କମିଟି ସଦସ୍ୟ-ପୋଲିସର ବୈଠକ:ଏଥର ବାଜିବନି ଡିଜେ, ଅଶ୍ଳୀଳ ଗୀତ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଦୁର୍ଗାପୂଜାରେ ଏଥର ବାଜିବନି ଛାତି ଥରାଇଦେଉଥିବା ଡିଜେ ସାଉଣ୍ଡ୍‌। ଡିଜେରେ ପ୍ରତିଯୋଗିତା ବି ଚାଲିବନି। କେବଳ ୪ଟି ଲେଖାଏ ମାଇକ୍‌ ଓ ବକ୍ସ ଲଗାଇବାକୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ମଙ୍ଗଳବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ପୂଜା କମିଟିଗୁଡିକୁ ନେଇ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପୂଜାକୁ ଶୃଙ୍ଖଳିତ ତଥା ସୁନ୍ଦର ଭାବେ ଶେଷ କରିବା ଉପରେ କମିଶନରର ଷଡ଼ଙ୍ଗୀ ଗୁରୁତ୍ୱ ଦେବା ସହ ଏନେଇ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କମିଶନର କହିଲେ, ସ୍ଥାନୀୟ ଥାନାଧିକାରୀ ପୂଜା କମିଟି ସହ ଆଲୋଚନା କରି ଛୋଟ ସମସ୍ୟାଗୁଡିକର ସମାଧାନ କରିବେ। ଏଥର ନୂଆ କରି ବିଭିନ୍ନ ପୂଜାମଣ୍ଡପର ସ୍ବେଚ୍ଛାସେବୀଙ୍କୁ ନେଇ ଏକ ଏସ୍‌ପିଓ (ସ୍ପେଶାଲ ପୋଲିସ ଅଫିସର) ଗଠନ କରାଯିବ। କମିଶନରେଟ ପୋଲିସ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ପରେ ବିଭିନ୍ନ ପୂଜା ମଣ୍ଡପରେ ସୁରକ୍ଷା ଦାୟିତ୍ୱରେ ରହିବେ। ପୂଜା ମଣ୍ଡପର ସଦସ୍ୟଥିବା ଟାଣୁଆ ଯୁବକଙ୍କୁ ବାଛି ନାମ ଠିକଣା ଆଦି ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୂଜା କମିଟି ସଦସ୍ୟଙ୍କ ନାମରେ ଚାନ୍ଦା ମାଗିବା ଭଳି ସଙ୍ଗିନ ଅଭିଯୋଗ ଆସିଲେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ସମୟରେ ଚୋରି ଓ ଲୁଟ୍‌ର ଶିକାର ହୋଇଥାନ୍ତି। ଏଥିପାଇଁ ବଡ଼ ବଡ଼ ପୂଜାମଣ୍ଡପରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ରାବଣପୋଡି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଜନଗହଳି ସ୍ଥାନରୁ ଦୂରରେ କରିବା ପାଇଁ କମିଶନର ଷଡ଼ଙ୍ଗୀ କହିଛନ୍ତି। ସିଙ୍ଗଲଓ୍ବିଣ୍ଡୋ ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ଓ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, ଡିସିପି ଅନୁପ କୁମାର ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ, ବିଏମ୍‌ସି ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
‘ପୂଜା କରିବୁ କେମିତି’
ଚଳିତବର୍ଷ ରାଜଧାନରେ ୧୭୨ଟି ପୂଜା ମଣ୍ଡପ ହେବ। ଏଥିତ୍ମଧ୍ୟରୁ ‘ଏ’ ଏବଂ ‘ସି’ କାଟାଗୋରୀରେ ୫୫ ଓ ‘ବି’ରେ ୬୨ଟି ମେଢ଼ ହେବ। ବୈଠକରେ ଏକାଧିକ ପୂଜା କମିଟି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ମୀନା ବଜାର ଓ ମଣ୍ଡପରେ ଲଗାଯାଉଥିବା ବିଜ୍ଞାପନ ବ୍ୟାନର ଉପରେ ବିଏମ୍‌ସିର ଟିକସ ବ୍ୟବସ୍ଥାକୁ ସେମାନେ ବିରୋଧ କରିଥିଲେ। ପୂଜା କମିଟି ଚାନ୍ଦା ମାଗିବେ ନାହିଁ, ବ୍ୟାନର ଲଗାଇଲେ ଟ୍ୟାକ୍ସ ଦେବେ, ପୂଜା ହେବ କେମିତି ବୋଲି ପୂଜା କମିଟି କର୍ମକର୍ତ୍ତା ପ୍ରଶ୍ନ କରିଥିଲେ। ସେହିଭଳି ପୂଜା ମଣ୍ଡପ ନିକଟରେ ରହିଥିବା ଖାଲଖମାକୁ ବନ୍ଦ କରାଯାଉନି। ଷ୍ଟ୍ରିଟ୍‌ଲାଇଟ୍‌ ଓ ବିଦ୍ୟୁତ୍‌ ସମସ୍ୟା ଚିନ୍ତା ବଢ଼ାଇଛି। ଜନପଥର ଦୁଇପାର୍ଶ୍ୱରେ ବଡ଼ ବଡ଼ ଗାତ ଖୋଳାଯାଇ ଡ୍ରେନ୍‌ ଓ ଭୂତଳ କେବୁଲ କାମ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଖାଲକୁ ପୂରଣ କରିବାକୁ ଉପସ୍ଥିତ ବିଏମ୍‌ସି ଅଧିକାରୀଙ୍କୁ ସେମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ସଙ୍କଟ: ୧୮୭ ହୋମଗାର୍ଡ ପଦବୀ ପାଇଁ ୮,୦୦୦ ଆଶାୟୀ; ସମ୍ବଲପୁର ଏୟାରଷ୍ଟ୍ରିପ୍ ପାଲଟିଲା ପରୀକ୍ଷା କେନ୍ଦ୍ର

ସମ୍ବଲପୁର,୧୭ା୧୨: ଓଡ଼ିଶାରେ ବ୍ୟାପକ ଚାକିରି ସଙ୍କଟର ଏକ ସ୍ପଷ୍ଟ ଚିତ୍ର ବୁଧବାର ସକାଳେ ସମ୍ବଲପୁରର ଜମାଦରପାଲି ଏୟାରଷ୍ଟ୍ରିପରେ ଦେଖିବାକୁ ମିଳିଛି। ମାତ୍ର ୧୮୭ଟି ହୋମଗାର୍ଡ ପଦବୀ...

ରାୟଗଡ଼ା ରାଜନୀତି ସରଗରମ: କଂଗ୍ରେସ-ଭାଜପା ମଧ୍ୟରେ ବିବାଦ,ବିରୋଧ କଲେ…

ରାୟଗଡ଼ା,୧୭।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରର ଗଜପତି ଛକ ନିକଟରେ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ରାମଚନ୍ଦ୍ର ଉଲାକାଙ୍କ ପ୍ରତିମୂର୍ତ୍ତି ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ମଙ୍ଗଳବାର...

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

କିସ୍‌ ଛାତ୍ର ମୃତ୍ଯୁ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ବଳଭଦ୍ର ମାଝୀ, କହିଲେ ଶିକ୍ଷାନୁଷ୍ଠାନ ଉପରେ…

ଭୁବନେଶ୍ୱର,୧୭ା୧୨:  କିସ୍ ଛାତ୍ର ମୃତ୍ୟୁ ମାମଲାରେ ଗୋଟିଏ ପରେ ଗୋଟିଏ ସତ ସାମ୍ନାକୁ ଆସିବାରେ ଲାଗିଛି । କିସ୍‌ ଛାତ୍ରଙ୍କୁ ହତ୍ୟା  କରାଯାଇଥିବା ନେଇ ପୋଲିସ...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri