କରୋନା ଛୁଟିକୁ ନେଇ ଚିନ୍ତାରେ ଶିକ୍ଷା ବିଭାଗ: ଦଶମ ପିଲାଙ୍କୁ ମିଳିପାରେ ଅନ୍‌ଲାଇନ ଶିକ୍ଷା

ଭୁବନେଶ୍ୱର,୬ା୪(ବ୍ୟୁରୋ): ବିଶ୍ୱବ୍ୟାପୀ ମହାମାରୀର ରୂପ ନେଇଥିବା କରୋନା ବର୍ତ୍ତମାନ ସବୁକିଛି ଓଲଟପାଲଟ କରିଦେଇଛି। ସାଧାରଣ ଅବସ୍ଥା ଦେଇ କିଛି ଗତି କରୁନାହିଁ। ଏହାକୁ ରୋକିବା ଲାଗି ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଶକୁ ଲକ୍‌ ଡାଉନ ଘୋଷଣା କରିଦିଆଯାଇଛି। ଆଗକୁ ଏହି ଭାଇରସ ଯୋଗୁ ଦେଶକୁ ଆହୁରି ଅଧିକ ସମୟ ଲକ୍‌ଡାଉନ ରଖାଯିବ ନା କେନ୍ଦ୍ର ସରକାର ଦେଇଥିବା ସମୟ ସୁଦ୍ଧା ସବୁକିଛି ବାସ୍ତବ ସ୍ଥିତିକୁ ଫେରିବ ତାହା ମଧ୍ୟ କହିବା ଅସମ୍ଭବ ହୋଇପଡ଼ିଛି। ଏହା ମଧ୍ୟରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ନେଇ ସମସ୍ତ ଅଭିଭାବକ ଚିନ୍ତାରେ ପଡ଼ିଯାଇଛନ୍ତି। ନୂଆକରି ଦଶମ ଶ୍ରେଣୀରେ ପାଦ ଦେବାକୁ ଥିବା ଛାତ୍ରୀଛାତ୍ରମାନଙ୍କ ଭବିଷ୍ୟତକୁ ନେଇ ଅଭିଭାବକମାନେ ଅଧିକ ଚିନ୍ତାରେ ଅଛନ୍ତି। ଏ ପର୍ଯ୍ୟନ୍ତ ୯ମ ଶ୍ରେଣୀ ପିଲାଙ୍କ ଗୋଟିଏ ପରୀକ୍ଷା ଶେଷ ହୋଇପାରିନାହିଁ। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲାଙ୍କ ପାଇଁ ଅଲ୍‌ ପାସ୍‌ ଲାଗୁ ହେବ ବୋଲି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇ ନ ଥିଲେ ମଧ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା ଘୋଷଣା କରିସାରିଛନ୍ତି। ହେଲେ ୯ମ ଶ୍ରେଣୀ ପିଲାଙ୍କ କ୍ଷେତ୍ରରେ ଅଲ୍‌ ପାସ୍‌ ବ୍ୟବସ୍ଥା ଲାଗୁ ହେବନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। କିନ୍ତୁ ଏବେଠାରୁ ୯ମ ଶ୍ରେଣୀ ପିଲାଙ୍କୁ କିପରି ଅନ୍‌ ଲାଇନରେ ପାଠ ପଢ଼ାଯାଇପାରିବ ସେନେଇ ବିଭାଗ ଚିନ୍ତା କରିବା ଆରମ୍ଭ କରିଛି। ଏନେଇ ଗଣଶିକ୍ଷା ମନ୍ତ୍ରୀ ଆଗ୍ରହ ପ୍ରକାଶ କରିଥିବା ବେଳେ ଖୁବ୍‌ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
ଓଡ଼ିଆ ମିଡିୟମରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଦେଇଥିବା ପିଲାମାନଙ୍କ ଖାତା ମୂଲ୍ୟାୟନ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ। ଗୋଟିଏ ଦିନ ଖାତା ଦେଖା ହେବା ପରେ ଏହାକୁ ସ୍ଥଗିତ ରଖାଯାଇଛି। ଏଥର ଖାତା ଦେଖା ୨୦ଦିନ ହେବ ବୋଲି ଘୋଷଣା କରାଯାଇଥିଲା। ତେଣୁ ପରିସ୍ଥିତି ସ୍ବାଭାବିକ ହେବା ପରେ ଦଶମ ଖାତା ମୂଲ୍ୟାୟନ ଆରମ୍ଭ ହେବ। ସେହି ଅନୁଯାୟୀ ୯ମ ଶ୍ରେଣୀ ପିଲାଙ୍କ ଗୋଟିଏ ପରୀକ୍ଷା ହେବା ସହିତ ସେମାନଙ୍କ ଖାତା ମୂଲ୍ୟାୟନ ହୋଇ ପାସ୍‌ ଏବଂ ଫେଲ୍‌ ତାଲିକା ପ୍ରକାଶ ପାଇବ। ହେଲେ ପରିସ୍ଥିତିକୁ ଦେଖି ଏବେଠାରୁ ମନ୍ତ୍ରୀ ଦାଶ ଦଶମକୁ ଆସିବାକୁ ଥିବା ପିଲାମାନଙ୍କୁ ଏବେଠାରୁ ଅନ୍‌ଲାଇନରେ ପାଠ ପଢ଼ାଇବା ଦିଗରେ ଚିନ୍ତା ଆରମ୍ଭ କରିଛନ୍ତି। ଏନେଇ ସେ ଗଣଶିକ୍ଷା ସଚିବଙ୍କ ପରାମର୍ଶ ଲୋଡିଥିବା ବେଳେ ଚୂଡାନ୍ତ ନିଷ୍ପତ୍ତି ହୋଇନାହିଁ। ଯଥାଶୀଘ୍ର ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ସିବିଏସ୍‌ଇରେ ପଢୁଥିବା ଦଶମ ଶ୍ରେଣୀ ପିଲାମାନଙ୍କୁ ଏବେଠାରୁ ଅନ୍‌ଲାଇନରେ ପାଠ ପଢ଼ାଯାଉଥିବା ଜଣାପଡିଛି। ଏନେଇ ପୁରୀ ଡିଏଭି ସ୍କୁଲ ଅଧ୍ୟକ୍ଷ ସଙ୍ଗୀତା ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ତାଙ୍କ ସ୍କୁଲରେ ଯେଉଁ ପିଲାମାନଙ୍କ ପାଠପଢ଼ାରେ କିଛି ଦ୍ୱନ୍ଦ୍ୱ ରହୁଛି ସେମାନେ ଶିକ୍ଷକମାନଙ୍କ ସହ ଯୋଗାଯୋଗ କରି ସମସ୍ୟା ଦୂର କରୁଛନ୍ତି। ସ୍କୁଲର ଶିକ୍ଷକମାନଙ୍କୁ ମଧ୍ୟ କୁହାଯାଇଛି, କେଉଁମାନେ କେତେବେଳେ ପାଠ ପଢ଼ାଇବେ। ଏନେଇ ଶିକ୍ଷକମାନଙ୍କୁ ନେଇ ଏକ ସ୍ଲଟ୍‌ ତିଆରି ହୋଇଥିବା ସେ କହିଛନ୍ତି। ସେହିପରି ଅନ୍ୟ କେତେକ ସିବିଏସ୍‌ଇ ସ୍କୁଲ ସହ ଯୋଗାଯୋଗ କରିବା ପରେ ମଧ୍ୟ ସେମାନଙ୍କର ଅନ୍‌ଲାଇନରେ ପାଠପଢ଼ା ଚାଲିଥିବା ଜଣାପଡ଼ିଛି। କିନ୍ତୁ ଓଡ଼ିଆ ମିଡ଼ିୟମରେ ଏହା ସମ୍ଭବ ନୁହେଁ ବୋଲି ଅନେକେ ମତ ରଖୁଛନ୍ତି। ସରକାର ପୂର୍ବରୁ ସେତିକି ସୁବିଧା କରିନାହାନ୍ତି, ଯାହାଦ୍ୱାରା ବର୍ତ୍ତମାନ ହଠାତ୍‌ ଅନ୍‌ଲାଇନ ଜରିଆରେ ପିଲାଙ୍କୁ ପାଠ ପଢ଼ାଯାଇପାରିବ ବୋଲି କେତେଜଣ ଶିକ୍ଷକ ମତ ରଖିଛନ୍ତି। ଭାର୍ଗବୀ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମାନସ ମିଶ୍ର କହିଛନ୍ତି ଯେ, ଅନ୍‌ଲାଇନ ବ୍ୟବସ୍ଥା ଥିଲେ ବହୁତ ଭଲ ହୋଇଥାଆନ୍ତା। ଏମିତି ମଧ୍ୟ ଦଶମକୁ ଆସିବାକୁ ଥିବା ପିଲାଙ୍କ ପାଠପଢ଼ାରେ ବ୍ୟାପକ ସମସ୍ୟା ହେବ। ସ୍କୁଲ ଖୋଲିବା ମାତ୍ରେ ଖାତା ଦେଖା ଆରମ୍ଭ ହେବ। ତେଣୁ ଦଶମ ଶ୍ରେଣୀରେ ପଢ଼ାଉଥିବା କୌଣସି ଶିକ୍ଷକ ସ୍କୁଲରେ ରହିବେ ନାହିଁ। ତେଣୁ ଅନ୍‌ଲାଇନ ବ୍ୟବସ୍ଥା କରାଯାଇ ପାରିଲେ ବହୁତ ଭଲ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri