୟ ଲୋକ ଟ୍ରାନ୍ସପୋର୍ଟ ଅଫିସ ଘେରାଉ କରିବାରୁ ଉତ୍ତେଜନା ପରିସ୍ଥିତି ଉପୁଜିଥିଲା। ପରେ ସ୍ଥାନୀୟ ସରପଞ୍ଚ ସଞ୍ଜୟ ନାୟକ ହସ୍ତକ୍ଷେପ କରି ରାସ୍ତାରେ ଜମୁଥିବା ଟ୍ରକ ଓ ଡ୍ରାଇଭର ୟମାନଙ୍କ ଭିଡ଼ ଏସ୍‌ପି ଓ ସଦର ଥାନା ଦାୟିତ୍ୱରେ ଥିବା ଡିଏସ୍‌ପିଙ୍କ ହସ୍ତକ୍ଷେପ ପରେ ସଦର ଥାନା ଅଧିକାରୀ ଜୟ ନାରାୟଣ ଖଣ୍ଡେଇ ଶନିବାର ଯାଇ ଆଲୋଚନା କରି ଅଫିସ ବନ୍ଦ କରିବାକୁ କହିଥିଲେ। ଏହାକୁ ସ୍ଥାନୀୟ ଲୋକ ସ୍ବାଗତ କରିଥିଲେ ହେଁ ଆଗାମୀ ଦିନରେ ଏଭଳି ସମସ୍ୟା ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଧରିତ୍ରୀ ପ୍ରଭାବ: ଆରମ୍ଭ ହେଲା ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତା କାମ

ଖଜୁରିପଡ଼ା, ୧୧ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ବଲସକୁମ୍ପା-ଛନ୍ଦୁରୁପଦର ରାସ୍ତାର ସମସ୍ୟାକୁ ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନର ନିଦ ଭାଙ୍ଗିଛି। ଦୀର୍ଘ…

ସାମାନ୍ୟ ବଚସାରୁ ଚାଲିଗଲା ଜୀବନ: କାଠ ଫାଳିଆରେ ପିଟିପିଟି ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ

ଟେନସା/ବଣାଇଁ,୧୧।୪(ସମୀର କୁମାର ପାଢ଼ୀ/ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଷସ୍ୟକଳା ଗ୍ରାମରେ ଶୁକ୍ରବାର ସାରେ ଘଟିଥିବା ଏକ ଘଟଣା ଶନିବାର ଲୋକଲୋଚନକୁ ଆସିବା ପରେ…

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri