କରୋନା ଭୟରେ ଫିକା ପଡ଼ିପାରେ ହୋଲି: ସୁରକ୍ଷା ପାଇଁ ଘରେ ଏଭଳି ପ୍ରସ୍ତୁତ କରନ୍ତୁ ପ୍ରାକୃତିକ ରଙ୍ଗ

ଆସୁଛି ହୋଲି। ରଙ୍ଗର ଏହି ପର୍ବକୁ ପାଳନ କରିବାକୁ ଏବେଠୁ ରାସ୍ତାକଡ଼ରେ ଖୋଲିଲାଣି ବିଭିନ୍ନ ଦୋକାନ। ହେଲେ ଚଳିତ ବର୍ଷ କରୋନା ଯୋଗୁ ହୋଲି ପାଳନ ସାମାନ୍ୟ ଫିକା ପଡ଼ିପାରେ ବୋଲି ଆଶଙ୍କା ଦେଖାଦେଇଛି। ଅପରପକ୍ଷେ ଯଦି ହୋଲି ଖେଳିବାକୁ ମନ ବଳାଉଛନ୍ତି, ତେବେ କିଛି ପ୍ରାକୃତିକ ରଙ୍ଗର ବ୍ୟବହାର କରନ୍ତୁ। ଜାଣି ରଖନ୍ତୁ ସେଭଳି କିଛି ସହଜ ଉପାୟ

ଲାଲ ରଙ୍ଗ:
– ଶୁଖିଲା ଲାଲ ରଙ୍ଗ ଲାଗି ଆପଣ ନାଲି ଚନ୍ଦନ ପାଉଡରକୁ ଅଟା ଅଥବା ମଇଦାରେ ମିଶାଇ ପାରନ୍ତି। ନ ହେଲେ ଚନ୍ଦନ ସ୍ଥାନରେ ସିନ୍ଦୂରର ବ୍ୟବହାର କରିପାରିବେ।
-ସେହିଭଳି ଓଦା ଲାଲ୍‌ ରଙ୍ଗ ପାଇଁ ରାତିରେ ଗୋଲାପ ପାଖୁଡ଼ାକୁ ପାଣିରେ ଭିଜାଇ ରଖିଦିଅନ୍ତୁ। ସକାଳେ ଏହାକୁ ବ୍ୟବହାର କରିପାରିବେ।

ହଳଦିଆ ରଙ୍ଗ:
-ଶୁଖିଲା ହଳଦିଆ ରଙ୍ଗ ପାଇଁ ଗୋଟିଏ ପାତ୍ରରେ ହଳଦୀ ଓ ବେସନ ମିଶାଇ ଦିଅନ୍ତୁ।
-ସେହିଭଳି ଓଦା ହଳଦିଆ ରଙ୍ଗ ପାଇଁ ହଳଦୀକୁ ପାଣିରେ ଗୋଳାଇ ପାରିବେ। ଏହାଛଡ଼ା କୁସୁମ ଫୁଲ(ହଳଦିଆ)କୁ ପାଣିରେ ଭିଜାଇ ରାତିରୁ ରଖି ସକାଳେ ବ୍ୟବହାର କରିପାରିବେ।

କମଳା ରଙ୍ଗ:
– ଏହି ରଙ୍ଗ ଲାଗି ପଳାସ ଫୁଲକୁ ଶୁଖାଇ ପାଉଡ଼ର ପ୍ରସ୍ତୁତ କରିପାରିବେ।
-ଓଦା ରଙ୍ଗ ଲାଗି ପଳାସ ଫୁଲକୁ ଫୁଟାଇ ଦିଅନ୍ତୁ। ନଚେତ୍‌ ରାତି ସାରା ପାଣିରେ ଭିଜାଇ ରଖିଦିଅନ୍ତୁ।

ଗୋଲାପି ରଙ୍ଗ:
-ଏଥିଲାଗି ବିଟ୍‌କୁ ଛୋଟ ଛୋଟ କରି କାଟି ପାଣିରେ ଭିଜାଇ ରଖନ୍ତୁ।
-ନଚେତ୍‌ ଡାଳିମ୍ବକୁ ମଧ୍ୟ ପାଣିରେ ଭିଜାଇ ରଖିପାରିବେ।

ସବୁଜ ରଙ୍ଗ:
-ଘରେ ସବୁଜ ରଙ୍ଗ ପାଇଁ ଶୁଖିଲା ମେଥି ଏବଂ ପୁଦିନା ପତ୍ରକୁ ଶୁଖାଇ ଗୁଣ୍ଡକରି ଦିଅନ୍ତୁ।
-ସବୁଜ ପାଣି ରଙ୍ଗ ପାଇଁ ସବୁଜ ରଙ୍ଗର ପନିପରିବାକୁ ବାଟି ପେଷ୍ଟ ପ୍ରସ୍ତୁତ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri