Posted inକଟକ

କବିତାରେ କରୋନା ସଚେତନ କଲେ ମାଧବାନନ୍ଦ

କଣ୍ଟାପଡା,୨୯ା୩(ଡି.ଏନ୍‌.ଏ.)- ମହାମାରୀ କରୋନା ଭୂତାଣୁରୁ ମାନବ ସମାଜକୁ ବଞ୍ଚାଇବା ପାଇଁ ସାରା ବିଶ୍ୱ ଏବେ ଚିନ୍ତିତ। ଦେଶବାସୀ ଘରେରହି ସାମାଜିକ ଦୂରତ୍ୱ ପାଳନ କଲେ ଏହି ମହାମାରୀରୁ ଦେଶ ରକ୍ଷା ପାଇବା ପାଇଁ ସରକାର ଲକ୍‌ଡାଉନର ସାହାରା ନେଇଛନ୍ତି। ଜନସାଧାରଣ ଏହାକୁ ଗୁରୁତର ସହ ନେଉ ନ ଥିବାରୁ ବିଭିନ୍ନ ବ୍ୟକ୍ତିବିଶେଷ ଭିନ୍ନ ଉପାୟରେ ସଚେତନତା କରିବାରେ ଲାଗିଛନ୍ତି। ସେହିଭଳି କଣ୍ଟାପଡ଼ା ବ୍ଲକ ଅନ୍ତର୍ଗତ ଭୋଦଳ ଗ୍ରାମର ସାମାଜିକ କର୍ମୀ ମାଧବାନନ୍ଦ ଭୋଇ ବିଭିନ୍ନ ଅଞ୍ଚଳ ବୁଲି ଜନଗହଳି ହେଉଥିବା ସ୍ଥାନରେ କବିିତା ମାଧ୍ୟମରେ ସଚେତନତା କରୁଥିବାର ଦେଖିବାକୁ ମିଳିଛି। କବିତାରେ ସେ ଦେଶ ଉଦ୍ଦେଶ୍ୟରେ ସାଧାରଣ ଲୋକଙ୍କୁ ସାମାଜିକ ଦୂରତା, ବାରମ୍ବାର ସାବୁନ ବା ହ୍ୟାଣ୍ଡଓ୍ବାଶରେ ହାତ ଧୋଇବା, ଅତ୍ୟାବଶ୍ୟକ ନ ଥିଲେ ଘରୁ ନ ବାହାରିବା ପାଇଁ ଶପଥ ନେବାକୁ କୁହନ୍ତି। ଏହାସହ କରୋନା ଭୂତାଣୁଠାରୁ ଦୂରେଇ ରହିବା ପାଇଁ ବିଭିନ୍ନ ଉପାୟରେ ନିଜକୁ ସୁରକ୍ଷିତ ରଖିବାକୁ ଅତି ସରଳ ଭାଷାରେ କବିତା ମାଧ୍ୟମରେ ଶୁଣାଉଛନ୍ତି। କଣ୍ଟାପଡା ବ୍ଲକ ଅଞ୍ଚଳରେ ଥିବା ଅଡ଼ଶପୁର ଓ ପାଟସୁନ୍ଦରପୁର ହାଟରେ ଗତ ୩ଦିନ ହେଲା ସେ ଲୋକମାନଙ୍କୁ ଏଭଳି ସଚେତନତାର ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି। ତାଙ୍କର ଏହି ପ୍ରୟାସକୁ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀଙ୍କ ପକ୍ଷରୁ ସ୍ବାଗତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inକଟକ View All

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

କଟକରେ ଦୁର୍ଘଟଣା; ବାଇକ୍‌ ଆରୋହୀଙ୍କ ଉପରେ ଚଢ଼ିଗଲା ଆମ ବସ୍‌, ତାପରେ…

କଟକ,୯।୭(ପ୍ରଭୁକଲ୍ୟାଣ ପାଲ୍): ପୁଣି ଦୁର୍ଘଟଣା କଲା ଆମ ବସ୍ । କଟକ ବାଦାମବାଡ଼ି ମଲାଚଣ୍ଡିଆ ଛକ ନିକଟରେ ଏକ ବାଇକ ଉପରେ ଚଢ଼ିଲା ଆମ ବସ୍ ।…

ମହାନଦୀରେ ଗାଧୋଉଥିବା ବେଳେ ଭାସିଗଲେ ଯୁବକ, ଖୋଜାଖୋଜି ଜାରି

ବାଙ୍କୀ, ୭।୭: କଟକ ଜିଲା ବାଙ୍କୀ ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖସ୍ଥ ମହାନଦୀ ଘାଟରେ ଏକ ଅଘଟଣ ଘଟିଛି। ନଦୀରେ ଗାଧୋଉଥିବା ବେଳେ ଜଣେ ଯୁବକ ପାଣି ସ୍ରୋତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri