କନ୍ଧମାଳର ଗୌରବ: ପ୍ରଥମ ଫ୍ଲାଇଂ ଅଫିସର ହେଲେ ସାଇପ୍ରଣିତା

ଫୁଲବାଣୀ ଅଫିସ, ୨୧ା୬- କନ୍ଧମାଳ ଭଳି ପଛୁଆ ଜିଲାକୁ ସାରା ଦେଶରେ ପରିଚିତ କରାଇଛନ୍ତି ଅଞ୍ଚଳର ଜଣେ ଝିଅ। ଏହି ଜିଲାର ଝିଅ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି। ପ୍ରତିରକ୍ଷା କ୍ଷେତ୍ରରେ ଜିଲାରୁ ପ୍ରଥମ ଫ୍ଲାଇଂ ଅଫିସର ହୋଇ ଦେଶ, ରାଜ୍ୟ ଓ କନ୍ଧମାଳ ମାଟିକୁ ଗୌରବାନ୍ବିତ କରିଛନ୍ତି। ସେ ହେଲେ ଫୁଲବାଣୀ ସହର କେନ୍ଦୁପଦର ନାରାୟଣ ମହାନ୍ତି ଏବଂ ମିନତୀଙ୍କ ଝିଅ ସୁଶ୍ରୀ ସାଇପ୍ରଣିତା।
ସାଇପ୍ରଣିତା କନ୍ଧମାଳରୁ ପ୍ରାଥମିକ ଶିକ୍ଷା ପରେ ୨୦୧୭ରେ ଇନ୍ଦିରା ଗାନ୍ଧୀ ଅଟୋନୋମିକ ରିସର୍ଚ୍ଚ ସେଣ୍ଟରରେ ଯୋଗଦେଇ ପଦାର୍ଥ ବିଜ୍ଞାନ(ଫିଜିକ୍ସ)ରେ ପିଏଚ୍‌ଡି କରୁଥିଲେ। ପିଲାଦିନରୁ ବାୟୁସେନାରେ ଯୋଗଦେବାକୁ ଆଗ୍ରହ ଥିବାରୁ ଏହା ତାଙ୍କୁ ପ୍ରତିରକ୍ଷା କ୍ଷେତ୍ରକୁ ଫେରାଇ ଆଣିଥିଲା। ୨୦୧୯ ଜୁନ୍‌ରେ ସେ ବାୟୁସେନା ଏକାଡେମୀରେ ଯୋଗ ଦେଇଥିଲେ। ୨୦୨୦ ଜୁନ ୨୦ରେ ସେ ଏହି ଏକାଡେମିରୁ ଫ୍ଲାଇଙ୍ଗ୍‌ ଅଫିସର ଭାବେ ଯୋଗ୍ୟ ବିବେଚିତ ହୋଇ ମେଟ୍ରୋଲୋଜି ଅଫିସର ଭାବେ ଗ୍ବାଲିଅରରେ ଯୋଗ ଦେଇଛନ୍ତି। ତାଙ୍କୁ ଗ୍ବାଲିଅର ବାୟୁସେନାରେ ପୋଷ୍ଟିଂ କରାଯାଇଛି। ୩ମାସ ପାଇଁ ଉକ୍ତ ବିଭାଗରେ କୋଏମ୍ବାଟୁରରେ ଟ୍ରେନିଂ ପାଇଁ ନିର୍ଦ୍ଦେଶ ପାଇଛନ୍ତି। ସାଇପ୍ରଣିତାଙ୍କ ଜେଜେ ପ୍ରକାଶ ମହାନ୍ତି ସ୍ଥଳସେନାର ଅବସର ପ୍ରାପ୍ତ ନାଏକ ଓ ଦାଦା ପରିକ୍ଷିତ ମହାନ୍ତି ଜଣେ ମେଜର। ଦାଦାଙ୍କ ବ୍ୟକ୍ତିତ୍ୱ ସହ ନିଜର ଚେଷ୍ଟା ଓ ଅଧ୍ୟୟନ ପ୍ରତି ଥିବା ପ୍ରବଳ ଆଗ୍ରହ ତାଙ୍କୁ ଆଜି ଏହି ସ୍ତରରେ ପହଞ୍ଚାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri