କରୋନା ଲାଗି ବୈରଖପାଲି ଗାଁ ରାସ୍ତା ସିଲ୍‌ କଲେ ଓ୍ବାର୍ଡସଭ୍ୟ

ବିଜେପୁର,୨୯।୩(ଡି.ଏନ୍‌.ଏ.): କରୋନା ବିଶ୍ବବାସୀଙ୍କ ନିଦ ହଜାଇ ଦେଇଛି। ଏହାର ମୁକାବିଲା ଲାଗି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏ ନେଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ବୈରଖପାଲି ଗାଁ ରାସ୍ତାକୁ ଓ୍ବାର୍ଡସଭ୍ୟଗଣ ରବିବାର ସିଲ୍‌ କରି ଦେଇଛନ୍ତି। ଉକ୍ତ ଗ୍ରାମର ଜଣେ ଯୁବକ ସମ୍ପର୍କୀୟଙ୍କ ଚିକିତ୍ସା ପାଇଁ ବିଶାଖାପାଟଣା ଯାଇଥିଲେ। ଶନିବାର ସେ ଘରକୁ ଫେରିବା ପରେ ବାହାରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଥିଲା। ଯୁବକ ଜଣଙ୍କୁ ଏକୁଟିଆ ଘରେ ରଖିବାକୁ ତାଙ୍କ ବାପାଙ୍କ ନିକଟରେ ଓ୍ବାର୍ଡ ସଭ୍ୟଗଣ ଅନୁରୋଧ କରିଥିଲେ। ତାଙ୍କ ବାପା ସମ୍ପୃକ୍ତ ଯୁବକଙ୍କୁ ଅନ୍ୟ ଗ୍ରାମରେ ରହୁଥିବା ସମ୍ପକୀୟଙ୍କ ନିକଟକୁ ପଠାଇ ଦେଇଥିବା ଜଣାପଡ଼ିଛି। ଗ୍ରାମର ସୁରକ୍ଷା ଦିଗରୁ ଓ୍ବାର୍ଡ ସଭ୍ୟଗଣ ଗାଁକୁ ସଂଯୋଗ କରୁଥିବା ବିଭିନ୍ନ ରାସ୍ତାକୁ ରବିବାର ସକାଳୁ ବାଉଁଶ ପକାଇ ସିଲ କରିଦେଇଛନ୍ତି। ଜରୁରୀ କାମ ନ ଥିଲେ ବାହାରକୁ ନ ଯିବାକୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳରେ ବନ୍ୟା ପରେ ବିହାର ମୁଖ୍ୟମନ୍ତ୍ରୀ ସମ୍ରାଟଙ୍କ ଉଚ୍ଚସ୍ତରୀୟ ବୈଠକ

ପାଟନା,୨୬।୮: ନେପାଳରେ ବନ୍ୟା ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଆଜି (ବୁଧବାର) ଅଧିକାରୀଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଏବଂ ସେମାନଙ୍କୁ…

ସ୍କୁଟି ନେଇ ଫେରାଇଲେନି; ମାଲିକାଣୀଙ୍କୁ ଦେଲେ ହତ୍ୟା ଧମକ; ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ବୁଧବାର ପାଟପୁର ଥାନା ପ୍ରତାପଗିରି ଗ୍ରାମର ବି. କାଳିଆ ପାତ୍ର(୪୪) ନାମକ ଜଣେ ଯୁବକଙ୍କୁ ଗିରଫ କରି…

ଭାରତ ପୂର୍ବରୁ ‘ବଡ଼ ଭାଇ’ର ଭୂମିକା ନିର୍ବାହ କରିସାରିଛି, ଏଥର ବି ନେପାଳକୁ ସହାୟତା ପଠାଇବାକୁ ଆଶ୍ୱାସନା ଦେଲେ ମୋଦି

ନୂଆଦିଲ୍ଲୀ/କାଠମାଣ୍ଡୁ,୨୬।୮: ଭାରତର ପଡ଼ୋଶୀ ନେପାଳ ବର୍ତ୍ତମାନ ଏକ ଭୟଙ୍କର ଦୁଃଖଦ ପରିସ୍ଥିତି ସହିତ ସଂଘର୍ଷ କରୁଛି। ରସୁୱାଗାଧି ଅଞ୍ଚଳରେ ହିମସ୍ଖଳନ ଏବଂ ହଠାତ, ଭୟଙ୍କର ବନ୍ୟା କେବଳ…

ପୂର୍ବତନ ବିଧାୟକଙ୍କ ପରଲୋକ, ପଦ୍ମପୁରରେ ଶୋକର ଛାୟା

ପଦ୍ମପୁର,୨୬।୮(ପ୍ରଦୀପ୍ତ ଦାଶ): ପଦ୍ମପୁର ନିର୍ବାଚନମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୭୫…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ନାବାଳକଙ୍କ ଛୁରା ମାଡ଼ରେ ଆଉ ଜଣେ ନାବାଳକ ମୃତ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବଲାଙ୍ଗୀର,୨୬।୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ଥାନା ରୋତ ଗାଁରେ ଚାଞ୍ଚଲ୍ୟ । ନାବାଳକଙ୍କୁ ଛୁରି ଭୁସି ହତ୍ୟା କଲେ ନାବାଳକ । ମୃତକ ହେଲେ…

ଜି.ଉଦୟଗିରିରେ ମହମ୍ମଦଙ୍କ ଜୟନ୍ତୀ, ସମାଜର ଅନ୍ଧବିଶ୍ୱାସ ଦୂର କରିବା ନେଇ…

ଜି.ଉଦୟଗିରି,୨୬ା୮(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳର ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ବୁଧବାର ମହମ୍ମଦଙ୍କ ଜନ୍ମଦିନ ଅବସରରେ ଶାନ୍ତି ପଦଯାତ୍ରା ଓ ଧାର୍ମିକ ସଭା…

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri