କରୋନା ଭୟ: ଭିତ୍ତିଭୂମି ସଜାଡୁଛି ଏସ୍‌ସିବି

କଟକ ଅଫିସ,୧୮ା୩: ଏସ୍‌ସିବି ମେଡିକାଲରେ କରୋନା ମୁକାବିଲା ପାଇଁ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଆକ୍ରାନ୍ତ ରୋଗୀ ଆସିଲେ ସେମାନଙ୍କୁ କିଭଳି ସେବା ଯୋଗାଇ ଦିଆଯିବ ସେ ନେଇ ଚିନ୍ତା ବଢିଛି। କରୋନା ନିମନ୍ତେ ସ୍ବତନ୍ତ୍ର ଭାବେ ୧୦୦୦ ଶଯ୍ୟାବିଶିଷ୍ଟ ଆଇସୋଲେଶନ ୱାର୍ଡ ଖୋଲିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏସ୍‌ସିବି ମେଡିକାଲ ଯକ୍ଷ୍ମା ଓ ଛାତି ରୋଗ ବିଭାଗର ନୂତନ ବିଲ୍ଡିଂରେ ଏହି ୱାର୍ଡ ଖୋଲିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାକୁ ତ୍ୱରାନ୍ବିତ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ ପ୍ରଥମ ପର୍ଯ୍ୟାୟରେ ୧୦୦ ଶଯ୍ୟା ଖୋଲିବା ଲାଗି ଚାଲିଛି ଜୋରଦାର ପ୍ରୟାସ। ଏସ୍‌ସିବି ମେଡିକାଲରେ କରୋନା ମୁକାବିଲା ଲାଗି ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ଗଠନ କରାଯାଇଛି। ଏସ୍‌ସିବି ମେଡିକାଲର ଅତିରିକ୍ତ ଅଧୀକ୍ଷକ ଡା. ଶ୍ରୀକାନ୍ତ ପଣ୍ଡାଙ୍କ ନେତୃତ୍ୱରେ ଗଠିତ ଟିମ୍‌ରେ ନୋଡାଲ ଅଫିସର ଭାବେ ଛାତି ଓ କ୍ଷକ୍ଷ୍ମା ରୋଗ ବିଭାଗୀର ମୁଖ୍ୟ ପ୍ରଫେସର ମନୋରଞ୍ଜନ ପଟ୍ଟନାୟକ, ସଦସ୍ୟ ଭାବେ ଭେଷଜ, ନିଶ୍ଚେତକ, କମ୍ୟୁନିଟି ଭେଷଜ, ଇଏନ୍‌ଟି ବିଭାଗର ମୁଖ୍ୟଙ୍କ ସହିତ ଜରୁରିକାଳୀନ ଅଧିକାରୀ ଏବଂ ଷ୍ଟୋର ଅଫିସର ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ପାକିସ୍ତାନ ମଧ୍ୟରେ ହେବ T20 World Cup 2026 ଫାଇନାଲ? ଜାଣନ୍ତୁ ସମ୍ପୂର୍ଣ୍ଣ ଗଣିତ

ନୂଆଦିଲ୍ଲୀ,୨୮।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ମ୍ୟାଚ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି। ଏହି ଦୁଇ ଦଳ ୨୦୨୬ ଟି୨୦ ବିଶ୍ୱକପର ଗ୍ରୁପ…

ଇରାନ-ଇସ୍ରାଏଲ ଯୁଦ୍ଧ ଭିତରେ ଅପରେସନ ସିନ୍ଦୂର ପାର୍ଟ-୨ରେ ଥରିଲା ପାକିସ୍ତାନ, ପୋଖରାନରେ ଭାରତୀୟ ବାୟୁସେନା କଲା…

ନୂଆଦିଲ୍ଲୀ,୨୮।୨: ଅପରେସନ ସିନ୍ଦୂରର ସଫଳତା ପରେ, ଭାରତୀୟ ବାୟୁସେନା ଏହାର ସବୁଠାରୁ ଶକ୍ତିଶାଳୀ ଫାୟାରିଂ ଡ୍ରିଲର ମୋଟ ୨୭୭ଟି ଆଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବହାର କରି ଏହାର ସଠିକ…

ବର୍ଷକରେ ୧,୨୭,୦୦,୦୦୦ ଟଙ୍କାର ମଟନ ଖାଇଗଲେ ନ୍ୟାଶନାଲ ପାର୍କର ଚିତା, ପ୍ରତ୍ୟେକ ଦିନ ହେଉଛି ଏତିକି ଖର୍ଚ୍ଚ

ନୂଆଦିଲ୍ଲୀ,୨୮।୨: ମଧ୍ୟପ୍ରଦେଶର ମହତ୍ତ୍ୱାକାଂକ୍ଷୀ ଚିତା ପ୍ରକଳ୍ପ ପୁଣିଥରେ ଖବରରେ ଆସିଛି। କୁନୋ ଜାତୀୟ ଉଦ୍ୟାନରେ ବାସ କରୁଥିବା ଆଫ୍ରିକୀୟ ଚିତାଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି,…

ବାହାଘରର ୨ ଦିନ ପରେ ପ୍ରେମିକ ସହ ଛୁ’ ନବବଧୂ: ସ୍ବାମୀ ଏତଲା ଦେବାପରେ ଘଟିଲା..

ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ…

ଗ୍ରହଣ ଦିନ ଜନ୍ମିତ ଶିଶୁ ଶୁଭ ନା ଅଶୁଭ? ସତ ଜାଣିଲେ ହୋଇଯିବେ ତାଜୁବ

ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୁଏ। ଏହି ବର୍ଷ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 3, ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହେବ। ଚନ୍ଦ୍ରଗ୍ରହଣ ଅପରାହ୍ନ 3:20 ରେ…

ନବୀନ ନିବାସରେ ଦତ୍ତେଶ୍ୱର ହୋତା: ରାଜ୍ୟ ସଭା ନିର୍ବାଚନ ପ୍ରାର୍ଥୀ ଘୋଷଣାକୁ ନେଇ ବଢ଼ିଲା ଜୋର୍‌ଦାର ଚର୍ଚ୍ଚା,

ଭୁବନେଶ୍ୱର,୨୮ା୨: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ଅନ୍ୟପକ୍ଷରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ରାଜନୈତିକ ମହଲରେ ଜୋର୍‌ଦାର…

ହାଶିଶ ତେଲ ଜବତ ଘଟଣାରେ ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡଙ୍କ ସହ ଧରାପଡିଲେ…

କୋରାପୁଟ , ନନ୍ଦପୁର,୨୮।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି ): ହାଶିଶ ତେଲ ଜବତ ଘଟଣାରେ ଦୀର୍ଘ ସମୟ ଧରି ଚାଲିଥିବା ହାଶିଶ ତେଲ ତସକରୀ ଘଟଣାରେ ପୋଲିସ…

ଗଣମାଧ୍ୟମ ସହିତ ସୁସମ୍ପର୍କ ରଖିବାରେ ବିଫଳ ମୋରଡ଼ା ପୋଲିସ, ପିଲାଚୋରି ଗୁଜବକୁ ନେଇ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସର କାର୍ଯ୍ୟ କରିବାର ଦକ୍ଷତାକୁ ନେଇ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ମୋରଡ଼ା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି। ସୂଚନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri