କରୋନା ବିଗାଡ଼ିଲା

ଭାଇରସ୍‌ ସାରା ବିଶ୍ୱରେ ଅଚଳାବସ୍ଥା ସୃଷ୍ଟି କରିଛି। କରୋନାକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀ ସମଗ୍ର ଭାରତକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଜୀବନ ବଞ୍ଚାଇବା ପାଇଁ ଲୋକେ ସରକାରଙ୍କ ନିଷ୍ପତ୍ତିକୁ ସ୍ବାଗତ କରି ନିଜକୁ ଘରେ ବନ୍ଦ କରି ରଖିଛନ୍ତି। ହେଲେ ଆର୍ଥିକ ସ୍ଥିତି ବିଗିଡ଼ିବାରେ ଲାଗିଛି। ଓଡ଼ିଶାର ସୀମାନ୍ତବର୍ତ୍ତୀ ଗଜପତି ଜିଲାରେ ଏବେ ପରିସ୍ଥିତି ସଙ୍ଗୀନ ହୋଇଛି। ତିତ୍‌ଲି ବାତ୍ୟା ଓ ଏହା ପରବର୍ତ୍ତୀ ବନ୍ୟାରେ ଏହି ଜିଲା ସର୍ବଧିକ କ୍ଷତିଗ୍ରସ୍ତ ହୋଇଥିଲା। ତଥାପି ଲୋକେ ମେରୁଦଣ୍ଡ ସଳଖି ଠଆ ହେବାକୁ ଚେଷ୍ଟା କରିଥିଲେ। ହେଲେ କରୋନା ଭାଇରସ୍‌ ଜିଲା ଅର୍ଥନୀତିକୁ ସମ୍ପୂର୍ଣ୍ଣ ଦୋହଲାଇଦେଇଛି। ଆନ୍ଧ୍ର ସୀମାନ୍ତ ଜିଲାଭାବେ ବ୍ୟବସାୟ କ୍ଷେତ୍ରରେ ଜିଲାବାସୀ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭରଶୀଳ। ଅନୁରୂପ ଭାବେ ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଲୋକେ ମଧ୍ୟ ଗଜପତି ଜିଲା ଉପରେ ନିର୍ଭର କରିଥାନ୍ତି। ହେଲେ କରୋନାର ଭୟାବହତାକୁ ନଜରରେ ରଖି ଲକଡାଉନ୍‌ ଘୋଷଣା ଯୋଗୁ ପାରଳାଖେମୁଣ୍ଡି ଠାରୁ ଆନ୍ଧ୍ରକୁ ସଂଯୋଗ କରୁଥିବା ପୁରୁଣାପାଟଣା, ଢାମୁଣୀଗାଁ-ମିଳିଆପୁଟି, ଲାବଣ୍ୟଗଡ଼-ଗୋପିଲୀ, ହାଡ଼ୁଭାଙ୍ଗି-କତ୍ତୁରୁକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ୍‌ କରାଯାଇଛି। ବ୍ୟବସାୟ ପାଇଁ ପନିପରିବା, ଫଳ, ମାଛ, କୁକୁଡ଼ା ଆଦି ପାଇଁ ଜିଲାବାସୀ ଆନ୍ଧ୍ର ଉପରେ ନିର୍ଭର କରନ୍ତି। ଏବେ ବ୍ୟବସାୟୀ, ଶ୍ରମିକ ସମସ୍ତେ ଘରେ ବସିଥିବାରୁ କୌଣସି ଜିନିଷ ଆମଦାନୀ ହୋଇପାରୁଛି। ସେହିପରି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ମଧ୍ୟ ଗଜପତି ଜିଲାବାସୀ ବିଶାଖାପାଟଣା ଏବଂ ଶ୍ରୀକାକୁଲମ୍‌ ଉପରେ ନିର୍ଭରଶୀଳ। ହେଲେ ସୀମା ସିଲ୍‌ ଏବଂ ଯାନବାହନ ଚଳାଚଳ ବନ୍ଦ ଯୋଗୁ ଅନେକ ଗାଡ଼ି ମାଲିକ ତଥା ଚାଳକଙ୍କ ରୋଜଗାର ବନ୍ଦ ହୋଇଛି। ବିଶେଷକରି ଜଙ୍ଗଲଜାତ ଦ୍ରବ୍ୟ ବିକ୍ରି କରି ପରିବାର ଚଳାଉଥିବା ଉପାନ୍ତ ଅଞ୍ଚଳର ଆଦିବାସୀ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡ଼ିଛି। ମହାମାରୀ କରୋନାର କାୟା ବିସ୍ତାରକୁ ରୋକିବା ପାଇଁ ଜିଲା ପ୍ରଶାସନ ଏବଂ ସରକାର ଉପଯୁକ୍ତ ପଦକ୍ଷେପ ନେଇଛନ୍ତି। ଏହାକୁ ଜିଲାବାସୀ ସ୍ବତଃସ୍ଫୂର୍ତ୍ତ ସମର୍ଥନ ଜଣାଇଛନ୍ତି। ଏବେ ଆର୍ଥିକ କଷ୍ଟ ବାଧୁଥିଲେ ମଧ୍ୟ ସତର୍କ ରହିଲେ ଶୀଘ୍ର ସମସ୍ୟା ଦୂର ହେବ ଏବଂ ପୁଣି ରୋଜଗାରର ଉପାୟ ମିଳିପାରିବ ବୋଲି ସମସ୍ତେ ଆଶା ବାନ୍ଧିଛନ୍ତି।
– ରଶ୍ମିରଞ୍ଜନ ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆକ୍ରମଣ କଲା ଆମେରିକା: ଆକାଶଛୁଆଁ ହେବ କି ପେଟ୍ରୋଲ ଡିଜେଲ…

ତେହରାନ,୭।୪: ଡେଡଲାଇନ୍‌ ପୂର୍ବରୁ ଇରାନର ଖାର୍ଗ ଦ୍ବୀପ ଉପରେ ଆମେରିକା ଆକ୍ରମଣ କରିଛି। ଏହାରି ମଧ୍ୟରେ କାସନରେ ଏକ ବଡ଼ ରେଲୱେ ବ୍ରିଜକୁ ଉଡ଼ାଇ ଦେଇଛି ଇସ୍ରାଏଲ।…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ହର୍ମୁଜରେ ଘନେଇଲା ପୁଣି ବଡ଼ ବିପଦ, ଭାରତୀୟ ଜାହାଜକୁ…

ନୂଆଦିଳ୍ଲୀ,୭।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନାର ପ୍ରଭାବ ଏବେ ସାମୁଦ୍ରିକ ବାଣିଜ୍ୟରେ ମଧ୍ୟ ଦୃଶ୍ୟମାନ ହେଉଛି। ଅନେକ ଅଞ୍ଚଳରେ, ଜାହାଜ ପାଇଁ ବୀମା ପାଇବା ମହଙ୍ଗା ହୋଇଯାଇଛି। ସମ୍ୱନ୍ଧିତ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri