କରୋନା ଭାଇରସ ପାଇଁ ଟିକା ନୁହେଁ ଯଥେଷ୍ଟ: ସାର୍ସ-ମର୍ସଠାରୁ ଅଧିକ ବେଗରେ ହେଉଛି ସଂକ୍ରମଣ!

ନୂଆଦିଲ୍ଲୀ,୨୫।୪: କରୋନା ଭାଇରସର ଚିକିତ୍ସା ପାଇଁ ଏବେ ସାରା ବିଶ୍ୱର ବିକାଶଶୀଳ ଦେଶ ଗବେଷଣାରେ ଲାଗି ପଡିଛନ୍ତି। ଏହାର ଭ୍ୟାକସିନ୍‌ ଓ ଔଷଧ ପ୍ରସ୍ତୁତି ଯେତେଶୀଘ୍ର ସମ୍ଭବ ହେବ ସେତେ ଶୀଘ୍ର କରୋନା କବଳରୁ ମୁକ୍ତି ମିଳିବ ବୋଲି କୁହାଯାଉଛି। ଏହିକ୍ରମରେ ଏବେ କିଛି ଦେଶ କରୋନା ଭାଇରସ ପାଇଁ ଭ୍ୟାକସିନ୍‌ ବା ଟିକା ପ୍ରସ୍ତୁତ କରୁଥିବା ନଜର ଆସିଛି। ହେଲେ ଏହାକୁ ନେଇ ଏବେ କେତେଜଣ ଗବେଷକ କହିଛନ୍ତି କରୋନା ପାଇଁ ଭ୍ୟାକସିନ ବା ଟିକା ଯଥେଷ୍ଟ ନୁହେଁ। କାରଣ ଏହାର ସଂକ୍ରମଣ ଏତେ ଦ୍ରୁତ ଗତିରେ ହେଉଛି ଯେ ଏହାକୁ ଟିକା ଦ୍ୱାରା ଆୟତ୍ତ କରିବା କଷ୍ଟକର ବ୍ୟାପାର। ଏବେ ଚାଲିଥିବା ଗବେଷଣାକୁ ଦେଖିଲେ ୭୫ ପ୍ରତିଶତ ଗବେଷକ ଏହାର କ୍ଲିନିକାଲ ଟ୍ରାଏଲ କରିବା ଲକ୍ଷ୍ୟରେ ଅଛନ୍ତି। ଯେଉଁଠି ଅକ୍ସଫୋର୍ଡ ୟୁନିଭର୍ସିଟି ଏମିତି କିଛି ଟିକା ମଣିଷ ଉପରେ ମଧ୍ୟ ପରୀକ୍ଷା ଆରମ୍ଭ କରିଥିବା କହିଛି। ଏଥିରେ ଭାରତୀୟ ବିଶେଷଜ୍ଞମାନେ ବି ସାମିଲ ଅଛନ୍ତି। ଏହି ଗବେଷଣାରେ ସାମିଲ ଥିବା ପୁଣେ ସ୍ଥିତ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ୍‌ ଭିରୋଲୋଜି(ଏନ୍‌ଆଇଭି)ର ଜଣେ ବିଶେଷଜ୍ଞ କହିଛନ୍ତି, ଗତ ୧୭ ବର୍ଷ ମଧ୍ୟରେ ଆଉ ଦୁଇଟି କରୋନା ଭାଇରସ ସାର୍ସ ଓ ମର୍ସକୁ ବି ଆମେ ଦେଖିଛୁ। ହେଲେ କରୋନା ଭାଇରସ ଏହାଠାରୁ ବେଶ୍‌ ଅଧିକ ଗୁଣ ସଂକ୍ରମଣ ହେବାର କ୍ଷମତା ରଖିଛି। ତେଣୁ ଭ୍ୟାକସିନ ବା ଟିକା ଦ୍ୱାରା ଏହାକୁ ମୂଳପୋଛ କରିବା ଅସମ୍ଭବ ହୋଇପାରେ ବୋଲି ସେ ମତ ଦେଇଛନ୍ତି। ସେ କହିଛନ୍ତି କରୋନା ସଂକ୍ରମଣକୁ ରୋକିବାକୁ ହେଲେ ଆମକୁ ଅଧିକ ଆଣ୍ଟିଭାଇରାଲ ଔଷଧ ସହ ଦୀର୍ଘଦିନ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ ପଡିବ।


Enter your email to get our daily news in your inbox.

All Right Reserved By Dharitri.Com

ସରପଞ୍ଚ ଙ୍କ ସ୍ବାମୀଙ୍କୁ ହତ୍ୟା ଉଦ୍ୟମ : ମାମଲା ରୁଜୁ କଲା ପୋଲିସ                     

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ ଚାନ୍ଦିନୀ ନାୟକ ଙ୍କ ସ୍ବାମୀ ଟୁନା ନାୟକ ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା…

ଦିଗପହଣ୍ଡି ରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାସ: ଶ୍ରେଷ୍ଠ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ କରାଗଲା ସମ୍ମାନିତ

ଦିଗପହଣ୍ଡି,୯|୧୦(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ମିଶନ ଶକ୍ତି ଭବନ ପରିସରରେ ଶୁକ୍ରବାର ମହିଳା ଓ ଶିଶୁ ବିକାଶ ସମନ୍ୱିତ ପ୍ରକଳ୍ପ ସ୍ତରୀୟ ପୋଷଣ…

କେସିଙ୍ଗା ମହାବିଦ୍ୟାଳୟରେ ସଭାପତି ପଦ ପାଇଁ ୩ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ

କେସିଙ୍ଗା, ୯/୧୦ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ମହାବିଦ୍ୟାଳୟରେ ଦୀର୍ଘ ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନ ନେଇ ବିଜ୍ଞପ୍ତି…

ପ୍ରଥମ ଥର ପାଇଁ ଋଷିମାଳ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ

ବ୍ରାହ୍ମଣୀଗାଁ, ୯।୧୦(ମନୋରଞ୍ଜନ ରଣା): ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଓଡ଼ିଶାର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣିଥରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେଉଛି। ଏହି କ୍ରମରେ…

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?