Posted inଖେଳ

କରୋନା ଭାଇରସ ପ୍ରଭାବ: ଶୁଟିଂ ବିଶ୍ୱକପ୍‌ରେ ଭାଗ ନେବ ନାହିଁ ଭାରତ

ନୂଆଦିଲ୍ଲୀ, ୨୮ା୨ (ପି.ଟି.)-କରୋନା ଭାଇରସ ସଂକ୍ରମଣର ଆଶଙ୍କା ଦର୍ଶାଇ ଆସନ୍ତା ମାସରେ ସାଇପ୍ରସରେ ହେବାକୁଥିବା ଶୁଟିଂ ବିଶ୍ୱକପ୍‌ରୁ ଭାରତ ଓହରିଯାଇଛି। ଇଣ୍ଟରନ୍ୟାଶନାଲ ଶୁଟିଂ ସ୍ପୋଟର୍‌ସ ଫେଡେରେଶନ (ଆଇଏସ୍‌ଏସ୍‌ଏଫ୍‌) ଦ୍ୱାରା ସ୍ବୀକୃତି ପ୍ରାପ୍ତ ଏହି ଶଟ୍‌ଗନ୍‌ ବିଶ୍ୱକପ୍‌ ନିକୋସିଆରେ ମାର୍ଚ୍ଚ ୪ରୁ ୧୩ ପର୍ଯ୍ୟନ୍ତ ହେବ। ସରକାରଙ୍କ ପରାମର୍ଶକ୍ରମେ ଭାରତୀୟ ଦଳ ଟୁର୍ନାମେଣ୍ଟର ଓହରିଯାଇଥିବା ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ସୂତ୍ରରୁ ପ୍ରକାଶ। ଚାଇନାର ଉହାନ ସହର ହେଉଛି ଘାତକ କରୋନା ଭାଇରସର ଉତ୍ପତି ସ୍ଥଳ। ଏହି ଭାଇରସ ଦ୍ୱାରା ପ୍ରାୟ ୩୦୦୦ ଲୋକ ପ୍ରାଣ ହରାଇଥିବାବେଳେ ସମଗ୍ର ବିଶ୍ୱରେ ୮୦,୦୦୦ ପାଖାପାଖି ଲୋକ ଆକ୍ରାନ୍ତ ହୋଇଛନ୍ତି। ସାଇପ୍ରସରେ କୌଣସି ଲୋକ ଏପର୍ଯ୍ୟନ୍ତ ମୃତ୍ୟୁ ବରଣ କରିଥିବା ସଷ୍ଟ ହୋଇ ନାହିଁ। ତେବେ ପ୍ରତିଷେଧମୂଳକ ପଦକ୍ଷେପ ସ୍ବରୂପ କେତେଜଣଙ୍କର ଚିକିତ୍ସା ଚାଲିଛି। କରୋନା ଭାଇରସ ଆତଙ୍କ ଯୋଗୁ ସମଗ୍ର ବିଶ୍ୱରେ ବହୁ ପ୍ରମୁଖ କ୍ରୀଡ଼ା ଇଭେଣ୍ଟକୁ ସ୍ଥଗିତ ରଖାଯାଇଛି ଅବା ବାତିଲ କରାଯାଇଛି। ଜାପାନ ଓ ଇଟାଲୀ ବ୍ୟତୀତ ଅନ୍ୟ କେତେକ ଦେଶରେ ବହୁ ଫୁଟ୍‌ବଲ ମ୍ୟାଚ ଏଥିରେ ପ୍ରଭାବିତ ହୋଇଛି। ବକ୍ସିଂ ଅଲିମ୍ପିକ କ୍ୱାଲିଫାୟର୍ସ ସମେତେ କେତେକ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ ଓ ଆର୍ଚେରୀ ଇଭେଣ୍ଟକୁ ମଧ୍ୟ ସ୍ଥଗିତ ରଖାଯାଇଛି। ୟୁରୋପା ଲିଗ୍‌ ସମେତ ଅନ୍ୟ କେତେକ ମ୍ୟାଚ ବିନା ଦର୍ଶକରେ ରୁଦ୍ଧଦ୍ୱାରରେ ଖେଳାଯାଉଛି। ଅଲିମ୍ପିକ କ୍ୱାଲିଫାୟର୍ସ ଉହାନରୁ ଜୋର୍ଡାନକୁ ସ୍ଥାନାନ୍ତର କରାଯାଇଛି। ମାରାତ୍ମକ କରୋନା ଭାଇରସ ପାଇଁ ନୂଆଦିଲ୍ଲୀରେ ହେବାକୁ ଥିବା ଶୁଟିଂ ବିଶ୍ୱକପ୍‌ ମଧ୍ୟ ପ୍ରଭାବିତ ହୋଇଛି। ଚାଇନା, ତାଇଓ୍ବାନ, ହଂକଂ, ମାକାଉ, ଉତ୍ତର କୋରିଆ, ତୁର୍କମେନିସ୍ତାନ ଏବଂ ବାହାରିନ୍‌ରେ ଏହି ଭାଇରସର ପ୍ରକୋପ ଦେଖା ଦେଇଥିବାରୁ ସେମାନେ ଶୁଟିଂ ବିଶ୍ୱକପ୍‌ରୁ ଓହରିଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଗେଟ୍‌ରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଜାଣନ୍ତୁ କାହିଁକି…

ଗଞ୍ଜାମ,୧୪।୭ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସାନ ରାମଚନ୍ଦ୍ରପୁର ପଞ୍ଚାୟତ ମଧୁରଚୁଆ ସ୍କୁଲରେ ତାଲା ପକାଇଲେ ଛାତ୍ରୀଛାତ୍ର ଓ ଅଭିଭାବକ। ଦୀର୍ଘ ଦିନ ଧରି ଏହି…

ବଡ଼ଗୁଡା ନିକଟରେ ମୁହାଁମୁହିଁ ଧକ୍କା ହେଲେ ଦୁଇ ବାଇକ, ମୃତ୍ୟୁ ସଂଖ୍ୟା….

ଗୁଣପୁର,୧୪।୭(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଏବଂ ଗଜପତି ଜିଲe କାଶୀନଗର ରାସ୍ତାର ବଡଗୁଡ଼ା ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ…

ବିଜେଡିକୁ ନେଇ ବଡ଼ କଥା କହିଲେ ପ୍ରଭାତ ବିଶ୍ୱାଳ: କୁରୁବଂଶ ଭଳି…

ଭୁବନେଶ୍ୱର, ୧୩।୭: ବିଜେଡିର ଆଭ୍ୟନ୍ତରୀଣ ରାଜନୀତିକୁ ନେଇ ପୁଣି ଥରେ ବୟାନବାଜି ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ‘ବିଶ୍ୱାସଘାତକ’ ବୋଲି କହିଥିବା ପ୍ରସଙ୍ଗରେ…

ଔଷଧ ଦୋକାନ ଆଗରେ ଲାଗିବ ରେଟ ଚାର୍ଟ, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୪।୭: ରାଜ୍ୟ ସରକାର ଏକ ନିଷ୍ପତ୍ତି ନେଇଛନ୍ତି। ଏଣିକି ରାଜ୍ୟର ସବୁ ଔଷଧ ଦୋକାନ ଆଗରେ ରେଟ୍‌ ଚାର୍ଟ ଲାଗିବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। ଏପରିକି…

ଜମନକିରାରେ ଅଭାବନୀୟ ଘଟଣା, ପୋଖରୀରେ ବୁଡି ଚାଲିଗଲା ଯୁବକଙ୍କ ଜୀବନ

ଜମନକିରା,୧୪।୭(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ସଦର ମହକୁମା ଅନ୍ତର୍ଗତ ରାଧାକୃଷ୍ଣପଡ଼ା ଅଞ୍ଚଳରେ ଏକ ଦୁଃଖଦାୟକ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ପୋଖରୀରେ ବୁଡ଼ି…

ଭୁଶୁଡିଲା ବିଜେଡି ଗଡ଼; ସାମୂହିକ ଇସ୍ତଫା ଦେଲେ ୧୦ କାଉନସିଲର, ଜାଣନ୍ତୁ କାହିଁକି…

ଝାରସୁଗୁଡ଼ା,୧୪।୭(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ବେଲପାହଡ଼ରେ ଭୁଶୁଡୁଛି ବିଜେଡି ଗଡ଼। ବିଜେଡି ସଦସ୍ୟତାରୁ ଇସ୍ତଫା ଦେଲେ ୧୦ କାଉନସିଲର। ହିତେଶ ଠକରଙ୍କୁ ନିଲମ୍ବନ ପରେ କାଉନସିଲର ବିଜେଡି…

ରଥଯାତ୍ରା ପୂର୍ବରୁ ଏମିତି କହିଲେ ସୌମେନ୍ଦ୍ର ପ୍ରିୟଦର୍ଶୀ: ୬୫ ସ୍ଥାନରେ…

ପୁରୀ, ୧୪।୭: ପବିତ୍ର ରଥଯାତ୍ରା ଅବସରରେ ପୁରୀକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଟ୍ରାଫିକ୍‌ ନିର୍ଦ୍ଦେଶାବଳୀ ଭଲଭାବେ ଅନୁଧ୍ୟାନ କରିବାକୁ ରଥଯାତ୍ରା ପରିଚାଳନା ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀ ପରାମର୍ଶ ଦେଇଛନ୍ତି।…

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ମଧ୍ୟରେ ଭୀଷଣ ଧକ୍କା: ଚୂରମାର ହେଲା…

ତେହରାନ,୧୪।୭: ହର୍ମୁଜ୍ ପ୍ରଣାଳୀରେ ମଙ୍ଗଳବାର ଏକ ବଡ଼ ଦୁର୍ଘଟଣା ହୋଇଛି । ​​ଏକ ବଲ୍କ କ୍ୟାରିଅର୍ ଅନ୍ୟ ଏକ ଜାହାଜ ସହିତ ଧକ୍କା ହୋଇଛି । ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri