କରୋନା କାହା ପାଇଁ

ତ୍ରିଲୋଚନ ସାହୁ

ସମଗ୍ର ବିଶ୍ୱ ଏବେ କରୋନା କବଳରେ। ପ୍ରତି ଦେଶର ରାଷ୍ଟ୍ର ମୁଖ୍ୟ କରୋନା ପାଇଁ ଚିନ୍ତିତ। ଦେଖୁ ଦେଖୁ ଆଖି ପିଛୁଳାକେ ହଜାର ହଜାର ଜନତା ଏହି ରୋଗ କବଳରେ କବଳିତ ହେଉଛନ୍ତି। ପୁଣି ଏହି ରୋଗର କୌଣସି ଔଷଧ ବାହାରି ନ ଥିବାରୁ ଏହାର ପ୍ରାଦୁର୍ଭାବ ଦିନକୁ ଦିନ ଅତ୍ୟନ୍ତ ଜଟିଳ ହେବାରେ ଲାଗିଛି। ପ୍ରାରମ୍ଭିକ ଅବସ୍ଥାରେ ଚାଇନାର ଉହାନଠାରୁ ବ୍ୟାପି ବିଶ୍ୱରେ ଏହା ଏକ ଚିନ୍ତାଜନକ ପରିସ୍ଥିତି ଉପୁଜାଇଛି। ସବୁ ଦେଶର ମୃତ୍ୟୁସଂଖ୍ୟା ଓ ସଂକ୍ରମିତ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଇଟାଲୀରେ ଏହାର ସ୍ଥିତି ଏତେ ଭୟାନକ ଯେ, ସାରା ଭାରତ ବର୍ଷକୁ ସ୍ତମ୍ଭୀଭୂତ କରିଦେଉଛି। ପୃଥିବୀର ଏତେ ବଡ଼ ବଡ଼ ଦେଶ ଓ ରାଜ୍ୟଙ୍କର ପରିସ୍ଥିତି ଯଦି ଏମିତି, ତା’ହେଲେ ଭାରତ ତଥା ଓଡ଼ିଶାର ଅବସ୍ଥା କ’ଣ ହେବ ସାଧାରଣରେ ଅନୁମେୟ।
ପ୍ରାରମ୍ଭରୁ ଭାରତ ସରକାର ମଧ୍ୟ ଅନେକ ସଚେତନତାମୂଳକ ଓ ଦୃଷ୍ଟାନ୍ତମୂଳକ ପଦକ୍ଷେପ ଗ୍ରହଣ କରି ସାରା ବିଶ୍ୱକୁ କରୋନା ବିପକ୍ଷରେ ଏକ ସକାରାତ୍ମକ ବାର୍ତ୍ତା ଦେବାରେ ସଫଳ ହୋଇଛନ୍ତି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନଙ୍କ ମତ ଅନୁସାରେ ଭାରତ କେବଳ ଏହାକୁ ପ୍ରତିହତ କରିବାରେ ସହାୟକ ହେବ ବୋଲି ଆକଳନ କରାଯାଉଛି। ଭାରତର ପରିସ୍ଥିତି ଏବେ ଭୟାନକ ସ୍ଥିତିରେ ନ ଥିଲେ ବି, ଭବିଷ୍ୟତ କ’ଣ ହେବ କିଛି ଆକଳନ କରିବା ଅସମ୍ଭବ। ଯଦିଓ ଆକ୍ରାନ୍ତଙ୍କ ସଂଖ୍ୟା ଅନ୍ୟ ଦେଶ ତୁଳନାରେ କମ୍‌ କିନ୍ତୁ ଭାରତରେ କରୋନାର ଭବିଷ୍ୟତ ଆକଳନ କରିବା ଅସମ୍ଭବ।
ଓଡ଼ିଶା କିନ୍ତୁ କରୋନା ମୁକାବିଲାରେ ସମଗ୍ର ଦେଶରେ ପ୍ରଥମ। ସମଗ୍ର ଦେଶରେ କରୋନା ମୁକାବିଲା ପାଇଁ ଓଡ଼ିଶା ନେଇଥିବା ପଦକ୍ଷେପକୁ ସବୁଆଡ଼େ ପ୍ରଶଂସା କରାଯାଉଛି। ଲକ୍‌ଡାଉନ୍‌ ସତ୍ତ୍ୱେ ଡାକ୍ତରଖାନା, କ୍ଲିନିକ୍‌, ପାଥୋଲ୍ୟାବ୍‌, ଔଷଧ ଦୋକାନ, ପୋଲିସ, ସ୍ବାସ୍ଥ୍ୟ ବିଭାଗ, ଅଗ୍ନିଶମ, ଓଡ୍ରାଫ୍‌, ବିଦ୍ୟୁତ୍‌, ପାଣି, ମ୍ୟୁନିସିପାଲିଟି ସେବା କରୋନା ଭାଇରସ୍‌ ସଚେତନତା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା, ବ୍ୟାଙ୍କ, ଏଟିଏମ୍‌, ପେଟ୍ରୋଲିୟମ, ପନିପରିବା, ମାଛ, ମାଂସ ଓ ଅଣ୍ଡା ଦୋକାନ, ଚା’ ଓ କଫି ଭଳି ଅନ୍ୟାନ୍ୟ ପାନୀୟ ସୁବିଧା ବିନା ମିଲ୍କ ବୁଥ୍‌ ଆଦି ଖୋଲା ରହିବ ବୋଲି ଓଡ଼ିଶା ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ପୁନଶ୍ଚ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପମାନ ପର୍ଯ୍ୟାୟକ୍ରମେ ଗ୍ରହଣ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ ସମର୍ଥନ କରିବାକୁ ଯାଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ତଥା ରାଜନେତା, ଶିଳ୍ପପତି, ଅଭିନେତା ଓ ଅଭିନେତ୍ରୀମାନେ ସମର୍ଥନ ଦେଇଛନ୍ତି। ବିଭିନ୍ନ ବର୍ଗର ହିତାଧିକାରୀଙ୍କୁ ସବୁ ପ୍ରକାର ସୁବିଧାସୁଯୋଗ ଯୋଗାଇବା ପାଇଁ ସରକାର ବଦ୍ଧପରିକର। ପୁନଶ୍ଚ ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ ଖୋଲା ରଖାଯିବ ବୋଲି ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ସମୟରେ ଯେତେ କମ୍‌ରେ ଖାଇ ବଞ୍ଚିହେବ ସେମିତି ଚଳିବା ଆବଶ୍ୟକ। କାରଣ ଏହା ଦୀର୍ଘ ୬ ମାସର ଲଢ଼େଇ। ପ୍ରତିଟି ଜନସାଧାରଣଙ୍କୁ ୬ ମାସ ପର୍ଯ୍ୟନ୍ତ ଅତି ସାବଧାନତାର ସହ ଲଢ଼ିବାକୁ ପଡ଼ିବ।
ଲକ୍‌ଡାଉନ୍‌କୁ ଆମ୍ଭେ ବିନା ଦ୍ୱିଧାରେ ସ୍ବୀକାର କରିବା ଆବଶ୍ୟକ। କାରଣ ଯଦି ଏହାକୁ ଆମ୍ଭେ ନ ମାନିବା ହୁଏତ ଇଟାଲୀରେ ଘଟିଥିବା ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ। ପୁନଶ୍ଚ ଯଦିବା ଏହାକୁ ସାମ୍ନା କରନ୍ତି ଭାରତ ତଥା ଓଡ଼ିଶାରେ ଅନେକ ଦିନମଜୁରିଆ ଥିବାରୁ ତାଙ୍କ ପ୍ରତି ଅନେକ ଅସୁବିଧା ଉପୁଜିପାରେ। କିନ୍ତୁ ଏହାକୁ ଆଖିଆଗରେ ରଖି ଓଡ଼ିଶାର ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଆଗୁଆ ରାଶନ ସାମଗ୍ରୀ ଓ ଭତ୍ତା ବଣ୍ଟନ କରିସାରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଦେଶ ଜନତା କର୍ଫ୍ୟୁକୁ ବିପୁଳ ସମର୍ଥନ ଦେଇ ଭାରତବାସୀ ଏକ ବୋଲି ସାରା ବିଶ୍ୱବାସୀଙ୍କୁ ଜଣାଇଦେଲା। କିନ୍ତୁ ଏହାପରେ ବି କିଛି ଲୋକ ଅତ୍ୟାବଶ୍ୟକ ଅଥବା କାମ ବାହାନାରେ ଖୋଲାରେ ବୁଲିବେ, ଯଦିଓ ସେମାନେ ଏ ବାବଦରେ ସଂପୂର୍ଣ୍ଣ ଜାଣିଛନ୍ତି। ଏଣୁ ଦୀର୍ଘଦିନ ହେବ ଦେଶ ଅନେକ କ୍ଷତି ସହୁଛି। ସବୁ ବେପାର ବଣିଜ, ଟ୍ରେନ୍‌ ଚଳାଚଳ, ବିମାନ ଚଳାଚଳ ଆଦିକୁ ବନ୍ଦ କରିଦିଆଯାଇଛି। ଏପରି ସ୍ଥିତିରେ ଅନେକ ଦିନମଜୁରିଆ ଦାବୀ କରୁଛନ୍ତି ଯେ ସେମାନଙ୍କୁ କିଛି ପରିମାଣରେ ଆର୍ଥିକ ସାହାଯ୍ୟ ଦିଆଯାଉ ବୋଲି। କିନ୍ତୁ ସେମାନେ ଦେଶର ପରିସ୍ଥିତି ବୁଝିବାକୁ ସକ୍ଷମ ନୁହନ୍ତି। ଏହାର କାରଣ ଅନେକ ହୋଇପାରେ। ତଥାପି ସରକାର ଜନତାଙ୍କ ଆବଶ୍ୟକତାକୁ ଅଣଦେଖା କରୁନାହାନ୍ତି।ଲୋକମାନଙ୍କର ସହଯୋଗ ଏ କ୍ଷେତ୍ରରେ ସର୍ବୋତ୍ତମ ବୋଲି ସବୁ ଜନସାଧାରଣ ସ୍ବୀକାର କରିବା ଆବଶ୍ୟକ।
ସବୁ ସମୟରେ ସରକାର ଯେ ସମସ୍ତଙ୍କୁ ସଚେତନ କରାଇବେ ତାହା ନୁହେଁ। ସମଗ୍ର ବିଶ୍ୱ ଏହା ପାଇଁ ଚିନ୍ତିତ। କିନ୍ତୁ ମୁଖ୍ୟ କଥା ଯେ ଭାରତ ଏ ପର୍ଯ୍ୟନ୍ତ ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ ଭଲରେ ଅଛି। ହେଲେ ଏହି ପ୍ରକ୍ରିୟା ଯେ ଜାରି ରହିବ ତାହା ଠିକ୍‌ ରୂପେ ନିରୂପଣ କରିବା କଷ୍ଟକର ବ୍ୟାପାର। ତେଣୁ ଏହା ଦୀର୍ଘ ଛ’ମାସର ଲଢ଼େଇ ବୋଲି କୁହାଯାଉଛି। ଆମ୍ଭଙ୍କୁ ଆଗାମୀ ଛ’ମାସ ପର୍ଯ୍ୟନ୍ତ ଆମର ସହଯୋଗ କରିବା, ଏହା କଷ୍ଟ କିନ୍ତୁ ଅସମ୍ଭବ ନୁହେଁ। କାରଣ ଏଥି ସହିତ ଆମ୍ଭମାନଙ୍କର ଜୀବନ ସଂଶ୍ଲିଷ୍ଟ ଅଛି। ଜଣେ ଯଦି ୨୧ ଦିନ ଉପବାସ ରହେ ତେବେ ସେ ମରିଯିବନି, କିନ୍ତୁ ସରକାର ତାହା କରିନାହାନ୍ତି। ସବୁ ପ୍ରକାର ସୁବିଧା ସୁଯୋଗ ଦେଉଛନ୍ତି। ଯେନତେନ ଆମ୍ଭଙ୍କୁ ସହଯୋଗ କରି ବଞ୍ଚିବାକୁ ପଡ଼ିବ। ଆଉ ଏସବୁ ପରେ ଯଦି ଆମେ ସହଯୋଗ ନ କରିବା ତେବେ ଇଟାଲୀ ପରିସ୍ଥିତିକୁ ସାମ୍ନା କରିବା ପାଇଁ ଏବେଠୁ ପ୍ରସ୍ତୁତ ହେବା ପାଇଁ ପଡ଼ିବ।
ଜିଲା ଯୋଜନା ସଂଯୋଜକ, ସମଗ୍ର ଶିକ୍ଷା ଅଭିଯାନ, ଶିକ୍ଷାବିଭାଗ, ଯାଜପୁର ଜିଲା
ମୋ: ୯୮୫୩୯୯୨୧୬୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri