କରୋନା ପାଇଁ ହାଇକୋର୍ଟଙ୍କୁ ରାଜ୍ୟ ବାର୍‌ କାଉନସିଲ୍‌ର ପ୍ରସ୍ତାବ: ‘ସବୁ କୋର୍ଟ ବନ୍ଦ କରାଯାଉ’

କଟକ ଅଫିସ,୧୬।୩: କରୋନା ଭୂତାଣୁକୁ ନେଇ ସାରା ବିଶ୍ୱରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଦ୍ରୁତଗତିରେ ଏହା ବ୍ୟାପୁଥିବା ଯୋଗୁ ସରକାରଙ୍କ ପକ୍ଷରୁ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଏଥିସହ ଶିକ୍ଷାନୁଷ୍ଠାନ, କ୍ଲବ, ଜିମ୍‌, ସିନେମା ହଲ୍‌ ଏବଂ ଜନଗହଳିପୂର୍ଣ୍ଣ ପ୍ରତିଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଜାରି କରାଯାଇଛି। କୋର୍ଟଗୁଡିକରେ ମଧ୍ୟ ସବୁ ସମୟରେ ଜନଗହଳି ଲାଗି ରହୁଛି। ତେଣୁ କୋର୍ଟଗୁଡିକ ବନ୍ଦ ରଖିବାକୁ ହାଇକୋର୍ଟକୁ ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ୍‌ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଭୂତାଣୁ ପ୍ରଭାବ କମିବା ପର୍ଯ୍ୟନ୍ତ କୋର୍ଟ ବନ୍ଦ ରଖିବାକୁ କୁହାଯାଇଛି।
କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୫ରେ ଜାରି ହୋଇଥିବା ବିଜ୍ଞପ୍ତିରେ ଜନଗହଳି ସୃଷ୍ଟି କରୁଥିବା ସମସ୍ତ କାର୍ଯ୍ୟର ଆୟୋଜନକୁ ବାରଣ କରାଯାଇଥିଲା। ସେହିପରି ମାର୍ଚ୍ଚ ୧୩ରେ ସୁପ୍ରିମ୍‌କୋର୍ଟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ କୋର୍ଟ କାର୍ଯ୍ୟକୁ ସୀମିତ ରଖାଯିବ ବୋଲି କୁହାଯାଇଥିଲା। ଏହି ପରିପ୍ରେକ୍ଷୀରେ ବାର୍‌ କାଉନ୍‌ସିଲ୍‌ ବୈଠକରେ ହାଇକୋର୍ଟ ଏବଂ ଏହାର ଅଧୀନ କୋର୍ଟଗୁଡିକର କର୍ମଚାରୀ, ଆଇନଜୀବୀ, ମକଦ୍ଦମାକାରୀଙ୍କ ସ୍ବାସ୍ଥ୍ୟ ବିଷୟରେ ଆଲୋଚନା ହୋଇଥିଲା। ସେମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ବିଷୟରେ ବିଚାର କରିବାକୁ ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଏବଂ ଅନ୍ୟ ବିଚାରପତିଙ୍କୁ ଅନୁରୋଧ କରାଯାଇଛି। ସ୍ଥିତି ନିୟନ୍ତ୍ରଣାଧୀନ ହେବା ପର୍ଯ୍ୟନ୍ତ କୋର୍ଟଗୁଡିକ ବନ୍ଦ ରଖିବା ପାଇଁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟକୁ ଅନୁରୋଧ କରାଯାଇଛି। ଅନ୍ୟପକ୍ଷରେ ଜରୁରୀ ମାମଲାର ଶୁଣାଣିବେଳେ ଅନ୍ୟ ଆଇନଜୀବୀଙ୍କୁ ବାରଣ କରାଯାଉ, କୋର୍ଟରେ ପରିଦର୍ଶକଙ୍କୁ ପାସ୍‌ ପ୍ରଦାନ ଉପରେ ପ୍ରତିବନ୍ଧକ ଲାଗୁ ହେଉ, ଜରୁରୀ ନ ଥିଲେ ମକଦ୍ଦମାକାରୀଙ୍କୁ ବ୍ୟକ୍ତିଗତ ହାଜିରାରେ ଛାଡ କରାଯାଉ, ଅଭିଯୁକ୍ତଙ୍କ ବ୍ୟକ୍ତିଗତ ହାଜିରା ବିନା ଟ୍ରାଏଲ୍‌ କୋର୍ଟଗୁଡିକ ରିମାଣ୍ଡ ଆଦେଶ ପ୍ରଦାନ କରନ୍ତୁ, କୋର୍ଟ ଭିତରକୁ ଇଣ୍ଟର୍ନମାନଙ୍କୁ ପ୍ରବେଶ ଅନୁମତି ଦିଆ ନ ଯାଉ କିମ୍ବା ନୂଆ ଭାବେ ଇଣ୍ଟର୍ନ ପାସ୍‌ ପ୍ରଦାନ କରା ନ ଯାଉ, କେବଳ ଜରୁରୀ ଏବଂ ଆବଶ୍ୟକ ମାମଲାଗୁଡିକର ଶୁଣାଣି ଭିତରେ କୋର୍ଟ କାର୍ଯ୍ୟ ସୀମିତ ରଖାଯାଉ ବୋଲି ଓଡ଼ିଶା ରାଜ୍ୟ ବାର୍‌ କାଉନସିଲ୍‌ ପକ୍ଷରୁ ହାଇକୋର୍ଟ ନିକଟରେ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେବ ଯୁକ୍ତ ୨ ପାଠପଢ଼ା: ନୂଆ ଛାତ୍ରୀଛାତ୍ରଙ୍କୁ ସରକାରଙ୍କ ନୀତି ନିୟମ ଉପରେ ସଚେତନ କରାଇ…

ଭଞ୍ଜନଗର,୨୩ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ନିମନ୍ତେ ପ୍ରବେଶ ଉତ୍ସବ ଗୁରୁବାର ଅନୁଷ୍ଠିତ…

ବିଲ ଭିତରକୁ ଓଲଟିଲା ବସ୍‌, ଭିତରେ ଥିଲେ ୫୦ ଯାତ୍ରୀ, ଆର୍ତ୍ତ ଚିତ୍କାର ଶୁଣି…

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରହରାଜ): ୫୦ ଯାତ୍ରୀ ଥିବା ଏକ ବସ୍‌ ଗୁରୁବାର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଲ ମଧ୍ୟକୁ ଓଲଟି ପଡ଼ିଛି। ଫଳରେ ୧୫ରୁ ଅଧିକ ଯାତ୍ରୀ…

ପୁଣି ପ୍ରଶ୍ନପତ୍ର ଲିକ୍‌: ୨ ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୨୩।୭: ଦିଲ୍ଲୀର ଜନ୍ତରମନ୍ତରରେ ପେପର ଲିକ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ, ଉତ୍ତରାଖଣ୍ଡରେ ଆଉ ଏକ ପେପର ଲିକ ଖବର ସାମ୍ନାକୁ ଆସିଛି। ଉତ୍ତରାଖଣ୍ଡ ବୈଷୟିକ ବିଶ୍ୱବିଦ୍ୟାଳୟରେ…

ଘୋଷଣା କରୁ କରୁ ସକ୍ରିୟ ହୋଇଉଠିଲେ କେନ୍ଦ୍ର ସରକାର: ଏହି ୪ ରାଜ୍ୟରେ ହେବ…

ନୂଆଦିଲ୍ଲୀ,୨୩।୭: ନିଟ୍‌ ପ୍ରଶ୍ନପତ୍ର ଜାଲିଆତି ବା ଲିକ୍‌ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଫାଷ୍ଟ ଟ୍ରାକ୍‌ କୋର୍ଟ ଗଠନ କରିବାର ଘୋଷଣା କରାଯିବା ପରେ କେନ୍ଦ୍ର…

ସରକାରୀ ଔଷଧ ଗୋଦାମ ପାର୍ଶ୍ଵରେ ପଡ଼ିଛି କୁଢ଼ କୁଢ଼ ଔଷଧ, ଏକ୍ସପାୟାରି…

ମୋହନା,୨୩।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଗୋଦାମ ଗୃହ ପାର୍ଶ୍ୱରେ ଥିବା ସରକାରୀ ପରିତ୍ୟକ୍ତ ଘର ଓ ବାହାରେ କୁଢ଼ କୁଢ଼ ଔଷଧ…

୪୦ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ ହୋଇଗଲା ହୃଦ୍‌ସ୍ପନ୍ଦନ, ପରେ ଘଟିଲା ଏମିତି, ଡାକ୍ତର ହେଲେ ଆଶ୍ଚର୍ଯ୍ୟ…

କିଛି ସେକେଣ୍ଡ କିମ୍ବା ମିନିଟ୍‌ ପାଇଁ ନୁହେଁ, ୪୦ ଘଣ୍ଟାରୁ ଅଧିକ ସମୟ ଧରି ଜଣେ ବ୍ୟକ୍ତିଙ୍କ ହୃଦ୍‌ସ୍ପନ୍ଦନ ବନ୍ଦ ହୋଇଗଲା। ତା’ ପରେ ଯାହା ଘଟିଲା…

ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର: TTE କରିବେ ଏହି ବଡ଼ କାମ, ଯୁକ୍ତିତର୍କ ସବୁ ହେବ ରେକର୍ଡ!

ନୂଆଦିଲ୍ଲୀ,୨୩।୭: ଟ୍ରେନରେ ଟିକେଟ ଯାଞ୍ଚ ଏବେ କ୍ୟାମେରା ନିରୀକ୍ଷଣରେ କରାଯିବ। ଟିଟିଇ ଏବଂ ଯାତ୍ରୀଙ୍କ ମଧ୍ୟରେ ବାର୍ତ୍ତାଳପକ ଭିଡିଓ ଫୁଟେଜ୍ ରେକର୍ଡ କରିବା ପାଇଁ ଟିଟିଇମାନେ ସେମାନଙ୍କ…

ଘରୁ ବଡ଼ ଧରଣର ଲୁଟ୍, ଶୋଇଥିବା ବେଳେ ଲୁଟିନେଲେ ୨୦ଲକ୍ଷ….

ଖଇରା,୨୩।୭(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ଅଧୀନ ବାରିଙ୍ଗିଆ ଗ୍ରାମରେ ବଡ଼ ଧରଣର ଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri