Posted inଫୁରସତ

କମେଡି ଯୋଡ଼ି

ଓଡ଼ିଆ ଯାତ୍ରାଜଗତରେ ବାପି-ଟୁକୁ ଏକ ଜଣାଶୁଣା ଯୋଡ଼ି। ବାପି-ଟୁକୁ ମଞ୍ଚକୁ ଆସିଲେ ତଳେ ବସିଥିବା ଦର୍ଶକଙ୍କ ଓଠରେ ମନକୁ ମନ ହସ ଫୁଟିଉଠେ। ଆଜିକୁ ପ୍ରାୟ ପନ୍ଦରବର୍ଷ ତଳେ ଏହି ଯୋଡ଼ିଙ୍କର ପ୍ରଥମ ଦେଖା ହୋଇଥିଲା। ସେତେବେଳେ ବାପି ‘ପଞ୍ଚସଖା ଗଣନାଟ୍ୟ’ରେ ଅଭିନୟ କରୁଥିଲେ। ଆଉ ‘ଧରିତ୍ରୀ ଅପେରା’ ଛାଡ଼ି ଟୁକୁ ସେହି ବର୍ଷ ଆସି ପହଞ୍ଚତ୍ଲେ ‘ପଞ୍ଚସଖା ଗଣନାଟ୍ୟ’ରେ। ଏଠାରେ ହିଁ ଜନ୍ମନେଲା ବାପି-ଟୁକୁ ଯୋଡ଼ି। ବାପିଙ୍କ ଘର ଜଗତ୍‌ସିଂହପୁର ହୋଇଥିବା ବେଳେ ଟୁକୁଙ୍କ ଘର ହେଉଛି ଭଦ୍ରକର ତିହିଡି। ଟୁକୁଙ୍କର ପିଲାବେଳୁ ନାଚଗୀତ ପ୍ରତି ରୁଚିଥିଲା। ପିଲାଙ୍କ ମେଳରେ ନାଚୁଥିଲେ। ଗଁାରେ ‘ଧରିତ୍ରୀ ଅପେରା’ ଯାତ୍ରା କରୁଥିଲା। ବାମଦେବବାବୁ ସେହି ପାର୍ଟିର ଡ୍ୟାନ୍ସ ମାଷ୍ଟର ଥିଲେ। ବାମଦେବବାବୁ ତାଙ୍କୁ ଯାତ୍ରାକୁ ନେଇ ଆସିଲେ। ତେବେ ଟୁକୁ ଯାତ୍ରାକୁ ଆସିବା କଥା ଘରେ ଜଣେଇ ନ ଥିଲେ। ଲୁଚି ଲୁଚି ଚାଲିଆସିଲେ ଯାତ୍ରାକୁ। ଘରଲୋକ ଖୋଜାଖୋଜି କରି ତାଙ୍କୁ ପାଇଲେ ଭୁବନେଶ୍ୱରର ଖଣ୍ଡଗିରିରେ। ତେବେ ସେତେବେଳକୁ ଯାତ୍ରାର ମାୟାରେ ପଡ଼ି ସାରିଥିଲେ ଟୁକୁ। ‘ପଞ୍ଚସଖା ଗଣନାଟ୍ୟ’ରେ ବାପିଙ୍କ ସହ ଦେଖା ହେବା ପରେ ତାଙ୍କ ଜୀବନର ମୋଡ଼ ବଦଳିଗଲା। ବାପି ହିଁ ତାଙ୍କୁ ପ୍ରଥମେ ପ୍ରସ୍ତାବ ଦେଲେ ମ୍ୟାରେଜ କରିବା ପାଇଁ। ବାସ୍‌, ସେମାନେ ମଞ୍ଚ ଅଭିନେତା ଅଭିନେତ୍ରୀରୁ ପାଲଟିଗଲେ ସ୍ବାମୀ ସ୍ତ୍ରୀ। ଟୁକୁଙ୍କ ମତରେ, ବାପି ତ ଜଣେ ଭଲ ଅଭିନେତା ଏକଥା ସତ। ତା’ ସହିତ ସେ ମଧ୍ୟ ଜଣେ ଭଲ ଜୀବନସାଥୀ। ମୋତେ ସବୁବେଳେ ସହଯୋଗ କରନ୍ତି। ତେବେ ଆମେ ବାହାରେ ସିନା ସ୍ବାମୀସ୍ତ୍ରୀ। ହେଲେ ମଞ୍ଚରେ ଆମେ ସମ୍ପୂର୍ଣ୍ଣ ଭାବରେ ଆମ ଚରିତ୍ର ଭିତରେ ପଶି କାମ କରୁ। କେମିତି ଚରିତ୍ରଟିକୁ ସରସସୁନ୍ଦର କରି ଦର୍ଶକଙ୍କର ମନୋରଞ୍ଜନ କରିବୁ ସେକଥା ଚିନ୍ତାକରୁ। ଉଭୟ ବାପି-ଟୁକୁ ଅନେକ ନାଟକରେ ଅଭିନୟ କରିଛନ୍ତି। ସେଥିମଧ୍ୟରୁ କେତୋଟି ହେଉଛି ‘ହସୁଛି କେବଳ କାନ୍ଦିବା ପାଇଁ’, ‘ବନ୍ଧା ପଡ଼ିଗଲା ସୁରେଶ ପଣ୍ଡା’, ‘ଶହେ ଶହେରେ ଖେଳ’, ‘ମାଳି ସାହି ମୀରା କାହାରି ନୁହେଁ’, ‘ଦିନକ ପାଇଁ ମୁଁ ଦ୍ରୌପଦୀ ହେବି’, ‘ଆଖି ତୁ କାନ୍ଦନା’, ‘ଚୁପ୍‌ଚାପ୍‌ କଥା ଟୁପ୍‌ଟାପ୍‌ ରାତି’। ଚଳିତବର୍ଷ ‘ସୂର୍ଯ୍ୟମନ୍ଦିର’ରେ ରହି ଲୋକମାନଙ୍କୁ ହସାଉଛନ୍ତି ବାପି-ଟୁକୁ। ସୂର୍ଯ୍ୟମନ୍ଦିରରେ ସେମାନେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ମାୟାବିନୀ ମୌସୁମୀ’, ‘କାହାଣୀ କହୁଛି ସୂର୍ଯ୍ୟମନ୍ଦିର’, ‘ପ୍ରେମିକାର ନଁା ଚନ୍ଦ୍ରଭାଗା’, ‘ଭିତିରି କଥା’, ‘ପୁଅ ଯିବ ଶାଶୁଘର’।


Enter your email to get our daily news in your inbox.

All Right Reserved By Dharitri.Com

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

ବିଧାୟକ ହେବା ପରେ ପ୍ରତି ମାସରେ କେତେ ଦରମା ପାଇବେ ପ୍ରଶାନ୍ତ କିଶୋର, ଜାଣନ୍ତୁ କେଉଁ ସବୁ ସରକାରୀ ସୁବିଧା ମିଳିବ…

ପାଟନା,୪।୮: ବଡ଼ ବଡ଼ ରାଜନୈତିକ ଦଳକୁ ନିର୍ବାଚନ ଜିତିବାର ରଣନୀତି ଦେଉଥିବା ରାଜନୈତିକ ବିଶ୍ଳେଷକରୁ ସିଧାସଳଖ ରାଜନୀତିକୁ ପ୍ରବେଶ କରିଥିବା ଜନ ସୁରାଜ ପାର୍ଟିର ମୁଖ୍ୟ ପ୍ରଶାନ୍ତ…

ସ୍ବାମୀ ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ଯୁକ୍ତିତର୍କ କଲେ ସ୍ତ୍ରୀ, କହିଲେ- ସେ ବାଥରୁମ୍‌ରେ…

ନୂଆଦିଲ୍ଲୀ,୪।୮: ଡିଏମକେ ନେତା ଉଦୟନିଧି ଷ୍ଟାଲିନଙ୍କୁ ମଙ୍ଗଳବାର ପୋଲିସ ଗିରଫ କରିଛି। ପୋଲିସ ତାଙ୍କୁ ତାଙ୍କ ବାସଭବନରୁ ନେଇଥିଲା। ଉଦୟନିଧିଙ୍କୁ ନେବାକୁ ଆସିଥିବା ପୋଲିସ ସହ ତାଙ୍କ…

ପାଟ୍ରୋଲିଂ ବେଳେ ଜଗନ୍ନାଥ ପ୍ରସାଦ ପୋଲିସକୁ ସଫଳତା, ଡାଲା ଅଟୋରେ ମିଳିଲା….

ଜଗନ୍ନାଥ ପ୍ରସାଦ,୪।୮(ବିଭୁ ପ୍ରସାଦ ପଟ୍ଟନାୟକ): ଜଗନ୍ନାଥ ପ୍ରସାଦ ପୋଲିସକୁ ପାଟ୍ରୋଲିଂ ସମୟରେ ଏକ ସଫଳତା ମିଳିଛି । ବେଆଇନ ଭାବେ ଚୋରା ଚାଲାଣ ହେଉଥିବା ବିପୁଳ ପରିମାଣର…

RJD, BJP ନା କଂଗ୍ରେସ; କାହା ସହ ମେଣ୍ଟ କରିବେ ପ୍ରଶାନ୍ତ କିଶୋର? ନିଜେ କଲେ ବଡ଼ ଖୁଲାସା

ପାଟନା,୪।୮: ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର କୌଣସି ରାଜନୈତିକ ଦଳ ସହ ମେଣ୍ଟ କରିବାର ସମ୍ଭାବନାକୁ ଖଣ୍ଡନ କରି କହିଛନ୍ତି ଯେ, ବାଙ୍କିପୁର ବିଧାନସଭା…

ଶ୍ରୀଲଙ୍କା ଟେଷ୍ଟ ପୂର୍ବରୁ BCCIର ବଡ଼ ଘୋଷଣା, ଟିମ ଇଣ୍ଡିଆକୁ ଆସିଲେ ଆଉ ୨ ଖେଳାଳି

ନୂଆଦିଲ୍ଲୀ,୪।୮: ଭାରତୀୟ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତ ୧୫ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଟିମ ଇଣ୍ଡିଆରେ ଲଗାତାର ପରିବର୍ତ୍ତନ ହେଉଛି। ଜସପ୍ରୀତ ବୁମ୍‌ରାଙ୍କ…

‘ବନ୍ଦ କରିଦେବି ଜନସୁରାଜ ପାର୍ଟି…,’ କାହିଁକି ଏମିତି କହିଲେ ପ୍ରଶାନ୍ତ କିଶୋର? ଜାଣନ୍ତୁ ଏହା ପଛର କାରଣ

ପାଟନା,୪।୮: ବାଙ୍କିପୁର ଉପନିର୍ବାଚନରେ ଏକ ବଡ଼ ବିଜୟ ପରେ, ଜନ ସୁରାଜ ପ୍ରତିଷ୍ଠାତା ଏବଂ ନବନିର୍ବାଚିତ ବିଧାୟକ ପ୍ରଶାନ୍ତ କିଶୋର ଏକ ସ୍ବତନ୍ତ୍ର ଆଲୋଚନାରେ ଅନେକ ଗୁରୁତ୍ୱପୂର୍ଣ୍ଣ…

E20 ପେଟ୍ରୋଲକୁ ନେଇ ଦିଲ୍ଲୀରେ ତେଜିଲା ରାଜନୀତି! ପିଏମ ଆବାସ ଅଭିମୁଖେ ଯାଉଥିବାବେଳେ କେଜ୍‌ରିୱାଲଙ୍କୁ…

ନୂଆଦିଲ୍ଲୀ,୪।୮: ଆମ ଆଦମୀ ପାର୍ଟି (AAP)ର ସଂଯୋଜକ ଅରବିନ୍ଦ କେଜ୍‌ରିୱାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ମାର୍ଚ୍ଚ ପାଇଁ ବାହାରିଛନ୍ତି। ତାଙ୍କ ସହ ଏଏପିର ନେତା ଓ କର୍ମୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri