Posted inଖେଳ

କରୋନା ଭାଇରସ୍‌: କ୍ଲବ, ଫୁଟ୍‌ବଲର ଭବିଷ୍ୟତ ଅନିଶ୍ଚିତ

ଲଣ୍ଡନ, ୧୮।୩ (ପି.ଟି.)- କରୋନା ଭାଇରସ୍‌ ସାରା ବିଶ୍ୱରେ ଏବେ ମହାମାରୀ ରୂପ ନେଇଥିବା ବେଳେ କ୍ରୀଡ଼ା ଏଥିରେ ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ଖାସ୍‌ କରି ବିଶ୍ୱ ଫୁଟବଲର ଏକ ପ୍ରକାର ବିପର୍ଯ୍ୟୟ ସୃଷ୍ଟି ହୋଇଛି। ୟୁରୋପ୍‌ରେ ଜଣାଶୁଣା ଫୁଟବଲ ଲିଗ୍‌ଗୁଡିକ ବାତିଲ ହୋଇଛି। ଫଳରେ କ୍ଲବଗୁଡିକର ଭବିଷ୍ୟତ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ପୁଣି କେବେ ଖେଳ ବା ଲିଗ୍‌ ଆରମ୍ଭ ହେବ ସେ ନେଇ କହିବା ଅସମ୍ଭବ ହୋଇପଡିଛି।
୫୫ଟି ମେମ୍ବର ଆସୋସିଏଶନ ମଙ୍ଗଳବାର ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ (ୟୁଇଏଫ୍‌ଏ)ର ଏକ ବୈଠକରେ ମିଳିତ ହୋଇଥିଲେ। ଆଗାମୀ ଜୁନରେ ଆରମ୍ଭ ହେବାକୁ ଥିବା ୟୁରୋ କପ୍‌ ୨୦୨୦କୁ ଘୁଞ୍ଚଇବା ପାଇଁ ଏହି ବୈଠକରେ ସହମତି ପ୍ରକାଶ ପାଇଥିଲା। ଆଗାମୀ ଗ୍ରୀଷ୍ମରେ ଜାତୀୟ ଲିଗ୍‌ ଓ ୟୁରୋପିଆନ୍‌ କ୍ଲବ କମ୍ପିଟିସନ ପାଇଁ ଏହା ଦ୍ୱାରା କ୍ୟାଲେଣ୍ଡର ବର୍ଷରେ କିଛି ସ୍ଥାନ ଛଡାଯାଇପାରେ।
ଯେତେବେଳେ ପରିସ୍ଥିତିରେ ସୁଧାର ହେବ ଓ ଫୁଟବଲ ପାଇଁ ନିରାପଦ ମନେ କରାଯିବ ସେତେବେଳେ ଲିଗ୍‌ ସେସନ ଶେଷ କରାଯିବ। ଏନେଇ ଅଫିସିଆଲ, ଖେଳାଳି ଓ ଫୁଟବଲ ବିଶେଷଜ୍ଞମାନେ ସହମତି ପ୍ରକାଶ କରିଛନ୍ତି। ୟୁରୋପିଆନ ଲିଗ୍‌ ପାଇଁ ଘରୋଇ ପ୍ରତିଯୋଗିତାଗୁଡିକ ଚଳିତ ସେସନରେ ଶେଷ ହେବା ନିହାତି ଆବଶ୍ୟକ। ୟୁରୋପିଆନ ଲିଗ୍‌ରେ ୨୯ଟି ଦେଶରେ ୯୫୦ଟି କ୍ଲବ ସାମିଲ ରହିଛନ୍ତି। କିନ୍ତୁ ଯଦି ଘରୋଇ ପ୍ରତିଯୋଗିତାଗୁଡିକୁ ସୀମିତ କାରଯାଏ ତାହାଲେ ପୂରା ଫୁଟବଲ ତନ୍ତ୍ର ନିଶ୍ଚିତ ଭାବେ ବିଗିଡି ଯିବ।
ଦେଶରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲେ ମଧ୍ୟ ସ୍ପାନିଶ ଘରୋଇ ଲିଗ୍‌ ସେସନକୁ ଶେଷ କରିବାର ନିହାତି ଜରୁରୀ ବୋଲି ଜାଭିଏର ଟେବାସ କହିଛନ୍ତି। ପାରମ୍ପରିକ ଭାବେ ମେ’ରେ ଶେଷ ହେଉଥିଲେ ମଧ୍ୟ ପ୍ରତିଯୋଗିତାର ଅବଧିକୁ ବୃଦ୍ଧି କରାଯାଇପାରେ ବୋଲି କୁହାଯାଇଛି।
ଏଭଳି ପରିସ୍ଥିତିରେ ଯଦି ସେସନକୁ ସ୍ଥଗିତ ରଖାଯାଏ କିମ୍ବା ଜୁଲାଇ ଓ ଆଗକୁ ଆହୁରି ଘୁଞ୍ଚାଯାଏ ତାହେଲେ ଖେଳାଳିଙ୍କ ଚୁକ୍ତି ଓ ଲୋନ ଡିଲ୍‌ ମଧ୍ୟ ପ୍ରଭାବିତ ହେବା ନିଶ୍ଚିତ। କାରଣ ଏହି ଚୁକ୍ତିଗୁଡିକ ମେ ଓ ଜୁନରେ ଶେଷ ହେବାକୁ ଯାଉଛି। ଯେଉଁ ତାରକା ଖେଳାଳିମାନଙ୍କ ଚୁକ୍ତି ଶେଷ ହେବାକୁ ଯାଉଛି ସେମାନେ ହେଲେ ଚେଲସିର ଓଲିଭର ଗିରୋଡ, ଓ୍ବିଲିଆନ ଓ ପେଡ୍ରୋ ରୋଡ୍ରିଗୁଏଜ ଓ ଜାନ ବେରଟୋନଘେନ୍‌। ସଂଘର୍ଷ କରୁଥିବା ଫୁଟବଲ ଲିଗ୍‌ କ୍ଲବ୍‌ଗୁଡିକ ସବୁଠାରୁ ବେଶୀ କ୍ଷତି ସହିବେ। ଏ ଭଳି ସ୍ଥିତିରେ କ୍ଲବଗୁଡିକ କିପର ତିଷ୍ଠି ରହିବେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେଣୁ ମୋଟା ମୋଟି ଉପରେ ୟୁରୋପ୍‌ରେ ଫୁଟବଲ ଅଧିକ କ୍ଷତିଗ୍ରସ୍ତ ହେଉଛି ଓ ଆଗକୁ ଆହୁରି କ୍ଷତି ସହିବ ବୋଲି ଆଶଙ୍କା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ଲେ ଅଫ୍‌ ଯାଇପାରିବ କି ଚେନ୍ନାଇ ସୁପର କିଙ୍ଗ୍ସ: କ’ଣ କହୁଛି ସମୀକରଣ ଜାଣନ୍ତୁ

ଧର୍ମଶାଳା,୫।୫:ଆଇପିଏଲ୍‌ ୨୦୨୪ରେ ପ୍ଲେ ଅଫ ର ସମୀକରଣ ସ୍ପଷ୍ଟ ହେବାରେ ଲାଗିଛି। ରବିବାର ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି,...

୪୨ ବର୍ଷ ବୟସରେ ଏମିତି କାରନାମା କଲେ ଧୋନୀ

ଧର୍ମଶାଳା,୫।୫: ଯଦିଓ ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଖେଳାଳି ମହେନ୍ଦ୍ର ସିଂ ଧୋନୀ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଶୂନ୍ୟରେ ଆଉଟ୍‌ ହୋଇଥିଲେ ମଧ୍ୟ ଏହି ୪୨...

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି।...

ବିରାଟ କୋହଲିଙ୍କୁ ଅରେଞ୍ଜ କ୍ୟାପ ପିନ୍ଧାଇଲେ ଦିନେଶ କାର୍ତ୍ତିକ, ଭିଡିଓ ସୃଷ୍ଟି କରୁଛି ହଇଚଇ

ନୂଆଦିଲ୍ଲୀ,୫।୫: ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ବିରାଟ କୋହଲି ଏବଂ ଦୀନେଶ କାର୍ତ୍ତିକ ପ୍ରଶଂସକଙ୍କୁ ଖୁସିର ମୁହୂର୍ତ୍ତ ଦେଇଛନ୍ତି। କୋହଲି...

ସାଥ୍‌ ଦେଉନି ଋତୁରାଜଙ୍କ ଭାଗ୍ୟ: ଏଥର୍‌ ବି ଫେଲ୍‌

ନୂଆଦିଲ୍ଲୀ,୫।୫: ନୂଆ ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକ ଋତୁରାଜ ଗାଇକୱାଡଙ୍କ ଭାଗ୍ୟ ଆଇପିଏଲ ୨୦୨୪ ରେ ବହୁତ ଖରାପ ହୋଇଛି। ସେ ବର୍ତ୍ତମାନ ପଞ୍ଜାବ କିଙ୍ଗ୍ସ...

ଯିଏ ଆଉଟ୍‌ କରିଥିଲେ, ତାଙ୍କୁ ବଡ଼ ଗିଫ୍ଟ ଦେଲେ କୋହଲି

ନୂଆଦିଲ୍ଲୀ,୫।୫: ଜଣେ ମହାନ ବ୍ୟାଟ୍ସମ୍ୟାନ ହେବା ବ୍ୟତୀତ ବିରାଟ କୋହଲି ମଧ୍ୟ ଜଣେ ବଡ଼ ହୃଦୟର ବ୍ୟକ୍ତି ଅଟନ୍ତି। କୋହଲି ତାଙ୍କ ଜର୍ସି ନୁର ଅହମ୍ମଦଙ୍କୁ...

ଟି -୨୦ ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଜାରି: ଏହି ଦିନ ଖେଳାଯିବ ଭାରତ-ପାକିସ୍ତାନ ମ୍ୟାଚ୍‌

ନୂଆଦିଲ୍ଲୀ,୫।୫: ଆଇସିସି ମହିଳା ଟି -୨୦ ବିଶ୍ୱକପ ୨୦୨୪ର କାର୍ଯ୍ୟସୂଚୀ ପ୍ରକାଶ କରିଛି। ଏହି ଟୁର୍ନାମେଣ୍ଟ ବାଂଲାଦେଶରେ ଆୟୋଜିତ ହେବ। ଭାରତୀୟ ମହିଳା ଦଳକୁ ଗ୍ରୁପ...

ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା; ନିଲମ୍ବନ କଲା NADA

ନୂଆଦିଲ୍ଲୀ,୫।୫: ଭାରତୀୟ ରେସଲର୍‌ ବଜରଙ୍ଗ ପୁନିଆଙ୍କୁ ବଡ଼ ଝଟ୍‌କା ଲାଗିଛି। ନ୍ୟାଶନାଲ ଆଣ୍ଟିଂ ଡୋପିଂ ଏଜେନ୍ସି(ଏନ୍‌ଏଡିଏ) ଅସ୍ଥାୟୀ ଭାବେ ତାଙ୍କୁ ନିଲମ୍ବିତ କରିଛି। ସେ ମାର୍ଚ୍ଚରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri