କରେନା କଟକଣା ବେଳେ : ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ସାହା

ସମ୍ବଲପୁର,୨୮ା୪(ବ୍ୟୁରୋ)-ମହାମାରୀ କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍‌ଡାଉନ ଘୋଷଣା କରିବା ସହ ନାନା କଟକଣା ଜାରି କରିଛନ୍ତି ା ଦୋକାନ ବଜାର, ଟ୍ରେନ ଓ ଗାଡିମୋଟର ଚାଳଚଳ ବନ୍ଦ ରହିଛି ା ନିର୍ମାଣ କାମ ବନ୍ଦ ରହିବା ଫଳରେ ଶ୍ରମିକ, ଦିନ ମଜୁରିଆ ତଥା ଗରିବ ଶ୍ରେଣୀର ଲୋକେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ପ୍ରାୟ ଏକ ମାସ ପରେ ସରକାର ଲକ୍‌ଡାଉନ କଟକଣାକୁ ସାମାନ୍ୟ କୋହଳ କରିଛନ୍ତି ା ଏବେ ଶ୍ରମିକମାନେ କାମ କରିବାକୁ ଘରୁ ଗୋଡ଼ କାଢ଼ିଛନ୍ତି ା ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌)ରେ କାମ କରିବା, ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ, କୃଷିକ୍ଷେତ୍ର, ବିଜୁ ପକ୍କାଘର, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହିତ ଅନ୍ୟ କେତେକ ସରକାରୀ ନିର୍ମାଣ କାମରେ ଶ୍ରମିକମାନେ ନିଯୁକ୍ତି ହୋଇପାରିବେ ବୋଲି କୁହାଯାଇଛି। ହେଲେ ଶ୍ରମିକମାନେ ଅଧିକ ଲାଭ ପାଉଛନ୍ତି ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ । ସମ୍ବଲପୁର ଜିଲାରେ ଏହି ଯୋଜନାରେ ପ୍ରାୟ ୯ ହଜାର ଶ୍ରମିକ ପରିବାର ନିୟୋଜିତ ହୋଇଛନ୍ତି। ଦିନକୁ ଦିନ ଏହି ଯୋଜନାରେ କାମ କରିବା ପାଇଁ ଶ୍ରମିକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେଣୁ କରୋନା କଟକଣା ସମୟରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଶ୍ରମିକମାନଙ୍କ ପାଇଁ ସାହା ହୋଇଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ରାସ୍ତାକାମ, କୂଅ ଓ ପୋଖରୀ ଖୋଳିବା, କ୍ଷେତକୁ ଜଳ ସେଚନ ପାଇଁ କେନାଲ ନିର୍ମାଣ, ଗୁହାଳ ତିଆରି, କମ୍ପୋଷ୍ଟ ପ୍ଲାଣ୍ଟ କରିବା ଭଳି କାମ କରାଯାଉଛି । ବିଶେଷ କରି ମୃତ୍ତିକା ଓ ଜଳ ସଂରକ୍ଷଣ ପ୍ରକଳ୍ପଗୁଡିକ ହାତକୁ ନିଆଯାଇଛି । ପ୍ରଥମ ଲକ୍‌ଡାଉନ ସମୟରେ କମ୍‌ ଶ୍ରମିକ ନିୟୋଜିତ ରହିଥିଲେ । ହେଲେ ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ଘୋଷଣା ପରେ ଶ୍ରମିକ ସଂଖ୍ୟା ବଢ଼ିଛି ା
ରବିବାର ମିଳିଥିବା ରିପୋର୍ଟ ଅନୁସାରେ ଜିଲାରେ ଏବେ ୯ ହଜାର ୪୪୦ ଶ୍ରମିକ ନିୟୋଜିତ ରହିଛନ୍ତି । ଲକ୍‌ଡାଉନ ସମୟରେ ଶ୍ରମିକମାନଙ୍କ ଜମା ଖାତାରେ ପ୍ରାୟ ୩୦ ଲକ୍ଷ ମଜୁରୀ ଟଙ୍କା ପ୍ରଦାନ କରାଯାଇଛି। ଆଉ ୨୦ ଲକ୍ଷ ଟଙ୍କାର ବିଲ ପ୍ରସ୍ତୁତ କାମ ଚାଲୁ ରହୁଛି ା ଲକ୍‌ଡାଉନ ପୂର୍ବରୁ ମାର୍ଚ୍ଚ ମାସରେ ହୋଇଥିବା କାମ ପାଇଁ ୮୦ ଲକ୍ଷ ମଜୁରୀ ଟଙ୍କା ମଧ୍ୟ ଶ୍ରମିକମାନଙ୍କ ଜମା ଖାତାରେ ପ୍ରଦାନ କରାଯାଇଛି। ଏବେ ପ୍ରତି ଶ୍ରମିକଙ୍କ ମୁଣ୍ଡପିଛା ୨୦୭ ଟଙ୍କା ମଜୁରୀ ରହିଛି । ପ୍ରତି ପ୍ରକଳ୍ପ କାମରେ ସାମାଜିକ ଦୂରତା ରଖିବାର ବ୍ୟବସ୍ଥା କରାଯାଇଛି ା ସାନିଟାଇଜର ବ୍ୟବହାର କରିବା ସହ ଏମ୍‌ଜିଏନ୍‌ଆରଇଜିଏସ୍‌ ନିୟମ ପାଳନ କରିବାକୁ ଶ୍ରମିକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
ବାହାର ରାଜ୍ୟରେ ଅନେକ ଛୋଟ ବଡ ଶିଳ୍ପ ଓ କଳକାରଖାନା ବନ୍ଦ ହୋଇଯାଇଛି । ବଜାର ଅବସ୍ଥା ମାନ୍ଦା ରହିଛି । ତେଣୁ ଶ୍ରମିକମାନେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ କାମ କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି । ସେହିପରି ଲକ୍‌ଡାଉନ ଖୋଲିବା ପରେ ବାହାର ରାଜ୍ୟର ଶ୍ରମିକମାନେ ଘରକୁ ଫେରିବେ । ସେମାନଙ୍କୁ ୧୪ ଦିନ କ୍ୱାରାଣ୍ଟାଇନ ରଖାଯିବ ା ଏହାପରେ ସେମାନଙ୍କୁ କାମରେ ନିୟୋଜିତ କରାଯାଇ ପାରିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ା
ସୁଚନାଯୋଗ୍ୟ, ଜିଲାର ୯ ବ୍ଳକରେ ୧୩୮ ପଞ୍ଚାୟତ ମଧ୍ୟରୁ ୧୩୧ ପଞ୍ଚାୟତରେ ଏମ୍‌ଜିଏନ୍‌ଆରଇଜିଏସ୍‌ ଯୋଜନାରେ କାମ ଆରମ୍ଭ କରାଯାଇଛି । ଜମନକିରା ବ୍ଳକରେ ସର୍ବାଧିକ ୨୦୭୭ ଜଣ ଶ୍ରମିକ ନିୟୋଜିତ ରହିଛନ୍ତି । ଯୁଯୁମୁରା ବ୍ଳକରେ ୧୯୮୮ ଜଣ , ବାମରା ବ୍ଳକରେ ୧୧୩୨ ଜଣ , ଧନକଉଡା ବ୍ଳକରେ ୩୧୪ଜଣ , କୁଚିଣ୍ଡାବ୍ଳକରେ ୧୪୨୦ ଜଣ ,ମାନେଶ୍ୱର ବ୍ଳକରେ ୩୨୩ ଜଣ , ନାକଟିଦେଉଳ ବ୍ଳକରେ ୭୦୮ ଜଣ ,ରେଢାଖୋଲ ବ୍ଳକରେ ୧୨୪୨ ଜଣ, ରେଙ୍ଗାଲି ବ୍ଳକରେ ୨୩୬ ଜଣ ଶ୍ରମିକ ନିୟୋଜିତ ରହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଏନକାଉଣ୍ଟର: କୁଖ୍ୟାତ ଅପରାଧୀଙ୍କ ଗୋଡ଼ରେ ବାଜିଲା ଗୁଳି…

ସମ୍ବଲପୁର, ୧୭।୫ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲା  ବୁର୍ଲା ଥାନା ଅଞ୍ଚଳରେ ରବିବାର ଭୋର ସମୟରେ ଏନକାଉଣ୍ଟର ହୋଇଛି। ଜଣେ କୁଖ୍ୟାତ ଅପରାଧୀଙ୍କୁ ଏହି ଏନକାଉଣ୍ଟର ହୋଇଥିବାବେଳେ…

ଦୁର୍ଘଟଣାରେ ମନ୍ଦିର ଝାଁକରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ସମ୍ବଲପୁର,୧୨।୫(ପ୍ରମୋଦ ବହିଦାର): କିଛିଦିନ ବ୍ୟବଧାନରେ ଭାଲୁପାଲି ଛକରେ ପୁଣି ଦୁର୍ଘଟଣାରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୋମବାର ଅପରାହ୍ନରେ ଏକ ବୁଲେଟ ଧକ୍କାରେ ଗୁରୁତର ଆହତ ସମଲେଇ…

ଭ୍ୟାନ୍‌-ବାଇକ ଧକ୍କା: ଚାଲିଗଲା ୨ ଜୀବନ, ଜଣେ ଗୁରତର

କୁଚିଣ୍ଡା,୧୧।୫: ସମ୍ୱଲପୁର ଜିଲା ମହୁଲପାଲି ଥାନା କୁସୁମୀ ପେଟ୍ରୋଲ ପମ୍ପ ନିକଟରେ ଏକ ପିକଅପ୍‌ ଭ୍ୟାନ ଏବଂ ବାଇକ୍‌ ମଧ୍ୟରେ ଧକ୍କା ହୋଇଛି। ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

ଚଷମା ଦୋକାନରେ ଭୟାବହ ଅଗ୍ନିକାଣ୍ଡ : ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡି ଭଷ୍ମ

ସମ୍ବଲପୁର, ୨୯।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଅଇଁଠାପାଲି ଥାନା ଅନ୍ତର୍ଗତ ବୁଢାରଜାସ୍ଥିତ ଏକ ଜଣାଶୁଣା ତିନି ମହଲା ବିଶିଷ୍ଟ ଚଷମା ସୋରୁମ ‘ଭିଜନ କେୟାର’ରେ ଆଜି ଭୋର…

ସମ୍ବଲପୁରରେ ତୃତୀୟ ରାଜ୍ୟ ସ୍ତରୀୟ ପୋଲିସ ସନ୍ତରଣ ଓ କ୍ରସ କଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ

​ସମ୍ବଲପୁର,୨୭।୪(ପ୍ରମୋଦ ବହିଦାର): ସମ୍ବଲପୁରରେ ୩ୟ ରାଜ୍ୟ ପୋଲିସ ସନ୍ତରଣ ଓ କ୍ରସକଣ୍ଟ୍ରି ପ୍ରତିଯୋଗିତାର ଶୁଭାରମ୍ଭ ହୋଇଯାଇଛି । ଡିଜିପିଙ୍କ ମାର୍ଗଦର୍ଶନ ଓ ପ୍ରେରଣାରେ ରାଜ୍ୟର ବିଭିନ୍ନ ସ୍ଥାନରେ…

ସରକାରୀ ଅର୍ଥ ହରିଲୁଟ୍‌ ମାମଲା: ଦୁଇ ଯନ୍ତ୍ରୀ ଦୋଷୀ ସାବ୍ୟସ୍ତ ପରେ ମିଳିଲା ଏହି ଦଣ୍ଡ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ମାନେଶ୍ୱର ବ୍ଲକର ଦୁଇଜଣ ପୂର୍ବତନ ଯନ୍ତ୍ରୀ ଏକ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନେଶ୍ୱର ବ୍ଲକର ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri