କମାରଶାଳର ରାଣୀ: ପରିବାର ପାଇଁ କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି ନିମାପଡ଼ାର ସୁନୀତା

ଯେଉଁଠି କମାରଶାଳରେ କାମ କରିବା ପରି ଏକ କଷ୍ଟ କାମ ପ୍ରତି ପୁଅମାନେ ବୀତସ୍ପୃହ ହେଲେଣି। ସେଠାରେ ଝିଅଟିଏ ହୋଇବି ସୁନୀତା ବାପାଙ୍କ କୌଳିକ ବୃତ୍ତିକୁ ଆପଣେଇ ପରିବାର ଚଳାଇବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି…
ଆଜିକାଲି ଗଁାଗଣ୍ଡାରେ ଜଳୁନାହିଁ ଆଉ କମାରମାନଙ୍କ ଶାଳର ନିଆଁ କି ଶୁଭୁନାହିଁ ଲୁହା ସାମଗ୍ରୀ ତିଆରି ଆଉ ପଜିଆ ଯିବାର ଠକ୍‌ ଠକ୍‌ ଶବ୍ଦ । ଆଜିର କମାର ଘରର ପିଲାମାନେ ଆଉ ନିଅଁା ଓ ଲୁହା ସହ ଯୁଝୁନାହାନ୍ତି । ହଜିଗଲାଣି କମାରଶାଳର କୌଳିକ ବୃତ୍ତି । ହେଲେ ସେହି କୌଳିକ ବୃତ୍ତିକୁ ଆପଣେଇ ନେଇ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ନିମାପଡ଼ାର ଝିଅ ସୁନୀତା ଓଝା। ବୟସ ୨୭। ନିମାପଡ଼ା ବ୍ଲକ ଅନ୍ତର୍ଗତ ଭିଲି ଗ୍ରାମପଞ୍ଚାୟତର ବିଷ୍ଣୁପୁର ଗାଁରେ ଘର। ବାପା ଶ୍ରୀଧର ଓଝା, ମାଆ ବିଳାସିନୀ ମହାରଣାଙ୍କ ସାନଝିଅ ସୁନୀତା ନିଜ ଭବିଷ୍ୟତକୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ହେଲେ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନରେ ହିଁ ରହିଯାଇଛି । ନିଜ ଘରେ କେହି ପୁତ୍ର ସନ୍ତାନ ନ ଥିବାରୁ ତାଙ୍କ କୋମଳ କାନ୍ଧରେ ଏବେ ପରିବାରର ବୋଝ । ବାପା ଶ୍ରୀଧରଙ୍କ ବୟସ ଏବେ ୬୫ ।

ବାର୍ଦ୍ଧକ୍ୟଜନିତ କାରଣରୁ ଏବେ ସେ କମାରଶାଳ କାମ କରିପାରୁନାହାନ୍ତି । ଫଳରେ ପରିବାର ଚଳିବା ଏବେ କଷ୍ଟକର ହୋଇପଡ଼ିଛି । ଘରେ ବୃଦ୍ଧ ବାପା, ମାଆ ଓ ବଡ ଭଉଣୀର ଦୁଇ ଝିଅଙ୍କ ସହ ସୁନୀତା ଘରେ ୫ ପ୍ରାଣୀ କୁଟୁମ୍ବ ।
ବୃଦ୍ଧ ବାପାଙ୍କ ମୁଣ୍ଡରୁ ପରିବାରର ବୋଝକୁ ଓହ୍ଲାଇଦେଇ ନିଜେ ସୁନୀତା ବାପାଙ୍କ କୌଳିକ ବୃତ୍ତିକୁ ଆପଣେଇ ନେଇଛନ୍ତି । ନିଅଁା ଓ ଲୁହା ସହ ଦୈନିକ ଯୁଝି ଚାଲିଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି କଠିନ ପରିଶ୍ରମ କରି ତାଙ୍କର କଅଁଳ କାନ୍ଧରେ ବୋହିଚାଲିଛନ୍ତି ପରିବାର ବୋଝ । କମାରଶାଳରେ ବିତୁଛି ସୁନୀତାଙ୍କ ଜୀବନ  ଦଶମ ଶ୍ରେଣୀଯାଏ ପଢ଼ିଥିବା ସୁନୀତା ପ୍ରାୟ ୭/୮ ବର୍ଷ ହେବ କମାରଶାଳରେ କାମ କରୁଛନ୍ତି। ଭୋର ୫ଟାରୁ ଉଠି ନିତ୍ୟକର୍ମ ସାରି ଜଳଖିଆ ତିଆରି କରନ୍ତି। ମା’ ସ୍କୁଲକୁ ରୋଷେଇ ପାଇଁ ଯାଆନ୍ତି। ତା’ପରେ ଆରମ୍ଭ ହୁଏ କମାରଶାଳରେ କାମ। ଦିନ ୧୨ଟା ଯାଏ ଚାଲେ ଏହି କାମ। ତା’ପରେ ରୋଷେଇ ସହିତ ଟେଲରିଂ କାମ ବି କରନ୍ତି। ୭/୮ଟି ଛେଳି ମଧ୍ୟ ରଖିଛନ୍ତି। ତାଙ୍କ ଦାୟିତ୍ୱ ବି ନିଅନ୍ତି। କାହା କଥାକୁ ଖାତିର ନ କରି ପରିବାରର ଦୁଃଖ ଲାଘବ ପାଇଁ ଅଣ୍ଟା ଭିଡିଛନ୍ତି। ବୃଦ୍ଧ ପିତାମାତାଙ୍କୁ ଖୁସିରେ ରଖିବା, ଛୋଟ ଛୋଟ ଦୁଇ ଝିଆରୀଙ୍କୁ ପାଠ ପଢ଼ାଇ ମଣିଷ କରିବା ହିଁ ତାଙ୍କର ସ୍ବପ୍ନ ଓ ଖୁସି ବୋଲି କୋହଭରା କଣ୍ଠରେ କହିଛନ୍ତି ସୁନୀତା । ନିମାପଡ଼ା ଗୋଲେଇ ଛକଠାରେ ବାପାଙ୍କ କମାରଶାଳରେ କାମ କରନ୍ତି ସୁନୀତା। କଟୁରି, ଦାଆ, କୋଦାଳ, କୁରାଢ଼ି, ପନିକି, କୋରଣା, ଶାବଳ ଆଦି ଶାଳରେ ତିଆରି କରି ବିକ୍ରି କରନ୍ତି ସୁନୀତା। ମାସିକ ୩/୪ ହଜାର ଟଙ୍କା ଏଥିରୁ ରୋଜଗାର ହୁଏ। ଏହି ସ୍ବଳ୍ପ ରୋଜଗାରରେ ଦୁଃଖକଷ୍ଟେ ଚଳନ୍ତି ସୁନୀତାଙ୍କ ପରିବାର। ହେଲେ ସରକାରୀ ସହାୟତା ତାଙ୍କ ପରିବାର ପାଇଁ ସାତସପନ ପାଲଟିଥିବା ଅତି ଦୁଃଖରେ କହିଛନ୍ତି ସେ। ଅଦ୍ୟାବଧି ତାଙ୍କ ବୃଦ୍ଧ ପିତାମାତାଙ୍କୁ ବାର୍ଦ୍ଧକ୍ୟଭତ୍ତା ମଧ୍ୟ ମିଳିପାରିନାହିଁ। ବିଜୁ ପକ୍କାଘର କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ବଖରାଏ ମିଳିପାରି ନ ଥିବା ଯୋଗୁ ଗଁା ଛାଡ଼ି ଏବେ ଗୋଲେଇ ଛକଠାରେ ଭଡ଼ା ନେଇଥିବା ଶାଳଘରେ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ପରିବାର ପାଇଁ ଜୀବନ ସହ ସଂଗ୍ରାମ କରିଚାଲିଛନ୍ତି ସେ। ଯଦି କୌଣସି ସରକାରୀ ସହାୟତା କି ପ୍ରୋତ୍ସାହନ ମିଳନ୍ତା, ତେବେ କମାରଶାଳକୁ ଆହୁରି ଟିକେ ଉନ୍ନତମାନର କରିବା ସହ ଟେଲରିଂ କାମକୁ ଆହୁରି ଆଗକୁ ବଢ଼ାଇପାରନ୍ତି ବୋଲି କହିଛନ୍ତି ସୁନୀତା। ସୁନୀତା ଆମ ପାଇଁ ଉଭୟ ପୁଅ ଓ ଝିଅ, ଆଉ ପରିବାରର ଭରସା ବୋଲି କୁହନ୍ତି ତାଙ୍କ ମାତାପିତା। ଗ୍ରାମବାସୀଙ୍କ ମତରେ ସୁନୀତା ପରି ସାହସୀ ଓ କର୍ମଠ ଝିଅ ଅନ୍ୟମାନଙ୍କ ପାଇଁ ଉଦାହରଣ।
– ବିଚିତ୍ରାନନ୍ଦ ସାହୁ


Enter your email to get our daily news in your inbox.

All Right Reserved By Dharitri.Com

ବଏ ଫ୍ରେଣ୍ଡ ରୁମରୁ ମିଳିଲା ମହିଳାଙ୍କ ମୃତଦେହ! ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

କେନ୍ଦ୍ରାପଡ଼ା,୧୫।୧୨: କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଗରାପୁରସ୍ଥିତ ଏକ ଭଡ଼ା ଘରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହେବା ଘଟଣା ଏକ ନୂଆ ମୋଡ଼ ନେଇଛି।...

ଭଲିବଲ ପ୍ରତିଯୋଗିତା: ରିଷିଡ଼ା ଚାମ୍ପିୟନ

ରିଷିଡ଼ା, ୧୫ା୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରିଷିଡା ବାପୁଜୀ ମିନି ଷ୍ଟାଡିୟମରେ ରବିବାର ଦିନିକିଆ ରିଷିଡ଼ା କପ ଭଲିବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।...

ଏପରି ଗାଁ, ଯେଉଁଠି କାହା ଘରେ ନାହିଁ ରୋଷେଇ ଘର: ଖାଇବା ଶୈଳୀ ଜାଣିଲେ ଉଡ଼ିଯିବ ହୋଶ୍‌

ଶତାବ୍ଦୀ ଧରି ଭାରତୀୟ ଗ୍ରାମଗୁଡ଼ିକ ସେମାନଙ୍କର ସରଳତା ଏବଂ ପରମ୍ପରା ପାଇଁ ଜଣାଶୁଣା। ସମୟ ବଦଳିଛି ଏବଂ ସୁବିଧାସୁଯୋଗ ବୃଦ୍ଧି ପାଇଛି। କିନ୍ତୁ ଆଜି ମଧ୍ୟ...

ବିଦ୍ୟୁତ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ଉଠିଲା ଦାବି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଓ.ଏସ.ଇ.ବି. ବିଜୁଳି କର୍ମଚାରୀ ସଂଘର କାର୍ଯ୍ୟକାରିଣୀ ସମିତି ବୈଠକ ବୈଠକ ସଂଘର ସାଧାରଣ ସମ୍ପାଦକ ଭ୍ରମରବର ରାଉତଙ୍କ ଆବାହନ କ୍ରମେ କନ୍ଧମାଳ ଜିଲା...

ମୋକିମ୍‌ଙ୍କ ପାଇଁ ବାହାରି ପଡ଼ିଲେ ନିରଞ୍ଜନ: କହିଲେ କଟକରେ କେବଳ ତାଙ୍କ ପାଇଁ…

ଭୁବନେଶ୍ୱର, ୧୫।୧୨: ମହମଦ୍‌ ମୋକିମ୍‌ଙ୍କୁ ନେଇ ମୁହଁ ଖୋଲିଲେ ନିରଞ୍ଜନ ପଟ୍ଟନାୟକ। ନିରଞ୍ଜନ କହିଛନ୍ତି, ମୋକିମଙ୍କର କଂଗ୍ରେସ ପ୍ରତି ଅବଦାନ ବହୁତ। ୧୯୮୦ ପରଠୁ କଟକରେ...

ଭୁବନେଶ୍ୱରରେ ହେବ ଭିସା ସେଣ୍ଟର, ଆଉ ଯିବାକୁ ପଡିବ ନାହିଁ ଦିଲ୍ଲୀ, କୋଲକତା

ଭୁବନେଶ୍ୱର,୧୫।୧୨: ଭୁବନେଶ୍ୱରରେ ହେବ ଗ୍ଲୋବାଲ ଭିସା ଆପ୍ଲିକେଶନ ସେଣ୍ଟର। ଏନେଇ ରାଜ୍ୟ ସରକାର ୩ ହଜାର ବର୍ଗ ଫୁଟର ଜାଗା ଯୋଗାଇ ଦେବେ। ବରମୁଣ୍ଡା ବସ...

ବଞ୍ଚିବାକୁ ରାହା ଖୋଜୁଛନ୍ତି ବେସାହାରା ଭଉଣୀ-ଭାଇ

ଗଞ୍ଜାମ,୧୫।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରାମଗଡ଼ ପଞ୍ଚାୟତ ଗଜପତି ନଗର ତିନି ନମ୍ବର ସାହିରେ ସ୍ବର୍ଗତ ଦିନେଶ୍ୱର ବେହେରାଙ୍କ ଘର l ଦିନେଶ୍ୱର ମତ୍ସ୍ୟଜୀବି ପରିବାର...

ତୀର୍ଥଯାତ୍ରାରେ ଗଲେ ୭୪ ବରିଷ୍ଠ ନାଗରିକ

ନୂଆପଡ଼ା,୧୫।୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାରୁ ରାଜ୍ୟ ସରକାରଙ୍କ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ୭୪ ଜଣ ରାମେଶ୍ୱର ଅଭିମୁଖେ ଯାତ୍ରା କରିଛନ୍ତି। ଜିଲା ପର୍ଯ୍ୟଟନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri