କଣ୍ଠଶିଳ୍ପୀଙ୍କ ଦ୍ୱାରା ମାସ୍କ, ରାଶନ ସାମଗ୍ରୀ ବଣ୍ଟନ

ଯୋଡ଼ା, ୨୬ା୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡା ପୌରପାଳିକାର ୫ ନଂ.ଓ୍ବାର୍ଡ ଆଜାଦବସ୍ତି କ୍ଲବ ଗୃହଠାରେ ଯୋଡାର ଜଣେ କଣ୍ଠଶିଳ୍ପୀ ଶୁଭଶ୍ରୀ ଜେନାଙ୍କ ପକ୍ଷରୁ ଗରିବ ଅସହାୟ ଲୋକଙ୍କୁ ମାସ୍କ ଓ ଅତ୍ୟାବଶ୍ୟକ ରାଶନ ସାମଗ୍ରୀ ବଣ୍ଟନ କରାଯାଇଛି। ସ୍ଥାନୀୟ ଆଜାଦ ବସ୍ତି କ୍ଲବର ସଦସ୍ୟଙ୍କ ସହଯୋଗରେ ଉକ୍ତ ଓ୍ବାର୍ଡର ପ୍ରାୟ ୧୫୦ରୁ ଊର୍ଦ୍ଧ୍ୱ ଗରିବ ଅସହାୟ ଓ ଗୃହହୀନ ଲୋକଙ୍କୁ ଚାଉଳ, ଆଳୁ, ଲୁଣ, ଡାଲି, ସାବୁନ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ସହିତ କରୋନା ଭୂତାଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ହାତ ତିଆରି ମାସ୍କ ବଣ୍ଟନ କରାଯାଇଛି। ଏଥିରେ କଣ୍ଠଶିଳ୍ପୀ ଶୁଭଶ୍ରୀ ଜେନାଙ୍କ ସମେତ କ୍ଲବର ଜଗନ୍ନାଥ ପାଣିଗ୍ରାହୀ, ମନିନ୍ଦ୍ର ସୁନ୍ଦର ବାରିକ, ସଦସ୍ୟା ସୁଜାତା ଗୋପ୍‌, ଭାମାମଣୀ ଲାଗୁରିଙ୍କ ସମେତ ଜେନା ଉପସ୍ଥିତ ରହି ଏହି ବଣ୍ଟନ କାର୍ଯ୍ୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଆଖୁ ଚାଷ ନିରାଶାଜନକ

ବ୍ରହ୍ମପୁର,୫।୫(ଅଶୋକ କୁମାର ସାହୁ):ଗଞ୍ଜାମ ଜିଲାରେ ଆଖୁ ଚାଷ ଚଳିତବର୍ଷ ନିରାଶାଜନକ ହୋଇଛି। ୨୦୨୩-୨୪ରେ ଜିଲାରେ ୮୦୧ ହେକ୍ଟର ଆଖୁଚାଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ ଥିବାବେଳେ ୬୮୦...

ଭଲ ଲୋକଙ୍କୁ ଭୋଟ ଦିଅନ୍ତୁ: ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି, ୫।୫ (ଗିରିଧାରୀ ପରିଛା):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶନିବାର ଗଜପତି ଜିଲା ପାରଳାଖେମୁଣ୍ଡିଠାରେ ନିର୍ବାଚନ ପ୍ରଚାର କରିଛନ୍ତି।...

ବଢ଼ୁଛି ହାତୀ ଜନିତ କ୍ଷୟକ୍ଷତି

ବଇଣ୍ଡା,୫।୫(ପରିକ୍ଷିତ ସାହୁ)ଅନୁଗୋଳ ଜିଲା ଆଠମଲ୍ଲିକ ବ୍ଲକ ଧଣ୍ଡାତୋପା ରେଞ୍ଜରେ କିଛିଦିନ ହେବ ହାତୀ ଉପଦ୍ରବ ଲାଗି ରହିଛି। ନିକଟସ୍ଥ ଜଙ୍ଗଲରୁ ଚାଲି ଆସୁଥିବା ହାତୀ ଜମି...

ଦୁର୍ଦ୍ଦିନରେ ଠିକା ଶ୍ରମିକ, କର୍ମଚାରୀ

ଯାଜପୁର,୫ା୫(ହର୍ଷବର୍ଦ୍ଧନ ବେହେରା)ଯାଜପୁର ଜିଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଜିନ୍ଦଲ ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ (ଜେଏସ୍‌ଏଲ୍‌)ରେ ନିୟୋଜିତ ଏକ ଅଣଓଡ଼ିଆ ଠିକାସଂସ୍ଥା ଜିଏମ୍‌ ଏଣ୍ଟରପ୍ରାଇଜର୍ସ ୪୬ ଜଣ ଗରିବ ଶ୍ରମିକଙ୍କୁ...

କୁଶଢିପି ଗାଁରେ ପାଣି ପାଇଁ ହାହାକାର

ଓଡ଼ଗାଁ,୫ା୫(ଆଦର୍ଶ କୁମାର ପଟ୍ଟନାୟକ )ଚାରିଆଡ଼େ ଅସମ୍ଭାଳ ହେଲାଣି ପାନୀୟ ଜଳ ସମସ୍ୟା। କେଉଁଠି ପାଣି ପାଇଁ ଲୋକେ ବହୁ ପଥ ଚାଲି ଚାଲି ଯାଇ ପାନୀୟ...

ପୁରୀ ଲୋକ ସଭା ଆସନ ପାଇଁ ଜୟ ନାରାୟଣ ପଟ୍ଟନାୟକଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

ଭୁବନେଶ୍ୱର,୪ା୫: କଂଗ୍ରେସ ଜୟ ନାରାୟଣ ପଟ୍ଟନାୟକଙ୍କୁ ପୁରୀ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ କରିଛି। ଏହାପୂର୍ବରୁ ପାର୍ଟି ପାଣ୍ଠି ନ ମିଳିବାରୁ ହେତୁ ସୁଚରିତା...

ଘରେ ରହି ମତଦାନ ସାବ୍ୟସ୍ତ କଲେ ୩୧ ଭୋଟର୍‌

ପଟ୍ଟାଙ୍ଗି,୪ା୫(ଶରତ ଧଳ)-ଲୋକ ସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି। ଏହା ପୂର୍ବରୁ ଯେଉଁ ଭୋଟର୍‌ମାନେ ମତଦାନ କେନ୍ଦ୍ରରେ ପହଞ୍ଚି...

ରାଜ୍ୟ ସରକାରଙ୍କ ସଫଳତା ବିରୋଧୀ ଗ୍ରହଣ କରିପାରୁନାହାନ୍ତି: ନବୀନ

କୋରାପୁଟ,୪ା୫(ଅମିତାଭ ବେହେରା)-କୋରାପୁଟରେ ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାରାଥାନ ନିର୍ବାଚନ ପ୍ରଚାର କରିଛନ୍ତି। ରାଜ୍ୟ ସରକାରଙ୍କ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ବିରୋଧୀମାନେ ଗ୍ରହଣ କରି ନପାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri