କପିଳାସ ପୀଠରେ ଶ୍ରାବଣ ଜଳଲାଗି ପ୍ରସ୍ତୁତି: ପ୍ଲାଷ୍ଟିକ, ପଲିଥିନ ସମ୍ପୂର୍ଣ୍ଣ ବାରଣ

ଢେଙ୍କାନାଳ ଅଫିସ, ୧୦।୭-ଢେଙ୍କାନାଳର ପ୍ରସିଦ୍ଧ ଶୈବପୀଠ କପିଳାସ ସମେତ ଜିଲାର ଅନ୍ୟ ୧୨ ପ୍ରମୁଖ ଶିବାଳୟରେ ଶ୍ରାବଣ ଜଳଲାଗି ପାଇଁ ଆରମ୍ଭ ହୋଇଛି ପ୍ରଶାସନିକ ପ୍ରସ୍ତୁତି। କାଉଡ଼ି ଯାତ୍ରାକୁ ଶୃଙ୍ଖଳିତ କରିବାକୁ ମଙ୍ଗଳବାର ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଜିଲା ପ୍ରଶାସନ ଓ ଦେବୋତ୍ତର ବିଭାଗ ପକ୍ଷରୁ ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ଏଥିରେ ଅଧ୍ୟକ୍ଷତା କରିଥିଲେ।
ଚଳିତ ୨୨ ତାରିଖ (ପ୍ରଥମ ପାଳି ସୋମବାର)ଠାରୁ ଶ୍ରାବଣ ଜଳ ଲାଗି ଆରମ୍ଭ ହେଉଛି। ସୁରକ୍ଷା ଦୃଷ୍ଟିରୁ ବ୍ରାହ୍ମଣୀ ନଦୀର ବିଭିନ୍ନ ସ୍ଥାନରେ ପଞ୍ଜୀକୃତ ହୋଇ ନ ଥିବା ଡଙ୍ଗା ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଶ୍ରାବଣ ସୋମବାର ଉପଲକ୍ଷେ କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମ ହେବ। ସମନ୍ବୟ ରକ୍ଷା କରି ସମସ୍ତେ କାର୍ଯ୍ୟକଲେ ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଭାବେ ଦେବଦର୍ଶନ କରିପାରିବେ ବୋଲି ଜିଲାପାଳ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ।
ପୀଠ ପରିସରକୁ ପ୍ଲାଷ୍ଟିକ, ପଲିଥିନ ସାମଗ୍ରୀକୁ ବ୍ୟାନ୍‌ କରାଯାଇଛି। କେବଳ ମନ୍ଦିର ପରିଚାଳନା କମିଟିକୁ ପ୍ରସାଦ ବଣ୍ଟନ ଅନୁମତି ଦିଆଯାଇଛି। ଏଥିରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବ୍ରାହ୍ମଣୀ ନଦୀର ମନ୍ଦାର, କରମୂଳ, ଗେଙ୍ଗୁଟିଆ ଘାଟରୁ କାଉଡ଼ିଆମାନେ ପାଣି ଉଠାଇଥାନ୍ତି। ସେଠାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। କାଉଡ଼ିଆଙ୍କଠାରୁ କୌଣସି ପ୍ରକାର ମାହାସୁଲ ଆଦାୟ କରାଯିବ ନାହିଁ। ଶ୍ରଦ୍ଧାଳୁମାନେ ସ୍ବଇଚ୍ଛାରେ ହୁଣ୍ଡିରେ ଦାନ କରିପାରିବେ। ପ୍ରତିବର୍ଷ ଯାତ୍ରୀମାନଙ୍କଠାରୁ ଅଟୋରିକ୍ସା, ବସ୍‌ ମାଲିକମାନେ ମାତ୍ରାଧିକ ଭଡ଼ା ଆଦାୟ କରୁଥିବା ଅଭିଯୋଗ ହେଉଥିବାବେଳେ ଚଳିତବର୍ଷ ଏଥିପ୍ରତି ସତର୍କ ଦୃଷ୍ଟି ରଖାଯାଇଛି। ଗାଡ଼ି ମାଲିକଙ୍କ ମନମାନିରେ ଅଙ୍କୁଶ ଲଗାଇବାକୁ କପିଳାସ ଯାଉଥିବା ଯାତ୍ରୀବାହୀ ଯାନବାହନରେ ନିର୍ଦ୍ଧାରିତ ମୂଲ୍ୟ ଉଲ୍ଲେଖ କରାଯିବ। ଭକ୍ତଙ୍କ ଆଗମନକୁ ଦୃଷ୍ଟିରେ ରଖି ଢେଙ୍କାନାଳ ରେଳଷ୍ଟେଶନକୁ ପରିଚ୍ଛନ୍ନ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ଲିଖିତ ଭାବେ ଅବଗତ କରାଯିବ। ଟ୍ରାଫିକ୍‌ ନିୟନ୍ତ୍ରଣ, ଶାନ୍ତିଶୃଙ୍ଖଳାର ରକ୍ଷାରେ ପୋଲିସ, ଏନ୍‌ସିସି, ସ୍କାଉଟ୍ସ, ଗାଇଡ୍ସ ସ୍ବେଚ୍ଛାସେବୀ ମୁତୟନ ହେବେ। ଶ୍ରଦ୍ଧାଳୁଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଜରୁରିକାଳୀନ ସମୟରେ ସେବା ଯୋଗାଇ ଦେବାକୁ ପୀଠ ତଳେ ଏବଂ ଉପରେ ୨ଟି ଭ୍ରାମ୍ୟମାଣ ସ୍ବାସ୍ଥ୍ୟକେନ୍ଦ୍ର ଖୋଲାଯିବ। ଏଥିସହ ସେଠାରେ ୨ଟି ଆମ୍ବୁଲାନ୍ସ ରଖାଯିବ। ପୀଠକୁ ଯାଇଥିବା ଉଭୟ ପାହାଚ ଏବଂ ଘାଟି ରାସ୍ତାରେ ପର୍ଯ୍ୟାପ୍ତ ଆଲୋକୀକରଣ ବ୍ୟବସ୍ଥା ହେବ। ବର୍ଷାରୁ ରକ୍ଷା ପାଇଁ ଅସ୍ଥାୟୀ ଶେଡ୍‌ ପ୍ରସ୍ତୁତ କରାଯିବ। ପ୍ରମୁଖ ସ୍ଥାନରେ ଅସ୍ଥାୟୀ ଶୌଚାଳୟ, ଭ୍ରାମ୍ୟମାଣ ଶୌଚାଳୟ, ଡଷ୍ଟବିନ୍‌ ରହିବ। କାଉଡ଼ିଆମାନେ ବ୍ୟବହାର କରୁଥିବା ପୋଖରୀ ତୁଠଗୁଡ଼ିକୁ ପରିଷ୍କାର ରଖିବାକୁ ସରପଞ୍ଚମାନଙ୍କୁ ଦାୟିତ୍ୱ ଦିଆଯାଇଛି। କାଉଡ଼ିଆଙ୍କ ସୁରକ୍ଷା ଦୃଷ୍ଟିରୁ ଭାରିଯାନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। କପିଳାସ ଅଭୟାରଣ୍ୟର ବନ୍ୟଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ଉଚ୍ଚ ଶବ୍ଦଯୁକ୍ତ ମାଇକ୍‌, ଡିଜେ ଶବ୍ଦ ନିୟନ୍ତ୍ରଣ କରାଯିବ। ହାତୀ ଯାତାୟାତ ସମ୍ପର୍କରେ ଆଗୁଆ ସୂଚନା ଦିଆଯିବ। ଜିଲାର ସମସ୍ତ ଶୈବପୀଠରେ ଯେପରି କାଉଡ଼ିଆମାନେ କୌଣସି ସମସ୍ୟା ନ ଭୋଗନ୍ତି ସେଥିପ୍ରତି ଯତ୍ନବାନ ହେବା ପ୍ରଥମ ଦାୟିତ୍ୱ ବୋଲି ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି।
ଉପଜିଲାପାଳ ତଥା ଜିଲା ଦେବୋତ୍ତର ଅଧିକାରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ଜଳଲାଗ ି ସମ୍ପର୍କିତ ବିବରଣୀ ପାଠ କରିଥିଲେ। ଏସ୍‌ପି ଅନୁପମା ଜେମ୍‌ସ, ଅତିରିକ୍ତ ଜିଲାପାଳ ପୂର୍ଣ୍ଣଚନ୍ଦ୍ର ମିଶ୍ର, ପିଡି ଡିଆର୍‌ଡିଏ ନରୋତ୍ତମ ବେହେରା, କାମାକ୍ଷାନଗର ଉପଜିଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ଏସଡିପିଓ ଶ୍ରୀହର୍ଷ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଚକ ସ୍ଥିତିରେ ହିନ୍ଦୋଳ ଲଢ଼େଇ

ଢେଙ୍କାନାଳ,୨୯ା୪(ରତନ ନାୟାର):ଢେଙ୍କାନାଳ ଜିଲାର ହିନ୍ଦୋଳ ସଂରକ୍ଷିତ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ରାଜନୈତିକ ବାତାବରଣ ସରଗରମ...

ଏନ୍‌କାଉଣ୍ଟରରେ କୁଖ୍ୟାତ ଅପରାଧୀ ସୁବାସ ଆହତ

କାମାକ୍ଷାନଗର,୨୯ା୪(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ପୋଲିସ କୁଖ୍ୟାତ ଅପରାଧୀ ସୁବାସ ଖୁଣ୍ଟିଆଙ୍କୁ ଏନ୍‌କାଉଣ୍ଟର କରିଛି। ଫଳରେ ସେ ଆହତ ହୋଇଛନ୍ତି। ତାଙ୍କ ଡାହାଣ...

ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ହିନ୍ଦୋଳ ବିଧାନସଭା କ୍ଷେତ୍ରରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିବେ ବିଧାୟିକା ସୀମାରାଣୀ ନାୟକ। ଶନିବାର ଭାଜପା ପକ୍ଷରୁ ତାଙ୍କୁ ପ୍ରାର୍ଥୀ...

୨୦ ଦିନ ହେଲା କଳାକୃତି ଗ୍ରାମରେ ବିଦ୍ୟୁତ୍‌ ଠପ୍‌

ଢେଙ୍କାନାଳ,୨୮ା୪(ରତନ ନାୟାର)ଢେଙ୍କାନାଳ ଜିଲା ସଦର ବ୍ଲକର ସବୁଜିମାମୟ ସପ୍ତଶଯ୍ୟା ରାଜ୍ୟ ଏବଂ ଜିଲାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ। ସପ୍ତଶଯ୍ୟା ପଞ୍ଚାୟତର ନବଜୀବନପୁର ସଦେଇବେରେଣୀ ଗ୍ରାମ...

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri