କଣ୍ଟେନମେଣ୍ଟ ଜୋନ୍‌ରେ ୩ ପଞ୍ଚାୟତର ୯ଗାଁ

ରସୁଲପୁର, ୬।୫(ଡି.ଏନ୍‌.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ଅଧୀନ ନଠୁଆବର ପଞ୍ଚାୟତର ଜଣେ ୫୮ବର୍ଷୀୟ ବ୍ୟକ୍ତି କରୋନା ପଜିଟିଭ୍‌ (କ୍ରମିକ ନଂ.୧୭୬)ଙ୍କ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ କଣ୍ଟାକ୍ଟ ଟ୍ରେସିଂ କରାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ୩୬ଜଣଙ୍କୁ ମଧ୍ୟରୁ ୧୦ ଜଣ ପୂର୍ବରୁ କ୍ୱାରାଣ୍ଟାଇନରେ ରହୁଥିବା ବେଳେ ବୁଧବାର ଅନ୍ୟମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯାଇଥିବା ସୂଚନା ମିଳିଛି। ଏଥିସହ ନଠୁଆବର ପଞ୍ଚାୟତର ଆଦମପୁର, କପିଳ, କୃଷ୍ଣପଡା, କୋରକୋରା, ନଗୁଆଁ ସମେତ ଓଡିଶୋ ପଞ୍ଚାୟତର ବାହାବଳପୁର, କରଞ୍ଜିଆରୀ, ମେଳକ, ବଡକଇଁଚି ପଞ୍ଚାୟତର କାଇଁଚବାଡ (କଇଁଚିଶାସନ, ବେଦମତି, ନାଉପାଳ) ଗୋପୀନାଥପୁର ପଡ଼ା (ମହାନ୍ତି ସାହି, ନିହାରୀ ସାହି)କୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଉକ୍ତ ଅଞ୍ଚଳଗୁଡ଼ିକରେ ମେ ୬ ତାରିଖ ସକାଳ ୬ଟାରୁ ୧୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ କଟକଣା ବଳବତ୍ତର ରହିବ। ମେଡିକାଲ ଟିମ୍‌ ସେଠାକାର ପ୍ରତ୍ୟେକ ପରିବାର ସଦସ୍ୟଙ୍କ ରିପୋର୍ଟ ସଂଗ୍ରହ କରିବା ସହ ଉକ୍ତ ଜୋନ୍‌କୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ କଟକଣା ରହିବ ବୋଲି ସୂଚନା ମିଳିଛି। ଏହାଛଡ଼ା କଣ୍ଟେନମେଣ୍ଟ ଜୋନ୍‌ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ରସୁଲପୁର ତହସିଲଦାର ଜ୍ୟୋତିକାନ୍ତ ଭୁଜବଳ, ବିଡିଓ ଉମାକାନ୍ତ ପରିଡା, କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁ, ରସୁଲପୁର ବ୍ଲକ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ସୁଧୀର କୁମାର ସାହୁ ପ୍ରମୁଖ କଣ୍ଟେନମେଣ୍ଟ ଜୋନ୍‌ରେ ପହଞ୍ଚତ୍ ବିଭିନ୍ନ କାର୍ଯ୍ୟ ତଦାରଖ କରୁଛନ୍ତି।
ମିଳିଥିବା ସୂଚନା ଅନୁସାରେ, କରୋନା ଆକ୍ରାନ୍ତ (କ୍ରମିକ ନଂ.୧୭୬) ମାର୍ଚ୍ଚ ୨୮ ତାରିଖରେ କଲିକତାରୁ ଆସିବା ପରେ ଗାଁ ମନ୍ଦିରରେ ପୂଜାପାଠ କରିବା ସହ ପ୍ରସାଦ ସେବନର ବନ୍ଦୋବସ୍ତ କରାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରୋଗୀଙ୍କ ସହ ଦୁର୍ବ୍ୟହାର କରୁଛନ୍ତି ପାରଳାଖେମୁଣ୍ଡି ଚିକିତ୍ସାଳୟରେ ମୁତୟନ ସୁରକ୍ଷାକର୍ମୀ, ମୋବାଇଲ ନମ୍ବରରେ ୧୧ ସଂଖ୍ୟା…

ପାରଳାଖେମୁଣ୍ଡି,୨୪ା୫(ଗିରିଧାରୀ ପରିଛା): ବର୍ତ୍ତମାନ ପ୍ରବଳ ଖରା ହେଉଥିବା ବେଳେ ତାତିରୁ ତ୍ରାହି ପାଇଁ ଡହଳ ବିକଳ ହେଉଛନ୍ତି ଲୋକେ । ଏପରି ସ୍ଥଳେ ରୋଗୀଙ୍କ କଥା ଆହୁରି…

ଘୁମୁସର ବିକାଶ ପରିଷଦ ବୈଠକ, ଜିଲା ଅନ୍ଦୋଳନକୁ ତ୍ୱରାନ୍ୱିତ କରିବା….

ଭଞ୍ଜନଗର,୨୪।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ବରିଷ୍ଠ ଆଇନଜୀବୀ ସୋମନାଥ ନାୟକଙ୍କ ବାସଭବନରେ ରବିବାର ଘୁମୁସର ବିକାଶ ପରିଷଦର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ…

ରୋଗୀ ସ୍ଥାନାନ୍ତର ବେଳେ ଚାଲିଲାନି ଆମ୍ବୁଲାନ୍ସ, ଘରୋଇ ଗାଡ଼ିରେ ବ୍ରହ୍ମପୁର ମେଡିକାଲ ଗଲେ

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଛତ୍ରପୁର ଉପଖଣ୍ଡ ସରକାରୀ ହସ୍ପିଟାଲରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ଶିଶୁର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ…

ପ୍ରେମ ପାଇଁ ଜୀବନ ହାରିଲେ ଯୁବକ: ଭିଡିଓ ଭାଇରାଲ

ଭୁବନେଶ୍ୱର,୨୪।୫: ମୟୂରଭଞ୍ଜ ଜିଲା ରାସଗୋବନ୍ଦପୁର ଥାନା ମାଣିନ୍ଦା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ପ୍ରେମ ପାଇଁ ଜଣେ ଯୁବକ ବିଷ ପିଇ ସୋସିଆଲ ମିଡିଆରେ…

ଭୋ ଭୋ ହୋଇ କାନ୍ଦି ଗଡ଼ିଲେ ମା’, ଭାଇ ଦେଲେ ମୁଖାଗ୍ନି; ପଞ୍ଚଭୂତରେ ବିଲୀନ ହେଲେ ଟ୍ବିଶା…

ଭୋପାଳ,୨୪।୫: ପଞ୍ଚଭୂତର ବିଲୀନ ହେଲେ ମଡେଲ ତଥା ଅଭିନେତ୍ରୀ ଟ୍ବିଶା ଶର୍ମା। ରବିବାର ଭୋପାଳର ଭଦଭଦା ଶ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି। ଟ୍ବିଶାଙ୍କ…

ଯନ୍ତ୍ରୀଙ୍କ ପିସି କାରବାର ଅଭିଯୋଗ, ବିଦ୍ୟାଳୟ ରୂପାନ୍ତରୀକରଣ କରି ପାଇଁ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ଥୁଆମୂଳ ରାମପୁର,୨୪ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ କନିଷ୍ଠ ଯନ୍ତ୍ରୀ ଓ ଅସାଧୁ ବ୍ୟକ୍ତିଙ୍କ ମଧୁଚନ୍ଦ୍ରିକା ଏବେ ଚରମ ସୀମାରେ ପହଞ୍ଚିଛି। ଆଦିବାସୀ ବହୁଳ…

ପୁଅକୁ ମେଡିକାଲ ନେବାବେଳେ ବାପାଙ୍କ କୋଳରେ ଚାଲିଗଲା ଜୀବନ, ପୂରା ଘଟଣା ଜାଣିଲେ ଆଖିରେ ଆସିଯିବ ଲୁହ

ଲକ୍ଷ୍ନୌ,୨୪ା୫: ସୋସିଆଲ ମିଡିଆରେ ଏକ ହୃଦୟ ବିଦାରକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି। ଯେଉଁଥିରେ ଦେଖାଯାଉଛି ଏକ ନିଷ୍ପାପ ଶିଶୁର ଜୀବନ କିଛି ମୁହୂର୍ତ୍ତ ମଧ୍ୟରେ…

ଶ୍ବଶୁରଘରୁ ବର୍ଷାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

କଟକ,୨୪।୫:(ପ୍ରଭୁକଲ୍ୟାଣ ପାଲ):  ପୁଣି ଯୌତୁକ ଜୁଇରେ ଆଉ ଜଣେ ନବବଧୂ। ନବବଧୂଙ୍କୁ ଯୌତୁକ ପାଇଁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଯାଜପୁର ଟାଉନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri