କରୋନା UPDATE: ବିଶ୍ୱରେ ୨୪ ଘଣ୍ଟାରେ ୪ହଜାରରୁ ଊର୍ଦ୍ଧ୍ୱ ମୃତ; ଭାରତରେ ୧୨୫୧ ସଂକ୍ରମିତ, ଓଡ଼ିଶାରେ ୪୭୩ ନମୂନାର ଆସିଛି ରିପୋର୍ଟ

ଭୁବନେଶ୍ୱର,୩୧।୩(ବ୍ୟୁରୋ): ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର୧୯୯ ଦେଶ ଏବଂ ୨ ଜାହାଜରେ କରୋନା ସଂକ୍ରମଣ ହୋଇଥିବା ବେଳେ ମଙ୍ଗଳବାର ଏହା ୨୦୦ ଦେଶରେ ପହଞ୍ଚିଛି। ୭ଲକ୍ଷ ୨୪ ହଜାର ୭୫୯ଜଣ ସଂକ୍ରମିତ ଥିବା ବେଳେ ଅପରାହ୍ନ ସୁଦ୍ଧା ଏହା ୭ଲକ୍ଷ ୮୯ହଜାର ୯୩୬ରେ ପହଞ୍ଚିଛି। କରୋନା ଯୋଗୁ ସେମବାର ୩୪ହଜାର ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ମଙ୍ଗଳବାର ମୋଟ ୩୮ହଜାର ୧୦୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ସଂଖ୍ୟାକୁ ଦେଖିଲେ୨୪ ଘଣ୍ଟାରେ ୪ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଦେଖାଯାଇଛି। ଭାରତରେ ସୋମବାର ୧୦୭୧ ସଂକ୍ରମିତ ଥିବା ବେଳେ ମଙ୍ଗଳବାର ଏହା ୧୨୫୧ ହୋଇଛି। ମୃତ୍ୟୁ ସଂଖ୍ୟା ୨୯ ଥିବା ବେଳେ ଏବେ ଏହା ୩୨ରେ ପହଞ୍ଚିଛି ବୋଲି ମଙ୍ଗଳବାର ଗୀତଗୋବିନ୍ଦ ସଦନରେ ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।

ସେହିଭଳି ଓଡ଼ିଶାରେ ମୋଟ ୪୭୩ ନମୂନାର ରିପୋର୍ଟ ଆସିଛି। ସେଥିରୁ ୩ ପଜିଟିଭ୍‌ ରହିଛି । ପ୍ରଥମ ୨ ରୋଗୀଙ୍କ ସଂସ୍ପର୍ଶରେ ୫୫ଜଣ ଆସିଥିବା ବେଳେ ୩ୟଙ୍କ ସଂସ୍ପର୍ଶରେ ୧୧୨ଜଣ ଆସିଛନ୍ତି। ସେହିଭଳି ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ୫୭ଜଣ କରୋନା ସନ୍ଦିଗ୍ଧ ରହିଛନ୍ତି। ସୁସ୍ଥ ଥିବା ଯୋଗୁ କିଛି ଲୋକଙ୍କୁ ଛାଡ଼ି ଦିଆଯାଇଛି। ଅପରପକ୍ଷେ ରାଜ୍ୟ ସରକାରଙ୍କ ପୋର୍ଟାଲ ଏବଂ ୧୦୪ନଂ ଯୋଗେ ମୋଟ ୧୧୫୭୫ଜଣ ପଞ୍ଜିକୃତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବିଦେଶ ଫେରନ୍ତା ୪ହଜାର ୩୦୪ଜଣ ଥିବା ବାଗ୍‌ଚୀ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ରେକର୍ଡ ସଂଖ୍ୟକ ଡଲଫିନ: ୫ ବର୍ଷରେ ସର୍ବାଧିକ

ଭୁବନେଶ୍ୱର,୧୧।୨: ଗତ ୫ ବର୍ଷରେ ପ୍ରଥମଥର ପାଇଁ ଓଡ଼ିଶାରେ ସର୍ବାଧିକ ଡଲଫିନ ଦେଖିବକୁ ମିଳିଛି। ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ କରାଯାଇଥିବା ଡଲଫିନ ଗଣନାରୁ ଏହା ଜଣାପଡ଼ିଛି।…

୨୦୨୫-୨୬ ଆର୍ଥିକ ବର୍ଷରେ କମିପାରେ ପ୍ରତ୍ୟକ୍ଷ କର ସଂଗ୍ରହ, ଚିନ୍ତାରେ ସରକାର

ନୂଆଦିଲ୍ଲୀ,୧୧।୨: ଚଳିତ ଆର୍ଥିକ ବର୍ଷ ଶେଷ ହେବାକୁ ମାତ୍ର କିଛି ସପ୍ତାହ ବାକି ଥିବାବେଳେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ କ୍ଷେତ୍ରରେ ସରକାର ଏକ ବଡ଼ ଚ୍ୟାଲେଞ୍ଜର ସାମ୍ନା…

ରାସ୍ତା ପାର୍‌ ହେଉଥିଲେ ମହିଳା, ଦ୍ରୁତଗତିରେ ଆସି ପିଟିଦେଲା ବାଇକ୍‌, ଆଉ ତା’ ପରେ…

କେନ୍ଦୁଝର,୧୧ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ପୁଟୁଳିଆ କ୍ରସିଙ୍ଗ ନିକଟରେ (ଓଡି-୧୧-ଏ-କେ-୧୧୬୩) ବାଇକ୍‌ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

ରୋଗୀଙ୍କୁ ମିଳୁନଥିଲା ୧୦୮ ଆମ୍ବୁଲାନ୍ସ ସେବା, ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଆସିଲା…

କଲ୍ୟାଣସିଂହପୁର,୧୧।୨(ଦୀପକ କୁମାର ପରିଡା ):  ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ୍ ଏକ ଆଦିବାସୀ ବହୁଳ ଅଞ୍ଚଳ ହେଇଥ‌ିବା ବେଳେ ଏଠାରେ ଜରୁରୀକାଳୀନ ସମୟରେ ଲୋକଙ୍କୁ ୧୦୮ ଆମ୍ବୁଲାନ୍ସ…

ଅଷ୍ଟମ ବେତନ ଆୟୋଗ ଉପରେ ସରକାରଙ୍କ ଅପଡେଟ୍: ଏହିଦିନ ମିଳିପାରେ ରିପୋର୍ଟ

ନୂଆଦିଲ୍ଲୀ,୧୧।୨: କେନ୍ଦ୍ରୀୟ କର୍ମଚାରୀଙ୍କ ବହୁ ପ୍ରତିକ୍ଷିତ ଅଷ୍ଟମ ବେତନ ଆୟୋଗକୁ ନେଇ କେନ୍ଦ୍ର ସରକାର ରାଜ୍ୟସଭାରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି,…

କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସର ଏନକାଉଣ୍ଟ, ପୋଲିସକୁ ଗୁଳିମାଡ଼ ପରେ….

ପିପିଲି,୧୧।୨: ପିପିଲିରେ ପୋଲିସର ଏନକାଉଣ୍ଟର । କିନ୍ନର ହତ୍ୟାକାଣ୍ଡ ଅଭିଯୁକ୍ତଙ୍କୁ ପିପିଲି ପୋଲିସ ଏନକାଉଣ୍ଟର କରିଥିବା ସୂଚନା ରହିଛି । ଗତ ୧ ତାରିଖରେ ସିଫା ନିକଟରେ…

ଧାନବିକ୍ରିରେ ଅବ୍ୟବସ୍ଥା, ବ୍ଲକ ଅଫିସ ଆଗରେ ଧାନ ଗଦାକଲେ ଚାଷୀ

ବରଗଡ଼,୧୧।୨(ପ୍ରେମାନନ୍ଦ ଖମାରୀ): ଆଉ ସପ୍ତାହକ ପରେ ବରଗଡ଼ ଜିଲାରେ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ମାସ ପୂରିବ। ତଥାପି ଜିଲାରେ ଧାନବିକ୍ରି ଅବ୍ୟବସ୍ଥା ଲାଗି ରହିଛି ।…

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri