କମିଟି ସଦସ୍ୟ-ପୋଲିସର ବୈଠକ:ଏଥର ବାଜିବନି ଡିଜେ, ଅଶ୍ଳୀଳ ଗୀତ

ଭୁବନେଶ୍ୱର,୧୧-୯(ବ୍ୟୁରୋ):ଦୁର୍ଗାପୂଜାରେ ଏଥର ବାଜିବନି ଛାତି ଥରାଇଦେଉଥିବା ଡିଜେ ସାଉଣ୍ଡ୍‌। ଡିଜେରେ ପ୍ରତିଯୋଗିତା ବି ଚାଲିବନି। କେବଳ ୪ଟି ଲେଖାଏ ମାଇକ୍‌ ଓ ବକ୍ସ ଲଗାଇବାକୁ ପୂଜା କମିଟିଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ। ମଙ୍ଗଳବାର କମିଶନରେଟ ପୋଲିସ ମୁଖ୍ୟାଳୟରେ ପୂଜା କମିଟିଗୁଡିକୁ ନେଇ ଦୁର୍ଗାପୂଜା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପୂଜାକୁ ଶୃଙ୍ଖଳିତ ତଥା ସୁନ୍ଦର ଭାବେ ଶେଷ କରିବା ଉପରେ କମିଶନରର ଷଡ଼ଙ୍ଗୀ ଗୁରୁତ୍ୱ ଦେବା ସହ ଏନେଇ କମିଟି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। କମିଶନର କହିଲେ, ସ୍ଥାନୀୟ ଥାନାଧିକାରୀ ପୂଜା କମିଟି ସହ ଆଲୋଚନା କରି ଛୋଟ ସମସ୍ୟାଗୁଡିକର ସମାଧାନ କରିବେ। ଏଥର ନୂଆ କରି ବିଭିନ୍ନ ପୂଜାମଣ୍ଡପର ସ୍ବେଚ୍ଛାସେବୀଙ୍କୁ ନେଇ ଏକ ଏସ୍‌ପିଓ (ସ୍ପେଶାଲ ପୋଲିସ ଅଫିସର) ଗଠନ କରାଯିବ। କମିଶନରେଟ ପୋଲିସ ସେମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦେବା ପରେ ବିଭିନ୍ନ ପୂଜା ମଣ୍ଡପରେ ସୁରକ୍ଷା ଦାୟିତ୍ୱରେ ରହିବେ। ପୂଜା ମଣ୍ଡପର ସଦସ୍ୟଥିବା ଟାଣୁଆ ଯୁବକଙ୍କୁ ବାଛି ନାମ ଠିକଣା ଆଦି ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ପୂଜା କମିଟି ସଦସ୍ୟଙ୍କ ନାମରେ ଚାନ୍ଦା ମାଗିବା ଭଳି ସଙ୍ଗିନ ଅଭିଯୋଗ ଆସିଲେ ତାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରଦ୍ଧାଳୁମାନେ ମା’ଙ୍କ ଦର୍ଶନ ସମୟରେ ଚୋରି ଓ ଲୁଟ୍‌ର ଶିକାର ହୋଇଥାନ୍ତି। ଏଥିପାଇଁ ବଡ଼ ବଡ଼ ପୂଜାମଣ୍ଡପରେ ସିସିଟିଭି ଲଗାଇବାକୁ ବାଧ୍ୟତାମୂଳକ କରାଯାଇଛି। ରାବଣପୋଡି ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବା ସହ ଜନଗହଳି ସ୍ଥାନରୁ ଦୂରରେ କରିବା ପାଇଁ କମିଶନର ଷଡ଼ଙ୍ଗୀ କହିଛନ୍ତି। ସିଙ୍ଗଲଓ୍ବିଣ୍ଡୋ ମାଧ୍ୟମରେ ବିଭିନ୍ନ ସମସ୍ୟାର ସମାଧାନ ଓ ଲାଇସେନ୍ସ ପ୍ରଦାନ କରାଯିବ ବୋଲି ଏହି ବୈଠକରେ ନିଷ୍ପତ୍ତି ହୋଇଛି।
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଜଟଣୀ ବିଧାୟକ ସୁରେଶ ଚନ୍ଦ୍ର ରାଉତରାୟ, ଅତିରିକ୍ତ ପୋଲିସ କମିଶନର ସଞ୍ଜୟ ସିଂ, ଡିସିପି ଅନୁପ କୁମାର ସାହୁ, ଟ୍ରାଫିକ ଡିସିପି ସାଗରିକା ନାଥ, ବିଏମ୍‌ସି ଓ ଅନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।
‘ପୂଜା କରିବୁ କେମିତି’
ଚଳିତବର୍ଷ ରାଜଧାନରେ ୧୭୨ଟି ପୂଜା ମଣ୍ଡପ ହେବ। ଏଥିତ୍ମଧ୍ୟରୁ ‘ଏ’ ଏବଂ ‘ସି’ କାଟାଗୋରୀରେ ୫୫ ଓ ‘ବି’ରେ ୬୨ଟି ମେଢ଼ ହେବ। ବୈଠକରେ ଏକାଧିକ ପୂଜା କମିଟି ସେମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଜଣାଇଥିଲେ। ମୀନା ବଜାର ଓ ମଣ୍ଡପରେ ଲଗାଯାଉଥିବା ବିଜ୍ଞାପନ ବ୍ୟାନର ଉପରେ ବିଏମ୍‌ସିର ଟିକସ ବ୍ୟବସ୍ଥାକୁ ସେମାନେ ବିରୋଧ କରିଥିଲେ। ପୂଜା କମିଟି ଚାନ୍ଦା ମାଗିବେ ନାହିଁ, ବ୍ୟାନର ଲଗାଇଲେ ଟ୍ୟାକ୍ସ ଦେବେ, ପୂଜା ହେବ କେମିତି ବୋଲି ପୂଜା କମିଟି କର୍ମକର୍ତ୍ତା ପ୍ରଶ୍ନ କରିଥିଲେ। ସେହିଭଳି ପୂଜା ମଣ୍ଡପ ନିକଟରେ ରହିଥିବା ଖାଲଖମାକୁ ବନ୍ଦ କରାଯାଉନି। ଷ୍ଟ୍ରିଟ୍‌ଲାଇଟ୍‌ ଓ ବିଦ୍ୟୁତ୍‌ ସମସ୍ୟା ଚିନ୍ତା ବଢ଼ାଇଛି। ଜନପଥର ଦୁଇପାର୍ଶ୍ୱରେ ବଡ଼ ବଡ଼ ଗାତ ଖୋଳାଯାଇ ଡ୍ରେନ୍‌ ଓ ଭୂତଳ କେବୁଲ କାମ କରାଯାଉଛି। ଯୁଦ୍ଧକାଳୀନ ଭିତ୍ତିରେ ଖାଲକୁ ପୂରଣ କରିବାକୁ ଉପସ୍ଥିତ ବିଏମ୍‌ସି ଅଧିକାରୀଙ୍କୁ ସେମାନେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩୯ ଶିକାରିଙ୍କୁ ବାନ୍ଧିଲା ପୋଲିସ: ୯ ଦେଶୀ ବନ୍ଧୁକ, ୨୦ ଧନୁତୀର ଜବତ

ବାରିପଦା,୨୦।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଦକ୍ଷିଣ ଡିଭିଜନ ଅଞ୍ଚଳରେ ଶିକାର କରିବାକୁ ପ୍ରବେଶ କରିଥିବା ଶିକାରିଙ୍କୁ ବନବିଭାଗ ଗିରଫ କରଛି…

୩ ଥର ଶୂନ୍ୟରେ ଆଉଟ ହେବାରୁ ଅଭିଷେକଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ,୨୦।୨: ପୂର୍ବତନ ପାକିସ୍ତାନ ଖେଳାଳି ମହମ୍ମଦ ଆମିର ଅଭିଷେକ ଶର୍ମାଙ୍କ ବିଷୟରେ କହିଥିଲେ ଯେ ସେ କେବଳ ଜଣେ ଚଳ ଚଞ୍ଚଳ ଖେଳାଳି। ଏହି ବକ୍ତବ୍ୟକୁ ବହୁଳ…

ଦ୍ୱାଦଶ ଟପ୍ପରଙ୍କୁ ମିଳିଲାନି ଚାକିରି: ରାଗରେ ମା’-ବାପା-ଭାଇଙ୍କ ସହ କଲେ ହୃଦୟବିଦାରକ କାଣ୍ଡ

ଭୋପାଳ,୨୦।୨: ମଧ୍ୟପ୍ରଦେଶର ବେତୁଲ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଏବଂ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ୩୦ ବର୍ଷୀୟ ଗ୍ରାମର ଦୀପକ ଧୂର୍ଭେ ତାଙ୍କ ମାତାପିତା ଏବଂ ସାନ…

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଛାତ୍ର ଅଶାନ୍ତି

କୋରାପୁଟ,୨୦ା୨(ଅମିତାଭ ବେହେରା): କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡ଼ାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି। କୋରାପୁଟ ଜିଲାର ସୁନାବେଡ଼ାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସ୍‌ରେ ତାଲା…

ସେମିଫାଇନାଲରୁ ବାଦ୍‌ ପଡ଼ିବ ଟିମ୍‌ ଇଣ୍ଡିଆ: ଏହି କ୍ରିକେଟର୍‌ କଲେ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୨୦।୨: ICC ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡ ଫେବୃଆରୀ ୨୧ରେ ଆରମ୍ଭ ହେବାକୁ ଯାଉଛି। ଏଥିରେ ୮ଟି ଦଳ ସେମିଫାଇନାଲରେ ସ୍ଥାନ ପାଇବା ପାଇଁ…

AI Summitରେ ଏମିତି କହିଲେ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ ସମସ୍ତେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨୦।୨: ଦିଲ୍ଲୀର ଟ୍ରାଫିକ ସାରା ବିଶ୍ୱରେ ପ୍ରସିଦ୍ଧ। ଦିଲ୍ଲୀର ପ୍ରତ୍ୟେକ ନାଗରିକ ଟ୍ରାଫିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି, ଗତକାଲି ଜଣେ ପ୍ରମୁଖ ନେତା…

ଲିଭ୍ ଇନ୍‌ରେ ରହୁଥିଲେ: ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପ୍ରେମିକା ଫେରାର୍

ଭୁବନେଶ୍ୱର,୨୦ା୨: ରାଜଧାନୀ ଭୁବନେଶ୍ୱରର ଏୟାରଫିଲ୍ଡ ଥାନା ଅନ୍ତର୍ଗତ ପୋଖରୀପୁଟ ଅଞ୍ଚଳରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ଏକ ହୋଟେଲ୍ ମଧ୍ୟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର…

ଓଡ଼ିଶାରେ ଚାଲିଛି ସୁଚିନ୍ତିତ ରାଜନୀତି: ରାଜ୍ୟ ସଭା ନିର୍ବାଚନ ପୂର୍ବରୁ …

ଭୁବନେଶ୍ୱର, ୨୦।୨(ସୁନିତ୍‌ ମିଶ୍ର):ଚାଷୀ ପ୍ରସଙ୍ଗ ନେଇ ୩ ଦିନ ହେଲା ଓଡ଼ିଶା ବିଧାନସଭାର ବିରୋଧୀ ସଦସ୍ୟମାନେ ଗୃହ ଚଲାଇ ଦେଉନାହାନ୍ତି। ପ୍ରଥମ ଦିନ ରାଜ୍ୟପାଳଙ୍କ ଅଭିଭାଷଣ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri