Posted inଖେଳ

କରୋନା ଭାଇରସ୍‌: ଆଥଲେଟଙ୍କ ସ୍ବାସ୍ଥ୍ୟ, ନିରାପତ୍ତାକୁ ଗୁରୁତ୍ୱ ଦିଆଯିବ- ଆଇଓସି

ଲଉସେନ,୧୯।୩(ଏଏଫ୍‌ପି)- କରୋନା ଭାଇରସ୍‌ କାରଣରୁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଅନ୍ତର୍ଜାତୀୟ ଅଲିମ୍ପିକ୍‌ କମିଟି (ଆଇଓସି) ମୁହଁ ଖୋଲିଛି। ଅଲିମ୍ପିକ୍ସ ଆୟୋଜନ ନେଇ କୌଣସି ଆଦର୍ଶ ସମାଧାନ ନାହିଁ ବୋଲି ଆଇଓସି ସ୍ପଷ୍ଟ କରିଛି। ବିଶ୍ୱର କେତେକ ଆଗଧାଡିର ଆଥଲେଟ୍‌ ନିର୍ଦ୍ଧାରିତ ସମୟରେ ଅଲିମ୍ପିକ ଆୟୋଜନ ନେଇ ଚିନ୍ତା ପ୍ରକଟ କରିଥିଲେ। ସ୍ବାସ୍ଥ୍ୟକୁ ବିପଦରେ ପକାଇ ଜୁଲାଇ ୨୪ରୁ ଅଗଷ୍ଟ ୯ ତାରିଖ ମଧ୍ୟରେ ଆୟୋଜନ ହେବାକୁଥିବା ଏହି ମେଗା ଇଭେଣ୍ଟରେ ଆଥଲେଟମାନେ ଅଂଶଗ୍ରହଣ କିରିବାକୁ କୁଣ୍ଠା ପ୍ରକାଶ କରିଥିଲେ। ଆଥଲେଟମାନେ ମଧ୍ୟ ଏ ନେଇ ଆଇଓସିକୁ ସମାଲୋଚନା କରିଥିଲେ।
ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଗୋଟିଏ ଅସାଧାରଣ ସମାଧାନର ପନ୍ଥାର ମଧ୍ୟ ଆବଶ୍ୟକତା ରହିଛି ଆଥଲେଟଙ୍କ ସମାଲୋଚନା ପରେ କହିଛନ୍ତି। ଆଥଲେଟଙ୍କ କୌଣସି କ୍ଷତି ନ କରି ଏକ ସମାଧାନର ପନ୍ଥା ବାହାର କରିବାକୁ ଆଇଓସି ବଦ୍ଧପରିକର। ଆଥଲେଟଙ୍କ ସ୍ବାସ୍ଥ୍ୟକୁ ଅଗ୍ରାଧିକାର ଦିଆଯିବ। ଏ ଭଳି ପରିସ୍ଥିତିରେ କୌଣସ ଆଦର୍ଶ ସମାଧାନ ହୋଇପାରିବ ନାହିଁ ବୋଲି ଆଇଓସି ତରଫରୁ କୁହାଯାଇଛି।
ଉଲ୍ଲେଖଥାଉ କି, ନିର୍ଦ୍ଧାରିତ ସମୟରେ ଅଲିମ୍ପିକ୍ସ ଆୟୋଜନ କରିବାକ ଆଇଓସି କହିବା ପରେ ଅଲିମ୍ପିକ୍‌ ପୋଲ ଭୋଲ୍ଟ ଚାମ୍ପିୟନ କାଟେରିନା ଷ୍ଟିଫାନିଡି ଓ ବ୍ରିଟିଶ ହେପ୍ଟାଥଲେଟ କାଟାରିନା ଜନସନ- ଥମ୍ପସନ ଚିନ୍ତା ପ୍ରକଟ କରିଥିଲେ। ଆଥଲେଟ୍‌ଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ବିପଦରେ ପକାଇବା ଭଳି ଆଇଓସି କାର୍ଯ୍ୟ କରୁଛି ବୋଲି ଷ୍ଟିଫାନିଡି ଟୁଇଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

RCBକୁ ବଡ଼ ଝଟକା: ଦୁନିଆରୁ ବିଦାୟ ନେଲେ ଏହି କିମ୍ବଦନ୍ତ୍ରୀ

ବେଙ୍ଗାଲୁରୁ,୨୮।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ପରିବାରକୁ ବଡ଼ ଝଟକା। ଦଳର ମ୍ୟାଚ ଦିନର ପରିବେଶକୁ ନିଜ ଢୋଲର ତାଳରେ ଉତ୍ସାହିତ କରୁଥିବା ପ୍ରସିଦ୍ଧ ଡ୍ରମର୍‌ ଦେବାଙ୍କ…

କୋହଲିଙ୍କ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ! ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଅପରାଜିତ ଶତକ ହାସଲ କରି ବିରାଟ କୋହଲି ପୁଣିଥରେ ରେକର୍ଡ ବୁକ୍‌ରେ ନିଜ ନାମ ଲେଖାଇଛନ୍ତି। ଏହି ମ୍ୟାଚ୍‌ରେ ତାଙ୍କ…

ବିଶ୍ୱକପରେ ସବୁଠୁ ଅଧିକ ଛକା ଏହି ଖେଳାଳିଙ୍କ ନାଁରେ, ଜାଣନ୍ତୁ ଟପ୍‌ ୫ରେ କିଏ କିଏ…

ନୂଆଦିଲ୍ଲୀ,୨୮।୯: ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ବିଶ୍ୱର ବିଭିନ୍ନ କ୍ରିକେଟ ଦଳ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଭାରତୀୟ ଦଳ ମଧ୍ୟ ଏକ ଶକ୍ତିଶାଳୀ ଟିମ ଗଠନ…

ବସ୍‌ରୁ ଓହ୍ଲାଇବାବେଳେ ସିଡ଼ିରେ ଖସିପଡ଼ିଲେ ରୋହିତ ଶର୍ମା: ଆଉ ତା’ପରେ… ଦେଖନ୍ତୁ VIDEO

ତିରୁଭାନନ୍ତପୁରମ,୨୮।୯: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଦିନିକିଆ ପରେ ଭାରତୀୟ କ୍ରିକେଟର ରୋହିତ ଶର୍ମାଙ୍କୁ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।…

ଷ୍ଟାଡିୟମରୁ ଚୋରି ହୋଇଗଲା ଭାରତୀୟ ଖେଳାଳିଙ୍କ ଦାମୀ ବ୍ୟାଟ୍! ଭିଡିଓ କରି କହିଲେ…

ନୂଆଦିଲ୍ଲୀ,୨୮ା୯: ଭାରତୀୟ କ୍ରିକେଟର ଦୀପକ ଚହରଙ୍କ ୩ଟି କ୍ରିକେଟ୍‌ ବ୍ୟାଟ୍‌ ଗ୍ରାଉଣ୍ଡରୁ ଚୋରି ହୋଇଥିବା ଜଣାପଡ଼ିଛି । ଚୋରି ହୋଇଥିବା ବ୍ୟାଟ୍‌ଗୁଡ଼ିକର ମୋଟ ମୂଲ୍ୟ ପ୍ରାୟ ଦେଢ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?