କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲା : ୩ ଅଟକ

କେନ୍ଦୁଝର,୧୫।୯(ସ୍ବ.ପ୍ର.): କମ୍ପ୍ୟୁଟର ଶିକ୍ଷକ ନିଯୁକ୍ତି ନାମରେ ଠକେଇ ମାମଲାରେ ଟାଉନ ଥାନା ପୋଲିସ ଓଡ଼ିଶା ଏଜୁକେଶନ ଆଣ୍ଡ ଟ୍ରେନିଂ (ଓଏଇଟି) ନାମକ ଏକ କମ୍ପ୍ୟୁଟର ସଂସ୍ଥାର ୩ ଜଣଙ୍କୁ ରବିବାର ଅଟକ ରଖି ପଚରା ଉଚରା କରୁଥିବା ଜଣାପଡ଼ିଛି। କମ୍ପ୍ୟୁଟର ତାଲିମ ନେବା ପରେ ବିଭିନ୍ନ ହାଇସ୍କୁଲ ଓ ଏମ୍‌ଇ ସ୍କୁଲରେ ଶିକ୍ଷକ ନିଯୁକ୍ତି ଦେବାକୁ କହି ପ୍ରତ୍ୟେକ ପିଲାଙ୍କ ଠାରୁ ୪୦ହଜାର ଟଙ୍କା ଆଦାୟ କରିଥିବା ସଂସ୍ଥା ବିରୋଧରେ କ୍ଷତିଗ୍ରସ୍ତ ଯୁବତୀ/ଯୁବକମାନେ ସ୍ଥାନୀୟ ଟାଉନ ଥାନାରେ ଲିଖିତ ଏତଲା ଦେବା ପରେ ପୋଲିସ ଏମାନଙ୍କୁ ଅଟକ ରଖିଛି।
ଅଭିଯୋଗ ଅନୁଯାୟୀ,୨୦୧୬ ଡିସେମ୍ବର ୨୫ରେ ପ୍ରଥମ ବ୍ୟାଚ୍‌ ମୟୂରଭଞ୍ଜ ଜିଲା କରଡିଆ ଶାଖା, କରିଆରେ ସେମାନଙ୍କୁ ତାଲିମ ଦିଆଯାଇଥିଲା। ଦ୍ୱିତୀୟ ବ୍ୟାଚ୍‌ ଫ୍ୟୁଚର ବିଦ୍ୟାର୍ଥୀ, ବଣିଆପାଟ, କେନ୍ଦୁଝର ସହରରେ ତାଲିମ ଦିଆଯାଇଥିଲା। ଅଲ୍‌ ଇଣ୍ଡିଆ ଆଇଟି ଆସୋସିଏଶନରୁ ଫ୍ରାଞ୍ଚାଇଜ୍‌ ଆଣି ଏହି ଓଇଏଟି ସଂସ୍ଥା ଚାଲିଥିଲା।ଏହି ସଂସ୍ଥାର ମାଲିକ ଅମୂଲ୍ୟ କୁମାର ମହାନ୍ତି(ଏମ୍‌ଡି), ମଳୟ କୁମାର ପାତ୍ର ( ନିର୍ଦ୍ଦେଶକ), ଜଗଦା ରଞ୍ଜନ ପାତ୍ର, ରବି ନାରାୟଣ ମହାନ୍ତ(ଆକାଉଣ୍ଟାଣ୍ଟ)ଥିବା ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ଯୁବତୀ/ଯୁବକଙ୍କ ଠାରୁ ୪୦ ହଜାର ଟଙ୍କା ଲେଖାଏ ଆଦାୟ କରିଥିବା ଅଭିଯୋଗ ହୋଇଛି। ଏ ବାବଦକୁ ୩୦ ହଜାର ଟଙ୍କାର ରସିଦ ଦେଇଥିବା ବେଳେ ଅବଶିଷ୍ଟ ଟଙ୍କା ବିନା ରସିଦରେ ନେଇଥିବା ଅଭିଯୋଗ ହୋଇଛି। କିଛି ପିଲାଙ୍କୁ ଚାକିରି ଦେଇ ନ ପାରିବାରୁ ସେମାନେ କୋର୍ଟର ଆଶ୍ରୟ ନେଇଥିଲେ। ପରେ ୧୩ ଅକ୍ଟୋବରରେ ଚେକ୍‌ ପ୍ରଦାନ କରାଯାଇଥିଲେ ହେଁ ଏହି ଚେକରେ ଟଙ୍କା ଉଠାଯାଇ ପାରି ନ ଥିଲା ବୋଲି ସେମାନେ ଅଭିଯୋଗ କରିଛନ୍ତି। ଏଣୁ ଏହା ଏକ ବଡ଼ ଧରଣର ଠକେଇ କରାଯାଇଥିବାରୁ ଟଙ୍କା ଜମା ଦେଇଥିବା ଯୁବତୀ/ଯୁବକମାନେ ରବିବାର ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଫଳରେ ଉକ୍ତ ସଂସ୍ଥାର ୩ ଜଣଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଉଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟାଉନ ଥାନାଧିକାରୀ ସୋମନାଥ ଜେନା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?