କରୋନା ମୁକାବିଲା କରିବେ ଏସ୍‌ଏଚ୍‌ଜି ମହିଳା

ଅମରପାଲି, ୧୩।୬ (ଡି.ଏନ.ଏ.)-ସାରା ବିଶ୍ୱରେ ବର୍ତ୍ତମାନ କରୋନା ମହାମାରୀ ବ୍ୟାପିଥିବା ବେଳେ ଏଥିରୁ ବର୍ତ୍ତିବା ପାଇଁ ଉଦ୍ୟମ ଜାରି ରହିଛି। ଏହିକ୍ରମରେ ଏହାର ମୁକାବିଲା କରିବା ପାଇଁ ଆଗକୁ ଆସିଛନ୍ତି ସ୍ବୟଂ ସହାୟକ ଗୋଷ୍ଠୀର ମହିଳା। ଏମାନେ ଗାଁ ଗାଁ ଯାଇ ଲୋକଙ୍କୁ ସଚେତନ କରିବେ। ଏଣୁ ଏମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସମ୍ମିଳନୀ କକ୍ଷରେ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବ୍ଲକର ୭୫ ଜଣ ଏମବିକେ ଓ ସିଆରପିଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଦିଆଯାଇଥିବା ତାଲିମ ଶୁକ୍ରବାର ଶେଷ ହୋଇଛି। ଓଡିଶା ଜୀବିକା ମିଶନ ପକ୍ଷରୁ ଏହି ତାଲିମ ପ୍ରଦାନ କରାଯାଇଥିଲା। ବିପିଏମ ଜ୍ୟୋତ୍ସ୍ନାରାଣୀ ପୂଜାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଉକ୍ତ ତାଲିମ କାର୍ଯ୍ୟକ୍ରମରେ ରବୀନ୍ଦ୍ର ହୋତା ଓ ଶେଷଦେବ ବାରିକ ବିଏଲଟି ଭାବେ ଯୋଗଦେଇ ତାଲିମ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପରେ ବିରୋଧୀଙ୍କ ଦେଖାପାଇବେନି

ସୋନପୁର/ବିନିକା/ଉଲୁଣ୍ଡା/ଅମରପାଲି,୬।୫(ମୃତ୍ୟୁଞ୍ଜୟ ତପଥୀ/ରାମଗୋପାଳ ବାଘ/ଉରୁକ୍ରମ ପାଣ୍ଡିଆ/ପୀତାମ୍ବର ସାହୁ):ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ ରବିବାର ସୁବର୍ଣ୍ଣପୁର ଜିଲା ସୋନପୁର ନିର୍ବାଚନମଣ୍ଡଳୀର ସିଆଲି ଓ ବୀରମହାରାଜପୁର ନିର୍ବାଚନମଣ୍ଡଳୀର କଇରାଝୁଲିରେ ନିର୍ବାଚନୀ...

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ଟ୍ରକ୍‌ ପଛରେ ପିଟିହେଲା ବସ୍‌: ଡ୍ରାଇଭର, ହେଲପର ମୃତ

ସୋନପୁର,୨୮ା୪(ମୃତ୍ୟୁଞ୍ଜୟ ଶତପଥୀ): ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥର ସୋନପୁର ଥାନା ହରଡ଼ଖୋଲ ନିକଟରେ ଶନିବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଛି। ପ୍ରଧାନ ନାମକ ଯାତ୍ରୀବାହୀ...

ଜିଲାପାଳ ବଦଳିଲା ପରେ ଗୋ ଶ୍ରଦ୍ଧା ଯୋଜନା ଫେଲ୍‌

ସୋନପୁର,୨୧।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ପୌର ପ୍ରଶାସନ ପକ୍ଷରୁ ୨୦୨୧ ଅଗଷ୍ଟ ୧୬ ତାରିଖ ଠାରୁ ସହରରେ ଆରମ୍ଭ ହୋଇଥିଲା ଗୋ ଶ୍ରଦ୍ଧା ଯୋଜନା। ସହରରେ ଗାଈ ଗୋରୁ...

ଲଢ଼େଇ ଅଭିଜ୍ଞ ବନାମ ନୂଆ ମୁହଁ

ସୋନପୁର,୧୭।୪(ମୃତ୍ୟୁଞ୍ଜୟ ଶତପଥୀ):ସୁବର୍ଣ୍ଣପୁର ଜିଲା ସୋନପୁର ବିଧାନସଭା ଆସନ ପାଇଁ ସର୍ବପ୍ରଥମେ ନବନିର୍ମାଣ କୃଷକ ସଂଗଠନ ସୋନାଲି ବିଶିଙ୍କ ନାମ ଘୋଷଣା କରିଥିଲା। କିଛିଦିନ ପରେ ବିଜେଡି...

ସୋନପୁର ହୋଇନି ସୁବର୍ଣ୍ଣପୁର

ସୋନପୁର,୧୪।୪(ମୃତ୍ୟୁଞ୍ଜୟ ଶତପଥୀ)ସୁବର୍ଣ୍ଣପୁର ଏକ ସ୍ବତନ୍ତ୍ର ଜିଲା ଗଠନ ହେବାର ଇତିମଧ୍ୟରେ ୩୧ ବର୍ଷ ବିତିଯାଇଛି। ୧୯୯୩ ମସିହା ଏପ୍ରିଲ ୧ ତାରିଖରେ ସୋନପୁର ଉପଖଣ୍ଡ ବଲାଙ୍ଗୀର...

ଶିକ୍ଷିତ ବେକାରଙ୍କ ସଂଖ୍ୟା ବଢୁଛି

ସୋନପୁର,୧୨।୪(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲାରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି। ନିଯୁକ୍ତି ସୁଯୋଗ ନ ଥିବାରୁ ଶିକ୍ଷିତ ଯୁବତୀଯୁବକମାନେ ବାହାର ରାଜ୍ୟକୁ କାମ...

ବିଜେଡି ଛାଡ଼ିଲେ ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା, ଉପାଧ୍ୟକ୍ଷ

ଅମରପାଲି,୮ା୪(ପୀତାମ୍ବର ସାହୁ): ସୋମବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା ଏବଂ ବ୍ଲକ ଉପାଧ୍ୟକ୍ଷ ତଥା ବ୍ଲକ ବିଜେଡି ଯୁବ ସଭାପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri