କରୋନା ମୁକାବିଲା ପାଇଁ ଏକାଠି ହେବାକୁ ଆହ୍ବାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୩।୪(ବ୍ୟୁରୋ): ମହାମାରୀ କରୋନା ମୁଣ୍ଡ ପରେ ମୁଣ୍ଡ ନେଇଚାଲିଛି। ଏହାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିଲେ ହେଁ ଅନେକ ସ୍ଥାନରେ ଲୋକେ ଏହାକୁ ମାନୁ ନ ଥିବା ଦେଖିବାକୁ ମିଳୁଛି। ଫଳରେ ସ୍ଥିତି ଅଣାୟତ୍ତ ହେବା ଅବସ୍ଥାକୁ ଚାଲିଯାଇଛି। ଏହାକୁ ଦୃଷ୍ଟିରେ ରଖି କୋଭିଡ୍‌-୧୯ ସଂକ୍ରମଣ ରୋକିବା ସକାଶେ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରିବା ପାଇଁ ପ୍ରଧାନମନ୍ତ୍ରୀ ଗୁରୁବାର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ସେ ମହାମାରୀ ନିୟନ୍ତ୍ରଣ କ୍ଷେତ୍ରରେ ରାଜ୍ୟଗୁଡ଼ିକ ପକ୍ଷରୁ ନିଆଯାଉଥିବା ପଦକ୍ଷେପକୁ ପ୍ରଶଂସା କରିଛନ୍ତି। ଏଥିସହ କରୋନା ଭାଇରସ୍‌କୁ ନିୟନ୍ତ୍ରଣକୁ ଆଣିବା ପାଇଁ ଜିଲାସ୍ତରରେ ଉଦ୍ୟମ ଆରମ୍ଭ କରିବା ପାଇଁ ରାଜ୍ୟଗୁଡ଼ିକୁ ସେ ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀମାନଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, କରୋନା ମୁକାବିଲା ନେଇ କେନ୍ଦ୍ରର ଲକ୍‌ଡାଉନ ନିଷ୍ପତ୍ତିକୁ ରାଜ୍ୟ ସରକାରମାନେ ପାଳନ କରିଛନ୍ତି। ସମସ୍ତ ରାଜ୍ୟ ଏକାଠି ହୋଇ ସୁଚାରୁ ରୂପେ ଦାୟିତ୍ୱ ତୁଲାଇଥିବାରୁ ସଂକ୍ରମଣକୁ ସୀମିତ କରାଯାଇପାରିଛି। ବିଶ୍ୱବ୍ୟାପୀ କରୋନା ସଂକ୍ରମଣ ରୋକିବା ଦିଗରେ ସେଭଳି ସନ୍ତୋଷଜନକ ହୋଇ ନ ଥିବାରୁ ଏହାର ଲେଉଟିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। ଦେଶରେ ଏହି ରୋଗ ପାଇଁ ଯେପରି ବେଶି ଲୋକଙ୍କର ପ୍ରାଣହାନି ନ ଘଟିବ ସେ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ମୂଳ ଲକ୍ଷ୍ୟ। ଆଗାମୀ ଦିନରେ କେତେକ ସପ୍ତାହ ପର୍ଯ୍ୟନ୍ତ ପରୀକ୍ଷା, ଚିହ୍ନଟୀକରଣ, ଏକାନ୍ତବାସ ଏବଂ କ୍ୱାରାଣ୍ଟାଇନ ଭଳି ପ୍ରକ୍ରିୟାକୁ କେତେକ ନିର୍ଦ୍ଦିଷ୍ଟ ଅଞ୍ଚଳରେ କାର୍ଯ୍ୟକାରୀ କରିବାକୁ ପଡ଼ିବ। ଆବଶ୍ୟକ ଔଷଧପତ୍ର, ମେଡିକାଲ ଉପକରଣ ଓ କଞ୍ଚାମାଲ ଯୋଗାଣରେ କୌଣସି ପ୍ରକାର ଅଭାବ ରହିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀମାନଙ୍କୁ ମୋଦି ଆଶ୍ୱାସନା ଦେଇଛନ୍ତି। କୋଭିଡ-୧୯ ପାଇଁ ସ୍ବତନ୍ତ୍ର ହସ୍ପିଟାଲ ସୁବିଧା କରିବା, ଚିକିତ୍ସକମାନଙ୍କର ଅଭାବ ପୂରଣ କରିବା ପାଇଁ ଆୟୁଷ ଡାକ୍ତରମାନଙ୍କର ସେବା, ଅନ୍‌ଲାଇନ ତାଲିମ, ପାରାମେଡିକାଲ ଷ୍ଟାଫ୍‌, ଏନ୍‌ସିସି ଏବଂ ଏସ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀମାନଙ୍କୁ ଏ ଦିଗରେ ନିୟୋଜିତ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। କୋଭିଡ୍‌-୧୯ ଆମ ଜୀବନଧାରଣର ଧାରାକୁ ସଙ୍କଟ ମୁହଁକୁ ଠେଲିଦେଇଛି। ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହେବା ଜରୁରୀ ବୋଲି ପ୍ରାଧନମନ୍ତ୍ରୀ କହିଛନ୍ତି। ଲକ୍‌ଡାଉନ ଅବଧି ଶେଷ ହେବା ପରେ ସମଗ୍ର ଜନଜୀବନକୁ ପୁଣି ପୂର୍ବାବସ୍ଥାକୁ ଫେରାଇ ଆଣିବାକୁ ଏକ ସମ୍ମିଳିତ ଉଦ୍ୟମ ହେବା ଆବଶ୍ୟକ। ତେବେ ଏହି ମହାମାରୀକୁ ରୋକିବା ଦିଗରେ କେନ୍ଦ୍ର ସରକାରଙ୍କ ପର୍ଯ୍ୟାପ୍ତ ଆର୍ଥିକ ସହାୟତା, ମେଡିକାଲ ଉପକରଣ ଓ ଟେଷ୍ଟିଂ କିଟ୍‌ ଯୋଗାଇଦେବାକୁ ରାଜ୍ୟଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri